ବିନା ଟିକେଟ ରେଳଯାତ୍ରା ବଢ଼ୁଛି

ନୂଆଦିଲ୍ଲୀ,୨୧।୨(ପି.ଟି.): ବିନା ଟିକେଟରେ ରେଳଯାତ୍ରା କରୁଥିବା ଲୋକଙ୍କ ସଂଖ୍ୟା ବୃଦ୍ଧି ପାଉଛି। ୨୦୨୧-୨୨ ଆର୍ଥତ୍କ ବର୍ଷର ପ୍ରଥମ ୯ ମାସରେ ୧.୭୮ କୋଟିରୁ ଊର୍ଦ୍ଧ୍ୱ ଯାତ୍ରୀ ବିନା ଟିକେଟରେ ଏବଂ ଲଗେଜ୍‌ ବୁକ୍‌ ନ କରି ଯାତ୍ରା କରୁଥିବାବେଳେ ଧରାପଡ଼ିଛନ୍ତି। କୋଭିଡ୍‌ ପୂର୍ବରୁ ଅର୍ଥାତ୍‌ ୨୦୧୯-୨୦ ଆର୍ଥିକ ବର୍ଷ ତୁଳନାରେ ଏହା ୭୯ ପ୍ରତିଶତ ଅଧିକ ବୋଲି ଆର୍‌ଟିଆଇ ଆବେଦନ ବଳରେ ଜଣାପଡ଼ିଛି। ଏପରିକି ୨୦୨୦-୨୧ରେ କରୋନା ଜନିତ କଟକଣା ଲାଗୁ ହୋଇଥିବାବେଳେ ୨୭ ଲକ୍ଷ ବିନା ଟିକେଟ ଯାତ୍ରୀ ଧରାପଡ଼ିଥିଲେ। ମଧ୍ୟପ୍ରଦେଶର ଚନ୍ଦ୍ରଶେଖର ଗୌର ନାମକ ଆର୍‌ଟିଆଇ କର୍ମୀଙ୍କ ଆବେଦନ ଉପରେ ରେଲଓ୍ବେ ବୋର୍ଡ ଉପରୋକ୍ତ ତଥ୍ୟ ପ୍ରଦାନ କରିଛି। ଗତବର୍ଷ ଏପ୍ରିଲରୁ ଡିସେମ୍ବର ମଧ୍ୟରେ ୧.୭୮ କୋଟିରୁ ଊର୍ଦ୍ଧ୍ୱ ଲୋକ ବିନା ଟିକେଟ, ଅନୁପଯୁକ୍ତ ଟିକେଟ କିମ୍ବା ଲଗେଜ୍‌ ବୁକ୍‌ ନ କରି ଯାତ୍ରା କରୁଥିବାବେଳେ ଧରାପଡ଼ିଥିଲେ। ସେମାନଙ୍କଠାରୁ ୧,୦୧୭.୪୮ କୋଟି ଟଙ୍କା ଜରିମାନା ଆଦାୟ କରାଯାଇଥିଲା। କୋଭିଡ୍‌ କଟକଣା ହଟିଥିଲେ ମଧ୍ୟ ଅଧିକାଂଶ ଏକ୍ସପ୍ରେସ୍‌ ଓ ସୁପରଫାଷ୍ଟ ଟ୍ରେନ୍‌ ପାଇଁ ଅନ୍‌ଲାଇନ ଟିକେଟ ବୁକ୍‌ ହେବା ବିନା ଟିକେଟ ଯାତ୍ରା ବଢ଼ିବାର ଅନ୍ୟତମ ମୁଖ୍ୟ କାରଣ ବୋଲି କୁହାଯାଉଛି। ୨୦୧୯-୨୦ ଆର୍ଥିକ ବର୍ଷରେ ୧.୧୦ କୋଟି ବିନା ଟିକେଟ ଯାତ୍ରୀ ଧରାପଡ଼ିଥିଲେ ଓ ସେମାନଙ୍କଠାରୁ ୫୬୧.୭୩ କୋଟି ଟଙ୍କା ଜରିମାନା ଆଦାୟ ହୋଇଥିଲା। ସେହିପରି ୨୦୨୦-୨୧ ଆର୍ଥିକ ବର୍ଷରେ ୨୭.୫୭ ଲକ୍ଷ ଧରାପଡ଼ିଥିଲେ ଓ ସେମାନଙ୍କଠାରୁ ୧୪୩.୮୨ କୋଟି ଟଙ୍କା ଜରିମାନା ଆଦାୟ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରେନ୍ ଯାତ୍ରୀଙ୍କ ପାଇଁ IRCTC ର ‘ଡିଜିଟାଲ୍ ଢାବା’: ଏବେ ଗୋଟିଏ କ୍ଲିକରେ ସିଟ୍‌ରେ ପହଞ୍ଚିବ ଗରମାଗରମ ଖାଦ୍ୟ! ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨।୪: ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ବଡ଼ ସୁବିଧା ନେଇ ଆସିଛି IRCTC। ଏବେ ମେଲ କିମ୍ବା ଏକ୍ସପ୍ରେସ ଟ୍ରେନରେ ଯାତ୍ରା ସମୟରେ…

ହର୍ମୁଜ୍ ପ୍ରଣାଳୀ ନେଇ ଇରାନର ବଡ଼ ଘୋଷଣା, ଆମର ଭାରତୀୟ ବନ୍ଧୁମାନେ ସୁରକ୍ଷିତ…..

ନୂଆଦିଲ୍ଲୀ,୨ା୪: ପଶ୍ଚିମ ଏସିଆରେ ଚାଲିଥିବା ବିବାଦ ମଧ୍ୟରେ, ଇରାନ ଭାରତ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛି। ଇରାନ କହିଛି ଯେ ଏହାର ଭାରତୀୟ ବନ୍ଧୁମାନଙ୍କୁ…

ଇନଷ୍ଟାଗ୍ରାମରୁ ପ୍ରେମ ପରେ ଛୁଆ ଜନ୍ମ ଦେଲେ ୨୦ ବର୍ଷୀୟ ଯୁବତୀ; ଭୟରେ ବାଲଟିରେ ସିଲ୍ କରି ମନ୍ଦିରରେ ଛାଡିଦେଲେ, ତାପରେ…

ନୂଆଦିଲ୍ଲୀ,୨ା୪: ଇନଷ୍ଟାଗ୍ରାମରୁ ସାଙ୍ଗ ହେବା ପରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ପରେ ୨୦ ବର୍ଷୀୟ ଯୁବତୀ ଜଣକ ଏକ ଛୁଆକୁ ଜନ୍ମ ଦେଇଥିଲେ ।…

ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ, ଝିଅ ଜନ୍ମ ହେବାର ବର୍ଷକ ଭିତରେ ଟଙ୍କା ପଠାଇବେ ସରକାର

ଭୁବନେଶ୍ବର,୨ା୪: ଖୁଵ୍‌ ଶୀଘ୍ର ଆସିବ କନ୍ୟା ସୁମଙ୍ଗଳ ଯୋଜନାର ଏସ୍‌ଓପି । ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଝିଅ ଜନ୍ମ ହେବାର ବର୍ଷକ…

ଚତୁର୍ଥ ଥର ପାଇଁ ସମ୍ବଲପୁର କୋର୍ଟକୁ ବୋମା ଧମକ, ନେଦରଲାଣ୍ଡ ଓ ଜର୍ମାନୀରେ ଆଇପି ଆଡ୍ରେସ ଚିହ୍ନଟ

ସମ୍ବଲପୁର,୨।୪(ପ୍ରମୋଦ ବହିଦାର): ସମ୍ବଲପୁର ସହରର ଗୁରୁତ୍ୱପୂର୍ଣ୍ଣ କୋର୍ଟ ପରିସରକୁ ବୋମା ବିସ୍ଫୋରଣ ଉଡ଼ାଇବାର ଧମକପୂର୍ଣ୍ଣ ଇ-ମେଲ ଜିଲା ପୋଲିସ ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି। ଏହା…

ନିଆଁ ସହ ଖେଳୁଛି ଭାଜପା, ପରିଣାମ ଭୟଙ୍କର ହେବ: ନିଆଁବାଣ ହେଲେ ମମତା

କୋଲକାତା,୨।୪: ପଶ୍ଚିମବଙ୍ଗର ମୁର୍ଶିଦାବାଦରେ ଏକ ରାଲିରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସାମ୍ପ୍ରତିକ ମାଲଦା ଘଟଣା ଉପରେ କେନ୍ଦ୍ର ସରକାର ଏବଂ ଭାଜପାକୁ ଟାର୍ଗେଟ୍‌ କରିଛନ୍ତି। ରାଜ୍ୟର ପରିସ୍ଥିତି…

୧୬ ନଂ ଜାତୀୟ ରାଜପଥରେ ଜଳିଗଲା ହାଇୱା, ହୁତୁହୁତୁ….

ଭଦ୍ରକ,୨ା୪(ସନାତନ ରାଉତ): ୧୬ ନଂ ଜାତୀୟ ରାଜପଥର ଭଦ୍ରକ ନଳାଙ୍ଗ ନିକଟରେ ହୁତୁହୁତୁ ହୋଇ ଜଳିଲା ହାଇଓ୍ବା । ଏକ ହାଇୱା ଗୁରୁବାର ମଧ୍ୟାହ୍ନରେ ହୁତୁହୁତୁ ହୋଇ…

ଭୟରେ ଏମିତି କାମ କରିଦେଲେ ଅକ୍ଷୟ କୁମାର

ବହୁପ୍ରତୀକ୍ଷିତ ହରର କମେଡି ‘ଭୂତ ବଙ୍ଗଳା’ ଖୁବ୍‌ଶୀଘ୍ର ପରଦାକୁ ଆସିବ। ଦର୍ଶକ ମଧ୍ୟ ଫିଲ୍ମକୁ ନେଇ ବେଶ୍‌ ଉତ୍ସାହିତ ଅଛନ୍ତି। ‘ଭୂତ ବଙ୍ଗଳା’ର ଟିଜର ସାଉଁଟିଛି ଚର୍ଚ୍ଚା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri