Categories: ବାଣିଜ୍ୟ

ଟ୍ରେନ୍‌ ସେବା ସ୍ବାଭାବିକ ନେଇ ରେଲଓ୍ବେର ସ୍ପଷ୍ଟୀକରଣ

ନୂଆଦିଲ୍ଲୀ: ଏପ୍ରିଲ ମାସରେ ନିର୍ଦ୍ଦିଷ୍ଟ ତାରିଖ ସହ ଦେଶରେ ଯାତ୍ରୀବାହୀ ଟ୍ରେନ୍‌ ପୂର୍ଣ୍ଣମାତ୍ରାରେ ଚଳାଚଳ କରିବାକୁ ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। କିଛି ଦିନ ମଧ୍ୟରେ ସରକାରଙ୍କ ପକ୍ଷରୁ ନିୟମିତ ଭାବେ ଏ ସମ୍ପର୍କରେ ସ୍ପଷ୍ଟୀକରଣ ଦିଆଯାଇ ଚାଲିଛି। ପୁଣି ଥରେ ଏ ସମ୍ପର୍କରେ ସୂଚିତ କରାଯାଇଛି। ନିୟମିତ ଭାବେ ପୂର୍ଣ୍ଣମାତ୍ରାରେ ଟ୍ରେନ୍‌ ଚଳାଚଳ କରିବା ସକାଶେ କୌଣସି ନିର୍ଦ୍ଦିଷ୍ଟ ତାରିଖ ଧାର୍ଯ୍ୟ କରାଯାଇନାହିଁ। ପର୍ଯ୍ୟାୟକ୍ରମେ ରେଳବାଇ ପକ୍ଷରୁ ଟ୍ରେନ୍‌ ସେବାକୁ ବୃଦ୍ଧି କରାଯାଉଛି। ଏବେ ଦେଶ ମଧ୍ୟରେ ୬୫% ଟ୍ରେନ ଚଳାଚଳ କରୁଛି। କେବଳ ଜାନୁୟାରୀ ମାସରେ ୨୫୦ ଅଧିକ ଟ୍ରେନ୍‌ ସାମିଲ କରାଯାଇଛି। ଧୀରେ ଧୀରେ ଏଥିରେ ଆହୁରି ଅଧିକ ସଂଖ୍ୟକ ଟ୍ରେନ୍‌ ଯୋଡ଼ାଯିବ। ଏଥିଲାଗି ସମସ୍ତ ଦିଗ ପ୍ରତି ଦୃଷ୍ଟି ଦିଆଯିବ। ପରେ ପରବର୍ତ୍ତୀ ନିଷ୍ପତ୍ତି ଗ୍ରହଣ କରାଯିବ। ଭୁଲ୍‌ ଖବରକୁ ନେଇ ଆଶଙ୍କା ଏବଂ ସମ୍ଭାବନାଠାରୁ ଦୂରେଇ ରହିବାକୁ ରେଲଓ୍ବେ ପକ୍ଷରୁ ନିବେଦନ କରାଯାଇଛି। ଏ ସମ୍ପର୍କରେ ଯଦି କିଛି ନୂଆ ନିଷ୍ପତ୍ତି ଆସେ ତେବେ ଲୋକଙ୍କୁ ଅବଗତ କରାଯିବ ବୋଲି ଏହା ପ୍ରକାଶ କରିଛି।

Share