Posted inଜାତୀୟ

ସଂସଦ ପରିସରରେ ନୂଆ ଅନ୍ଦାଜରେ ରାହୁଲ, ଏହି ନେତାଙ୍କୁ ବଢେଇଦେଲେ ଗୋଲାପ, ସମସ୍ତେ ତାଜୁବ

ନୂଆଦିଲ୍ଲୀ,୧୧।୧୨: ଟି-ଶାର୍ଟ, ବ୍ୟାଗ ପରେ ଏବେ ଗୋଲାପ ଫୁଲ। ବିରୋଧର ନୂଆ ନୂଆ ଷ୍ଟାଇଲ ଆପଣାଉଛନ୍ତି ବିରୋଧୀ। କଂଗ୍ରେସ ଏମପି ତଥା ଲୋକ ସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଆଜି ଗୋଲାପ ଫୁଲ ବାଣ୍ଟିଛନ୍ତି। ରାହୁଲ କାହାକୁ ଗୋଲାପ ଦେଇଛନ୍ତି ଜାଣିଲେ ତାଜୁବ ମଧ୍ୟ ହୋଇଯିବେ।

ସଂସଦ ପରିସରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କୁ ଗୋଲାପ ଦେଇଛନ୍ତି ରାହୁଲ। କେବଳ ସେତିକି ନୁହେଁ ତାଙ୍କ ହାତରେ ଜାତୀୟ ପତାକାକୁ ମଧ୍ୟ ଧରାଇଛନ୍ତି। ଚଳିତ ସଂସଦ ଅଧିବେଶନରେ କଂଗ୍ରେସ କ୍ରମାଗତ ଭାବରେ ସରକାରଙ୍କୁ ଘେରିବାରେ ଲାଗିଛି। ଆଦାନୀ ପ୍ରସଙ୍ଗରେ ଗୃହରେ ଆଲୋଚନା ପାଇଁ କଂଗ୍ରେସ ପ୍ରତିଦିନ ନୂଆ ଢଙ୍ଗରେ ସଂସଦ ବାହାରେ ବିରୋଧ କରୁଛି।

ତେବେ ଏତିକି ବେଳେ ସଂସଦ ବାହାରେ ବିରୋଧ ପ୍ରଦର୍ଶନବେଳେ ନିଆରା ଦୃଶ୍ୟ ଦେଖିବାକୁ ମିଳିଛି। ରାଜନାଥ ସିଂହ ସଂସଦ ଭିତରକୁ ପ୍ରବେଶ କରୁଥିବା ବେଳେ ତାଙ୍କୁ ରାହୁଲ ଗାନ୍ଧୀ ଗୋଲାପ ଫୁଲ ଓ ତ୍ରିରଙ୍ଗା ପତକା ଦେଇ ନୂଆ ଷ୍ଟାଇଲରେ ବିରୋଧ ପ୍ରଦର୍ଶନ କରିଛନ୍ତି।

ରାଜନାଥ ସିଂହ ତାଙ୍କ କାରରୁ ଓହ୍ଲାଇବା ମାତ୍ରେ ରାହୁଲ ତୁରନ୍ତ ତାଙ୍କ ଆଗକୁ ଚାଲି ଆସିଥିଲେ। ଏହି ସମୟରେ ରାଜନାଥ ଏବଂ ରାହୁଲଙ୍କ ମଧ୍ୟରେ କିଛି ସେକେଣ୍ଡ ପାଇଁ କଥାବାର୍ତ୍ତା ହୋଇଥିଲା। କିନ୍ତୁ ରାହୁଲ ତାଙ୍କୁ ତ୍ରିରଙ୍ଗା ଓ ଗୋଲାପ ଦେବା ମାତ୍ରେ ରାଜନାଥ ଏହାକୁ ନ ନେଇ ହସି ହସି ଆଗକୁ ଚାଲି ଯାଇଥିଲେ। ଏହି ସମୟରେ କଂଗ୍ରେସ ନେତା, ଭାଜପା ନେତା ଏବଂ ସେଠାରେ ଉପସ୍ଥିତ ଥିବା ସୁରକ୍ଷା କର୍ମୀମାନେ ମଧ୍ୟ ହସୁଥିବା ଦେଖିବାକୁ ମିଳିଥିଲା। ବର୍ତ୍ତମାନ ଏହି ଘଟଣାର ପୂରା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ଭାରତକୁ ୪୦,୦୦୦ ଏଲ୍‌ଏମ୍‌ଜି ଯୋଗାଇବ ଇସ୍ରାଏଲୀ କମ୍ପାନୀ

ଜେରୁଜେଲମ୍‌ ,୬ା୧୨: ଇସ୍ରାଏଲ୍‌ର ଏକ ପ୍ରମୁଖ ପ୍ରତିରକ୍ଷା କମ୍ପାନୀ ଭାରତକୁ ପ୍ରଥମ ପର୍ଯ୍ୟାୟରେ ୪୦ ହଜାର ହାଲୁକା ମେଶିନ୍‌ ଗନ୍‌ (ଏଲ୍‌ଏମ୍‌ଜି) ଯୋଗାଇବାକୁ ଯାଉଛି। ଆସନ୍ତାବର୍ଷ...

ଏୟାରବସ୍‌ ଏ-୩୨୦ରେ ଗୁଣବତ୍ତା ସମସ୍ୟା, ବିମାନ ଡେଲିଭରିରେ ବିଳମ୍ବ

ପ୍ୟାରିସ୍‌,୬ା୧୨: ଏୟାର ବସ୍‌ ଏ-୩୨୦ ବିମାନଗୁଡ଼ିକରେ ସଫ୍ଟଓ୍ବେର ସମସ୍ୟା ଦେଖାଦେବା ପରେ ଗତ ମାସରେ କମ୍ପାନୀ ସେଗୁଡ଼ିକର ସମାଧାନ କରିଥିଲା। ସଫ୍ଟଓ୍ବେର ଅପ୍‌ଡେଟ୍‌ ପାଇଁ ଅନେକ...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri