Posted inଜାତୀୟ

ବଦଳିଯିବ ରାହୁଲ ଗାନ୍ଧୀଙ୍କ ଭାଗ୍ୟ! ଏପର୍ଯ୍ୟନ୍ତ ୧୨ ବିରୋଧୀ ଦଳ ନେତାଙ୍କ କେମିତି ଥିଲା କାର୍ଯ୍ୟକାଳ

ନୂଆଦିଲ୍ଲୀ,୨୬।୬: ଲୋକ ସଭା ବାଚସ୍ପତି ଓମ ବିର୍ଲା ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କୁ ଗୃହରେ ବିରୋଧୀ ଦଳର ନେତା ଭାବରେ ସ୍ବୀକୃତି ଦେଇଛନ୍ତି। ଲୋକ ସଭା ସଚିବାଳୟର ବିଜ୍ଞପ୍ତିରେ ଏହି ସୂଚନା ଦିଆଯାଇଛି। ରାହୁଲ ଗାନ୍ଧୀଙ୍କ ବିରୋଧୀ ଦଳର ନେତାଙ୍କ କାର୍ଯ୍ୟକାଳ ଗତ ଜୁନ , ୨୦୨୪ରୁ କାର୍ଯ୍ୟକାରୀ ହୋଇଛି।
ବିରୋଧୀଦଳର ନେତା ସାଧାରଣତଃ ଭବିଷ୍ୟତରେ ପ୍ରଧାନମନ୍ତ୍ରୀ ପଦ ପାଇଁ ଏକ ଦାବିଦାର ଭାବରେ ବିବେଚନା କରାଯାଏ। ଗତ ୧୦ ବର୍ଷ ମଧ୍ୟରେ କୌଣସି ବିରୋଧୀଦଳ ନେତା ଏହି ପଦବୀରେ ରହି ନ ଥିଲେ। ଏହାର ଏକ ପ୍ରମୁଖ କାରଣ ହେଉଛି ବିରୋଧୀ ଦଳର ଲୋକ ସଭାରେ ପର୍ଯ୍ୟାପ୍ତ ଆସନ ନ ଥିଲା।
ଦେଶ ସ୍ବାଧୀନତାର ୨୨ ବର୍ଷ ପରେ ୧୯୬୯ରେ ପ୍ରଥମ ଥର ପାଇଁ ବିରୋଧୀ ଦଳର ନେତା ମନୋନୀତ ହୋଇଥିଲେ। କଂଗ୍ରେସରେ ବିଭାଜନ ହେତୁ କଂଗ୍ରେସ (ଅର୍ଗାନାଇଜେସନ୍‌) ନାମକ ଏକ ଦଳ ମାନ୍ୟତା ପାଇଲା। ବିହାରର ବକ୍ସର ଏମ୍‌ପି ରାମ ସୁଭାଗ ସିଂ କଂଗ୍ରେସ (ଅର୍ଗାନାଇଜେସନ୍‌) ର ଅଂଶ ଥିଲେ, ଏହା ପରେ ସେ ପ୍ରଥମ ଥର ପାଇଁ ବିରୋଧୀ ଦଳର ନେତା ଭାବରେ ନିର୍ବାଚିତ ହୋଇଥିଲେ।
୧୯୬୯ ରୁ ୨୦୨୪ ପର୍ଯ୍ୟନ୍ତ ପ୍ରାୟ ୧୨ ଜଣ ନେତା ବିରୋଧୀଦଳର ନେତା ହୋଇଛନ୍ତି, ସେଥିମଧ୍ୟରୁ ଲାଲ କୃଷ୍ଣ ଆଡଭାନୀ ତିନିଥର ବିରୋଧୀଦଳର ନେତା, ଅଟଳ ବିହାରୀ ବାଜପେୟୀ ଏବଂ ଯଶୱନ୍ତ ରାଓ ଚହ୍ବାଣ ଦୁଇଥର ବିରୋଧୀ ଦଳର ନେତା ପଦ ପାଇଛନ୍ତି।
ଏହା ବ୍ୟତୀତ ଜଗଜୀବନ ରାମ, ସିଏମ ଷ୍ଟିଫେନ, ରାଜୀବ ଗାନ୍ଧୀ, ସୋନିଆ ଗାନ୍ଧୀ, ଶରଦ ପାୱାର, ସୁଷମା ସ୍ବରାଜ ବିରୋଧୀଦଳର ନେତା ପଦ ପାଇଛନ୍ତି।
ଲୋକ ସଭାରେ ବିରୋଧୀ ଦଳର ୧୨ ଜଣ ନେତାଙ୍କ ମଧ୍ୟରୁ କେବଳ ତିନିଜଣ ଭାରତର ପ୍ରଧାନମନ୍ତ୍ରୀ ହୋଇପାରିଛନ୍ତି। ଯେଉଁଥିରେ ରାଜୀବ ଗାନ୍ଧୀ ଏବଂ ପିଭି ନରସିଂହ ରାଓ ପ୍ରଥମେ ଦେଶର ପ୍ରଧାନମନ୍ତ୍ରୀ ହୋଇଥିଲେ, ଏହା ପରେ ସେମାନେ ବିରୋଧୀ ଦଳର ନେତା ଦାୟିତ୍ୱ ଗ୍ରହଣ କରିଥିଲେ।
ରାଜୀବ ଗାନ୍ଧୀ ୧୮ ଡିସେମ୍ବର ୧୯୮୯ ରୁ ୨୩ ଡିସେମ୍ବର ୧୯୯୦ ପର୍ଯ୍ୟନ୍ତ ବିରୋଧୀ ଦଳର ନେତା ଥିଲେ। ସେତେବେଳେ ଦେଶର ପ୍ରଧାନମନ୍ତ୍ରୀ ବି ପି ସିଂ ଥିଲେ।
ପିଭି ନରସିଂହ ରାଓ ଏହି ପଦବୀ ମେ ୧୬, ୧୯୯୬ ରୁ ୩୧ ମେ ୧୯୯୬ ପର୍ଯ୍ୟନ୍ତ ରହିଥିଲେ। ସେତେବେଳେ ପ୍ରଧାନମନ୍ତ୍ରୀ ଥିଲେ ଅଟଳ ବିହାରୀ ବାଜପେୟୀ।
ଏଥି ସହିତ, ୨୧ ଜୁଲାଇ ୧୯୯୩ ରେ ଅଟଳ ବିହାରୀ ବାଜପେୟୀ ବିରୋଧୀ ଦଳର ନେତା ହୋଇଥିଲେ। ସେତେବେଳେ ଦେଶର ପ୍ରଧାନମନ୍ତ୍ରୀ ପି ଭି ନରସିଂହ ରାଓ ଥିଲେ। ତେବେ ପରେ ଅଟଳ ବିହାରୀ ବାଜପେୟୀ ଦୁଇଥର ବିରୋଧୀ ଦଳର ନେତା ଦାୟିତ୍ୱ ଗ୍ରହଣ କରିଥିଲେ।

 

 


Enter your email to get our daily news in your inbox.

All Right Reserved By Dharitri.Com

ସିରିଜ୍‌ ଦୁର୍ଘଟଣା: ୪ ଘଣ୍ଟାରୁ ଅଧିକ ସମୟ ଧରି ଭିତରେ ଚାପି ହୋଇ ରହିଲେ ଡ୍ରାଇଭର, ଘଟଣାସ୍ଥଳରେ…

ଭଦ୍ରକ, ୧୭।୩(ସନାତନ ରାଉତ): ଭଦ୍ରକ ଗ୍ରାମାଞ୍ଚଳ ଥାନା ୧୬ ନମ୍ବର ଜାତୀୟ ରାଜପଥ ଅସୁରା ଛକରେ ସୋମବାର ବିଳମ୍ବିତ ରାତିରେ ସିରିଜ୍‌ ଦୁର୍ଘଟଣା ଘଟିଛି । ଟ୍ରକ୍‌କୁ…

ମହାପ୍ରଭୁଙ୍କ ଦର୍ଶନ ପରେ ସବୁ ଖୋଲି କହିଦେଲେ ଦିଲୀପ ରାୟ: କହିଲେ, ବିଜେଡି ବିଧାୟକଙ୍କ ସହ ମୋର…

ପୁରୀ,୧୭।୩: ୧୨ ବର୍ଷ ବ୍ୟବଧାନରେ ଓଡ଼ିଶାରେ ହୋଇଛି ରାଜ୍ୟ ସଭା ନିର୍ବାଚନ । ୪ଆସନ ଲାଗି ସୋମବାର ଅନୁଷ୍ଠିତ ନିର୍ବାଚନରେ ରାଜ୍ୟ ଭାଜପା ସଭାପତି ମନମୋହନ ସାମଲ,…

ଯୁଦ୍ଧ ମଧ୍ୟରେ ଭାରତକୁ ବଡ଼ ପ୍ରତିଶ୍ରୁତି ଦେଲା ଇରାନ, କହିଲା ‘ତୁମେ ଆମ ପାଇ ଗୁରୁତ୍ୱପୂର୍ଣ୍ଣ, ସେଥିପାଇଁ…’

ତେହରାନ୍‌/ନୂଆଦିଲ୍ଲୀ,୧୭।୩: ଇରାନ ହର୍ମୁଜ ପ୍ରଣାଳୀ ଦେଇ ଭାରତୀୟ ଜାହାଜ ପାର ହେବା ସମ୍ପର୍କରେ ସୂଚନା ଜାରି କରିଛି। ଇରାନ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଇସମାଇଲ ବାଘାଇ କହିଛନ୍ତି…

ଦୁଃଖ ବଖାଣିଲେ ରଶିଦ ଖାନ: ପାକିସ୍ତାନ ଉପରେ ବର୍ଷିଲେ, ଜାଣିଶୁଣି…

କାବୁଲ,୧୭।୩: ପାକିସ୍ତାନ ପୁଣି ଥରେ ଆଫଗାନିସ୍ତାନ ଉପରେ ବିମାନ ଆକ୍ରମଣ କରିଛି। ଏହି ବିମାନ ଆକ୍ରମଣ ମାଧ୍ୟମରେ ପାକିସ୍ତାନ ଆଫଗାନିସ୍ତାନର କାବୁଲରେ ଧ୍ୱଂସଲୀଳା ସୃଷ୍ଟି କରିଛି। ଏହି…

ମିଶାଇଲ ଆକ୍ରମଣ ପରେ କେମିତି ବଞ୍ଚିଗଲେ ଇରାନର ନୂଆ ସୁପ୍ରିମ ଲିଡର, ଲିକ ଅଡିଓ ଖୋଲିଲା ଗୁମର!

ତେହରାନ୍‌,୧୭।୩: ଇରାନର ନୂଆ ସର୍ବୋଚ୍ଚ ନେତା ମୋଜତାବା ଖାମେନେଇ ଫେବୃଆରୀ ୨୮ରେ ହୋଇଥିବା ଏକ ଆମେରିକୀୟ-ଇସ୍ରାଏଲୀୟ ଆକ୍ରମଣରୁ ଅଳ୍ପକେ ବଞ୍ଚି ଯାଇଥିଲେ। ଏକ ଲିକ ହୋଇଥିବା ଅଡିଓ…

ଚୈତ୍ରପର୍ବର ଦ୍ୱିତୀୟ ମଙ୍ଗଳବାର, ମା’ ତାରାତାରିଣୀଙ୍କ ଦର୍ଶନ ଲାଗି ପୀଠରେ ଭକ୍ତଙ୍କ ଭିଡ଼

ପୁରୁଷୋତ୍ତମପୁର,୧୭।୩(ସବିତା ମିଶ୍ର ): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ଦ୍ବିତୀୟ ଚୈତ୍ର ମଙ୍ଗଳବାର ଯାତ୍ରାରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି । ଭକ୍ତଙ୍କ ଗହଳିରେ…

ତଣ୍ଟିରେ ଲାଗିଗଲା ରସଗୋଲା: ଆଉ ତା’ପରେ ଘଟିଲା, ଜାଣିଲେ ହେବେ ଚକିତ

ଜାମସେଦପୁର,୧୭ା୩:ବିବାହ ଉତ୍ସବରେ ଭୋଜି ଖାଇବାବେଳେ ତଣ୍ଟିରେ ରସଗୋଲା ଲାଖିଯିବାରୁ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହେବା ଘଟଣା ସାଧାରଣରେ ବିସ୍ମୟ ସୃଷ୍ଟି କରିଛି। ଗତ ଶନିବାର ଏଠାକାର ମାଲିୟାନ୍ତା…

ନିଆଁରେ ଜଳୁଥିଲେ ମେନକା, ଚିତ୍କାର କରି ଡାକୁଥିଲେ ପୁଅ: ଛାଡ଼ିଲେନି SCB ସିକ୍ୟୁରିଟୀ, ଆସିଲା ସାଂଘାତିକ ଅଭିଯୋଗ

ମହାକାଳପଡ଼ା, ୧୭ା୩(ପ୍ରତାପ ଚନ୍ଦ୍ର ସ୍ବାଇଁ):କଟକ ବଡ଼ ଡାକ୍ତରଖାନାରେ ରବିବାର ବିଳମ୍ବିତ ରାତିରେ ମେଡିସିନ ୱାର୍ଡ ଟ୍ରମା କେୟାର ଆଇସିୟୁରେ ଶର୍ଟ ସର୍କିଟରୁ ନିଆଁ ଲାଗି ଯାଇଥିଲା। ଫଳରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri