ରାହୁଲଙ୍କ ଭାଷଣକୁ ନେଇ ଜୋର୍‌ ଧରିଲା ରାଜନୀତି

ଭୁବନେଶ୍ୱର, ୨୯।୪(ସୁନିତ୍‌ ମିଶ୍ର):୨୦୨୪ ନିର୍ବାଚନ ପାଇଁ ମେ’ ୧୩ରେ ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ଭୋଟ୍‌ ଅନୁଷ୍ଠିତ ହେବ। ଏଥିଲାଗି ଭାଜପା ଏବଂ କଂଗ୍ରେସର କେନ୍ଦ୍ରୀୟ ନେତାମାନଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ରବିବାର କଂଗ୍ରେସ ନେତା ରାହୁଲ ଗାନ୍ଧୀ ଦିନିକିଆ ଓଡ଼ିଶା ଗସ୍ତରେ ଆସି ଉଭୟ ଭାଜପା ଏବଂ ବିଜେଡି ଉପରେ ବର୍ଷିଛନ୍ତି। ଏହାସହ ଆଗାମୀ ଦିନରେ ରାଜ୍ୟରେ କଂଗ୍ରେସ କ୍ଷମତାକୁ ଆସିଲେ ଲୋକଙ୍କୁ କେଉଁସବୁ ସୁବିଧା ମିଳିବ ତା’ର ଏକ ଚିତ୍ର ଦଳୀୟ କର୍ମୀଙ୍କ ଜରିଆରେ ଲୋକଙ୍କ ନିକଟକୁ ବାର୍ତ୍ତା ଛାଡ଼ିଛନ୍ତି, ଯାହାକୁ ନେଇ ଉଭୟ ଭାଜପା ଏବଂ ବିଜେଡି ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଅନ୍ୟପଟେ ଉଭୟ ବିଜେଡି ଏବଂ ଭାଜପା ନେତାଙ୍କୁ ପାଲଟା ଜବାବ ଦେଇଛି କଂଗ୍ରେସ।
ରାଜ୍ୟ ସଭା ସଦସ୍ୟ ସସ୍ମିତ ପାତ୍ର ଏକ ପ୍ରେସ୍‌ ବିଜ୍ଞପ୍ତି ଜରିଆରେ କହିଛନ୍ତି ଯେ, କଂଗ୍ରେସ ନେତା ରାହୁଲ ଗାନ୍ଧୀ ସାଲେପୁର ଆସି ଏକ ନିର୍ବାଚନୀ ସଭାକୁ ସମ୍ବୋଧନ କରିଛନ୍ତି। ତାଙ୍କ ଗସ୍ତ ରାଜ୍ୟ ନିର୍ବାଚନ ଉପରେ କୌଣସି ପ୍ରଭାବ ପକାଇବ ନାହିଁ। ଏହା କିନ୍ତୁ କ୍ରମାଗତ ଭାବେ ନିର୍ବାଚନ ହାରି ଆସୁଥିବା ଦଳୀୟ କର୍ମୀଙ୍କୁ ନିଶ୍ଚିତ ପ୍ରେରଣା ଯୋଗାଇବ। ସେହି ଦୃଷ୍ଟିକୋଣରୁ ତାଙ୍କର ଓଡ଼ିଶା ଗସ୍ତ କଂଗ୍ରେସ ପାଇଁ ଲାଭଦାୟକ ହୋଇପାରେ ବୋଲି ସସ୍ମିତ କହିଛନ୍ତି।
ନେତା ଗୋଲକ ମହାପାତ୍ର କହିଛନ୍ତି ଯେ, ବିଜେଡି ପାଖରେ କଂଗ୍ରେସ ବିକ୍ରି ହୋଇସାରିଛି। ତେଣୁ ରାହୁଲଙ୍କ ଓଡ଼ିଶା ଗସ୍ତର କୌଣସି ପ୍ରଭାବ ଲୋକଙ୍କ ଉପରେ ପଡ଼ିବାର ନାହିଁ। କଂଗ୍ରେସ ଦେଶକୁ ୫୦ ବର୍ଷରୁ ଅଧିକ ଦିନ ଶାସନ କରିଛି। ଯଦି ସେ ସମୟରେ ସେମାନେ ଲୋକଙ୍କ ପାଇଁ କିଛି କରିଥାଆନ୍ତେ ତେବେ ବର୍ତ୍ତମାନ ଭତ୍ତା ଦେବା କଥା କାହିଁକି କହିବାକୁ ପଡ଼ିଥାଆନ୍ତା। ତେଣୁ ସେମାନେ ଶାସନରେ ଥିବାବେଳେ ଗୋଟିଏ ପରିବାରର କେବଳ ରୋଜଗାର ବଢ଼ାଇଛନ୍ତି। ବୁଡ଼ି ଯାଇଥିବା ଦଳ ହେଉଛି କଂଗ୍ରେସ, ତେଣୁ ଲୋକଙ୍କୁ ଏଭଳି ପ୍ରଲୋଭନ ଦେଖାଇ ନିଜକୁ ବଞ୍ଚାଇବାକୁ ଚେଷ୍ଟା କରୁଛନ୍ତି, ହେଲେ ଏହାର କୌଣସି ପ୍ରଭାବ ପ଼ଡିବ ନାହିଁ ବୋଲି ଗୋଲକ କହିଛନ୍ତି।
କଂଗ୍ରେସ କମିଟି(ପିସିସି) ସଭାପତି ଶରତ ପଟ୍ଟନାୟକ କହିଛନ୍ତି ଯେ, କଂଗ୍ରେସ ଠିକ୍‌ ଭାବେ ଦେଶରେ କାମ କରିଥିଲା ବୋଲି ୫୦ ବର୍ଷରୁ ଅଧିକ ଦିନ କ୍ଷମତାରେ ରହିଥିଲା। ସେତେବେଳ ସମୟ ଅଲଗା ଥିଲା, ଏବେ କିଛି ଭିନ୍ନ ରହିଛି। ଦେଶ ପାଇଁ କଂଗ୍ରେସ ସେଭଳି କିଛି ଭଲ କାମ କରିଥିଲା ବୋଲି ବର୍ତ୍ତମାନ ଭାରତ ଆଗକୁ ଯାଇପାରିଛି। ଓଡ଼ିଶାରେ ଯେତେସବୁ ବଡ଼ ପ୍ରକଳ୍ପ, ଡ୍ୟାମ୍‌, ଏମ୍‌ସ ଏସବୁ କଂଗ୍ରେସ ହିଁ କରିଛି। ୧୦ ବର୍ଷ ଭାଜପା କ୍ଷମତାରେ ରହିଲା ପରେ ଓଡ଼ିଶାରେ କେଉଁ ବଡ଼ ପ୍ରକଳ୍ପ କରିଛି ସେମାନେ କୁହନ୍ତୁ। କେବଳ ମିଛ ପ୍ରତିଶ୍ରୁତି ଦେବାରେ ଭାଜପା ନେତାମାନେ ମାହିର। ଓଡ଼ିଶାରେ ଏବେ ବିଜେଡି ଅବସ୍ଥା କିଛି ଭଲ ନାହିଁ। ଲୋକମାନେ ସବୁଆଡେ ପରିବର୍ତ୍ତନ ଚାହୁଁଛନ୍ତି। ଓଡ଼ିଶାରେ ରାହୁଲଙ୍କ ଗସ୍ତର ଯଦି ପ୍ରଭାବ ପଡ଼ିବନି ତେବେ ବିଜେଡି, ଭାଜପା ଏତେ ବ୍ୟସ୍ତ କାହିଁକି ହେଉଛନ୍ତି ବୋଲି ଶରତ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

ଦମ୍‌ଦାର ବିଜୟ: ୨-୧ରେ ସିରିଜ କବଜା କଲା ଟିମ୍‌ ଇଣ୍ଡିଆ

ବିଶାଖାପାଟଣା,୬।୧୨: ବିଶାଖାପାଟଣାରେ ଶନିବାର ଖେଳାଯାଇଥିବା ତୃତୀୟ ଦିନିକିଆ ମ୍ୟଚ୍‌ରେ ଯଶସ୍ବୀ ଜୟସ୍ବାଲଙ୍କ ଦମ୍‌ଦାର ଶତକ ସହ ଭାରତ ୯ ଉଇକେଟରେ ବିଜୟ ହାସଲ କରିଛି। ଏହା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri