Posted inଖେଳ

ରାହୁଲ, ଆୟରଙ୍କ ପ୍ରତ୍ୟାବର୍ତ୍ତନ

ନୂଆଦିଲ୍ଲୀ,୨୨ା୮ : ଶ୍ରୀଲଙ୍କାରେ ଖେଳା ଯିବାକୁ ଥିବା ଏସିଆ କପ୍‌ କ୍ରିକେଟ୍‌ ୨୦୨୩ ପାଇଁ ଭାରତୀୟ ଦଳ ସୋମବାର ଘୋଷଣା ହୋଇଛି। ଭାରତୀୟ କ୍ରିକେଟ ଦଳର ମୁଖ୍ୟ ଚୟନକର୍ତ୍ତା ଅଜିତ୍‌ ଅଗରକର ଓ ଅଧିନାୟକ ରୋହିତ ଶର୍ମା ଏକ ଖବରଦାତା ସମ୍ମିଳନୀରେ ୧୭ ଜଣିଆ ଦଳ ଘୋଷଣା କରିଛନ୍ତି। ଅଗଷ୍ଟ ୩୦ରୁ ସେପ୍ଟେମ୍ବର ୧୭ ପର୍ଯ୍ୟନ୍ତ ଖେଳାଯିବାକୁ ଥିବା ଟୁର୍ନାମେଣ୍ଟ ପାଇଁ ରୋହିତ ଶର୍ମାଙ୍କୁ ଅଧିନାୟକ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଉପଅଧିନାୟକ ଭାବେ ନିଯୁକ୍ତ କରାଯାଇଛି। ଦୀର୍ଘଦିନର ଆହତ ସମସ୍ୟା ପରେ ଲୋକେଶ ରାହୁଲ ଓ ଶ୍ରେୟସ ଆୟର ଭାରତୀୟ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ନିକଟରେ ଟି୨୦ରେ ଆଖିଦୃଶିଆ ପ୍ରଦର୍ଶନ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିବା ତିଳକ ବର୍ମା ନୂଆ ମୁହଁ ଭାବେ ଏହି ଦଳରେ ସାମିଲ ହୋଇଥିବା ବେଳେ ବ୍ୟାକ୍‌ଅପ୍‌ ଉଇକେଟକିପର ଭାବରେ ସଞ୍ଜୁ ସାମସନ୍‌ ଦଳରେ ରହିଛନ୍ତି। ଦିନିକିଆ ବିଶ୍ୱକପ ପୂର୍ବରୁ ଦଳ ଚୟନର ଏହା ଶେଷ ସୁଯୋଗ ରହିଥିବାରୁ ଭାରତ ଏହାର ମଧ୍ୟକ୍ରମ ବ୍ୟାଟିଂ ତଥା ୪ ନମ୍ବର ସ୍ଥାନକୁ ନେଇ ରହିଥିବା ସମସ୍ୟାର ସମାଧାନ ଉପରେ ଗୁରୁତ୍ୱ ଦେବ। ଦୀର୍ଘ ସମୟ ଧରି ମଧ୍ୟକ୍ରମ ବ୍ୟାଟିଂର ମେରୁଦଣ୍ଡ ରହିଥିବା ଆୟର ଓ ରାହୁଲ ପ୍ରତ୍ୟାବର୍ତ୍ତନ କରୁଥିବାରୁ ଭାରତୀୟ ବ୍ୟାଟିଂ ଲାଇନ୍‌ଅପ୍‌ ସୁଦୃଢ଼ ହେବ। ଆୟର ଶେଷଥର ପାଇଁ ମାର୍ଚ୍ଚରେ ଓ ରାହୁଲ ମେ’ ମାସରେ ପ୍ରତିଦ୍ୱନ୍ଦ୍ୱିତାମୂଳକ କ୍ରିକେଟ ଖେଳିଥିଲେ। ତେବେ ମୁଖ୍ୟ ଚୟନକର୍ତ୍ତା ଅଗରକରଙ୍କ ଅନୁସାରେ ଆୟର ସମ୍ପୂର୍ଣ୍ଣ ଫିଟ୍‌ ହୋଇଥିବା ବେଳେ ରାହୁଲଙ୍କ ଫିଟନେସ୍‌କୁ ନେଇ ସମସ୍ୟା ରହିଛି। ରାହୁଲ ନିଜ ହାମଷ୍ଟ୍ରିଙ୍ଗ ଆଘାତରୁ ସୁସ୍ଥ ହୋଇଛନ୍ତି। ମାତ୍ର ଅନ୍ୟ କେତେକ ସମସ୍ୟା ଦେଇ ଗତି କରୁଛନ୍ତି। ଏହି କାରଣରୁ ବ୍ୟାକଅପ୍‌ ଉଇକେଟକିପର ଭାବେ ସାମସନ୍‌ଙ୍କୁ ଦଳରେ ସାମିଲ କରାଯାଇଛି। ରାହୁଲ ଏସିଆ କପ୍‌ ଆରମ୍ଭରୁ ଫିଟ୍‌ ନ ଥିଲେ ମଧ୍ୟ ୨-୩ ମ୍ୟାଚ୍‌ ପରେ ଫିଟ୍‌ ହୋଇଯିବେ ବୋଲି ଅଗରକର କହିଛନ୍ତି।
ସେପ୍ଟେମ୍ବର ୨ରେ ପାକିସ୍ତାନ ବିପକ୍ଷରେ ଖେଳି ଭାରତ ନିଜର ଅଭିଯାନ ଆରମ୍ଭ କରିବ। ରାହୁଲ ଏହି ମ୍ୟାଚ୍‌ରୁ ବାଦ୍‌ ପଡ଼ିବାର ସମ୍ଭାବନା ରହିଛି। ଆୟର୍ଲାଣ୍ଡ ସହିତ ଟି ୨୦ ଖେଳୁଥିବା ଭାରତୀୟ ଦଳର ଅଧିନାୟକ ଯଶ୍‌ପ୍ରୀତ ବୁମ୍‌ରା ଓ ପ୍ରସିଦ୍ଧ କ୍ରିଷ୍ଣା ମଧ୍ୟ ଏସିଆ କପ୍‌ ଦଳରେ ସାମିଲ ଅଛନ୍ତି। କୁଲଦୀପ ଯାଦବ, ଅକ୍ଷର ପଟେଲ ଓ ରବୀନ୍ଦ୍ର ଜାଡେଜା ୩ ସ୍ପିନର ଭାବରେ ସାମିଲ ହୋଇଥିବା ବେଳେ ୟୁଜବେନ୍ଦ୍ର ଚହଲ ବାଦ୍‌ ପଡିଛନ୍ତି। ପେସ୍‌ ବୋଲିଂ ଅଲରାଉଣ୍ଡର ଭାବରେ ହାର୍ଦ୍ଦିକ୍‌ ପାଣ୍ଡ୍ୟା ଓ ଶାର୍ଦ୍ଦୂଳ ଠାକୁର ଦଳରେ ରହିଛନ୍ତି। ଅନ୍ୟ ଦୁଇ ପେସର ହେଲେ ମହମ୍ମଦ ଶାମି ଓ ମହମ୍ମଦ ସିରାଜ୍‌।
ଏକ୍ସ ଫ୍ୟାକ୍ଟର ଭାବରେ ସୂର୍ଯ୍ୟକୁମାର ଯାଦବ ଦଳରେ ରହିଛନ୍ତି। ଶୁବମନ ଗିଲ୍‌ ଓ ରୋହିତ ଶର୍ମା ଇନିଂସ ଓପନ କରିବେ। ବ୍ୟାକ୍‌ ଅପ୍‌ ଓପନର ଭାବରେ ଇଶାନ୍‌ କିଶନ ଦଳରେ ରହିଛନ୍ତି। ତେବେ ସମସ୍ତଙ୍କୁ ଚକିତ କରି ତିଳକ ବର୍ମାଙ୍କୁ ସାମିଲ କରାଯାଇଛି। ଓ୍ବେଷ୍ଟଇଣ୍ଡିଜ୍‌ରେ ତିଳକଙ୍କ ପ୍ରଦର୍ଶନ ବେଶ୍‌ ଭଲ ରହିଥିଲା। ୟୁଜବେନ୍ଦ୍ର ଚହଲଙ୍କୁ ବାଦ ଦେବାକୁ ନେଇ ଅଧିନାୟକ ରୋହିତ ଶର୍ମା କହିଥିଲେ ବର୍ତ୍ତମାନ ୧୭ ଜଣ ଖେଳାଳି ହିଁ ଦଳରେ ସ୍ଥାନ ପାଇଥିବାରୁ ଚହଲ ବାଦ ପଡିଛନ୍ତି। ଚତୁର୍ଥ ସ୍ପିନର ଭାବରେ ଅଶ୍ୱିନ ଓ ଓ୍ବାଶିଂଟନ୍‌ ସୁନ୍ଦରଙ୍କ ନାମ ବିଚାର କରାଯାଇଥିଲା। ତେବେ ଦଳର ଏକାଧିକ ପେସ୍‌ ବୋଲର ପ୍ରତ୍ୟାବର୍ତ୍ତନ କରୁଥିବାରୁ ସେମାନଙ୍କୁ ସୁଯୋଗ ଦେବା ପାଇଁ ଚତୁର୍ଥ ସ୍ପିନରଙ୍କୁ ସାମିଲ କରିବା ସମ୍ଭବ ନ ଥିଲା ବୋଲି ରୋହିତ କହିଛନ୍ତି।
ଭାରତୀୟ ଦଳ: ରୋହିତ ଶର୍ମା(ଅଧିନାୟକ), ଶୁବମନ ଗିଲ୍‌, ବିରାଟ କୋହଲି, ଶ୍ରେୟସ ଆୟର, ଇଶାନ କିଶନ, ସୂର୍ଯ୍ୟକୁମାର ଯାଦବ, ତିଳକ ବର୍ମା, ଲୋକେଶ ରାହୁଲ, ହାର୍ଦ୍ଦିକ ପାଣ୍ଡ୍ୟା (ଉପ ଅଧିନାୟକ), ଯଶପ୍ରୀତ ବୁମ୍‌ରା, ରବୀନ୍ଦ୍ର ଜାଡେଜା, ଶାର୍ଦ୍ଦୂଳ ଠାକୁର, ଅକ୍ଷର ପଟେଲ, କୁଲଦୀପ ଯାଦବ, ମହମ୍ମଦ ଶାମି, ମହମ୍ମଦ ସିରାଜ, ପ୍ରସିଦ୍ଧ କ୍ରିଷ୍ଣା, ସଞ୍ଜୁ ସାମସନ୍‌ (ବ୍ୟାକ୍‌ଅପ୍‌)।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଜଗିଥିଲା ଯମ: ବାପାମା’ଙ୍କ ସହ ଚାଲିଗଲା ଭଉଣୀଙ୍କ ଜୀବନ, ସୌଭାଗ୍ୟକୁ… 

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏମିତି ବି ଆସେ ମୃତ୍ୟୁ। ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଦୁର୍ଘଟଣା ଚାଲିଗଲା ଜୀବନ। ମୃତକମାନେ ହେଲେ ଗଜପତି ଜିଲା ଗୋଶାଣୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri