ରେଲଓ୍ବେ ଆଣିବ ‘ସୁପର ଆପ୍‌’, ଗୋଟିଏ ସ୍ଥାନରେ ମିଳିବ ସମସ୍ତ ସୁବିଧା

ଭୁବନେଶ୍ୱର,୧୨।୪(ଅନୁରାଧା ମହାରଣା): ଭାରତୀୟ ରେଳ ଦେଶର ଗୋଟିଏ କୋଣକୁ ଅନ୍ୟ କୋଣକୁ ସଂଯୋଗ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଗତ କିଛି ବର୍ଷ ମଧ୍ୟରେ ରେଳବାଇ ଟେକ୍ନୋଲୋଜି ମାଧ୍ୟମରେ ଅନେକ ସମସ୍ୟାର ସମାଧାନ ଖୋଜି ପାଇଛି। ବର୍ତ୍ତମାନ ଭାରତୀୟ ରେଳପଥ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଲଗା ଆପ୍‌ ରହିଛି । ଏକାଧିକ ଆପ୍‌ ସମ୍ପର୍କରେ ଅବଗତ ନ ଥିବାରୁ ମାତ୍ର ଯାତ୍ରୀମାନେ ଅସୁବିଧାରେ ପଡ଼ୁଛନ୍ତି। ସେଥିପାଇଁ ଭାରତୀୟ ରେଳପଥ ଏକ ସୁପର ଆପ୍‌ ବିକାଶ କରୁଥିବା ସୂଚନା ମିଳିଛି। ଏହି ଆପ୍‌ ଯାତ୍ରୀଙ୍କୁ ରେଳବାଇର ସମସ୍ତ ସେବା ଗୋଟିଏ ସ୍ଥାନରେ ପ୍ରଦାନ କରିବ।

ଭାରତୀୟ ରେଳପଥର ଏହି ସୁପର ଆପ୍‌ ଟେକ୍ନୋଲୋଜି ହିସାବରେ ବହୁ ଉନ୍ନତ ହେବ ଏବଂ ପ୍ରାୟ ସମସ୍ତ ସେବାକୁ ଗୋଟିଏ ପ୍ଲାଟ୍‌ଫର୍ମରେ ପ୍ରଦାନ ପାଇଁ କାର୍ଯ୍ୟ କରିବ । ଏହା ମାଧ୍ୟମରେ ଯାତ୍ରୀ ଗୋଟିଏ ସ୍ଥାନରେ ଟିକେଟ ବୁକିଂ ଏବଂ ଟ୍ରେନ୍‌ ଟ୍ରାକିଂ ଭଳି ଅନେକ କାର୍ଯ୍ୟ କରିବାକୁ ସମର୍ଥ ହେବେ। ଲୋକ ସଭା ନିର୍ବାଚନ ୨୦୨୪ ପୂର୍ବରୁ ଏହାକୁ ଆରମ୍ଭ କରିବାକୁ ପ୍ରସ୍ତୁତି ଚାଲିଛି। ଏହା ବ୍ୟତୀତ ଟିକେଟ ଫେରସ୍ତ ପାଇଁ ଭାରତୀୟ ରେଳପଥ ୨୪ ଘଣ୍ଟା ସେବା ଆରମ୍ଭ କରିବାକୁ ଯାଉଛି। ଏହା ଟିକେଟ ବାତିଲର ସେବାକୁ ତ୍ୱରାନ୍ବିତ କରିବ ବୋଲି ଆଶା କରାଯାଉଛି।

ବର୍ତ୍ତମାନ, ଆଇଆର୍‌ସିଟିସି ରେଳ କନେକ୍ଟ ଆପ୍‌ ଭାରତୀୟ ରେଳପଥର ସବୁଠାରୁ ଲୋକପ୍ରିୟ ମୋବାଇଲ ଆପ୍‌ ଭାବେ ପରିଚୟ ପାଇଛି। ପାଖାପାଖି ୧୦ କୋଟି ଲୋକ ଏହି ଆପ୍‌ ଡାଉନଲୋଡ୍‌ କରିଛନ୍ତି। ଏହା ବ୍ୟତୀତ ରେଳ ମଦଦ୍‌, ୟୁଟିଏସ୍‌, ସତର୍କ, ଟିଏମ୍‌ଏସ୍‌ ନିରୀକ୍ଷଣ, ଆଇଆର୍‌ସିଟିସି ଏୟାର ଏବଂ ପୋର୍ଟରିଡ୍‌ ଭଳି ଅନେକ ଆପ୍‌ ମଧ୍ୟ କାମ କରୁଛି। ରେଳପଥ ଏହି ସମସ୍ତ ଆପ୍‌କୁ ଗୋଟିଏ ଆପ୍‌ରେ ସଂଯୋଗ କରିବାକୁ ଚେଷ୍ଟା କରୁଛି। ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନାନୁଯାୟୀ ୪ ଲକ୍ଷରୁ ଅଧିକ ଲୋକ କୋଲକାତା ମେଟ୍ରୋର ମୋବାଇଲ ଆପ୍‌ ବ୍ୟବହାର କରୁଛନ୍ତି। ଏହାକୁ କେନ୍ଦ୍ର ରେଳ ସୂଚନା (ସିଆର୍‌ଆଇଏସ୍‌) ଦ୍ୱାରା ବିକଶିତ କରାଯାଇଛି। ଯାତ୍ରୀମାନେ ଏହାକୁ ବ୍ୟବହାର କରି ଅନେକ ସେବା ପାଇପାରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ମଧ୍ୟରେ ଟ୍ରମ୍ପଙ୍କ ବଡ଼ ଘୋଷଣା: ବିଶ୍ୱ ବଜାରରେ ଆଶ୍ୱସ୍ତି, ହ୍ରାସ ପାଇଲା…

ଓ୍ବାଶିଂଟନ୍‌,୨୩।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ଯୋଗୁ ସାରା ବିଶ୍ୱରେ ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ପାଇଛି। ଭାରତୀୟ ମୁଦ୍ରା ଡଲାର ତୁଳନାରେ ୯୪.୦୧କୁ ଖସି ଆସି ଏସିଆରେ…

ଉଡାଣ ଭରିବାର କିଛି ସମୟ ପରେ ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ, ୧୧୦ ଜଣ କରୁଥିଲେ ଯାତ୍ରା

କଲମ୍ବିଆ,୨୩।୩: କଲମ୍ବିଆରେ ଏକ ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ମୋଟ ୧୧୦ ଜଣ ଯାତ୍ରା କରୁଥିଲେ। ରିପୋର୍ଟ ଅନୁଯାୟୀ ବିମାନଟି ଉଡ଼ାଣ ଆରମ୍ଭ ହେବାର କିଛି…

ଯୁଦ୍ଧ ଭିତରେ ଟ୍ରମ୍ପଙ୍କ ବଡ଼ ଘୋଷଣା, ଇରାନ ବିରୋଧରେ ୫ ଦିନ ଯୁଦ୍ଧ ସ୍ଥଗିତ ରଖିଲା ଆମେରିକା

ନୂଆଦିଲ୍ଲୀ,୨୩।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଛନ୍ତି ଯେ ସେ ଆଗାମୀ ପାଞ୍ଚ ଦିନ ପାଇଁ ଇରାନର ଏନର୍ଜୀ ଭିତ୍ତିଭୂମି ଉପରେ ଆକ୍ରମଣ ଯୋଜନାକୁ ସ୍ଥଗିତ…

ଇତିହାସରେ ପ୍ରଥମ: ଏଥର ହେବ ଡିଜିଟାଲ ଜନଗଣନା, ଗାଁରେ ଘରକୁ ଘର ବୁଲି…

ଭୁବନେଶ୍ୱର,୨୩ା୩: ରାଜ୍ୟରେ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ଜନଗଣନା ପ୍ରସ୍ତୁତି। ଏନେଇ ଓଡ଼ିଶା ଜନଗଣନା ନିର୍ଦ୍ଦେଶକ ନିଖିଲ ପଓ୍ବନ କଲ୍ୟାଣ ସୂଚନା ଦେଇଛନ୍ତି। ଏପ୍ରିଲ ୧ରୁ ୧୫ ତାରିଖ…

ଯୁଦ୍ଧ ମଧ୍ୟରେ ସଂସଦରେ କଡ଼ା ବାର୍ତ୍ତା ଦେଲେ ପ୍ରଧାନମନ୍ତ୍ରୀ ମୋଦି, ସାରା ବିଶ୍ୱରେ ପଡିଗଲା ଚହଳ

ନୂଆଦିଲ୍ଲୀ,୨୩।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଯୋଗୁ ଭାରତ ସାମ୍ନା କରୁଥିବା ଚ୍ୟାଲେଞ୍ଜ ବିଷୟରେ ଲୋକ ସଭାରେ ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ପଶ୍ଚିମ ଏସିଆର…

ଯୁଦ୍ଧ ମଧ୍ୟରେ ଏଲପିଜିକୁ ନେଇ ବଡ଼ ପଦକ୍ଷେପ ନେଲେ ସରକାର, ଏଣିକି…

ନୂଆଦିଲ୍ଲୀ,୨୩।୩: ଉପସାଗରୀୟ ଦେଶଗୁଡ଼ିକରେ ଚାଲିଥିବା ସଂଘର୍ଷ ଏବେ ଭାରତର ଶକ୍ତି ଯୋଗାଣକୁ ପ୍ରଭାବିତ କରୁଛି। ଅଶୋଧିତ ତୈଳ ଏବଂ ଗ୍ୟାସ ଯୋଗାଣ ପ୍ରଭାବିତ ହୋଇଛି, ଯାହା ଫଳରେ…

ମଧ୍ୟପ୍ରାଚ୍ୟ ସଙ୍କଟ ମଧ୍ୟରେ ବଡ଼ କଥା କହିଦେଲେ ମୋଦି; LPGକୁ ପ୍ରାଥମିକତା, ତେଲକୁ ନେଇ କହିଲେ…

ନୂଆଦିଲ୍ଲୀ,୨୩।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ସମ୍ପର୍କରେ ଲୋକସଭାରେ ଅଭିଭାଷଣ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ଅଭିଭାଷଣରେ କହିଛନ୍ତି, ପଶ୍ଚିମ ଏସିଆରେ…

ସୁନା୬,୭୦୦ ଏବଂ ରୂପା ୧୨,୭୦୦ ଟଙ୍କା କମିଲା, ଜାଣନ୍ତୁ ଭୁବନେଶ୍ବରରେ କେତେ ରହିଛି ଦାମ୍

ନୂଆଦିଲ୍ଲୀ,୨୩।୩ ଘରୋଇ ଫ୍ୟୁଚର୍ସ ବଜାରରେ ସୁନା ଏବଂ ରୂପାର ମୂଲ୍ୟରେ ତୀବ୍ର ହ୍ରାସ ହୋଇଛି । MCX ରେ, ସୁନା ୧,୪୦,୧୫୮ (ପ୍ରତି ୧୦ ଗ୍ରାମ) ରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri