ବରଗଡ଼ ଜିଲାରେ ବର୍ଷା ବିତ୍ପାତ, ଜନଜୀବନ ଅସ୍ତବ୍ୟସ୍ତ

ବରଗଡ଼/ଗାଇସିଲେଟ୍‌/ବରପାଲି/ଅତାବିରା/ପଦ୍ମପୁର, ୩।୮(ପ୍ରେମାନନ୍ଦ ଖମାରୀ/ବେଦପ୍ରକାଶ କଲେତ୍‌/ଚିତ୍ତରଞ୍ଜନ ସାହୁ/
ହୃଷିକେଶ ଖମାରୀ/ପ୍ରଦୀପ୍ତ ଦାଶ): ବରଗଡ଼ ଜିଲାରେ ୨ଦିନ ହେଲା ବର୍ଷା ଲାଗି ରହିଛି । ଲଗାଣ ବର୍ଷା ଯୋଗୁ ଜିଲାର ବିଭିନ୍ନ ଅଞ୍ଚଳ ପ୍ରଭାବିତ ହୋଇଛି। କେଉଁଠାରେ ପୋଲ ଉପରେ ଆଣ୍ଠୁଏ ପାଣି ବହୁଛି ତ ଆଉ କେଉଁଠି ଡ୍ରେନ ତଥା ରାସ୍ତାଘାଟ ପାଣି ଘରଦ୍ୱାରକୁ ପଶୁଛି । ସେହିପରି କେତେକ ସ୍ଥାନରେ ମାଟିକାନ୍ଥ ଭୁଷୁଡ଼ି ପଡ଼ିଥିବାବେଳେ ଚାଷଜମି ମଧ୍ୟ ଜଳମଗ୍ନ ହୋଇ ପଡ଼ିଛି। କଚାରାସ୍ତାରେ ଯାତାୟାତ ବାଧାପ୍ରାପ୍ତ ହୋଇଛି । ବିଜେପୁର ବ୍ଲକରେ ଘର ଭାଙ୍ଗିଯିବା ଯୋଗୁ ୩ଜଣ ଆହତ ହୋଇଥିବା ସୂଚନା ମିଳିଛି । ଏଭଳି ବର୍ଷା ବିତ୍ପାତ ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଇଛି । ବର୍ଷା ଲାଗି ରହିଥିବାବେଳେ ବୁଧବାର ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ଥିବା ଯୋଗୁ ଆଗକୁ ଏହି ସମସ୍ୟ ଆହୁରି ବଢ଼ିଯିବା ଆଶଙ୍କା ରହିଛି । ପ୍ରଶାସନିକ ଅଧିକାରୀମାନେ ପ୍ରଭାବିତ ଅଞ୍ଚଳ ବୁଲି ଦେଖିଥିବାବେଳେ ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ଆଶ୍ରୟସ୍ଥଳୀ ଖୋଲାଯାଇଛି ।
ସୂଚନା ଅନୁଯାୟୀ, ବୁଧବାର ସନ୍ଧ୍ୟା ସୁଦ୍ଧା ଜିଲାର ଅମ୍ବାଭୋନାରେ ୭୫.୫, ଅତାବିରାରେ ୬୫.୨, ବରଗଡ଼ରେ ୮୫.୬, ବରପାଲିରେ ୧୪୮, ଭଟଲିରେ ୬୦, ଭେଡ଼େନରେ ୯୫.୩, ବିଜେପୁରରେ ୧୮୫, ଗାଇସିଲେଟରେ ୧୭୦, ଝାରବନ୍ଧରେ ୯୮, ପାଇକମାଳ, ୯୪, ପଦ୍ମପୁରରେ ଏବଂ ସୋହେଲାରେ ୧୩୦ ମି.ମି ବୃଷ୍ଟିପାତ ରେକର୍ଡ଼ ହୋଇଛି । ଏଭଳି ବୃଷ୍ଟିପାତ ଯୋଗୁ ବରପାଲି, ବିଜେପୁର, ଗାଇସିଲେଟ, ଭେଡ଼େନ, ଅତାବିରା ଆଦି ବ୍ଲକର ଲୋକେ ଅଧିକ ପ୍ରଭାବିତ ହୋଇଥିବା ଜଣାପଡ଼ିଛି । ବରପାଲି ବିଜ୍ଞାପିତ ଅଞ୍ଚଳ ପରିଷଦ(ଏନଏସି)ର ବିଭିନ୍ନ ଅଞ୍ଚଳ ଜଳମଗ୍ନ ହୋଇ ପଡ଼ିଛି । ୧୧ୱାର୍ଡ଼ ବିଶିଷ୍ଟ ଉକ୍ତ ଏନଏସି ଅଧିନ ୱାର୍ଡ଼ ନଂ-୧ର କୁଷ୍ଠାବନ୍ଧ ପଡ଼ା, ଜଗନ୍ନାଥ ନଗର, ୱାର୍ଡ଼ ନଂ-୨ ଶାନ୍ତି ନଗର, ଡାକବଙ୍ଗଳା ପଡ଼ା ସମେତ ବିଭିନ୍ନ ଅଞ୍ଚଳରେ ଆଣ୍ଠୁଏ ଲେଖାଏଁ ପାଣି ଜମି ରହଥିଲା। ସେହିପରି ଅନେକ ଘରକୁ ପାଣି ମଧ୍ୟ ପଶିଥିଲା । ଏନଏସି ଅଧ୍ୟକ୍ଷ ଦିନେଶ ଗହିରଙ୍କ ଉପସ୍ଥିତିରେ ଅଗ୍ନିଶମ କର୍ମଚାରୀମାନେ ସମ୍ପୃକ୍ତ ଘର ଗୁଡ଼ିକ ମଧ୍ୟରୁ ପାଣି ନିଷ୍କାସନ କରିଥିବାବେଳେ ଜରୁରୀ ଭିତ୍ତିରେ କେତେକ ସ୍ଥାନରେ ନାଳ ମଧ୍ୟ ଖୋଲାଯାଇଥିଲା ।

ସେହିପରି ବିଜେପୁରରୁ ଗାଇସିଲେଟ ବ୍ଲକ ଅନ୍ତର୍ଗତ ଗୁଦେରପାଲି ଘେଁସାଲି ନଦୀ ପୋଲ ଉପରେ ୮ଫୁଟରୁ ଅଧିକ ବନ୍ୟାଜଳ ଯାଉଥିବା ଯୋଗୁ ବିଜେପୁରରୁ ଉକ୍ତ ରାସ୍ତା ଦେଇ ପଦ୍ମପୁରକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇ ପଡ଼ିଛି। ଅନ୍ୟପକ୍ଷେ ଅଧିକ ବନ୍ୟାଜଳ ଆସିଲେ ସେଠାରେ ରହିଥିବା ନିର୍ମାଣାଧିନ ବ୍ରିଜ ମଧ୍ୟ କ୍ଷତିଗ୍ରସ୍ତ ହେବାର ଆଶଙ୍କା ଦେଖାଯାଇଛି। ବିଜେପୁର ବ୍ଲକର ଲାଉମୁଣ୍ଡା, କାଲସେଡ଼େରା ଆଦି ଗ୍ରାମର ଲୋକେ ଅଧିକ ପ୍ରଭାବିତ ହୋଇଛନ୍ତି। ଲାଉମୁଣ୍ଡା ପେଟ୍ରୋଲ ପମ୍ପରେ ଆଣ୍ଠୁଏ ପାଣି ଜମି ରହିଥିବାବେଳେ କାଲସେଡେରା ଗ୍ରାମରେ ଘର ଭାଙ୍ଗିଯିବା ଯୋଗୁ ଶାନ୍ତି କାଲସା, ଗୋପାଳ କାଲସା, ଗଦନ କାଲସା ଆହତ ହୋଇଛନ୍ତି । ଶାନ୍ତିଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ଥିବା ଯୋଗୁ ତାଙ୍କୁ ଭୀମସାର୍‌, ବୁର୍ଲା ଡାକ୍ତରଖାନାକୁ ପଠାଯାଇଛି। ସେହିପରି ଅନ୍ୟ ୨ଜଣ ବିଜେପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସାଧିନ ଅଛନ୍ତି । ଉକ୍ତ ବ୍ଲକର ଟି. ଗଣ୍ଡପାଲିରେ ଏକ ଜଳାଶୟ(କଁଟା) ଭୁଷୁଡ଼ ପଡ଼ିଥିବା ସୂଚନା ମିଳିଛି ।

ଅତାବିରା ବ୍ଲକ ଅନ୍ତର୍ଗତ ବାବେବିରା ଏବଂ ଅମସ୍ତଲା ମଧ୍ୟରେ ପ୍ରବାହିତ ଝାଇଁଜୋର୍‌ ନଦୀର ଫେୟାର ୱେଦର ରାସ୍ତା ଧୋଇ ହୋଇଯାଇଛି। ଫଳରେ ବାବେବିରାରୁ ଅମସ୍ତଲା ଅଞ୍ଚଳକୁ ଗମନାଗମନ ବିଚ୍ଛିନ୍ନ ହୋଇ ପଡ଼ିଛି। ଝାଇଁଜୋରରୁ ଉଭୟ ପାର୍ଶ୍ୱରେ ରହିଥିବା ଚାଷଜମି ଜଳମଗ୍ନ ହୋଇ ପଡ଼ିଛି । ପାଲି ବୁଗବୁଗା-ଝିଲିମିଣ୍ଡା ଏବଂ ଭୂତଟିକ୍ରା-ପତ୍ରାପାଲି ନାଳର କଲଭର୍ଟ ଉପରେ ୬ଫୁଟରୁ ଊର୍ଦ୍ଧ୍ୱ ପାଣି ବହୁଥିବା ଯୋଗୁ ଯାତାୟାତ ବାଧାପ୍ରାପ୍ତ ହୋଇଛି। କର୍ଣ୍ଣଟିକ୍ରା-ନଘାପାଲି ବ୍ରିଜ ଉପରେ ମଧ୍ୟ ବନ୍ୟାଜଳ ପ୍ରବାହିତ ହେଉଥିବା ଯୋଗୁ ସେହି ରାସ୍ତାରେ ଯାତାୟାତ ଠପ୍‌ ପଡ଼ି ଯାଇଛି। ଲଗାଣ ବର୍ଷା ଯୋଗୁ ପଦ୍ମପୁର ଉପଖଣ୍ଡ ଲଖମରା, ଚର୍ଦାପାଲି ମଝିରେ ପ୍ରବାହିତ ଅଙ୍ଗନଦୀରେ ଜଳସ୍ତର ବିପଦପୂର୍ଣ୍ଣ ରହିଛି। ଫଳରେ ଡଙ୍ଗା ଚଳାଚଳ ବନ୍ଧ ଥିବା ଯୋଗୁ ଚର୍ଦାପାଲି, ଲୁହୁରାକୋଟ୍‌, ଗୁଣ୍ଡିଚାଡିହି, ଲହଣ୍ଡିପୁର, ଡଙ୍ଗରିଆ ଗ୍ରାମବାସୀ ଜଳବନ୍ଦୀ ଅବସ୍ଥାରେ ଅଛନ୍ତି। ବର୍ଷାଋତୁରେ ଚର୍ଦାପାଲି ପଞ୍ଚାୟତବାସୀ କାଠଡଙ୍ଗା ସାହାଯ୍ୟରେ ଓଡ଼ିଶାକୁ ଆସିଥାନ୍ତି । ଉକ୍ତ ପଞ୍ଚାୟତର ବ୍ଲକ କାର୍ଯ୍ୟାଳୟ ପାଇକମାଳ, ପୋଲିସ ଥାନା ଝାରବନ୍ଧ ବ୍ଳକର ଜଗଦଲପୁର ଥାନା ଏବଂ ତହସିଲ କାର୍ଯ୍ୟାଳୟ ରାଜବୋଡ଼ାସମ୍ବର ବ୍ଳକର ପଦ୍ମପୁରରେ ରହିଛି । ମାତ୍ର ଯାତାୟାତରେ ଅଙ୍ଗନଦୀ ବାଧକ ସାଜିଛି। ଏଠାରେ ସେତୁ ନିର୍ମାଣାଧୀନ ରହିଛି ।


Enter your email to get our daily news in your inbox.

All Right Reserved By Dharitri.Com

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଚାଉଳ ନପାଇ ଫେରି ଯାଉଛନ୍ତି ଲୋକେ: ସାନଖେମୁଣ୍ଡିରେ ଖାଉଟିଙ୍କୁ ଚାଉଳ ଯୋଗାଣରେ ଅବ୍ୟବସ୍ଥା ..

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗ୍ରାମାଞ୍ଚଳମାନଙ୍କରେ ଖାଦ୍ୟ ଯୋଗାଣ ବିଭାଗ ପକ୍ଷରୁ ଖାଉଟିଙ୍କୁ ଚାଉଳ ଯୋଗାଣରେ ଅବ୍ୟବସ୍ଥା ନେଇ ସିଙ୍ଗପୁର ପଞ୍ଚାୟତ ସରପଞ୍ଚ…

୧୬ ନମ୍ବର ଜାତୀୟ ରାଜପଥ ବଡ଼ ଘାଟି ଉପରେ ଓଲଟିଲା ଏସିଡି ଟ୍ୟାଙ୍କର

ଖଲ୍ଲିକୋଟ,୩୧।୩(ପ୍ରଶାନ୍ତ କୁମାର ମିଶ୍ର): ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ୧୬ ନଂ. ଜାତୀୟ ରାଜପଥ ବଡ଼ଘାଟି ଉପରେ ମଙ୍ଗଳବାର ଅପରାହ୍ନରେ ଏକ ଏସିଡି ବୋଝେଇ ଟ୍ୟାଙ୍କର ଓଲଟି ପଡିଛି।…

ରବି ଧାନ ବିକ୍ରି ପଞ୍ଜିକରଣ ଅବଧି ବୃଦ୍ଧି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

କୋକସରା,୩୧।୩(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଇନ୍ଦ୍ରାବତୀ ଉଠା ଜଳସେଚନ ଅଞ୍ଚଳର ଚାଷୀମାନେ ଚଳିତ ବର୍ଷ ରବି ଚାଷ ଧାନ ବିକ୍ରି ପଞ୍ଜିକରଣରୁ ବାଦ ପଡ଼ିଛନ୍ତି। ଫଳରେ କୋକସରା ବ୍ଳକ…

ଉତ୍କଳ ପ୍ରଦେଶ ଗଠନରେ ବଡ଼ଖେମୁଣ୍ଡିର ଅବଦାନ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ବଡ଼ଖେମୁଣ୍ଡି ହାଇସ୍କୁଲ ପରିସରରେ ମଙ୍ଗଳବାର ଉତ୍କଳ ସମ୍ମିଳନୀ ଗଞ୍ଜାମ ଜିଲା ଶାଖା ଆନୁକୂଲ୍ୟରେ ପବିତ୍ର ଉତ୍କଳ ଦିବସ ଅବ୍ୟବହିତ…

ଲୁଚାଇ ରଖିଥିଲେ: ମିଳିଲା ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର, ମାଓବାଦୀ ସାମଗ୍ରୀ

ଫୁଲବାଣୀ,୩୧।୩(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ଦାରିଙ୍ଗିବାଡି ଥାନା ଅଞ୍ଚଳରେ କୋମ୍ବିଂ ଅପରେଶନ ବେଳେ ସୁରକ୍ଷାକର୍ମୀ ବିପୁଳ ପରିମାଣର ମାଓବାଦୀ ସାମଗ୍ରୀ ଜଙ୍ଗଲରୁ ଜବତ କରିଛନ୍ତି। ଜବତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri