ବର୍ଷାପାଣି ଘେରରେ କ୍ଷେତ, ଖଳାଧାନ

ବରଗଡ଼,୨୬।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ରବି ଧାନ ଅମଳ ଏବଂ ସଂଗ୍ରହ ପ୍ରକ୍ରିୟା ଜୋର୍‌ ଧରିଛି। ଚାଷୀଙ୍କ କଟାଧାନ କ୍ଷେତ ଏବଂ ଅମଳ ଧାନ ଖଳାଠାରୁ ଆରମ୍ଭ କରି ମଣ୍ଡି ପର୍ଯ୍ୟନ୍ତ ପଡ଼ିଛି। ଏଭଳି ସ୍ଥଳେ ଲଘୁଚାପଜନିତ ବର୍ଷା ଆରମ୍ଭ ହୋଇଛି। ଶନିବାର ଝିପିଝିପି ବର୍ଷା ହୋଇଥିଲା। ରବିବାର ଜିଲାରେ ପ୍ରବଳ ବର୍ଷା ହୋଇଛି। ଏଥିରେ କ୍ଷେତ, ଖଳାରେ ଗଦା ହୋଇ ରହିଥିବା ଧାନ ପ୍ରଭାବିତ ହୋଇଛି। ଅନ୍ୟପଟେ ମଣ୍ଡିଗୁଡ଼ିକରେ ଧାନ ଉଠାଣ ମନ୍ଥର ଚାଲିଥିବାବେଳେ କଟନିଛଟନି ମଧ୍ୟ ଆରମ୍ଭ ହୋଇଯାଇଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ଏହା ଜିଲାର ଚାଷୀଙ୍କ ଚିନ୍ତା ବଢ଼ାଇ ଦେଇଛି।
ଜିଲାରେ ଗତ ୧୪ତାରିଖରୁ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଛି। ଜିଲାର ୧୮୯ ମଣ୍ଡିରେ ଧାନ କିଣାବିକା ଚାଲିଛି। ତେବେ ଅନେକ ମଣ୍ଡିରେ ଏବେ ମଧ୍ୟ ଭିତ୍ତିଭୂମିର ଅଭାବ ରହିଛି। କିଛି ନିର୍ଦ୍ଦିଷ୍ଟ ସ୍ଥାୟୀ ମାର୍କେଟ୍‌ ୟାର୍ଡ଼କୁ ଛାଡ଼ିଦେଲେ ଅନେକ ମଣ୍ଡିରେ ଧାନ ସୁରକ୍ଷିତ ରଖିବା ପାଇଁ ଗୋଦାମ ଗୃହ ନାହିଁ। ଖୋଲା ଆକାଶତଳେ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। ସେଠାରେ ତାରପୋଲିନ ହିଁ କେବଳ ଚାଷୀଙ୍କ ଭରସା ପାଲଟିଛି। ଫଳରେ ଚାଷୀ ବିକ୍ରି ପାଇଁ ସମ୍ପୃକ୍ତ ମଣ୍ଡିକୁ ଧାନ ଆଣିଲେ ସୁଦ୍ଧା ବର୍ଷା ଯୋଗୁ ତାହା ସୁରକ୍ଷିତ ରହିପାରୁ ନାହିଁ। ଅପରପକ୍ଷେ କ୍ଷେତ, ଖଳାରେ ଆହୁରି ଅଧିକ ସମସ୍ୟା ଦେଖାଯାଇଛି।
ଟୋକନ କଟକଣା ଯୋଗୁ ଅନେକ ଚାଷୀ ବିକ୍ରି ପାଇଁ ମଣ୍ଡିକୁ ଧାନ ଆଣିପାରୁ ନାହାନ୍ତି। ଟୋକନରେ ନିର୍ଦ୍ଧାରିତ ବିକ୍ରି ଦିବସକୁ ସେମାନେ ଅପେକ୍ଷା କରିଛନ୍ତି ଏବଂ ଅମଳ ଧାନକୁ କ୍ଷେତ, ଖଳାରେ ରଖିଛନ୍ତି। ଅନେକ ଚାଷୀ ରାସ୍ତାକଡ଼ରେ ମଧ୍ୟ ଅମଳ ଧାନକୁ ଶୁଖାଇ ରଖିଥିବା ଦେଖିବାକୁ ମିଳୁଛି। କିନ୍ତୁ ଗୋଟିଏ ପଟେ ଚାଷୀ ଧାନ ଶୁଖାଉ ଥିବାବେଳେ ଅନ୍ୟପଟେ ବର୍ଷା ଚାଷୀଙ୍କ ସମସ୍ୟାକୁ ଦ୍ୱିଗୁଣିତ କରି ପକାଇଛି। ଚାଷୀମାନଙ୍କୁ ବାରମ୍ବାର ଧାନ ଶୁଖାଇବାକୁ ପଡୁଛି। ତେବେ ଧାନ ଶୁଖାଇ ମଣ୍ଡିକୁ ନେବା ସତ୍ତ୍ୱେ ଆର୍ଦ୍ରତା ଆଦି ଆଳରେ କଟନିଛଟନି କରାଯାଉଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭରୁ ବିଭିନ୍ନ ମଣ୍ଡିରେ ଏଭଳି ଆଳ ଦେଖାଇ କୁଇଣ୍ଟାଲ ପ୍ରତି ୨କି.ଗ୍ରା.ରୁ ୪କି.ଗ୍ରା. ପର୍ଯ୍ୟନ୍ତ କଟନିଛଟନି କରାଯାଉଥିଲା। କିନ୍ତୁ ଏବେ ବର୍ଷାପାଗ ଆଳରେ କଟନିଛଟନି କୁଇଣ୍ଟାଲ ପ୍ରତି ୫କି.ଗ୍ରା.ରୁ ୬କି.ଗ୍ରା. ପର୍ଯ୍ୟନ୍ତ ବଢ଼ି ଯାଇଥିବା ଅଭିଯୋଗ ହୋଇଛି। ଏପରି କି କଟନିଛଟନିରେ ରାଜି ନ ହେଲେ ସେମାନଙ୍କ ଧାନ କିଣାଯାଉ ନାହିଁ। ଅପରପକ୍ଷେ କଟନିଛଟନିରେ ରାଜି ହେଲେ ଧାନକୁ ତତ୍କାଳ କ୍ରୟ କରାଯାଉଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ବରଗଡ଼ ବ୍ଲକ କଲାପାଣି ଗ୍ରାମର ଚାଷୀନେତା ସୁରେଶ ନେକାଣ୍ଟି କହିଛନ୍ତି, ସମ୍ଭାବ୍ୟ ବର୍ଷା ନେଇ ପ୍ରଶାସନ ଚାଷୀମାନଙ୍କୁ ଆଗୁଆ ସୂଚନା ଦେବା କଥା, କିନ୍ତୁ ତାହା ହେଉ ନାହିଁ। ଚାଷୀମାନେ ଆଗୁଆ ସୂଚନା ପାଇଥିଲେ ଧାନକୁ କ୍ଷେତ, ଖଳାର ଖୋଲା ଆକାଶତଳେ ପକାଇ ରଖି ନ ଥାନ୍ତେ।
ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭରୁ କୁଇଣ୍ଟାଲ ପ୍ରତି ୧କି.ଗ୍ରା. ବାଧ୍ୟ ବାଧକତା କଟନିଛଟନି ହେଉଥିଲା। ଏବେ ବର୍ଷା ଆଳ ଦେଖାଇ ଆହୁରି କଟନିଛଟନି ହେବାର ଆଶଙ୍କା ରହିଛି ବୋଲି ଚାଷୀନେତା ନେକାଣ୍ଟି କହିଛନ୍ତି। ସେହିପରି ଗାଇସୀମା ଗ୍ରାମର ଚାଷୀ ନିରଞ୍ଜନ ପ୍ରଧାନ କହିଛନ୍ତି, ଧାନ ସଂଗ୍ରହ ପ୍ରକ୍ରିୟାରେ ନିୟନ୍ତ୍ରିତ ବଜାର କମିଟି(ଆର୍‌ଏମ୍‌ସି) କୋଟିକୋଟି ଟଙ୍କା ଅସୁଲ କରୁଛି। ହେଲେ ତାକୁ ମଣ୍ଡିଗୁଡ଼ିକର ଭିତ୍ତିଭୂମି ବିକାଶରେ ବିନିଯୋଗ କରୁ ନାହିଁ। ଚାଷୀଙ୍କ ଧାନ ଭିଜିଲେ ତାହା ଶୁଖାଇବାକୁ ଅନେକ ଦିନ ଲାଗୁଛି। ଏପରି କି ଅଧିକାଂଶ ଭିଜିଲା ଧାନ ନଷ୍ଟ ମଧ୍ୟ ହେଉଛି। ତେବେ ସରକାର ଚାହିଁଲେ ବର୍ତ୍ତମାନର ବୈଷୟିକ ଓ ପ୍ରଯୁକ୍ତି ବିଦ୍ୟାରେ ନିର୍ମିତ ଆଧୁନିକ ଯନ୍ତ୍ରପାତିରେ ମଣ୍ଡିଗୁଡ଼ିକରେ ଭିଜିଲା ଧାନକୁ ମଧ୍ୟ ଶୀଘ୍ର ଶୁଖାଇ ପାରିବେ। ମାତ୍ର ସେଥିରେ ମଧ୍ୟ ସରକାରଙ୍କ ଆନ୍ତରିକତାର ଅଭାବ ରହୁଛି ଏବଂ ଏଭଳି ବର୍ଷା ହେଲେ ଚାଷୀଙ୍କୁ କ୍ଷତି ସହିବାକୁ ପଡୁଛି ବୋଲି ପ୍ରଧାନ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମାଓବାଦୀଙ୍କୁୁ ବଡ଼ ଧକ୍କା: ଲୁଚାଇ ରଖିଥିବା ବିସ୍ଫୋରକ ସାମଗ୍ରୀ ଜବତ

ମାଲକାନଗିରି,୧୬।୩(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ର ସୁକୁମା ଜିଲାରେ୨୨୬ ବାଟାଲିୟନ ସିଆରପିଏଫ୍‌ ଯବାନ ସ୍ୱତନ୍ତ୍ର ଆମ୍ୱୁସ ଅପରେଶନ କରୁଥିବାବେଳେ ଗୋମଗୁଡ଼ା ଗ୍ରାମର ପୋଡିୟମପାରା ଅଞ୍ଚଳରେ ଏକ…

ରାଜ୍ୟ ସଭା ନିର୍ବାଚନ: ବିଜୟ ପରେ ବିଜେଡି, କଂଗ୍ରେସ ବିଧାୟକଙ୍କୁ ଏମିତି କହିଲେ ଦିଲ୍ଲୀପ ରାୟ

ଭୁବନେଶ୍ୱର,୧୬।୩: ଓଡ଼ିଶା ରାଜ୍ୟସଭା ନିର୍ବାଚନର ସବୁଠାରୁ ଚର୍ଚ୍ଚିତ ଆସନରେ ସ୍ୱାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟ ବିଜୟୀ ହୋଇଛନ୍ତି। ଭାଜପା ସମର୍ଥିତ ଏହି ଅଭିଜ୍ଞ ନେତାଙ୍କ ବିଜୟ ପରେ…

ଏସିଆନ ଫୁଟବଲ କନଫେଡେରେଶନର ବଡ଼ ଘୋଷଣା: ଇରାନ ଫିଫା ବିଶ୍ୱକପ୍‌ ଖେଳିବ

କୁଆଲାଲୁମ୍ପୁର,୧୬ା୩: ଆସନ୍ତା ଜୁନରେ ଆମେରିକା, କାନାଡା ଓ ମେକ୍ସିକୋରେ ହେବାକୁ ଥିବା ଫିଫା ବିଶ୍ୱକପ୍‌ରେ ଇରାନ ଖେଳିବ। ଏ ନେଇ ଏସିଆନ ଫୁଟବଲ କନଫେଡେରେଶନ (ଏଏଫ୍‌ସି) ପକ୍ଷରୁ…

ଓଡ଼ିଶା ରାଜ୍ୟସଭା ନିର୍ବାଚନ: ଭାଜପାର ଦବଦବା; ବିଜେଡି ଗୋଟିଏରେ ବିଜୟୀ

ଭୁବନେଶ୍ୱର,୧୬।୩: ଓଡ଼ିଶାରେ ସୋମବାର ଅନୁଷ୍ଠିତ ରାଜ୍ୟସଭା ନିର୍ବାଚନରେ ଶାସକ ଭାରତୀୟ ଜନତା ପାର୍ଟି (ଭାଜପା) ବଡ଼ ସଫଳତା ହାସଲ କରିଛି। ରାଜ୍ୟର ୪ଟି ଆସନ ମଧ୍ୟରୁ ଭାଜପା…

ମିଳିଲା ଅନୁମତି : ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳାଯିବ ଆଇପିଏଲ୍‌ ମ୍ୟାଚ୍‌

ବେଙ୍ଗାଲୁରୁ,୧୬ା୩: ଆସନ୍ତା ୨୮ ତାରିଖରୁ ଆରମ୍ଭ ହେବାକୁ ଥିବା ଆଇପିଏଲ୍‌ରେ ଡିଫେଣ୍ଡିଂ ଚାମ୍ପିୟନ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ତା’ର ଘରୋଇ ମ୍ୟାଚ୍‌ ଏମ୍‌ ଚିନ୍ନାସ୍ୱାମୀ ଷ୍ଟାଡିୟମରେ…

ରାଜ୍ୟ ସଭା ନିର୍ବାଚନରେ ବିଜୟୀ ହେଲେ ଦିଲ୍ଲୀପ ରାୟ

ଭୁବନେଶ୍ୱର,୧୬।୩: ରାଜ୍ୟ ସଭା ନିର୍ବାଚନରେ ଦିଲ୍ଲୀପ ରାୟ ବିଜୟୀ ହୋଇଛନ୍ତି। ସେ ସ୍ବାଧୀନ ପ୍ରାର୍ଥୀ ଭାବେ ଜିତିଛନ୍ତି। ଚତୁର୍ଥ ଆସନ ପାଇଁ ହୋଇଥିବା କଡ଼ା ମୁକାବିଲାରେ ଭାଜପା…

ମହିଳା ଟାଏକୋଣ୍ଡୋ ଚାମ୍ପିୟନଶିପ୍‌ର ଆରମ୍ଭ: ଭାଗନେଲେ ୧ ହଜାର କ୍ରୀଡ଼ାବିତ୍‌

ବାଲେଶ୍ୱର,୧୬ା୩(ବାଞ୍ଛାନିଧି ଦେ): ଭାରତୀୟ ବିଶ୍ୱବିଦ୍ୟାଳୟ ସଂଘ(ଏଆଇୟୁ), ନୂଆଦିଲ୍ଲୀ ସହଯୋଗ ଓ ବାଲେଶ୍ୱର ଫକୀରମୋହନ ବିଶ୍ୱବିଦ୍ୟାଳୟ ସହଭାଗିତାରେ ସୋମବାର ସର୍ୱଭାରତୀୟ ଆନ୍ତଃ ବିଶ୍ୱବିଦ୍ୟାଳୟ ମହିଳା ଟାଏକୋଣ୍ଡୋ ଚାମ୍ପିୟନଶିପ୍‌ ୨୦୨୫-୨୬…

SCBରେ ନିଆଁ: ରିପୋର୍ଟ ମାଗିଲେ NHRC

କଟକ, ୧୬।୩: କଟକ SCBରେ ନିଆଁ ଲାଗି ୧୦ ଜଣଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟ ସଚିବଙ୍କୁ ରିପୋର୍ଟ ମାଗିଛନ୍ତି ଜାତୀୟ ମାନବାଧିକାର କମିଶନ(NHRC )। ଘଟଣାର ଅନୁଧ୍ୟାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri