Posted inଜାତୀୟ

ରାହୁଲ ଯେଉଁଆଡେ ଯାଆନ୍ତି, ଭାରତକୁ ବଦନାମ କରିବା ତାଙ୍କ ଅଭ୍ୟାସ: ରବିଶଙ୍କର

ନୂଆଦିଲ୍ଲୀ,୨୦।୮: କଂଗ୍ରେସ ଏମ୍‌ପି ରାହୁଲ ଗାନ୍ଧୀଙ୍କ ଲଦାଖ ଗସ୍ତକୁ ନେଇ ଭାରତୀୟ ଜନତା ଦଳର ବରିଷ୍ଠ ନେତା ରବି ଶଙ୍କର ପ୍ରସାଦ ରବିବାର ତାଙ୍କୁ ଟାର୍ଗେଟ୍‌ କରିଛନ୍ତି। ସେ କହିଛନ୍ତି, ରାହୁଲ ଯେଉଁଆଡେ ଯାଆନ୍ତି, ଭାରତକୁ ବଦନାମ କରିବା ତାଙ୍କ ଅଭ୍ୟାସ। ରାହୁଲ ଗାନ୍ଧୀ ବର୍ତ୍ତମାନ ଲଦାଖ ଗସ୍ତରେ ଅଛନ୍ତି। ସେଠାରେ ସେ କହିଛନ୍ତି ଯେ, ସ୍ଥାନୀୟ ଲୋକ କହୁଛନ୍ତି ଚାଇନା ସେନା ଆମ ଜମି ଦଖଲ କରିଛନ୍ତି କିନ୍ତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହୁଛନ୍ତି ଯେ ଏଠାକୁ କେହି ଆସିନାହାଁନ୍ତି।
ରବି ଶଙ୍କର ପ୍ରସାଦ ରାହୁଲଙ୍କ ମନ୍ତବ୍ୟ ଉପରେ ଜବାବ ରଖି କହିଛନ୍ତି, ରାହୁଲ ଗାନ୍ଧୀ ଲଦାଖ ଯାଇଛନ୍ତି, ବହୁତ ବୁଲୁଛନ୍ତି, ମୋଟର ସାଇକେଲ ଚଳାଉଛନ୍ତି, କିନ୍ତୁ ତାଙ୍କ ପ୍ରକୃତି ହେଉଛି ଯେଉଁଆଡେ ଯାଆନ୍ତି, ଭାରତକୁ ବଦନାମ କରନ୍ତି। ସେ ହୋମୱାର୍କ କରନ୍ତି ନାହିଁ କିମ୍ବା କିଛି ଜାଣନ୍ତି ନାହିଁ। ରାହୁଲ ଗାନ୍ଧୀ ଫାଉଣ୍ଡେସନରୁ ଟଙ୍କା କେଉଁଠୁ ଆସିଲା। ତୁମେ ମା’ଙ୍କ ସହିତ ଚାଇନା ଯାଇଥିଲ, ମୁଁ କହିବା ଆରମ୍ଭ କରିବା ଉଚିତ ହେବ କି ବୋଲି ସେ ପ୍ରଶ୍ନ କରିଛନ୍ତି।
ରବି ଶଙ୍କର ପ୍ରସାଦ ଆହୁରି କହିଛନ୍ତି ଯେ, ରାହୁଲ ଆଜି ଲଦାଖ ବିଷୟରେ କହୁଛନ୍ତି, କିନ୍ତୁ ତାଙ୍କ ସରକାର ଲଦାଖରୁ ଅରୁଣାଚଳ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ କରୁ ନ ଥିଲେ, କାରଣ ଚାଇନା ରାଗିଯିବାର ଭୟ ଥିଲା। ଆଜି ପ୍ରଧାନମନ୍ତ୍ରୀ ମୋଦି ସେହି ମାର୍ଗରେ ବଡ଼ ରାଜପଥ ନିର୍ମାଣ କରିଛନ୍ତି। ଲଦାଖରେ ଇନଫ୍ରା ଏବଂ ବିଦ୍ୟୁତ ପାଇଁ ସରକାର ପ୍ରତିଦିନ କାର୍ଯ୍ୟ କରୁଛନ୍ତି ଏବଂ ଆଜି କଶ୍ମୀରର ଲାଲ ଚୌକରେ ଲକ୍ଷ ଲକ୍ଷ ଲୋକ ପତାକା ଉତ୍ତୋଳନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବେସାହାରା ଲଳିତାଙ୍କୁ ସାହାରା ଦେବାକୁ ଦାବି, ପାଠ ସହିତ ବଞ୍ଚିବାର ସହାୟତା ଆଶାରେ ଲଳିତା

କେନ୍ଦୁଝର,୧୪।୧୨ (ନରେଶ ଚନ୍ଦ୍ର ପଟ୍ଟନାୟକ) : କଥାରେ ଅଛି ଦୁଃଖ ଯେତେବେଳେ ପରିବାର ବନ୍ଧୁବର୍ଗଙ୍କୁ ସାଙ୍ଗରେ ନେଇକି ଆସେ । ଏଭଳି ଏକ ଦୁଃଖଦ ଘଟଣା...

ଭାଜପାକୁ ମିଳିଲା ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି, ନୀତିନ ନବୀନଙ୍କୁ ଦାୟିତ୍ବ

ନୂଆଦିଲ୍ଲୀ,୧୪।୧୨:  ବଡ଼ ଘୋଷଣା କଲା ଭାଜପା । ଭାରତୀୟ ଜନତା ପାର୍ଟି ଏକ ବଡ଼ ସାଂଗଠନିକ ପରିବର୍ତ୍ତନ କରିଛି । ନୀତିନ ନବୀନ ହେଲେ ଭାଜପା...

ଧାନଖଳାରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ, ଜଳିଗଲା ୬୦୦ ବସ୍ତା ଧାନ

ବଲାଙ୍ଗୀର,୧୪ା୧୨(ସୁନିଲ କୁମାର ମହାନ୍ତି): ପୁଣି ଧାନ ଖଳାରେ ନିଆଁ ଲଗାଇ ଦେଇଛନ୍ତି ଦୁର୍ବୃତ୍ତ। ବଲାଙ୍ଗୀର ଜିଲା ଦେଓଗାଁ ବ୍ଲକ ଉଡାର ପଞ୍ଚାୟତ ଜଲିଆ ଗାଁର ଚାଷୀ...

ବିଳମ୍ବିତ ନ୍ୟାୟ ଲୋକଙ୍କ ଉପରେ ବୋଝ: CJI

କଟକ,୧୪।୧୨: ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି(CJI) ସୂର୍ଯ୍ୟ କାନ୍ତ ରବିବାର କଟକ ଶହୀଦ ଭବନରେ ହାଇକୋର୍ଟ ବାର୍‌ ପକ୍ଷରୁ ଆୟୋଜିତ ଆଲୋଚନାଚକ୍ରରେ ଯୋଗ ଦେଇଛନ୍ତି। ଏହି ଅବସରରେ...

ବାପି ସର୍ଖେଲଙ୍କ ବଡ଼ ବୟାନ, କହିଲେ ମୁଁ ଦାମଙ୍କ ପୁଅ

ଭୁବନେଶ୍ବର,୧୪।୧୨: ବାପି ସର୍ଖେଲ ବଡ଼ ବୟାନ ଦେଇଛନ୍ତି। ନିଜକୁ ଦାମଙ୍କ ପୁଅ କହିଲେ ପାରାଦୀପ ଶ୍ରମିକ ନେତା ବାପି ସର୍ଖେଲ । ପାରାଦୀପ, କୁଜଙ୍ଗରେ ଆୟୋଜିତ...

କୋଟଗଡ଼ରେ ହାତୀ ଆତଙ୍କ: ନଷ୍ଟ କଲେ ଫସଲ

ବାଲିଗୁଡ଼ା,୧୪ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ବନଖଣ୍ଡର କୋଟଗଡ଼ ଅଭୟାରଣ୍ୟରେ ଦେଖିବାକୁ ମିଳିଛି ହାତୀ ଆତଙ୍କ। ଗତ ଦୁଇଦିନ ଧରି କୋଟଗଡ଼ ବନାଞ୍ଚଳର ଲାସେରୀ...

ପର୍ଯ୍ୟଟକଙ୍କୁ ଦୂରଦୂରାନ୍ତରୁ ଟାଣିଆଣୁଛି ଦାରିଙ୍ଗବାଡ଼ି, ମୌଳିକ ସୁବିଧା ପାଇଁ ନିବେଦନ

ଦାରିଙ୍ଗବାଡ଼ି,୧୪ା୧୨(ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ି ସମେତ ତା’ର ଆଖପାଖରେ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଛି। ଏଭଳି ଏକ ପର୍ଯ୍ୟଟନକ୍ଷେତ୍ର ଦାରିଙ୍ଗବାଡ଼ିଠାରୁ ମାତ୍ର ୨୨...

ସବ୍ୟ-ଅର୍ଚ୍ଚିତାଙ୍କ ଘରକୁ ଆସିବେ କୁନି ଅତିଥି, ସୋସିଆଲ ମିିଡିଆରେ ସେୟାର କଲେ ଭିଡ଼ିଓ

ଭୁବନେଶ୍ବର,୧୪।୧୨: ଓଲିଉଡ ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ର ଏବଂ ଅଭିନେତ୍ରୀ ଅର୍ଚ୍ଚିତା ସାହୁ ଏକ ଖୁସି ଖବର ଦେଇଛନ୍ତି । ଖୁବଶୀଘ୍ର ସେମାନଙ୍କ ଘରକୁ କୁନି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri