Posted inଜାତୀୟ

ରାହୁଲ ଯେଉଁଆଡେ ଯାଆନ୍ତି, ଭାରତକୁ ବଦନାମ କରିବା ତାଙ୍କ ଅଭ୍ୟାସ: ରବିଶଙ୍କର

ନୂଆଦିଲ୍ଲୀ,୨୦।୮: କଂଗ୍ରେସ ଏମ୍‌ପି ରାହୁଲ ଗାନ୍ଧୀଙ୍କ ଲଦାଖ ଗସ୍ତକୁ ନେଇ ଭାରତୀୟ ଜନତା ଦଳର ବରିଷ୍ଠ ନେତା ରବି ଶଙ୍କର ପ୍ରସାଦ ରବିବାର ତାଙ୍କୁ ଟାର୍ଗେଟ୍‌ କରିଛନ୍ତି। ସେ କହିଛନ୍ତି, ରାହୁଲ ଯେଉଁଆଡେ ଯାଆନ୍ତି, ଭାରତକୁ ବଦନାମ କରିବା ତାଙ୍କ ଅଭ୍ୟାସ। ରାହୁଲ ଗାନ୍ଧୀ ବର୍ତ୍ତମାନ ଲଦାଖ ଗସ୍ତରେ ଅଛନ୍ତି। ସେଠାରେ ସେ କହିଛନ୍ତି ଯେ, ସ୍ଥାନୀୟ ଲୋକ କହୁଛନ୍ତି ଚାଇନା ସେନା ଆମ ଜମି ଦଖଲ କରିଛନ୍ତି କିନ୍ତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହୁଛନ୍ତି ଯେ ଏଠାକୁ କେହି ଆସିନାହାଁନ୍ତି।
ରବି ଶଙ୍କର ପ୍ରସାଦ ରାହୁଲଙ୍କ ମନ୍ତବ୍ୟ ଉପରେ ଜବାବ ରଖି କହିଛନ୍ତି, ରାହୁଲ ଗାନ୍ଧୀ ଲଦାଖ ଯାଇଛନ୍ତି, ବହୁତ ବୁଲୁଛନ୍ତି, ମୋଟର ସାଇକେଲ ଚଳାଉଛନ୍ତି, କିନ୍ତୁ ତାଙ୍କ ପ୍ରକୃତି ହେଉଛି ଯେଉଁଆଡେ ଯାଆନ୍ତି, ଭାରତକୁ ବଦନାମ କରନ୍ତି। ସେ ହୋମୱାର୍କ କରନ୍ତି ନାହିଁ କିମ୍ବା କିଛି ଜାଣନ୍ତି ନାହିଁ। ରାହୁଲ ଗାନ୍ଧୀ ଫାଉଣ୍ଡେସନରୁ ଟଙ୍କା କେଉଁଠୁ ଆସିଲା। ତୁମେ ମା’ଙ୍କ ସହିତ ଚାଇନା ଯାଇଥିଲ, ମୁଁ କହିବା ଆରମ୍ଭ କରିବା ଉଚିତ ହେବ କି ବୋଲି ସେ ପ୍ରଶ୍ନ କରିଛନ୍ତି।
ରବି ଶଙ୍କର ପ୍ରସାଦ ଆହୁରି କହିଛନ୍ତି ଯେ, ରାହୁଲ ଆଜି ଲଦାଖ ବିଷୟରେ କହୁଛନ୍ତି, କିନ୍ତୁ ତାଙ୍କ ସରକାର ଲଦାଖରୁ ଅରୁଣାଚଳ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ କରୁ ନ ଥିଲେ, କାରଣ ଚାଇନା ରାଗିଯିବାର ଭୟ ଥିଲା। ଆଜି ପ୍ରଧାନମନ୍ତ୍ରୀ ମୋଦି ସେହି ମାର୍ଗରେ ବଡ଼ ରାଜପଥ ନିର୍ମାଣ କରିଛନ୍ତି। ଲଦାଖରେ ଇନଫ୍ରା ଏବଂ ବିଦ୍ୟୁତ ପାଇଁ ସରକାର ପ୍ରତିଦିନ କାର୍ଯ୍ୟ କରୁଛନ୍ତି ଏବଂ ଆଜି କଶ୍ମୀରର ଲାଲ ଚୌକରେ ଲକ୍ଷ ଲକ୍ଷ ଲୋକ ପତାକା ଉତ୍ତୋଳନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବେରୋଜଗାରୀ ଯୁବତୀ-ଯୁବକଙ୍କ ପାଇଁ ଖୁସି ଖବର, ୨୩୮୦୦ ସରକାରୀ ପଦବୀ ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କଲେ…

ନୂଆଦିଲ୍ଲୀ,୭।୨: ଜମ୍ମୁ-କଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଶୁକ୍ରବାର ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ୧.୨୭ ଲକ୍ଷ କୋଟି ଟଙ୍କାର ବଜେଟ୍ ଉପସ୍ଥାପନ କରିଛନ୍ତି । ମୁଖ୍ୟମନ୍ତ୍ରୀ…

ଅତିରିକ୍ତ ତହସିଲଦାରଙ୍କ ଦୁର୍ବ୍ୟବହାରରେ କୀଟନାଶକ ପିଇଦେଲେ ପିଇଓ

ଚିକିଟି,୭ା୨(ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟି ବ୍ଲକରେ ଏକ ଅଭାବନୀୟ ଘଟଣା ଘଟିଛି। ଅତିରିକ୍ତ ତହସିଲଦାର ଶାଶ୍ୱତୀ ଷଡ଼ଙ୍ଗୀଙ୍କ ଦୁର୍ବ୍ୟବହାରରେ ଅତିଷ୍ଠ ହୋଇ ରାମଚନ୍ଦ୍ରପୁର ପଞ୍ଚାୟତ…

ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ହାସଲ କରିଥିବା ଛାତ୍ରୀଛାତ୍ର ହେଲେ ପୁରସ୍କୃତ

ଥୁଆମୂଳରାମପୁର, ୭ା୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଡୁମେରପଦର ସରକାରୀ (ଏସ୍‌ଏସ୍‌ଡି) ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଶିକ୍ଷକ ସୁଶାନ୍ତ…

ପଞ୍ଜାବୀ ଗୀତ ବୁଝି ପାରିଲେନି Vaibhav Suryavanshi! ବିଜୟ ପରେ ଡ୍ୟାନ୍ସ ଭିଡ଼ିଓ ହେଉଛି ଭାଇରାଲ

ନୂଆଦିଲ୍ଲୀ,୭।୨: ୧୯ ବର୍ଷରୁ କମ ବିଶ୍ୱକପ ଇତିହାସର ସବୁଠାରୁ ଶକ୍ତିଶାଳୀ ପ୍ରଦର୍ଶନ ପରେ, Vaibhav Suryavanshi ଏକ ଜବରଦସ୍ତ ଉତ୍ସବ ସହିତ ଭାରତର ବିଜୟ ପାଳନ କଲେ,…

ଯୁବପିଢ଼ିଙ୍କ ମଧ୍ୟରେ ବୃଦ୍ଧି ପାଉଛି ଷ୍ଟୋନ ସମସ୍ୟା, ଜାଣନ୍ତୁ କାରଣ ଏବଂ ପ୍ରତିକାର

ଦେଶରେ ଅନେକ ଲୋକ ଅଛନ୍ତି ଯେଉଁମାନେ ଷ୍ଟୋନକୁ ଗମ୍ଭୀରତାର ସହ ନିଅନ୍ତି ନାହିଁ । କିନ୍ତୁ ଏହି ଛୋଟ ସମସ୍ୟା ହୃଦରୋଗ, କ୍ରନିକ ବୃକକ୍ ରୋଗ ଏବଂ କିଡନୀ…

ଭଲିବଲ ଟୁର୍ଣ୍ଣାମେଣ୍ଟ: ସ୍ବାମ୍‌ ଟିମ୍‌କୁ ହରାଇ କରଞ୍ଜିଆ ଚମ୍ପିୟାନ

ପାଟଣା,୭।୨(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ବଡ ପାଟଣା ପଞ୍ଚାୟତ ସ୍ବାମ ବିରଜୟ ଗୋବିନ୍ଦପୁର ଶାସନ ଭଲିବଲ ଆସୋସିଏଶନ ପକ୍ଷରୁ ଶୁକ୍ରବାର ଦିବାରାତ୍ର ସ୍ବାମ…

ଅଶାନ୍ତ ହୋଇପଡ଼ିଛି ବରଗଡ଼: ଜଳୁଛି କ୍ରୋଧର ନିଆଁ, ସହରବାସୀ ଅସୁରକ୍ଷିତ

ବରଗଡ଼,୭ା୨(ପ୍ରେମାନନ୍ଦ ଖମାରୀ): ବିଚ୍‌ ରାସ୍ତା ଉପରେ ହୋଇଥିବା ଗୋଷ୍ଠୀ ସଂଘର୍ଷରେ ୨ଯୁବକଙ୍କ ମୃତ୍ୟୁ ପରେ ବରଗଡ଼ ସହର ଅଶାନ୍ତ ହୋଇ ପଡ଼ିଛି। ଏବେ ମଧ୍ୟ ଉତ୍ତେଜନା ଲାଗି…

India-US Trade Deal: ‘ବନ୍ଧୁ ଆଉ ବନ୍ଧୁ ହୋଇ ରହିଲେ ନାହିଁ…’, ଭାରତ-ଆମେରିକା ବାଣିଜ୍ୟ ଚୁକ୍ତିକୁ ନେଇ…

ନୂଆଦିଲ୍ଲୀ,୭।୨: ଭାରତ ଏବଂ ଆମେରିକା ମଧ୍ୟରେ ଘୋଷଣା ହୋଇଥିବା ମଧ୍ୟବର୍ତ୍ତୀକାଳୀନ ବାଣିଜ୍ୟ ଚୁକ୍ତି ଜାତୀୟ ରାଜନୀତିକୁ ଉଷ୍ମ କରିଛି। ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ ପ୍ରଧାନମନ୍ତ୍ରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri