ରେଳ ବିଭାଗ କଲା ବଡ଼ ଘୋଷଣା: ଖୁସିରେ ରେଲୱେ ଷ୍ଟେଶନରେ ବିଜୟ ଉତ୍ସବ ପାଳିଲେ ବିଜେଡିର କର୍ମକର୍ତ୍ତା, ଜନସାଧାରଣ

ବଲାଙ୍ଗୀର, ୨୨।୫ (ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ରେଲୱେ ଷ୍ଟେଶନଠାରେ ବିଜେଡିର ଶତାଧିକ କର୍ମକର୍ତ୍ତା, ବିଭିନ୍ନ ସଙ୍ଗଠନର ସଦସ୍ୟ ଓ ଜନସାଧାରଣ ଶୁକ୍ରବାର ବିଜୟ ଉତ୍ସବ ପାଳନ କରିଛନ୍ତି। ବିଶାଖାପାଟଣା – ନୂଆଦିଲ୍ଲୀ ନୂଆ ଟ୍ରେନର ବଲାଙ୍ଗୀର ଷ୍ଟେଶନରେ ରହଣି ନଥିବା ପ୍ରତିବାଦରେ ବିଜେଡି ନେତୃତ୍ୱରେ ଆଜି ବିକ୍ଷୋଭ ପ୍ରଦର୍ଶନ କାର୍ଯ୍ୟକ୍ରମ ରହିଥିଲା। ତେବେ ରେଳ ବିଭାଗ ପକ୍ଷରୁ ବଲାଙ୍ଗୀର ଷ୍ଟେଶନରେ ଉକ୍ତ ଟ୍ରେନ ଦୁଇ ମିନିଟ ରହିବ ବୋଲି ଘୋଷଣା ପରେ ରେଲୱେ ଷ୍ଟେଶନରେ ବିଜୟ ଉତ୍ସବ ପାଳନ କରାଯାଇଛି। ଜିଲା ପରିଷଦ ସଭାପତି ଦେବକୀ ସାହୁ, ପୌରାଧ୍ୟକ୍ଷା ଲିକା ସାହୁ, ଉପାଧ୍ୟକ୍ଷା ଗାୟତ୍ରୀ ଭୋଇ, ବିଜେଡି ନେତା ଲକ୍ଷ୍ମଣ କୁମାର ମେହେର, ଗୋଲାପ ବାଗ, ଶମ୍ଭୁ ନାଗ, ନାଗରିକ କମିଟି ସମ୍ପାଦକ ମଧୁସୂଦନ ନାୟକ, କିଶୋର ପୁରୋହିତ, ଅଶୋକ ଚାନ୍ଦ ଓ ଅନ୍ୟ ସଙ୍ଗଠନର ପ୍ରତିନିଧି, ବହୁ ମହିଳା ଓ ଜନସାଧାରଣ ସାମିଲ ହୋଇଥିଲେ। ସ୍ବତନ୍ତ୍ର ଟ୍ରେନ ଆସିବା ପରେ ଯାତ୍ରୀମାନଙ୍କୁ ମୃଦୁ ପାନୀୟ ବଣ୍ଟନ କରାଯିବା ସହ ସମବେତ ଜନତାଙ୍କୁ ମିଠା ବଣ୍ଟନ କରାଯାଇଥିଲା।

 

Odisha’s No.1 Odia Daily

Share