ଜାତିବାଦୀ ରାଜନୀତିର ସାହାରା ନେଇଛନ୍ତି ରାହୁଲ: ଧର୍ମେନ୍ଦ୍ର

ଭୁବନେଶ୍ୱର,୯।୨(ସୁନିତ୍‌ ମିଶ୍ର)”ମନ୍ଦିର ଏବଂ ମଠ ବୁଲିବା ପରେ କଂଗ୍ରେସ ଯୁବରାଜ ରାହୁଲ ଗାନ୍ଧୀ ଏବେ ନିଜର ରାଜନୈତିକ ଅସ୍ତିତ୍ୱ ବଞ୍ଚାଇବା ପାଇଁ ଚରମ ଜାତିବାଦୀ ରାଜନୀତିର ସାହାରା ନେଇଛନ୍ତି। କଂଗ୍ରେସର ‘ମିଛର ଗ୍ୟାରେଣ୍ଟି’କୁ କେହି ବିଶ୍ୱାସ କରିବେ ନାହିଁ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ରାହୁଲଙ୍କ ଭାଷଣ ଉପରେ ପ୍ରତିକ୍ରିୟା ରଖି ଧର୍ମେନ୍ଦ୍ର କହିଛନ୍ତି , ଝାରସୁଗୁଡ଼ାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜାତି ବିଷୟରେ ଦେଇଥିବା ଟିପ୍ପଣୀ ସବୁଥର ପରି ରାହୁଲ ଗାନ୍ଧୀଙ୍କ ଆଉ ଏକ ମିଛ ପଦାକୁ ଆଣିଛି। ହୁଏତ ସତରେ ସେ ଅବୁଝା ଅଛନ୍ତି କିମ୍ବା ବାରମ୍ବାର ମିଛ କହିଲେ ମିଛଟି ସତ ହୋଇଯାଏ ବୋଲି ରାହୁଲ ଭାବି ନେଇଛନ୍ତି। ପ୍ରଥମେ ସେ ନିଜେ ନିଜକୁ ନ୍ୟାୟ ଦିଅନ୍ତୁ। ଏଭଳି ଭାବେ ପ୍ରତିଦିନ ମିଛ କହିବାର ଅଭ୍ୟାସ କଲେ, ସେ ଆଗକୁ କେବଳ ହାସ୍ୟ, ବ୍ୟଙ୍ଗ ଏବଂ ମନୋରଞ୍ଜନର ବ୍ୟକ୍ତି ଭାବେ ଗଣା ହେବେ। ପ୍ରଧାନମନ୍ତ୍ରୀ ମୋଦିଙ୍କ ‘ପଲିଟିକ୍ସ ଅଫ୍‌ ପର୍ଫର୍ମାନ୍ସ’ ଓ ୧୦ ବର୍ଷର ରିପୋର୍ଟ କାର୍ଡ ସାମ୍ନାରେ କଂଗ୍ରେସର ପ୍ରତ୍ୟେକ କୌଶଳ ବିଫଳ ହୋଇଛି। ‘ଗରିବୀ ହଟାଓ’ ନାରା ଦେଇ କଂଗ୍ରେସ ଦୀର୍ଘ ଦଶନ୍ଧି ଧରି ଲୋକଙ୍କ ଆଖିରେ ଧୂଳି ଦେଇଆସିଛି। ଏବେ ସାମାଜିକ ନ୍ୟାୟ ଉପରେ ସେମାନଙ୍କ କୁମ୍ଭୀର କାନ୍ଦଣାରେ ଦେଶବାସୀ ଭ୍ରମିତ ହେବେ ନାହିଁ। ରାହୁଲ ଗାନ୍ଧୀ ନିଜ ଦଳର ଦଳିତ, ଆଦିବାସୀ, ପଛୁଆ ଓ ସଂରକ୍ଷଣ ବିରୋଧୀ ଚେହେରା ବିଷୟରେ ଅନଭିଜ୍ଞ ଥାଇପାରନ୍ତି, କିନ୍ତୁ ଦେଶ ଏହାକୁ ଭଲ ଭାବରେ ଜାଣିଛି ଓ ବୁଝିଛି ବୋଲି ଧର୍ମେନ୍ଦ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Budget 2026: ବଜେଟରେ ବଡ଼ ଘୋଷଣା କଲେ ନିର୍ମଳା ସୀତାରାମନ୍‌, କ୍ୟାନସର-ଡାଇବେଟିସ ରୋଗୀଙ୍କ ପାଇଁ ଖୁସି ଖବର

ନୂଆଦିଲ୍ଲୀ,୧।୨: ସଂସଦ ଆରମ୍ଭ ହୋଇଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଲୋକ ସଭାରେ ବଜେଟ ଉପସ୍ଥାପନ କରୁଛନ୍ତି। ଏହା ତାଙ୍କର ଲଗାତାର ନବମ ବଜେଟ। ବଜେଟର ଏକ କପି…

Budget 2026: ବଡ ଘୋଷଣା କରିଦେଲେ ଅର୍ଥମନ୍ତ୍ରୀ, ଓଡ଼ିଶାରେ ସୃଷ୍ଟି ହେବ ନିଯୁକ୍ତି ସୁଯୋଗ

ନୂଆଦିଲ୍ଲୀ,୧।୨: ୨୦୨୬-୨୭ ଆର୍ଥିକ ବର୍ଷର ବଜେଟ୍ ଉପସ୍ଥାପନ କରି ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଦେଶର ଖଣିଜ ସମ୍ପଦର ସଦୁପଯୋଗ ଏବଂ ଆମଦାନୀ…

ପୋଲିସ ଗାଡି ଧକ୍କାରେ ଗଲା ଜୀବନ

ବଲାଙ୍ଗୀର,୧।୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ବଙ୍ଗୋମୁଣ୍ଡା ଥାନା ପେଟ୍ରୋଲ ପମ୍ପର ନିକଟ ବୁଲାଣି ରାସ୍ତାରେ ଶନିବାର ରାତିରେ ଭୟଙ୍କର ଦୁର୍ଘଟଣା ଘଟିଛି। ମୋଟର ସାଇକେଲରେ ଆସୁଥିବା…

ଯେବେ ପାକିସ୍ତାନ ପିଏମ ଆଗତ କରିଥିଲେ ଭାରତର ବଜେଟ, ଦେଶରେ ପଡିଥିଲା ଚହଳ!

ନୂଆଦିଲ୍ଲୀ,୧।୨: ଭାରତୀୟ ଇତିହାସର ଏକ ଆକର୍ଷଣୀୟ ଘଟଣା ଯାହା ପ୍ରଥମ ଥର ପାଇଁ ଶୁଣିଲେ ଯେକୌଣସି ବ୍ୟକ୍ତିଙ୍କୁ ଆଶ୍ଚର୍ଯ୍ୟ କରିପାରେ। ପାକିସ୍ତାନର ପ୍ରଧାନମନ୍ତ୍ରୀ ଭାରତର ବଜେଟ ଉପସ୍ଥାପନ…

ଗାଁ ପାଇଁ ଅର୍ଥମନ୍ତ୍ରୀଙ୍କ ବଡ଼ ଘୋଷଣା: ଉପକୃତ ହେବେ ଗ୍ରାମୀଣ ଯୁବକ

ନୂଆଦିଲ୍ଲୀ,୧ା୨: ରବିବାର ପୂର୍ବାହ୍ନରେ ପାର୍ଲାମେଣ୍ଟରେ ବଜେଟ୍‌ ୨୦୨୬-୨୭ ଆଗତ ହୋଇଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ବଜେଟ୍‌ ଉପସ୍ଥାପନ କରିଛନ୍ତି। ଲଗାତର ୯ମ ଥର ପାଇଁ ବଜେଟ ଆଗତ…

Union Budget: ବଜେଟରେ ‘ସମସ୍ତଙ୍କ ପାଇଁ ବୀମା’ ସ୍ବପ୍ନ ସାକାର ହେବ କି? ଜାଣନ୍ତୁ ସବିଶେଷ ତଥ୍ୟ

ନୂଆଦିଲ୍ଲୀ,୧।୨: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ରବିବାର, ଫେବୃଆରୀ ୧, ୨୦୨୬ରେ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନ କରିଛନ୍ତି। ବୀମା ଶିଳ୍ପ ଏଥିପାଇଁ ବହୁତ…

Union Budget 2026-27: ଲୋକ ସଭାରେ ବଜେଟ ଭାଷଣ ଦେଲେ ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ,୧।୨: ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ସଂସଦରେ ତାଙ୍କର ନବମ ବଜେଟ ଉପସ୍ଥାପନ କରୁଛନ୍ତି। ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ବଜେଟ ଦେଶର ସଂସଦୀୟ ଇତିହାସରେ ଏକ ନୂତନ…

ବାପା ହେଲେ ସୁପରଷ୍ଟାର ରାମ ଚରଣ: ଉପାସନା ଜନ୍ମ ଦେଲେ ଯମଜ ସନ୍ତାନ

ମୁମ୍ବାଇ: ଟଲିଉଡର ପାୱାର କପଲ ରାମ ଚରଣ ଏବଂ ଉପାସନା କୋନିଡେଲାଙ୍କ ଘରକୁ ଆସିଛନ୍ତି ଦୁଇ ନୂଆ ଅତିଥି। ଉପାସନା ଏକ ପୁତ୍ର ଏବଂ ଏକ କନ୍ୟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri