Posted inଜାତୀୟ

ରାହୁଲ ସିଲେଇ କଲେ ଜୋତା, ଲକ୍ଷେ ନୁହେଁ କୋଟି କୋଟି ଟଙ୍କାରେ କିଣିବାକୁ ଲାଇନ୍‌ ଲଗାଇଲେ ଲୋକେ

ନୂଆଦିଲ୍ଲୀ,୩୧।୭: ପୂର୍ବାଞ୍ଚଳ ଏକ୍ସପ୍ରେସ ୱେ ନିକଟସ୍ଥ ବିଧାୟକ ନଗର ଛକରେ ଆଜିକାଲି ଲୋକଙ୍କ ଭିଡ ଜମୁଛି । ଏଠାରେ କୌଣସି ନୂଆ ହୋଟେଲ କିମ୍ବା ମଲ ଖୋଲିନି । ଭିଡ ଜମୁଛି ଜଣେ ମୋଚୀଙ୍କ ଦୋକାନରେ । ସେହି ମୋଚୀ ଦୋକାନ ଆଉ କେହି ନୁହେଁ, ରାମଚେତଙ୍କର । ଗତ ୨୬ ତାରିଖ ପରଠୁ ମୋଚୀ ରାମଚେତ ରାତାରାତି ସାରା ଦେଶରେ ଲୋକପ୍ରିୟ ହୋଇ ଯାଇଛନ୍ତି । ସେଦିନ ରାହୁଲ ଗାନ୍ଧୀଙ୍କୁ ନିଜ ଦୋକାନରେ ଦେଖି ତାଙ୍କର ବିଶ୍ୱାସ ହୋଇ ନ ଥିଲା । କିନ୍ତୁ ଏହି ଘଟଣା ଗତ ୪୦ ବର୍ଷ ଧରି ଜୋତା ତିଆରି କରୁଥିବା ରାମଚେତଙ୍କ ଜୀବନକୁ ବଦଳାଇ ଦେଇଛି ।

ରାମଚେତଙ୍କ ଦୋକାନକୁ ଆସି ରାହୁଲ ଗାନ୍ଧୀ ଏକ ଚପଲ ସିଲେଇ କରିଥିଲେ ଏବଂ ଏକ ଜୋତାରେ ଅଠା ଲଗାଇଥିଲେ । ରାମଚେତଙ୍କୁ ହାତରେ ଜୋତା ସିଲେଇ କରୁଥିବା ଦେଖି ରାହୁଲ ତାଙ୍କ ପାଇଁ ଏକ ଜୋତା ସିଲେଇ ମେସିନ ପଠାଇଛନ୍ତି । ତେବେ ସେଦିନ ପରଠୁ ରାମଚେତଙ୍କ ପାଖକୁ ହଜାର ହଜାର ଜୋତା ସିଲେଇ ଅର୍ଡର ଆସୁଛି । ଲୋକେ ତାଙ୍କୁ ଫୋନ କରି ରାହୁଲ ଗାନ୍ଧୀ ସିଲେଇ କରିଥିବା ଜୋତାଚପଲ ବିକ୍ରି ଲାଗି ଅନୁରୋଧ କରୁଛନ୍ତି । ଏହା ବଦଳରେ କିଏ ଲକ୍ଷାଧିକ ଟଙ୍କା ତ ଆଉ କିଏ ମନଇଚ୍ଛା ଦାମ ଦେବାକୁ ପ୍ରସ୍ତୁତ ହୋଇଛନ୍ତି । କିନ୍ତୁ ରାମଚେତ ଏ ନେଇ ନିଜର ଉଦ୍ଦେଶ୍ୟ ସ୍ପଷ୍ଟ କରିଛନ୍ତି ।

ରାମଚେତ କହିଛନ୍ତି, ରାହୁଲଜୀ ସିଲେଇ କରିଥିବା ଚପଲ ଓ ଜୋତା ପାଇଁ ଲୋକେ ମନଇଚ୍ଛା ଦାମ୍‌ ଦେବାକୁ ପ୍ରସ୍ତୁତ । କିନ୍ତୁ ମୁଁ ଏହାକୁ ବିକ୍ରି କରିବି ନାହିଁ । ଏହାକୁ ଫ୍ରେମ କରି ଦୋକାନରେ ଟାଙ୍ଗିବି । ବଞ୍ଚିଥିବା ପର୍ଯ୍ୟନ୍ତ ଏହାକୁ ମୋ ଆଖି ସାମ୍ନାରେ ରଖିବି । ଦୋକାନରୁ ଯିବା ପର ଦିନ ସେ ମୋ ପାଇଁ ସିଲେଇ ମେସିନ ପଠାଇଥିଲେ । ୩ୟ ଦିନ ଫୋନ କରି ମୋର ଭଲମନ୍ଦ ବୁଝିଥିଲେ ।
ରାହୁଲଙ୍କ ହାତ ତିଆରି ଜୋତା-ଚପଲ ବିଷୟରେ ରାମଚେତ କହିଛନ୍ତି, ରାହୁଲଜୀ ସିଲେଇ କରିଥିବା ଜୋତା ଓ ଚପଲକୁ ସେ ଗ୍ରାହକଙ୍କୁ ବିକିବେ ନାହିଁ । ନିକଟରେ ତାଙ୍କ ପାଖକୁ ଏକ ଫୋନ ଆସିଥିଲା । ଜଣେ ବ୍ୟକ୍ତି ତାଙ୍କୁ ଚପଲ-ଜୋତା ବଦଳରେ ବ୍ୟାଗ ଭର୍ତ୍ତି କରି ନୋଟ ଦେବେ ବୋଲି କହିଥିଲେ । କିନ୍ତୁ ରାମଚେତ ସିଧା ସିଧା ମନା କରି ଦେଇଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ମାଂସ ଭାଗବଣ୍ଟାକୁ କେନ୍ଦ୍ରକରି ଗଣ୍ଡଗୋଳ: ଛୁରୀ ମାଡ଼ରେ ଯୁବକ ଗୁରୁତର

ଦେବଗଡ,୨୩।୩(ଶଶାଙ୍କ ଶେଖର ଝାଙ୍କର):ଜଙ୍ଗଲ ପୂଜା ସମୟରେ ମାଂସ ଭାଗବଣ୍ଟାକୁ କେନ୍ଦ୍ରକରି ବାରକୋଟ ଥାନାଅଞ୍ଚଳର ଜଣେ ଯୁବକଙ୍କୁ ସେହି ଗ୍ରାମର ଅନ୍ୟ ଜଣେ ଯୁବକ ଛୁରୀ ଭୁଷି ହତ୍ୟା…

ବିଧାୟକଙ୍କ ସ୍ବୀକାର, ସରକାର ନିର୍ବିକାର: ବିକ୍ରି ହୋଇପାରିନି ପଞ୍ଜୀକରଣରୁ ବାଦ୍‌ ପଡ଼ିଥିବା ଚାଷୀଙ୍କ ଧାନ

ବରଗଡ଼,୨୩।୩(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଆଉ ମାସକ ପରେ ରବିଧାନ ଅମଳ ହେବ। ଫଳରେ ରବି ଧାନବିକ୍ରି ପାଇଁ ବର୍ତ୍ତମାନ ଚାଷୀ ପଞ୍ଜୀକରଣ ପ୍ରକ୍ରିୟା ଚାଲିଛି। କିନ୍ତୁ ଗତ…

ଆମେରିକାକୁ ପାଲଟା ଧମକ ଦେଲା ଇରାନ: ହର୍ମୁଜ ଷ୍ଟ୍ରେଟ୍‌ ବନ୍ଦ…

ଓ୍ବାଶିଂଟନ୍‌,୨୩ା୩(ରଏଟର୍ସ):ଆମେରିକା-ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଆକ୍ରମଣ-ପ୍ରତ୍ୟାକ୍ରମଣ ବେଳକୁ ବେଳ ବଢ଼ି ଚାଲିଥିଲାବେଳେ ହର୍ମୁଜ୍‌ ଷ୍ଟ୍ରେଟ୍‌ ଦେଇ ତୈଳ ପରିବହନ ପ୍ରସଙ୍ଗ ଉଭୟ ପକ୍ଷଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ରହିଛି।…

ଦେଶୀ ବନ୍ଧୁକ ଜବତ, ଜଣେ ଗିରଫ

ଦେବଗଡ,୨୩।୩(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ରିଆମାଳ ବ୍ଲକ ତଥା କୁଣ୍ଢେଇଗୋଳା ଥାନା ପୋଲିସ ରବିବାର ଉକ୍ତ ଥାନା ଅନ୍ତର୍ଗତ ଧଉରାଖମଣ ଗ୍ରାମର କେଶବ ହେମ୍ରମ (୩୦)…

ଘରୁ ଲକ୍ଷାଧିକ ଟଙ୍କା ଚୋରି ଘଟଣା; ୯୨ ହଜାର ୫ ଶହ ଟଙ୍କା ଜବତ, ୩ ନାବାଳକ କରିଥିଲେ…

ଦିଗପହଣ୍ଡି/ଚିକିଟି,୨୨।୩(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟିପେଣ୍ଠ ଗ୍ରାମ ପଦ୍ମନଗର ୬ଷ୍ଠ ଲେନ ବାସିନ୍ଦା ମଙ୍ଗୁଳୁ ପ୍ରଧାନଙ୍କ ଘରୁ ଚୋରି ଘଟଣାରେ ପୋଲିସକୁ…

ମଧ୍ୟପ୍ରାଚ୍ୟ ଯୁଦ୍ଧ: ମୋଦିଙ୍କ ଅଧ୍ୟକ୍ଷତାରେ ୩ଘଣ୍ଟା ଧରି ବସିଲା ଉଚ୍ଚସ୍ତରୀୟ ବୈଠକ, ତେଲ-ଗ୍ୟାସ ନେଇ ଦେଲେ ବଡ଼ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ରବିବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ…

ପାରିବାରିକ କଳହର କରୁଣ ପରିଣତି; ଆତ୍ମହତ୍ୟା କଲେ ନବବଧୂ, କାରଣ ଜାଣିଲେ…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଷ୍ଟେଟବ୍ୟାଙ୍କ ସମ୍ମୁଖ ରାମଚନ୍ଦ୍ର ନଗରରେ ରହୁଥିବା ଚନ୍ଦ୍ରମା ଗୌଡ଼ (୨୮)ନାମକ ଜଣେ ନବବଧୂ ଆତ୍ମହତ୍ୟା କରିଥିବା ଜଣାପଡିଛି ।…

ବେପରୁଆ ଗାଡି ଚାଳନା, ଚକା ଫାଟି ଭାଙ୍ଗିଲା ଘର କାଚ

ଗଞ୍ଜାମ,୨୨।୩(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ସ୍ଥିତ ଗ୍ରାସୀମ କମ୍ପାନୀକୁ ବିଭିନ୍ନ କାମରେ ଦୈନଦିନ ଶହ ଶହ ଟ୍ରକ ଟ୍ରାକ୍ଟର ଦଶ ଚକିଆ ଭାରୀଯାନ ଯାତାୟତ କରୁଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri