Categories: ବାଣିଜ୍ୟ

ନୂଆ ବ୍ୟାଙ୍କିଙ୍ଗ୍‌ ପ୍ରସ୍ତାବକୁ ରାହୁଲ ଗାନ୍ଧୀଙ୍କ ସମାଲୋଚନା

ନୂଆଦିଲ୍ଲୀ: କର୍ପୋରେଟ ହାଉସ୍‌ଗୁଡିକ ଦେଶ ମଧ୍ୟରେ ବ୍ୟାଙ୍କ ସ୍ଥାପନା ଲାଗି ରିଜର୍ଭ ବ୍ୟାଙ୍କର ଏକ ଆନ୍ତଃ କାର୍ଯ୍ୟକାରୀ କମିଟି ନିକଟରେ ପ୍ରସ୍ତାବ ଦେଇଛି। ଏଭଳି ପ୍ରସ୍ତାବକୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। କର୍ପୋରେଟ ହାଉସ୍‌ଗୁଡିକ ଏ କ୍ଷେତ୍ରରେ ସୁଯୋଗ ଦେବା ପ୍ରସ୍ତାବକୁ ରିଜର୍ଭ ବ୍ୟାଙ୍କ ପୂର୍ବତନ ଗଭର୍ନର ରଘୁରାମ ରାଜନ ଏବଂ ପୂର୍ବତନ ଡେପୁଟି ଗଭର୍ନର ବିରଳ ଆଚାର୍ଯ୍ୟ ସମାଲୋଚନା କରିଥିଲେ। ସେମାନଙ୍କ ପରେ ପରେ ରାହୁଲ ଗାନ୍ଧୀ ଏହି ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛନ୍ତି। ରାହୁଲ କହିଛନ୍ତି, କ୍ରୋନୋଲୋଜିକୁ ବୁଝିବାକୁ ହେବ। ପ୍ରଥମେ ବଡ଼ କମ୍ପାନୀଗୁଡିକର ଋଣକୁ ସରକାର ମାଫ୍‌ କରିଛନ୍ତି। ଏହା ପରେ ବଡ କମ୍ପାନୀଗୁଡିକ ଲାଗି ବୃହତ୍‌ ପରିମାଣର ଟିକସ କାଟ ହୋଇଛି। ମାତ୍ର ସରକାର ଏତିକିରେ ନ ଅଟକି ବର୍ତ୍ତମାନ ଲୋକଙ୍କ ଟଙ୍କା କର୍ପୋରେଟ ହାଉସ୍‌ଗୁଡିକ ହାତରେ ଟେକିଦେବାକୁ ଚାହୁଁ
ଛନ୍ତି। ସୁଟ୍‌ ବୁଟ୍‌ର ସରକାର ଏଭଳି କରୁଥିବା କହି ରାହୁଲ କଟାକ୍ଷ କରିଛନ୍ତି।

Share