Posted inଜାତୀୟ

ମୋଦିଙ୍କୁ ହରାଇବା ପାଇଁ କେସିଆରଙ୍କୁ ହରାଇବାକୁ ପଡିବ କହିଲେ ରାହୁଲ, ଭିଡିଓ ଭାଇରାଲ…

ହାଇଦ୍ରାବାଦ,୨୮।୧୧ : ମଙ୍ଗଳବାର ତେଲଙ୍ଗାନାରେ ନିର୍ବାଚନ ପ୍ରଚାରର ଶେଷ ଦିନ। ଏହି କାରଣରୁ ସମସ୍ତ ରାଜନୈତିକ ଦଳ ଆଜି ଏଠାରେ ନିର୍ବାଚନ ପ୍ରଚାର ଜୋରସୋର କରିଛନ୍ତି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ତେଲଙ୍ଗାନାରେ ଅଛନ୍ତି ଏବଂ ବିଭିନ୍ନ ସ୍ଥାନରେ ଦଳ ପାଇଁ ପ୍ରଚାର କରୁଛନ୍ତି। ହାଇଦ୍ରାବାଦରେ ଏକ ସାଧାରଣ ସଭାରେ ସମ୍ବୋଧିତ କରି ରାହୁଲ ଭାଜପା ଏବଂ ବିଆରଏସକୁ ଏକ ପ୍ରକାର ଦଳ ବୋଲି କହିଛନ୍ତି। ସେ ଉଭୟ ଦଳକୁ ଟାର୍ଗେଟ କରିଛନ୍ତି।

ରାହୁଲ କହିଛନ୍ତି ବିଆରଏସ ମହାରାଷ୍ଟ୍ର, ଆସାମ, ରାଜସ୍ଥାନ, ମଧ୍ୟପ୍ରଦେଶ ଏବଂ ଛତିଶଗଡ, ଗୋଆରେ କଂଗ୍ରେସକୁ ଦୁର୍ବଳ କରିବା ଏବଂ ଭାଜପାକୁ ସମର୍ଥନ କରିବା ପାଇଁ କାର୍ଯ୍ୟ କରୁଛି। ଯଦି ଆମେ ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପରାସ୍ତ କରିବାକୁ ଚାହୁଁଛୁ, ତେବେ ପ୍ରଥମେ ତେଲଙ୍ଗାନାରେ ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ(କେସିଆର)ଙ୍କୁ ପରାସ୍ତ କରିବାକୁ ପଡିବ। ଏଠାରେ ବିଆରଏସ, ଭାଜପା ଏବଂ ଏଆଇଏମଆଇଏମ ଗୋଟିଏ ଦଳ ଭାବରେ ଏକାଠି କାମ କରୁଛନ୍ତି। ସବୁଠାରୁ ଦୁର୍ନୀତିଗ୍ରସ୍ତ ସରକାର ଚଳାଉଥିବା କେସିଆରଙ୍କ ବିରୋଧରେ ଗୋଟିଏ ବି ମାମଲା ନାହିଁ। ଇଡି, ସିବିଆଇ, ଆୟକର ବିଭାଗ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି। କାରଣ ତାଙ୍କୁ ଭାଜପାର ସମର୍ଥନ ମିଳିଛି ବୋଲି ରାହୁଲ ଅଭିଯୋଗ କରିଛନ୍ତି। ଏବେ ରାହୁଲଙ୍କ ଏହି ଭିଡିଓ ଭାଇରାଲ ହେବାରେ ଲାଗିଛି।

 


Enter your email to get our daily news in your inbox.

All Right Reserved By Dharitri.Com

ନଳକୂପରୁ ବାହାରୁଛି ଗୋଳିଆ ପାଣି, କୂଅରୁ ପାଣି ଆଣିବା ପାଇଁ ଦୂରକୁ ଯିବାକୁ ପଡୁଛି

ଦାରିଙ୍ଗବାଡ଼ି,୧୮ା୩(ଅରୁଣ ସାହୁ): ଏବେ ଶୀତ ଯାଇ ଗ୍ରୀଷ୍ମ ଆସିଲା ଚାରିଆଡ଼େ ପିଇବା ପାଣି ଟିକେ ପାଇଁ ସଂଘର୍ଷ କରିବାକୁ ପଡୁଛି। ଯେଉଁଠି ପାଇପ୍‌ ଯୋଗେ ଜଳ ଯୋଗାଣ…

ଶେଷରେ ପୁଟିନଙ୍କ ସହ ଡିଲ୍‌ କରିବେ ଟ୍ରମ୍ପ! ଆଗକୁ ଯୁଦ୍ଧରେ ନୂଆ ମୋଡ…

ନୂଆଦିଲ୍ଲୀ,୧୮।୩: ମଧ୍ୟପ୍ରାଚ୍ୟରେ ହର୍ମୁଜକୁ ନେଇ ବୃଦ୍ଧି ପାଉଥିବା ଉତ୍ତେଜନା କେବଳ ତୈଳ ବଜାରକୁ ନୁହେଁ ବରଂ ବିଶ୍ୱ ରାଜନୀତିକୁ ମଧ୍ୟ ଦୋହଲାଇ ଦେଇଛି। ଏହି ସମୟରେ, ନାଟୋ…

କଂଗ୍ରେସକୁ ଶକ୍ତ ଝଟ୍‌କା: ଦଳ ଛାଡ଼ି ଭାଜପାରେ ଯୋଗଦେଲେ ବରିଷ୍ଠ ନେତା

ଗୁଆହାଟୀ,୧୮ା୩:ଆସାମ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ପୁଣି ଶକ୍ତ ଧକ୍କା ଲାଗିଛି। ଦଳୀୟ ନେତା ତଥା ନାଗାଓଁ ଏମ୍‌ପି ପ୍ରଦ୍ୟୁତ୍‌ ବର୍ଦୋଳୋଇ ଭାଜପାରେ ଯୋଗ ଦେଇଛନ୍ତି। ଆସାମ…

ଦିଲୀପଙ୍କ ବିଜୟକୁ ନେଇ ମୁହଁ ଖୋଲିଲେ ସୌମ୍ୟରଞ୍ଜନ: ବିଜେଡି-ଭାଜପା ଭିତିରି ସମ୍ପର୍କକୁ ନେଇ କହିଦେଲେ ଏମିତି

ଭୁବନେଶ୍ୱର,୧୮।୩ (ସୁନିତ୍‌ ମିଶ୍ର):ରାଜ୍ୟ ସଭା ନିର୍ବାଚନରେ ଯେଉଁମାନେ ଦଳ ବିରୋଧରେ ଯାଇ ଭୋଟ ଦେଲେ ଏବଂ ଯେଉଁମାନେ ସେହି ଭୋଟକୁ ପାଇବା ପାଇଁ ଉଦ୍ୟମ କଲେ ସେମାନେ…

ଅଫିସ ଭିତରେ ପଶି ଆର୍‌ଆଇଙ୍କୁ ଆଖିବୁଜା ମାଡ଼ ମାରିଲେ ଯୁବକ, ଘୋଷାଡ଼ି ଘୋଷାଡ଼ି…

ଚାନ୍ଦବାଲି,୧୮ା୩(ଅଶୋକ ପଣ୍ଡା): ସରକାରୀ ଅଫିସ୍‌ ଭିତରେ ପଶି ଅଫିସରଙ୍କୁ ଆଖିବୁଜା ମାଡ଼। ତାହା ପୁଣି ଦିନ ଦ୍ୱିପ୍ରହରରେ ସର୍ବ ସମ୍ମୁଖରେ। ଏମିତି କି ଅଫିସ ଗୃହରୁ ଘୋଷାଡ଼ି…

ବିମାନଯାତ୍ରୀଙ୍କ ପାଇଁ ବଡ଼ ଆଶ୍ୱସ୍ତି: ଏଣିକି ୬୦% ସିଟ୍‌ ମାଗଣାରେ ବାଛିପାରିବେ

ନୂଆଦିଲ୍ଲୀ,୧୮ା୩: ବିମାନଯାତ୍ରୀଙ୍କ ପାଇଁ ବଡ଼ ଆଶ୍ୱସ୍ତି। ବୁଧବାର ବିମାନଯାତ୍ରୀମାନଙ୍କୁ ଲାଭ ଦେବା ପାଇଁ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଏକ ବ୍ୟାପକ ତଥା ନୂଆ ନିୟମ ପ୍ରଚଳନ…

ରୁଷିଆ ପରେ ଭାରତକୁ ତେଲ ପଠାଇଲା ଏହି ମୁସିଲମ ଦେଶ, ଚମକି ପଡିଲେ ଟ୍ରମ୍ପ!

ନୂଆଦିଲ୍‌ଲୀ,୧୮।୩: ଆମେରିକା, ଇସ୍ରାଏଲ ଏବଂ ଇରାନ ସହିତ ଚାଲିଥିବା ବିବାଦ ଯୋଗୁଁ ହର୍ମୁଜରେ ସଙ୍କଟ ଆହୁରି ଗଭୀର ହେଉଛି। ଏହି ପରିସ୍ଥିତି ମଧ୍ୟରେ, ଭାରତ ପାଇଁ ଏକ…

ରକ୍ତ ଜୁଡୁବୁଡୁ ଅବସ୍ଥାରେ ଭଡାଘରୁ ଯୁବକ ଉଦ୍ଧାର: ବଢୁଛି ସନ୍ଦେହ

ବାହାନଗା,୧୮।୩(ଅରୂପ କୁମାର ଦାସ): ରକ୍ତ ଜୁଡୁବୁଡୁ ଅବସ୍ଥାରେ ଭଡାଘରୁ ଜଣେ ଯୁବକ ଉଦ୍ଧାର କରାଯିବା ଘଟଣା ପୋଲିସ ପାଇଁ ମୁଣ୍ଡବ୍ୟଥାର କାରଣ ସାଜିଛି। ଏଭଳି ଘଟଣା ଘଟିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri