Posted inଜାତୀୟ

ସତ କହି ନାହାନ୍ତି ରାହୁଲ: ଉପରାଷ୍ଟ୍ରପତି…

ନୂଆଦିଲ୍ଲୀ,୧୧।୩ : ଗଣତାନ୍ତ୍ରିକ ମୂଲ୍ୟବୋଧକୁ ଗୁରୁତ୍ୱ ଦେଇ ଉପରାଷ୍ଟ୍ରପତି ଜଗଦୀପ ଧନକର ଶନିବାର କହିଛନ୍ତି ଯେ ଗଣତନ୍ତ୍ରର ମନ୍ଦିରର ସମ୍ମାନ ହ୍ରାସ କରିବାକୁ ଅନୁମତି ଦିଆଯାଇପାରିବ ନାହିଁ। କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନାମ ନ ନେଇ ସେ ତାଙ୍କୁ ଟାର୍ଗେଟ କରି କହିଛନ୍ତି ଯେ କିଛି ଲୋକ ଅଭିଯୋଗ କରୁଛନ୍ତି ବିଶ୍ୱର ବୃହତ୍ତମ ଗଣତନ୍ତ୍ରର ସଂସଦରେ ଏହି ମାଇକ ବନ୍ଦ କରାଯାଉଛି। ଏହାଠାରୁ ଅଧିକ ଅସତ୍ୟ କିଛି ହୋଇପାରିବ ନାହିଁ। ଉପରାଷ୍ଟ୍ରପତି ଚୌଧୁରୀ ଚରଣ ସିଂ ବିଶ୍ୱବିଦ୍ୟାଳୟରେ ଆୟୁର୍ବେଦ ମହାକୁମ୍ଭକୁ ସମ୍ବୋଧିତ କରି କହିଛନ୍ତି, ଆମେ କେବଳ ବୃହତ୍ତମ ଗଣତନ୍ତ୍ର ନୁହେଁ, ଆମେ ମଧ୍ୟ ଗଣତନ୍ତ୍ରର ଜନନୀ ଅଟୁ।

ଆମର ସମ୍ବିଧାନ ତିନି ବର୍ଷ ଧରି ଅନେକ ଜଟିଳ ଏବଂ ବିଭାଜନକାରୀ ପ୍ରସଙ୍ଗ ଉପରେ ବିତର୍କ କରି ଏସବୁର ସମାଧାନ କରିଥିଲା। କିନ୍ତୁ ତିନିବର୍ଷର ଦୀର୍ଘ ସମୟ ମଧ୍ୟରେ ଏଥିରେ କୌଣସି ବ୍ୟାଘାତ ଘଟି ନ ଥିଲା, ବାଚସ୍ପତିଙ୍କ ଆଗକୁ କେହି ଆସି ନ ଥିଲେ, ପୋଷ୍ଟର ଦେଖାଇ ନ ଥିଲେ। ଆଜି ଆମର ଆଚରଣ ଏହାର ବିପରୀତ ଅଟେ। ଉପରାଷ୍ଟ୍ରପତି ଏପରି ଏକ ପରିବେଶ ସୃଷ୍ଟି କରିବାକୁ ଆହ୍ବାନ ଦେଇଥିଲେ ଯେଉଁଠାରେ ରାଜ୍ୟସଭା, ଲୋକସଭା, ବିଧାନସଭାରେ ଗଣତନ୍ତ୍ରର ସଦସ୍ୟମାନଙ୍କ ଆଚରଣ ଆଦର୍ଶ ହେବା ଉଚିତ ବୋଲି ସେ କହିଛନ୍ତି।

ରାଜ୍ୟସଭାର ଅଧ୍ୟକ୍ଷ ହୋଇ ମୁଁ କହିବାକୁ ବାଧ୍ୟ ଯେ ଭାରତ ସଂସଦରେ ମାଇକ ବନ୍ଦ ହୁଏ ନାହିଁ। ହଁ, ଏକ ସମୟ ଥିଲା, ଏକ ଅନ୍ଧକାର ଅଧ୍ୟାୟ ଥିଲା, ତାହା ଥିଲା ଜରୁରୀକାଳୀନ ସମୟ। ଉପରାଷ୍ଟ୍ରପତି କହିଛନ୍ତି ଯେ ମୁଁ ମୋର ଦୁଇଟି ବିଦେଶ ଗସ୍ତ ସମୟରେ ଦେଖିଛି ଯେ ଯେତେବେଳେ ମୁଁ ନିଜକୁ ପରିଚିତ କରେ, ଲୋକମାନେ ମୋତେ ସମ୍ମାନର ସହ ଦେଖନ୍ତି, ଏହା ହେଉଛି ଆଜିର ଭାରତର ଶକ୍ତି। ତଥାପି କିଛି ଲୋକ ବିଦେଶରେ ଭାରତକୁ ବଦନାମ କରୁଛନ୍ତି।

ଆମର ଇତିହାସ ହଜାର ହଜାର ବର୍ଷ ପୁରୁଣା, ଆମେ ଏକ ମହାନ ରାଷ୍ଟ୍ର, ଆମ ଲୋକମାନେ ମହାନ। ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ପ୍ରଶଂସା କରି ଉପରାଷ୍ଟ୍ରପତି କହିଛନ୍ତି, ଉତ୍ତରପ୍ରଦେଶର ଲୋକମାନେ କେବେ ଭାବିଥିଲେ ଯେ ଆଇନ ଶୃଙ୍ଖଳା ପୁନଃସ୍ଥାପିତ ହେବ। କିନ୍ତୁ ଏହା ଘଟିଲା। କିଛି ଲୋକ ମୁଖ୍ୟମନ୍ତ୍ରୀଙ୍କ ବିଷୟରେ କହିଥିଲେ ଯେ ଦେଖିବା ତାଙ୍କ ଆଇନ ଶୃଙ୍ଖଳା କେତେ ଦିନ ରହିବ। କିନ୍ତୁ ଏହା ଚାଲିଛି। ନିନ୍ଦୁକ ଚୁପ୍‌ ହୋଇ ଯାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଭିଯୋଗର ୧୨ ଘଣ୍ଟା ମଧ୍ୟରେ ନିଖୋଜ ନାବାଳିକାଙ୍କୁ ଖୋଜିଲା ପାଟପୁର ପୋଲିସ, ଗାଁରୁ….

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ଉଦ୍ଧାର କଲା…

ଆମେରିକାକୁ ଧମକ ଦେଲା ତେହେରାନ, ‘ସାର୍କର ଖାଦ୍ୟ ହେବେ…..’

ନୂଆଦିଲ୍ଲୀ,୨୯।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ଅନ୍ତ ପାଇଁ ପ୍ରୟାସ ଚାଲିଥିବା ବେଳେ ଉଭୟ ପକ୍ଷ ପରସ୍ପର ଉପରେ ନିରନ୍ତର ଆକ୍ରମଣ ଜାରି ରଖିଛନ୍ତି । ଆମେରିକାର ସ୍ଥଳ…

ବରଗଡ଼ରେ ଟମାଟୋର ଅଭାବୀ ବିକ୍ରି, ମିଳୁନି ମୂଲ

ବରଗଡ଼,୨୯।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଧାନ ଭଳି ବିଭିନ୍ନ ପନିପରିବାରେ ମଧ୍ୟ ଅଭାବୀ ବିକ୍ରି ସ୍ଥିତି ଉପୁଜିଛି । ଫଳରେ ଚାଷୀଙ୍କୁ କ୍ଷତି ସହିବାକୁ ପଡୁଛି ।…

ହୁମା ସାପ୍ତାହିକ ଶୁଖୁଆ ହାଟରୁ ଚୋରି, ୩ ମୋବାଇଲ….

ଗଞ୍ଜାମ,୨୯।୩(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମ୍ମା ହାଟରୁ ରବିବାର ୩ଟି ମୋବାଇଲ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ହାଟ ଆସୁଥିବା…

ପାକିସ୍ତାନର ସ୍ଥିତି ସାଂଘାତିକ, LPG-ଡିଜେଲ-ପେଟ୍ରୋଲ ପରେ ଏବେ ବଢ଼ିଲା ଔଷଧ ଦାମ୍

ଇସଲାମାବାଦ,୨୯।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ପ୍ରଭାବ ପଡ଼ୋଶୀ ପାକିସ୍ତାନ ଉପରେ ପଡୁଛି । ଏଲପିଜି, ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ପରେ, ଔଷଧର ମୂଲ୍ୟରେ ମଧ୍ୟ ଏବେ…

ଦିଗପହଣ୍ଡିରେ ଜାଳେଣି ଗ୍ୟାସ ସିଲିଣ୍ଡର କଳାବଜାର, ହନ୍ତସନ୍ତ ହେଉଛନ୍ତି ଲୋକେ

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସହର ସମେତ ଆଖପାଖ ଗ୍ରାମାଞ୍ଚଳମାନଙ୍କରେ ଜାଳେଣି ଗ୍ୟାସ ସିଲିଣ୍ଡରର ବ୍ୟାପକ କଳାବଜାର ହେଉଥିବା ଜାଣିବାକୁ ମିଳିଛି । ମଧ୍ୟପ୍ରାଚ୍ୟ…

ଇରାନର ବଡ଼ ଦାବି, ମିଶାଇଲ୍ ଆଟାକରେ ଦୁଇଖଣ୍ଡ ହେଲା ଆମେରିକାର AWACS

ନୂଆଦିଲ୍ଲୀ,୨୯।୩: ଇରାନ ରବିବାର ଦିନ ସାଉଦି ଆରବରେ ଥିବା ଏକ ଆମେରିକୀୟ ଏୟାରବେସ୍ ଉପରେ ମିଶାଇଲ୍ ଏବଂ ଡ୍ରୋନ ଆଟାକ୍ କରିଛି । ଏହି ଆକ୍ରମଣରେ ଆମେରିକୀୟ…

ଜେଲ୍‌ ଶୌଚାଳୟରୁ ମିଳିଲା ବିଚାରାଧୀନ କଏଦୀଙ୍କ ମୃତଦେହ, ପରିବାର ଲୋକେ ଅଭିଯୋଗ ଆଣି କହିଲେ…

ପୁରୀ,୨୯ା୩(ଅଜିତ କୁମାର ମହାନ୍ତି): ରାମଚଣ୍ଡୀ ଥାନା ଅର୍ନ୍ତଗତ ବାରଙ୍ଗସ୍ଥିତ ପୁରୀ ଜେଲରେ ରବିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ପୁରୀ ଜେଲ୍‌ରେ ଥିବା ଜଣେ ବିଚାରାଧୀନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri