Posted inଜାତୀୟ

ବଦଳାଇ ଦିଅ ନିଷ୍ପତ୍ତି, ମୋଦିଙ୍କୁ ଆମେରିକୀୟ ଏମ୍‌ପିଙ୍କ ଅପିଲ

ନୂଆଦିଲ୍ଲୀ,୨୫।୩: କଂଗ୍ରେସ ନେତା ରାହୁଲ ଗାନ୍ଧୀ ମାନହାନି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ୨ ବର୍ଷ ଜେଲ ଦଣ୍ଡାଦେଶ ପାଇବାର ଗୋଟିଏ ଦିନ ପରେ ଶୁକ୍ରବାର ତାଙ୍କର ସଦସ୍ୟତା ପଦ ରଦ୍ଦ କରାଯାଇଛି। ଏହି ନିଷ୍ପତ୍ତିକୁ ନେଇ କଂଗ୍ରେସ ଓ ବିରୋଧୀ ଦଳର ସମସ୍ତ ନେତା ବିରୋଧ କରିଛନ୍ତି। ବର୍ତ୍ତମାନ ଲୋକ ସଭା ସଦସ୍ୟତା ରଦ୍ଦ ପ୍ରସଙ୍ଗରେ ରାହୁଲ ଗାନ୍ଧୀଙ୍କୁ ଆମେରିକୀୟ ଏମ୍‌ପି ରୋ ଖାନ୍ନାଙ୍କ ସମର୍ଥନ ମଧ୍ୟ ମିଳିଛି। ସେ ଏହି ନିଷ୍ପତ୍ତିକୁ ଗାନ୍ଧୀବାଦି ଦର୍ଶନ ଏବଂ ଭାରତର ଗଭୀର ମୂଲ୍ୟବୋଧକର ବିଶ୍ୱାସଘାତକତା ବୋଲି କହିଛନ୍ତି। ଏଥିସହ ଏହି ନିଷ୍ପତ୍ତି ପ୍ରତ୍ୟାହାର କରିବାକୁ ଆମେରିକୀୟ ଏମ୍‌ପି ରୋ ଖାନ୍ନା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦାବି କରିଛନ୍ତି। ମାର୍ଚ୍ଚ ୨୩ରେ ରାହୁଲ ଗାନ୍ଧୀଙ୍କୁ ସୁରଟ କୋର୍ଟ ଦୁଇ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମାନସିକ ବିକାରଗ୍ରସ୍ତ ବ୍ୟକ୍ତିଙ୍କୁ ଆକ୍ରମଣ କଲା ହାତୀ: ଆଉ ତା’ପରେ…

ଅନୁଗୋଳ,୧/୧(ମାନସ ବିଶ୍ୱାଳ): ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ବଡ଼କେରା ପଞ୍ଚାୟତ ଗୁରୁଙ୍ଗ ଖଇରା ସାହି ନିକଟ ଆଡଗଣ୍ଡି ନାଳ ପୋଲ ପାଖରେ ଜଣେ ମାନସିକ ବିକାରଗସ୍ତ ବ୍ୟକ୍ତିଙ୍କ...

ମା’ ତାରାତାରିଣୀ ପୀଠ ଚଳଚଞ୍ଚଳ: ପୂଜାର୍ଚ୍ଚନା କଲେ ଗଞ୍ଜାମ ଜିଲାପାଳ, ସମସ୍ତଙ୍କ ଶୁଭ ମନାସି ଜିଲାର…

ପୁରୁଷୋତ୍ତମପୁର,୧ା୧(ସବିତା ମିଶ୍ର): ନବବର୍ଷ ଅବସରରେ ଗୁରୁବାର ଗଞ୍ଜାମ ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ପୀଠ ଚଳଚଞ୍ଚଳ ହେଇଉଠିଥିବା ବେଳେ ପ୍ରବଳ ଜନସମାଗମ ହୋଇଛି। ଭୋର୍‌...

ସ୍ତ୍ରୀଙ୍କ ଅନୁମତି ବିନା ମଦ୍ୟପାନ କଲେ ସ୍ବାମୀଙ୍କୁ ହେବ ଜେଲ୍‌! ଜାଣନ୍ତୁ କ’ଣ କହୁଛି ଆଇନ

ନୂଆଦିଲ୍ଲୀ,୧।୧: ନୂଆବର୍ଷ ଆସିବା ସହିତ, ଦେଶ ଏବଂ ବିଶ୍ୱରେ ଏକ ଉତ୍ସବମୁଖର ପରିବେଶ ସୃଷ୍ଟି ହୋଇଛି। ପାର୍ଟି ଏବଂ ଉତ୍ସବରେ ମଦ୍ୟପାନ କରିବା ସାଧାରଣ କଥା।...

ଦାରିଙ୍ଗବାଡ଼ି ଶୀତ ମହୋତ୍ସବ ପାଇଁ ଜୋର୍‌ଦାର ପ୍ରସ୍ତୁତି

ଦାରିଙ୍ଗବାଡ଼ି,୧ା୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଶୀତ ମହୋତ୍ସବ ଆଉ ଗୋଟିଏ ସପ୍ତାହ ପରେ ହେବାକୁ ଯାଉଛି। ଏଥିପାଇଁ ପ୍ରସ୍ତୁତି ଜୋର୍‌ଦାର କରାଯାଉଛି। ୪ଦିନ ଧରି...

ନୂଆବର୍ଷରେ ବଡ଼ ପ୍ରତିଜ୍ଞା କରିଦେଲେ ଅନୁପମ ଖେର: ପ୍ରଶଂସକ ଚକିତ

ବଲିଉଡ ନୂଆବର୍ଷକୁ ଜୋରଦାର୍‌ ସ୍ବାଗତ କରିଛି। କିଏ ନିଜ ପରିବାର ସହିତ ସମୟ ବିତାଉଛନ୍ତି, ଆଉ କିଏ ମନ୍ଦିରରେ ପ୍ରାର୍ଥନା କରି ଆଶୀର୍ବାଦ ନେଉଛନ୍ତି। ଅଭିନେତା...

ସରକାରୀ ବସ୍‌ରେ ଯାତ୍ରୀଙ୍କୁ ମିଳୁନି ଟିକେଟ୍‌, ସଂଗୃହୀତ ଅର୍ଥ ଯାଉଛି କୁଆଡ଼େ

ଦାରିଙ୍ଗବାଡ଼ି,୧ା୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ କେରୁବାଡ଼ିଠାରୁ ଫୁଲବାଣୀକୁ ଯାତାୟାତ କରୁଥିବା ସରକାରୀ ଯାତ୍ରୀବାହୀ ବସ୍‌ରେ ସମସ୍ତ ଯାତ୍ରୀଙ୍କୁ ବସ୍‌ର କର୍ମଚାରୀ ବା ଟିକେଟ୍‌...

‘୧୦ ବର୍ଷର ପ୍ରାର୍ଥନା ପରେ ଜନ୍ମ ହୋଇଥିଲା ପୁଅ…’, ଦୂଷିତ ପାଣି ପିଇ…

ଇନ୍ଦୋର,୧।୧: ମଧ୍ୟପ୍ରଦେଶର ଇନ୍ଦୋରର ଭାଗୀରଥପୁର ଅଞ୍ଚଳର ମରାଠୀ ମୋହଲ୍ଲାରେ ଦୂଷିତ ପାଣି ପିଇ ଜଣେ ଛଅ ମାସର ଶିଶୁର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଏହା...

ନିରବି ଗଲା ୪୦୧ ବର୍ଷର ପରମ୍ପରା, ପ୍ରଥମଥର ପାଇଁ ବିଶ୍ୱର ଏହି ଦେଶ ବନ୍ଦ କଲା ଏମିତି ଏକ ସେବା

କୋପେନହାଗେନ,୧।୧: ଡେନମାର୍କ ୪୦୧ ବର୍ଷର ପୁରୁଣା ପରମ୍ପରାକୁ ବିଦାୟ ଦେଇଛି। ଦେଶର ଡାକ ସେବା, ପୋଷ୍ଟନୋର୍ଡ, ଘରୋଇ ଚିଠି ବିତରଣକୁ ସମ୍ପୂର୍ଣ୍ଣ ବନ୍ଦ କରିଦେଇଛି। ଡେନମାର୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri