Posted inଜାତୀୟ

ଆଜି ବେଙ୍ଗାଲୁରୁ କୋର୍ଟରେ ହାଜର ହେବେ ରାହୁଲ ଗାନ୍ଧୀ

ବେଙ୍ଗାଲୁରୁ,୭।୬:କଂଗ୍ରେସ ନେତା ରାହୁଲ ଗାନ୍ଧୀ ମାନହାନି ମାମଲାରେ ଶୁକ୍ରବାର ବେଙ୍ଗାଲୁରୁର ସ୍ବତନ୍ତ୍ର ଅଦାଲତରେ ହାଜର ହେବେ। ତାଙ୍କ ନାମରେ ଏକ ଖବରକାଗଜରେ ଅପମାନଜନକ ବିଜ୍ଞାପନ ଦେବା ନେଇ କର୍ନାଟକ ଭାଜପା ପକ୍ଷରୁ ମାମଲା ଦାୟର କରାଯାଇଥିଲା। ଗତ ବର୍ଷ ବିଧାନସଭା ନିର୍ବାଚନ ପୂର୍ବରୁ ଦିଆଯାଇଥିବା ବିଜ୍ଞାପନରେ ରାଜ୍ୟର ତତ୍କାଳୀନ ଭାଜପା ସରକାରଙ୍କ ଉପରେ ୨୦୧୯-୨୦୨୩ ମଧ୍ୟରେ ଭ୍ରଷ୍ଟାଚାରରେ ବୁଡ଼ି ରହିଥିବା ଅଭିଯୋଗ କରାଯାଇଥିଲା।

ରାଜ୍ୟ କଂଗ୍ରେସ ଏନେଇ ସୂଚନା ଦେଇ କହିଛି ଯେ, ରାହୁଲ ଶୁକ୍ରବାର ସାଢେ ୧୦ଟାରେ ସିଟି ସିଭିଲ୍‌ କୋର୍ଟରେ ଉପସ୍ଥିତ ହେବେ। ଏହାପରେ ସେ କ୍ୱିସ ରୋଡ୍‌ରେ ଭାରତ ଯୋଡୋ ଭବନରେ ରାଜ୍ୟ କଂଗ୍ରେସର ନବନିର୍ବାଚିତ ଏମ୍‌ପି ଏବଂ ପରାଜିତ ପ୍ରାର୍ଥୀଙ୍କ ସହ ଆଲୋଚନା କରିବେ। ଏହି ସମୟରେ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଏବଂ ଉପ ମୁଖ୍ୟମନ୍ତ୍ରୀ ଡି କେ ଶିବକୁମାର ଉପସ୍ଥିତ ଥିଲେ। ମାନହାନି ମାମଲାରେ ଜୁନ ୧ରେ କୋର୍ଟ ସିଦ୍ଧରମୈୟା ଏବଂ ଶିବକୁମାରଙ୍କୁ ଜାମିନ ମିଳିଛି। ଏହାକୁ ନେଇ କର୍ନାଟକର ଉପମୁଖ୍ୟମନ୍ତ୍ରୀ ଡି କେ ଶିବକୁମାର କହିଥିଲେ ଯେ ଏହା ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ମାମଲା। ଏଥିରେ କୌଣସି ଦମ୍‌ ନାହିଁ।

ବିଚାରପତି କେ ଏନ୍‌ ଶିବକୁମାର ରାହୁଲଙ୍କୁ ଜୁନ ୭ରେ ବ୍ୟକ୍ତିଗତ ଭାବେ ହାଜର ହେବାକୁ ଆଦେଶ ଦେଇଥିଲେ। ଗତ ସପ୍ତାହରେ ମାମଲାର ଶୁଣାଣି ପରେ ରାହୁଲ ଏହାକୁ କୋହଳ କରିବାକୁ ଆବେଦନ କରିଥିଲେ। ହେଲେ ବାରମ୍ବାର ଏଭଳି ଅନୁମତି ନ ଦେବାକୁ ପ୍ରତିପକ୍ଷ ଓକିଲ ଦାବି କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଇରାନ ଯୁଦ୍ଧକୁ ନେଇ ଭାରତର ବଡ଼ ନଷ୍ପତ୍ତି, ବିଶ୍ୱରେ ଚହଳ!

ନୂଆଦିଲ୍ଲୀ,୮।୩: ପଶ୍ଚିମ ଏସିଆରେ ବଢ଼ୁଥିବା ଉତ୍ତେଜନା ଏବଂ ହର୍ମୁଜ ପ୍ରଣାଳୀକୁ ନେଇ ଚାଲିଥିବା ସଙ୍କଟ ମଧ୍ୟରେ, ଭାରତ ସରକାର ପାରସ୍ୟ ଉପସାଗରରେ ଫସି ରହିଥିବା ଜାହାଜଗୁଡ଼ିକୁ ସୁରକ୍ଷା…

ଆଜି ଆସିବ ସୁଭଦ୍ରା ଚତୁର୍ଥ କିସ୍ତ

ଭୁବନେଶ୍ୱର,୮।୩ ଅନ୍ତର୍ଜାତୀୟ ମହିଳା ଦିବସରେ ଆଜି ଆସିବ ସୁଭଦ୍ରା କିସ୍ତି। ହିତାଧିକାରୀଙ୍କ ଆକାଣ୍ଟକୁ ଯିବ ଯୋଜନାର ଚତୁର୍ଥ କିସ୍ତି। ଉପକୃତ ହେବେ ରାଜ୍ୟର କୋଟିଏ ୨ ଲକ୍ଷରୁ…

ଟି-୨୦ ଫାଇନାଲ ଭାରତୀୟ ଅଧିନାୟକଙ୍କ ପାଇଁ ସତର୍କ ଘଣ୍ଟି! ସୂର୍ଯ୍ୟଙ୍କ ଶେଷ ହୋଇଯିବ…

ନୂଆଦିଲ୍‌ଲୀ,୮।୩: ସୂର୍ଯ୍ୟକୁମାର ଯାଦବଙ୍କ ଅଧିନାୟକତ୍ୱରେ, ଟିମ ଇଣ୍ଡିଆ ଇତିହାସ ରଚିବାଠାରୁ ମାତ୍ର ଗୋଟିଏ ପାଦ ଦୂରରେ ଅଛି। ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଟି-୨୦ ବିଶ୍ୱକପ ଫାଇନାଲ…

ଧାମରା ରେଳପଥରେ ଅଘଟଣ: ଟ୍ରେନରେ କଟିଗଲେ ଯୁବକ

ତିହିଡି଼,୮।୩(ସଞ୍ଜିତ ବଳ): ଭଦ୍ରକ -ଧାମରା ରେଳପଥରେ ତିହିଡି଼ ଥାନା ଦୋଳସାହି ପଞ୍ଚାୟତ ଅଧୀନ ଗାଜିପୁର ନିକଟରେ ଶନିବାର ରାତିରେ ଏକ ଅଘଟଣ ଘଟିଛି। ରେଳପଥରେ ଟ୍ରେନରେ କଟି…

IND VS NZ: ଫାଇନାଲ ମ୍ୟାଚ ଉପରେ ୪,୫୦୦ ପୋଲିସ କର୍ମଚାରୀଙ୍କ ସହ ନଜର ରଖିବ ୩୦୦ ସିସିଟିଭି କ୍ୟାମେରା

ନୂଆଦିଲ୍ଲୀ,୭।୩: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ T20 ବିଶ୍ୱକପ ୨୦୨୬ର ଫାଇନାଲ ମ୍ୟାଚ ୮ ମାର୍ଚ୍ଚରେ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ। ନରେନ୍ଦ୍ର ମୋଦି ଷ୍ଟାଡିୟମ…

ଦାରିଙ୍ଗବାଡିରେ ଓଡ଼ିିଶା ପର୍ଯ୍ୟଟନ ବିଭାଗ ସଚିବ ବଳବନ୍ତ ସିଂ: ବଦଳିବ ଦାରିଙ୍ଗବାଡି ପର୍ଯ୍ୟଟନର ମାନଚିତ୍ର 

ଦାରିଙ୍ଗବାଡି,୮।୩(ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳକୁ ଶନିବାର ଦିନିକିଆ ଗସ୍ତରେ ଆସିଛନ୍ତି ଓଡ଼ିଶା ପର୍ଯ୍ୟଟନ ବିଭାଗର ପ୍ରମୁଖ ସଚିବ ତଥା ବରିଷ୍ଠ ଭାରତୀୟ ପ୍ରଶାସନିକ ଅଧିକାରୀ…

ସଫଳ ହେଲା ଜୟଶଙ୍କରଙ୍କ କୂଟନୀତି, ଇରାନ ଦେଖାଇଲା ଉଦାରତା

ନୂଆଦିଲ୍ଲୀ,୭।୩: ରବିବାର ନବମ ଦିନ ପାଇଁ ଆମେରିକା ଏବଂ ଇସ୍ରାଏଲ ବିରୁଦ୍ଧରେ ଇରାନର ଯୁଦ୍ଧ ଜାରି ରହିଛି। ଉପସାଗରରେ ବଢୁଥିବା ଉତ୍ତେଜନା ମଧ୍ୟରେ, ଦୁଇଟି ଭାରତୀୟ ମାଲବାହୀ…

ବରୁଣ ଚକ୍ରବର୍ତ୍ତୀ ନୁହେଁ, ଫାଇନାଲରେ ଖେଳିବେ ଏହି ଖେଳାଳି! ପ୍ଲେଇଂ ଇଲେଭେନର ନୂଆ ଅପଡେଟ କରୁଛି ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୭।୩: ଫାଇନାଲରେ ବରୁଣ ଚକ୍ରବର୍ତ୍ତୀ ଖେଳିବେ କି ନାହିଁ ତାହା ଏକ ପ୍ରମୁଖ ପ୍ରଶ୍ନ ହୋଇ ରହିଛି। ଇଂଲଣ୍ଡ ବିପକ୍ଷ ସେମିଫାଇନାଲରେ ସେ ଚାରି ଓଭରରେ ୬୪ରନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri