Posted inଜାତୀୟ

ପାକିସ୍ତାନରେ ଚାଲିଛି ରାହୁଲ ଗାନ୍ଧୀଙ୍କ ପ୍ରଶଂସା: କାହିଁକି ଏମିତି କହିଲେ ଆଚାର୍ଯ୍ୟ ପ୍ରମୋଦ କ୍ରିଷ୍ଣମ୍ 

ନୂଆଦିଲ୍ଲୀ,୨/୫:ଦେଶରେ ଜାତିଭିତ୍ତିକ ଜନଗଣନା କରାଇବା ପାଇଁ କେନ୍ଦ୍ରୀୟ କ୍ୟାବିନେଟର ଅନୁମୋଦନକୁ ନେଇ କଳ୍କି ଧାମର ପୀଠାଧୀଶ୍ୱର ଆଚାର୍ଯ୍ୟ ପ୍ରମୋଦ କ୍ରିଷ୍ଣମ୍ ଏକ ବଡ଼ ବୟାନ ଦେଇଛନ୍ତି।ସେ କହିଛନ୍ତି, ଆଶା କରାଯାଉଛି ଏହା ପରେ ବିରୋଧୀ ଦଳ ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମର୍ଥନ କରିବେ। ଏହା ସହ ସେ ପହଲଗାମ ଆତଙ୍କବାଦୀ ଆକ୍ରମଣ ଉପରେ ବିରୋଧୀ ନେତାମାନଙ୍କ ବୟାନବାଜୀକୁ ନେଇ ରାହୁଲ ଗାନ୍ଧୀ ଓ ଅଖିଳେଶ ଯାଦବଙ୍କୁ ଟାର୍ଗେଟ କରିଛନ୍ତି।

 

ଆଚାର୍ଯ୍ୟ ପ୍ରମୋଦ କ୍ରିଷ୍ଣମ୍ କହିଛନ୍ତି , କେହି କେଉଁ ଜାତି କିମ୍ବା ଗୋତ୍ରରେ ଜନ୍ମ ନେଇଛନ୍ତି, ଏହା ଏକ ସାମାଜିକ ବିଷୟ। ଏହାଠାରୁ ବଡ଼ ବିଷୟ ହେଉଛି କେହି କେତେ ବଡ଼ ଦେଶଭକ୍ତ। ବିରୋଧୀ ଦଳ ସଫଳତା ପାଇବା ପାଇଁ ସମାଜକୁ ଜାତିଗତ ଭାବେ ବିଭାଜନ କରିବାକୁ ଚାହୁଁଛନ୍ତି। ତେଣୁ ଏମାନେ ସରକାରଙ୍କ ଉପରେ ବହୁ ଦିନ ଧରି ଦୋଷାରୋପ କରୁଥିଲେ। ଏବେ ଯେତେବେଳେ ଏହାର ଅନୁମତି ମିଳିଛି, ମୋର ମତ ହେଉଛି ଏବେ ସମସ୍ତେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମର୍ଥନ କରିବେ।

ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ନେଇ କଂଗ୍ରେସ ନେତାମାନଙ୍କ ବୟାନବାଜୀ ଉପରେ ସେ କହିଛନ୍ତି, ରାହୁଲ ଗାନ୍ଧୀ ହିନ୍ଦୁମାନଙ୍କୁ ଠକିବା କାମ କରୁଛନ୍ତି। ଶହୀଦଙ୍କ ଘରକୁ ଯାଇ କେହି ଦେଶଭକ୍ତ ହୁଏ ନାହିଁ। ସେ ଶହୀଦଙ୍କ ଘରକୁ ଗଲେ, ଏହା ବହୁତ ଭଲ କଥା, କିନ୍ତୁ ସେ ଥରେ ମଧ୍ୟ ପାକିସ୍ତାନର ନାଁ ନେଇ ନାହାନ୍ତି। ସେ ପାକିସ୍ତାନ ଓ ପହଲଗାମ ନାଁରେ ନରେନ୍ଦ୍ର ମୋଦିଙ୍କୁ ଗାଳି ଦେବାର ସୁଯୋଗ ଖୋଜୁଛନ୍ତି। ରାହୁଲ ଗାନ୍ଧୀ ଯାହା କୁହନ୍ତି, ତାହା କରନ୍ତି ନାହିଁ। ସେ ଯାହା କରୁଛନ୍ତି, ତାହା ଏଥିପାଇଁ କରୁଛନ୍ତି ଯେପରି ଏହି ଦେଶରେ ଏହି ବାର୍ତ୍ତା ନ ଯାଏ ଯେ ରାହୁଲ ଗାନ୍ଧୀ ସରକାରଙ୍କ ସହ ଛିଡ଼ା ନାହାନ୍ତି। ଏହା ଏକ ବଡ଼ ଧୋକା।ସେ ଆହୁରି କହିଛନ୍ତି ଯେ, ଏ ପର୍ଯ୍ୟନ୍ତ ଚାଇନା ଓ ପାକିସ୍ତାନରେ ରାହୁଲ ଗାନ୍ଧୀଙ୍କ ପ୍ରଶଂସା ହେଉଥିଲା। ଏବେ ସେଠାରେ ଅଖିଳେଶ ଯାଦବଙ୍କ ମଧ୍ୟ ପ୍ରଶଂସା ହେବାକୁ ଲାଗିଛି। ମୋର ମନେ ହୁଏ ଭାରତର ଲୋକମାନେ ଏହାକୁ ଗମ୍ଭୀରତାର ସହ ନେବା ଉଚିତ।


Enter your email to get our daily news in your inbox.

All Right Reserved By Dharitri.Com

ଇଣ୍ଡୋ-ପ୍ରଶାନ୍ତ ମହାସାଗରରେ ଧମକ ଦେଲା ଭାରତ, ଦମ୍‌ ଦେଖାଇଲା INS ନୀଳଗିରି

ନୂଆଦିଲ୍ଲୀ,୨୨।୩: ଭାରତ-ପ୍ରଶାନ୍ତ (ଇଣ୍ଡୋ-ପ୍ୟାସିଫିକ)ମହାସାଗରୀୟ କ୍ଷେତ୍ରରେ ଭାରତର ବଢୁଥିବା ଶକ୍ତି ଏବେ ସ୍ପଷ୍ଟ ଭାବରେ ଦେଖା ଗଲାଣି। ଭାରତୀୟ ନୌସେନାର ଉଚ୍ଚ-ପ୍ରଯୁକ୍ତି ଯୁଦ୍ଧଜାହାଜ, INS ନୀଳଗିରି, ଅଷ୍ଟ୍ରେଲିଆରେ ଚାଲିଥିବା…

Modi Govt Plan-B ଆକ୍ଟିଭ! ଇନ୍ଧନ ଯୋଗାଣ, ଜାହାଜ ପରିବହନ ସୁରକ୍ଷା ଉପରେ ଦୃଢ ମନୋଭାବ ପୋଷଣ କଲା ଭାରତ, ହର୍ମୁଜ ଷ୍ଟ୍ରେଟରେ କଡ଼ା ନଜର

ନୂଆଦିଲ୍ଲୀ,୨୨।୩: ଆମେରିକା, ଇସ୍ରାଏଲ ଏବଂ ଇରାନ ସହିତ ଚାଲିଥିବା ବିବାଦ ମଧ୍ୟରେ, ଶକ୍ତି ପ୍ରତିଷ୍ଠାନ ଉପରେ ଆକ୍ରମଣ ବିଶ୍ୱ ଉତ୍ତେଜନାକୁ ଏକ ଗୁରୁତର ସ୍ତରକୁ ବୃଦ୍ଧି କରିଛି।…

ଖୁସି ଖବର: ଭାରତ ପହଞ୍ଚିଲା ଆମେରିକାର LPG ଜାହାଜ, ପ୍ରଥମେ ରୁଷିଆ ତେଲ ଟ୍ୟାଙ୍କର ଆଉ ଏବେ…

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ପରେ, ବିଶ୍ୱ ତୈଳ ସଙ୍କଟ ଆହୁରି ଘନିଷ୍ଠ ହୋଇଛି। ଇରାନର ହର୍ମୁଜ ପ୍ରଣାଳୀ ଉପରେ ପହରାଦେବା ଜାହାଜଗୁଡ଼ିକୁ ସମୁଦ୍ରରେ ରହିବାକୁ ବାଧ୍ୟ କରିଛି।…

ବଢିବ କି ପେଟ୍ରୋଲ-ଡିଜେଲ ମୂଲ୍ୟ? କେନ୍ଦ୍ର ସରକାର ଦେଲେ ବଡ଼ ସୂଚନା

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟ ଯୁଦ୍ଧ ମଧ୍ୟରେ, ହର୍ମୁଜ ପ୍ରଣାଳୀକୁ ନେଇ ଉତ୍ତେଜନା ବୃଦ୍ଧି ପାଇଛି। ହର୍ମୁଜ ପ୍ରଣାଳୀ ସମ୍ପୂର୍ଣ୍ଣ ବନ୍ଦ ହୋଇପାରେ ବୋଲି ଆଲୋଚନା ହେଉଛି। ଏହା ଭବିଷ୍ୟତରେ…

ଭାରତୀୟ ରାଜନୀତିରେ ଇତିହାସ ସୃଷ୍ଟି କଲେ ପ୍ରଧାନମନ୍ତ୍ରୀ ମୋଦି, ନିଜ ନାଁରେ କଲେ ଆଉ ଏକ ରେକର୍ଡ

ନୂଆଦିଲ୍ଲୀ,୨୨।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଭାରତୀୟ ରାଜନୀତିରେ ଇତିହାସ ସୃଷ୍ଟି କରିଛନ୍ତି। ମୋଦି ଗୁଜରାଟର ମୁଖ୍ୟମନ୍ତ୍ରୀ ଏବଂ ପ୍ରଧାନମନ୍ତ୍ରୀ ଭାବରେ ତାଙ୍କର କାର୍ଯ୍ୟକାଳକୁ ମିଶାଇ ମୋଟ…

ଏପ୍ରିଲ ପହିଲାରୁ ATM ବ୍ୟବହାର ହୋଇଯିବ ମହଙ୍ଗା, ଜାଣିରଖନ୍ତୁ ନୂଆ ନିୟମ, ନଚେତ…

ନୂଆଦିଲ୍ଲୀ,୨୨।୩: ନୂତନ ଆର୍ଥିକ ବର୍ଷ ଆରମ୍ଭରୁ ସାଧାରଣ ଗ୍ରାହକଙ୍କ ପାଇଁ ବ୍ୟାଙ୍କିଙ୍ଗ ନିୟମରେ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଏପ୍ରିଲ ୧ ତାରିଖରୁ ATMରୁ ଟଙ୍କା ଉଠାଣ,…

କ୍ୟୁବାରେ ଘୋଟିଗଲା ଘନ ଅନ୍ଧାର, ଦେଶବ୍ୟାପୀ ବ୍ଲାକ ଆଉଟ, ଏଥିପାଇଁ ଟ୍ରମ୍ପ ଦାୟୀ?

ହାଭାନା,୨୨।୩: ଶନିବାର ଦିନ, କ୍ୟୁବାର ସମ୍ପୂର୍ଣ୍ଣ ବିଦ୍ୟୁତ ଗ୍ରୀଡ ପୁଣି ଥରେ ଭାଙ୍ଗି ପଡ଼ିଲା, ଯାହା ଫଳରେ ସାରା ଦେଶରେ ପ୍ରାୟ ୧୧ ନିୟୁତ ଲୋକ ଅନ୍ଧାରରେ…

ଏଣିକି ୨ମିନିଟ୍‌ରେ ମିଳିବ ସିଲିଣ୍ଡର, ବୁକିଂ କରିବା ପୂର୍ୱରୁ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ପ୍ରଭାବ ଏବେ ସାରା ଭାରତର ପରିବାରର ରୋଷେଇ ଘରେ ପଡ଼ିବା ଆରମ୍ଭ ହୋଇଛି। ଯେହେତୁ ଭାରତ ଏହାର ପ୍ରାୟ 60 ପ୍ରତିଶତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri