୧୩ ହୋଟେଲରେ ଚଢ଼ାଉ, ଜରିମାନା ଆଦାୟ

ତାଳଚେର,୭ା୭(ନି.ପ୍ର.): ତାଳଚେର ଅଞ୍ଚଳର ବିଭିନ୍ନ ହୋଟେଲରେ ବାସି ଖାଦ୍ୟ ଦିଆଯାଉଥିବା ନେଇ ଅଭିଯୋଗ ପରେ ବୁଧବାର ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ସହରର ପ୍ରାୟ ୧୩ଟି ହୋଟେଲରେ ଖାଦ୍ୟର ମାନ ଯାଞ୍ଚ କରାଯିବା ସହିତ ଜରିମାନା ଆଦାୟ କରାଯାଇଛି। ସୂଚନା ଅନୁଯାୟୀ, ସକାଳ ପ୍ରାୟ ସାଢ଼େ ୧୦ଟା ବେଳେ ଏଡିଏମ୍‌ଓ ଡାକ୍ତର ଧନଞ୍ଜୟ ବେହେରା, ଫୁଡ୍‌ ଇନ୍ସପେକ୍ଟର ହରପ୍ରିୟା ବେହେରା, ନୀଳାମ୍ବର ପ୍ରଧାନ ଏବଂ ତାଳଚେର ପୌର ନିର୍ବାହୀ ଅଧିକାରୀ ରଶ୍ମିରେଖା ଅମାନ୍ତ ତାଳଚେର ସହରରେ ପହଞ୍ଚି ବସ୍‌ଷ୍ଟାଣ୍ଟରେ ରହିଥିବା ଏକ ହୋଟେଲରେ ଚଢ଼ାଉ କରିଥିଲେ। ସେଠାରେ ଖାଦ୍ୟର ମାନ ଓ ଲାଇସେନ୍ସ ଯାଞ୍ଚ କରିଥିଲେ। କାଗଜପତ୍ର ଠିକ୍‌ ନ ଥିବାରୁ ୨ ହଜାର ଟଙ୍କା ଜରିମାନା କରିଥିଲେ। ପରେ ଉକ୍ତ ଟିମ୍‌ ବାଇପାସ୍‌ ଛକରେ ଥିବା ଏକ ଢାବାରେ ଚଢ଼ାଉ କରି ବାସିଖାଦ୍ୟ ଏବଂ ଫ୍ରିଜ୍‌ରେ ମଦ ରହିଥିବା ଦେଖିବାକୁ ପାଇଥିଲେ। ଏଡିଏମ୍‌ଓ ବିରକ୍ତି ପ୍ରକାଶ କରିବା ସହିତ ୨ ହଜାର ଟଙ୍କା ଜରିମାନା କରିଥିଲେ। ଅନ୍ୟ ଏକ ହୋଟେଲରେ ଚଢ଼ାଉ କରି ବାସି ଖାଦ୍ୟ ଥିବାରୁ ୨ ହଜାର ଟଙ୍କା ଜରିମାନା କରିବା ସହ ସପ୍ତାହେ ମଧ୍ୟରେ ଟ୍ରେଡ୍‌ ଲାଇସେନ୍ସ କରିବାକୁ ତାଗିଦ୍‌ କରିଥିଲେ। ହାଟତୋଟା ରୋଡ୍‌ରେ ଥିବା ଏକ ରେଷ୍ଟୁରାଣ୍ଟରେ ଅତି ନିମ୍ନମାନର ଏବଂ ଅସ୍ବାସ୍ଥ୍ୟକର ପରିବେଶରେ ଖାଦ୍ୟ ପ୍ରସ୍ତୁତ ହେଉଥିବା ବେଳେ ବାସି ଖାଦ୍ୟକୁ ଚଢ଼ାଉକାରୀ ଟିମ୍‌ ଫିଙ୍ଗି ଦେଇଥିଲେ। ଖାଦ୍ୟ ନିରାପତ୍ତା ପ୍ରମାଣପତ୍ର ଏବଂ ବାର୍‌ ଲାଇସେନ୍ସ ଦେଖାଇ ନ ପାରିବାରୁ ୫ ହଜାର ଟଙ୍କାର ଜରିମାନା କରାଯାଇଥିଲା। ଅନ୍ୟ ୨ ହୋଟେଲକୁ ହଜାରେ ଟଙ୍କା ଲେଖାଏ ଜରିମାନା କରାଯାଇଥିଲା। ହାଣ୍ଡିଧୁଆ ଅଞ୍ଚଳରେ ଥିବା ଏକ ଢାବା ଉପରେ ଚଢ଼ାଉ କରାଯାଇ ୧ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଥିଲା। ସହରରେ ଥିବା ଏକ ସ୍ନାକ୍ସ ବାର ଏବଂ ଫଳ ଦୋକାନ ଏବଂ କିଛି ରାଶନ ଦୋକାନରେ ଯାଞ୍ଚ କରାଯାଇ ଶୁଖିଲା ଖାଦ୍ୟର ମାନ ଯାଞ୍ଚ କରାଯାଇ ହଜାରେ ଟଙ୍କା ଲେଖାଏ ଜରିମାନା ଆଦାୟ କରାଯାଇଥିବା ଫୁଡ଼ ଇନ୍ସପେକ୍ଟର ହରପ୍ରିୟା ବେହେରା ସୂଚନା ଦେଇଛନ୍ତି। ଆଗାମୀ ଦିନରେ ଏହି ଟିମ୍‌ ବିଭିନ୍ନ ହୋଟେଲ, ଫଳରସ ଦୋକାନ, ଫାଷ୍ଟ ଫୁଡ ଏବଂ ରାଶନ ଦୋକାନ ସହିତ ବୁଲା ବିକାଳିଙ୍କ ଖାଦ୍ୟର ମାନ ଯାଞ୍ଚ କରିବ ବୋଲି ଏଡିଏମ୍‌ଓ ଡାକ୍ତର ଧନଞ୍ଜୟ ବେହେରା ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମା’ ଅଗ୍ନିରୁପାଙ୍କ ଆବର୍ଭାବ: ଭକ୍ତଙ୍କ ପ୍ରବଳ ଭିଡ଼, ଅଧରାତିରେ ଦେହୁରୀ ଯାଇ…

ତାଳଚେର,୨୩/୩(ମନୋଜ ନନ୍ଦ):ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳା ମନ୍ଦିରର ପୂର୍ବ ଦିଗ ହିଙ୍ଗୁଳା ମନ୍ଦିର ପଛ ପାଖରେ ପ୍ରାୟ ୨ ସହ ମିଟର ଦୂରରେ ଚଳିତ ବର୍ଷ…

ଡ୍ୟୁଟି ସାରି ଫେରୁଥିଲେ ସୁମନ୍ତ, ଧକ୍କା ଦେଲା ଟ୍ରକ୍‌: ଆଉ ତା’ପରେ…

କଣିହାଁ,୨୩/୩(ନିରୋଜ ପ୍ରଧାନ):ଅନୁଗୋଳ ଜିଲା କଣିହାଁ ବ୍ଲକ ଗୋଡିବନ୍ଧଠାରୁ କଣିହାଁ ଯାଇଥିବା ଜାତୀୟ ରାଜପଥ ୫୩ର ନୂଆଁ ବଲାଙ୍ଗି ନିକଟରେ ରବିବାର ବିଳମ୍ବିତ ରାତିରେ ଏକ ଟ୍ରକ ଚକା…

ଭାରସାମ୍ୟ ହରାଇ ଓଲଟିଲା ପିଚୁ ବୋଝେଇ ଟ୍ୟାଙ୍କର, ନିଆଁ ଲାଗି ଡ୍ରାଇଭର ଜୀବନ୍ତ ଦଗ୍ଧ

ପାଲଲହଡା,୧୩।୩(ଦିବ୍ୟଜ୍ୟୋତି ଦାଶ): ଗୁରୁବାର ବିଳମ୍ବିତ ରାତିରେ ଭୟଙ୍କର ଦୁର୍ଘଟଣା । ଟ୍ୟାଙ୍କର ସହ ଜୀଅନ୍ତା ଜଳିଗଲେ ଡ୍ରାଇଭର । ବିଳମ୍ବିତ ରାତିରେ ଅନୁଗୁଳ ଜିଲା ଖମାର ଥାନା ଅନ୍ତର୍ଗତ…

ବନ୍ତଳାରେ ଭୟାବହ ଅଗ୍ନିକାଣ୍ଡ: ଗ୍ୟାସ ଟାଙ୍କି ଫାଟି ଜଳିଗଲା ୧୦ ଦୋକାନ, ୫ ଦମକଳ ଗାଡ଼ି…

ବନ୍ତଳା, ୧୨।୩(ସୁଶିତ ସାହୁ): ଅନୁଗୋଳ ଜିଲା ଶଙ୍ଖପୁର ମଦନମୋହନ ଛକସ୍ଥିତ ବନ୍ତଳା ବଜାରରେ ଗୁରୁବାର ଅପରାହ୍ନରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଗ୍ୟାସ ଟାଙ୍କି ବିସ୍ଫୋରଣ ଯୋଗୁ…

ବାଇକ୍‌ ଆରୋହୀଙ୍କୁ ଧକ୍କା ଦେଲା ଟ୍ରଲର : ଘଟଣାସ୍ଥଳରେ ଚପା ଉତ୍ତେଜନା

ପାଲଲହଡ଼ା,୮।୩(ଦିବ୍ୟଜ୍ୟୋତି ଦାଶ : ଟ୍ରଲର ଧକ୍କାରେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ। ୧୪୯ ନ ଜାତୀୟ ରାଜପଥ ଅବରୋଧ ସହିତ ଘଟଣାସ୍ଥଳରେ ଚପା ଉତ୍ତେଜନା। ଏଭଳି ଘଟଣା ଘଟିଛି…

ବିବାହ ଭୋଜି ଖାଇ ୨ ଶହରୁ ଅଧିକ ଅସୁସ୍ଥ

ଅନୁଗୋଳ,୨୮ା୨(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ନିକଟସ୍ଥ ତୁବେ ଗ୍ରାମରେ ବୁଧବାର ରାତିରେ ଏକ ବିବାହ ଭୋଜି ଖାଇଥିବା ଲୋକଙ୍କ ମଧ୍ୟରୁ ୨ ଶହରୁ ଅଧିକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି।…

ରାସ୍ତା ଉପରେ ପଡିଛି ଅଜଣା ଯୁବକଙ୍କ ମୃତଦେହ, କେହି ହତ୍ୟା କରି ଫିଙ୍ଗି ଦେଇଥିବା ଅନୁମାନ

ମାଧପୁର,୨୪।୨(ମନୋଜ କୁମାର ପ୍ରଧାନ): ଆଠମଲ୍ଲିକ ଥାନା ଅନ୍ତର୍ଗତ ଆଠମଲ୍ଲିକ – କିଆକଟା ରାଜ୍ୟ ରାଜପଥର କନ୍ଧପଡ଼ା ଗ୍ରାମ ନିକଟ ହାଟପଦା ଠାରେ ଆଜି ସକାଳେ ଜଣେ ଅଜଣା…

ଜଙ୍ଗଲରେ ଭୋଜି ମନା

ଅନୁଗୋଳ,୨୧।୨: ଗ୍ରୀଷ୍ମ ଋତୁରେ ଜଙ୍ଗଲ ନିଆଁ ରୋକିବାକୁ ଅନୁଗୋଳ ଉପଜିଲାପାଳଙ୍କ ପକ୍ଷରୁ ଏକ ବଡ଼ ପଦକ୍ଷେପ ନିଆଯାଇଛି। ଏନେଇ ଉପଜିଲାପାଳଙ୍କ ପକ୍ଷରୁ ଶନିବାର ଏକ କଟକଣା ଜାରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri