Posted inଜାତୀୟ

ଉତ୍ତର ଭାରତରେ ବର୍ଷା ବିତ୍ପାତ: ୧୯ ମୃତ

ନୂଆଦିଲ୍ଲୀ, ୧୦ା୭: ଉତ୍ତର ଭାରତର ବିଭିନ୍ନ ରାଜ୍ୟରେ ପ୍ରବଳ ବର୍ଷା ପବନ ସାଙ୍ଗକୁ ଭୂସ୍ଖଳନ ଯୋଗୁ ୧୯ ଜଣଙ୍କ ମୃତ୍ୟୁ ଘଟିଛି। ଲଗାଣ ବର୍ଷା ଯୋଗୁ ବିଭିନ୍ନ ଅଞ୍ଚଳରେ ସ୍ବାଭାବିକ ଜୀବନଯାତ୍ରା ବ୍ୟାହତ ହୋଇଛି। ଦିଲ୍ଲୀର ଯମୁନା ନଦୀ ସମେତ ବିଭିନ୍ନ ନଦୀରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି। ପ୍ରବଳ ବର୍ଷା ଯୋଗୁ ରାସ୍ତା ବୁଡ଼ିଯିବାରୁ ପରିବହନ ସେବା ବାଧାପ୍ରାପ୍ତ ହୋଇଛି। ଅନେକ ଅଞ୍ଚଳ ଜଳାର୍ଣ୍ଣବ ହୋଇଯିବାରୁ ଲୋକେ ଜଳବନ୍ଦୀ ହୋଇ ରହିଛନ୍ତି। ଦିଲ୍ଲୀରେ ବର୍ଷା ୪୧ ବର୍ଷର ରେକର୍ଡ ଭାଙ୍ଗିଛି। ଏହା ପୂର୍ବରୁ ୧୯୮୨ ଜୁଲାଇରେ ଗୋଟିଏ ଦିନରେ ସର୍ବାଧିକ ବର୍ଷା ହୋଇଥିଲା। ରବିବାର ସକାଳ ୮ଟା ୩୦ ସୁଦ୍ଧା ୨୪ ଘଣ୍ଟା ମଧ୍ୟରେ ଦିଲ୍ଲୀରେ ୧୫୨ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ପ୍ରବଳ ବର୍ଷା ଯୋଗୁ ଯମୁନା ନଦୀ ଜଳସ୍ତର ମଙ୍ଗଳବାର ବିପଦ ସଙ୍କେତ ଟପିବ ବୋଲି କୁହାଯାଇଛି। ଜାତୀୟ ରାଜଧାନୀ ଏବଂ ଗୁରୁଗ୍ରାମରେ ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇଛି। ବର୍ଷା ଯୋଗୁ ଟ୍ରେନ୍‌ ଚଳାଚଳ ମଧ୍ୟ ପ୍ରଭାବିତ ହୋଇଛି। ନର୍ଦ୍ଦର୍ନ ରେଲଓ୍ବେ ୧୭ ଟ୍ରେନ୍‌ ବାତିଲ କରିବା ସହ ୧୨ଟିର ରୁଟ୍‌ ପରିବର୍ତ୍ତନ କରିଛି।
ଜମ୍ମୁ-କଶ୍ମୀର, ଲଦାଖ, ହିମାଚଳପ୍ରଦେଶ ଏବଂ ଦିଲ୍ଲୀରେ ବର୍ଷା ଲାଗିରହିଥିବାବେଳେ ହିମାଚଳପ୍ରଦେଶର ୩ଟି ସ୍ଥାନରେ ଭୂସ୍ଖଳନ ଯୋଗୁ ୫ ଜଣଙ୍କ ଜୀବନ ଯାଇଛି। ଶିମଲା ଜିଲାର କୋଟଗଡ଼ ଅଞ୍ଚଳରେ ଭୂସ୍ଖଳନ ଯୋଗୁ ଘର ଭୁଶୁଡ଼ି ପରିବାରର ୩ ଜଣଙ୍କ ଜୀବନ ଯାଇଥିବାବେଳେ କୁଲୁ ଏବଂ ଚାମ୍ବା ଜିଲାରେ ଜଣେ ଲେଖାଏ ପ୍ରାଣ ହରାଇଛନ୍ତି। ହିମାଚଳରେ ଗତ ୩୬ ଘଣ୍ଟା ମଧ୍ୟରେ ୧୪ଟି ଭୂସ୍ଖଳନ ଏବଂ ୧୩ଟି ସ୍ଥାନରେ ବର୍ଷାଜନିତ ଆକସ୍ମିକ ବନ୍ୟା ସୃଷ୍ଟି ହୋଇଛି। ଉତ୍ତରାଖଣ୍ଡର ଋଷିକେଶ-ବଦ୍ରିନାଥ ଜାତୀୟ ରାଜପଥର ଗୁଲାର ନିକଟରେ ଭୂସ୍ଖଳନ ଯୋଗୁ ଏକ ଜିପ୍‌ ଗଙ୍ଗାନଦୀକୁ ଖସିପଡ଼ିବାରୁ ୩ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ଘଟିବା ସହ ଅନ୍ୟ ୩ ଜଣ ନିଖୋଜ ଅଛନ୍ତି। ଜିପ୍‌ରେ ୧୧ ଯାତ୍ରୀ ଥିବାବେଳେ ସେମାନଙ୍କ ମଧ୍ୟରୁ ୫ ଜଣଙ୍କୁ ଉଦ୍ଧାର କରାଯାଇଛି। ଜମ୍ମୁ-କଶ୍ମୀରର ଡୋଡା ଜିଲାରେ ଭୂସ୍ଖଳନ ଯୋଗୁ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇ ୨ ଜଣଙ୍କ ମୃତ୍ୟୁ ଘଟିଛି। ଡୋଗ୍ରା ନାଲ୍ଲାରେ ଆକସ୍ମିକ ବନ୍ୟା ଆସିବା ଯୋଗୁ ଦୁଇ ଯବାନ ଭାସିଯାଇଥିଲେ। ପୁଞ୍ଚ୍‌ ଜିଲାରୁ ସେମାନଙ୍କ ମୃତଦେହ ମିଳିଛି। ଜମ୍ମୁ-କଶ୍ମୀର ଏବଂ ଲଦାଖର ବିଭିନ୍ନ ସ୍ଥାନରେ ତୁଷାରପାତ ହୋଇଥିବାବେଳେ ପ୍ରବଳ ବର୍ଷା ହେବା ନେଇ କଠୁଆ ଏବଂ ସାମ୍ବା ଜିଲାରେ ରେଡ୍‌ ଆଲର୍ଟ ଜାରି ହୋଇଛି।
ହିମାଚଳପ୍ରଦେଶର ଚନ୍ଦ୍ରତାଲରେ ଆକସ୍ମିକ ବନ୍ୟା ଯୋଗୁ ୨୦୦ ଲୋକ ଜଳବନ୍ଦୀ ରହିଛନ୍ତି। ବେଆସ୍‌ ନଦୀରେ ବନ୍ୟା ଆସିବାରୁ ଚଣ୍ଡିଗଡ଼-ମନାଲି ଜାତୀୟ ରାଜପଥର କେତେକ ସ୍ଥାନ ଧୋଇଯାଇଛି। ଭୂସ୍ଖଳନ ଏବଂ ବନ୍ୟାରେ ରାସ୍ତା ଧୋଇଯିବା ଯୋଗୁ ଉତ୍ତରାଖଣ୍ଡ ପାର୍ବତ୍ୟାଞ୍ଚଳର ଅନେକ ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଯାଇଛି। ମନାଲିରେ କେତେକ ଦୋକାନ ଭାସିଯାଇଥିବାବେଳେ କୁଲ୍ଲୁ, କିନ୍ନଉର ଏବଂ ଚାମ୍ବାର ଛୋଟ ନଦୀଗୁଡ଼ିକରେ ବନ୍ୟା ଆସି କେତେକ ଗାଡ଼ି ଭାସିଯାଇଛି।
ପଞ୍ଜାବ ଓ ହରିୟାଣାରେ ପ୍ରବଳ ମୌସୁମୀ ବର୍ଷା ଯୋଗୁ ଅନେକ ଅଞ୍ଚଳ ଜଳାର୍ଣ୍ଣବ ହେବା ସହ ତଳିଆ ଅଞ୍ଚଳରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି। ପ୍ରଭାବିତ ଅଞ୍ଚଳ ଗସ୍ତ କରି ଲୋକଙ୍କୁ ସହାୟତା କରିବା ଲାଗି ପଞ୍ଜାବ ସରକାର ଏହାର ମନ୍ତ୍ରୀ, ଉପକମିଶନର, ବରିଷ୍ଠ ଏସ୍‌ପି ଏବଂ ଅନ୍ୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ହରିୟାଣାର ମାର୍କଣ୍ଡ, ଘାଗର ଏବଂ ଟାଙ୍ଗ୍ରି ନଦୀର ଜଳସ୍ତର ବିପଦ ସଙ୍କେତ ନିକଟତର ହୋଇଥିବାରୁ ସରକାର ବନ୍ୟା କଣ୍ଟ୍ରୋଲ ରୁମ୍‌ ଖୋଲିଛନ୍ତି। ଉତ୍ତରପ୍ରଦେଶରେ ପ୍ରବଳ ବର୍ଷା ଲାଗିରହିଥିବାବେଳେ ରବିବାର କୌଶମ୍ବିରେ ଗଛ ଡାଳ ପଡ଼ି ୧୦ ବର୍ଷର ବାଳିକା ପ୍ରାଣ ହରାଇଛନ୍ତି। ଶନିବାର ବାଲିଆରେ ବଜ୍ରପାତ ଯୋଗୁ ୨ ଜଣଙ୍କ ମୃତ୍ୟୁ ହେବା ସହ ୩ ଆହତ ହୋଇଥିଲେ। ରାଜସ୍ଥାନର କେତେକ ଅଞ୍ଚଳରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇଛି। ଝୁନ୍‌ଝୁନୁରେ ରବିବାର ସକାଳ ସୁଦ୍ଧା ସର୍ବାଧିକ ୧୨ ସେଣ୍ଟିମିଟର ବର୍ଷା ହୋଇଛି। ଜୁଲାଇ ମାସର ପ୍ରଥମ ୮ ଦିନର ଭଲ ବର୍ଷା ସାରା ଦେଶରେ ବର୍ଷା ନିଅଣ୍ଟକୁ ଭରଣା କରିଥିବା ପାଣିପାଗ ବିଭାଗ କହିଛି।
ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହା ରବିବାର ଦିଲ୍ଲୀ ଏବଂ ଜମ୍ମୁ-କଶ୍ମୀରର ଉପରାଜ୍ୟପାଳଙ୍କ ସହ ବର୍ଷା ସ୍ଥିତିକୁ ନେଇ ଫୋନ୍‌ରେ କଥା ହୋଇଛନ୍ତି। ପ୍ରବଳ ବର୍ଷା ଯୋଗୁ ୩ ଦିନ ହେଲା ଅମରନାଥ ଯାତ୍ରା ବନ୍ଦ ରହିଥିବାବେଳେ ଏନେଇ ଶାହା ଜମ୍ମୁ-କଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନାଙ୍କଠାରୁ ସବିଶେଷ ତଥ୍ୟ ବୁଝିଥିଲେ।
ଦିଲ୍ଲୀରେ ସୋମବାର ସ୍କୁଲ ବନ୍ଦ
ଦୁଇଦିନ ହେଲା ଦିଲ୍ଲୀରେ ପ୍ରବଳ ବର୍ଷା ଯୋଗୁ ରାସ୍ତା ଜଳମଗ୍ନ ହୋଇ ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇଥିବାବେଳେ ସୋମବାର ଦିଲ୍ଲୀର ସମସ୍ତ ସ୍କୁଲ୍‌ ବନ୍ଦ ରଖିବାକୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ଘୋଷଣା କରିଛନ୍ତି। ରବିବାର ପ୍ରବଳ ବର୍ଷା ଯୋଗୁ ଏକ ସରକାରୀ ସ୍କୁଲ୍‌ର ପାଚେରି ଭୁଶୁଡ଼ି ପଡ଼ିଛି। ସବୁ ସରକାରୀ ସ୍କୁଲ୍‌ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିବାକୁ ଦିଲ୍ଲୀ ମନ୍ତ୍ରୀ ଅତିଶି ଶିକ୍ଷା ବିଭାଗର ବରିଷ୍ଠ ଅଧିକାରୀ, ସ୍କୁଲ୍‌ ପ୍ରିନ୍ସିପାଲ ଓ ଭାଇସ୍‌ ପ୍ରିନ୍ସିପାଲମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ହିମାଚଳପ୍ରଦେଶ ସରକାର ମଧ୍ୟ ମଙ୍ଗଳବାର ପର୍ଯ୍ୟନ୍ତ ସ୍କୁଲ୍‌ ଛୁଟି ଘୋଷଣା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱକପ୍‌ର ପ୍ରଥମ ମ୍ୟାଚ୍‌ କାହିଁକି ଖେଳିଲେନି ଜସପ୍ରିତ ବୁମ୍‌ରାହ? ନିରାଶ ହେଲେ ପ୍ରଶଂସକ  

ମୁମ୍ବାଇ,୭।୨: ଭାରତ ମୁମ୍ବାଇର ୱାଙ୍ଖଡେ କ୍ରିକେଟ ଷ୍ଟାଡିୟମରେ ଆମେରିକା ବିପକ୍ଷରେ T୨୦ ବିଶ୍ୱକପ ଅଭିଯାନ ଆରମ୍ଭ କରିଛି।ପ୍ରଥମ ମ୍ୟାଚ୍‌ରେ ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଟସ ହାରିଥିଲେ।…

ଏକା ଲଢ଼ିଲେ ସୂର୍ଯ୍ୟକୁମାର…USA ବିପକ୍ଷରେ ରଚିଲେ ଇତିହାସ 

ମୁମ୍ବାଇ,୭।୨: ଟି୨୦ ବିଶ୍ୱକପ୍‌ରେ ଐତିହାସିକ ଓ୍ବାଙ୍ଖଡ଼େ ଷ୍ଟାଡିୟମରେ ଆମେରିକା ବିପକ୍ଷରେ ପ୍ରଥମ ମ୍ୟାଚ୍‌ ସହ ଅଭିଯାନ ଆରମ୍ଭ କରିଛି ଟିମ୍‌ ଇଣ୍ଡିଆ। ମ୍ୟାଚ୍‌ରେ ଟସ୍‌ ହାରିବା ପରେ…

ରୋଷେଇ କରୁଥିଲେ, ଗ୍ୟାସ ସିଲିଣ୍ଡରରୁ ଲାଗିଗଲା ନିଆଁ; ପରିବାରର ୫ ଗୁରୁତର…

ଆନନ୍ଦପୁର,୭।୨(ସୁଶାନ୍ତ କୁମାର ସାହୁ): ରୋଷେଇ କରୁଥିବା ବେଳେ ଅଘଟଣ। ଗ୍ୟାସ ସିଲିଣ୍ଡରରୁ ନିଆଁ ଲାଗି ପରିବାରର ୫ଜଣ ଗୁରୁତର। ଏଭଳି ଏକ ଅଘଟଣ ଘଟିଛି କେନ୍ଦୁଝର ଜିଲା…

T20 World Cup: ଆରମ୍ଭରୁ ଆଣ୍ଠେଇଲାଣି ଟିମ୍‌ ଇଣ୍ଡିଆ, ବଡ଼ ସ୍କୋର କରିବା ମୁସ୍କିଲ; ବାଜି ମାରି ନେଇପାରେ USA 

ମୁମ୍ବାଇ,୭।୨ଁ: ଆରମ୍ଭ ହୋଇଛି ୨୦୨୬ ଟି୨୦ ବିଶ୍ୱକପ । ଟିମ ଇଣ୍ଡିଆ ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଆମେରିକା ବିପକ୍ଷରେ ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ ଖେଳୁଛି। ଏଥିରେ ଆମେରିକା…

ଚାଲିଥିଲା ବାର୍ଷିକୋତ୍ସବ: ଅଣଛାତ୍ର ପଶି କଲେଜ ଛାତ୍ରଙ୍କୁ କଲେ ଲହୁଲୁହାଣ

ବଲାଙ୍ଗୀର,୭ା୨(ସୁନିଲ କୁମାର ମହାନ୍ତି): ସରକାରୀ ବଲାଙ୍ଗୀର କଲେଜରେ ଉତ୍ତେଜନା ପ୍ରକାଶ ପାଇଛି। ଅଣଛାତ୍ରଙ୍କ ମାଡ଼ରେ ଦୁଇ କଲେଜ ଛାତ୍ର ଗୁରୁତର ହୋଇପଡ଼ିଛନ୍ତି। ବଲାଙ୍ଗୀର ସହର ଉପକଣ୍ଠରେ ଥିବା…

Post Office FD vs RD: କେଉଁ ସ୍କିମ୍‌ ଦେଉଛି ସବୁଠାରୁ ଅଧିକ ରିଟର୍ନ? ନିବେଶ ପୂର୍ବରୁ ଜାଣି ରଖନ୍ତୁ…

ନୂଆଦିଲ୍ଲୀ,୭।୨:  ଛୋଟ ନିବେଶକଙ୍କ ମଧ୍ୟରେ ପୋଷ୍ଟ ଅଫିସ ଫିକ୍ସଡ୍ ଡିପୋଜିଟ୍ (FD) ଏବଂ ରିକରିଂ ଡିପୋଜିଟ୍ (RD) ବହୁତ ଲୋକପ୍ରିୟ। ଏହି ଦୁଇଟି ସ୍କିମ୍ ଭାରତ ସରକାରଙ୍କ…

ନବୀନଙ୍କ ନାଁରେ ସାଂଘାତିକ ଅଭିଯୋଗ: ନିଦରୁ ଉଠି ପ୍ରଳାପ କରୁଛନ୍ତି…

ଭୁବନେଶ୍ୱର,୭।୨: ବିରୋଧୀଦଳ ନେତା ନବୀନଙ୍କୁ AG ପୀତାମ୍ବର ଆଚାର୍ଯ୍ୟ କଡ଼ା କାଉଣ୍ଟର କରିଛନ୍ତି। ‘ଏକ୍ସ’ରେ ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ନବୀନଙ୍କ ମନ୍ତବ୍ୟକୁ ନେଇ କଡ଼ା ଜବାବ…

ମନର ଭାବନାକୁ ପାର୍ଟନରଙ୍କ ଆଗରେ ଖୋଲାଖୋଲି ପ୍ରକାଶ କରିବାର ଦିନଟିଏ…

ପ୍ରତିବର୍ଷ ଫେବୃଆରୀ ୮ରେ ବିଶେଷକରି ଯୁବପିଢ଼ି ପାଳନ କରିଥାନ୍ତି ପ୍ରପୋଜ ଡେ’। ଭାଲେଣ୍ଟାଇନ୍ସ ଉଇକ୍‌ର ଦ୍ୱିତୀୟ ଦିନ ହେଉଛି ପ୍ରପୋଜ ଡେ’। ଏହି ଦିନଟି ନିଜର ଭାବନାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri