Posted inଜାତୀୟ

ରାହୁଲ ଗାନ୍ଧୀ ମାନହାନୀ ମାମଲାରେ ଗୁଜରାଟ ସରକାର-ପୁର୍ଣ୍ଣେଶ ମୋଦିଙ୍କୁ ନୋଟିସ ଜାରି କଲେ ସୁପ୍ରିମକୋର୍ଟ, ଅଗଷ୍ଟ ୪ରେ ପରବର୍ତ୍ତି ଶୁଣାଣି

ନୂଆଦିଲ୍ଲୀ,୨୧।୭: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସହ ଜଡିତ ଆପରାଧିକ ମାନହାନୀ ମାମଲାର ଶୁଣାଣି ସୁପ୍ରିମକୋର୍ଟରେ ଆରମ୍ଭ ହୋଇଛି। ଏହି ମାମଲାରେ କୋର୍ଟ ପୁର୍ଣ୍ଣେଶ ମୋଦି ଓ ଗୁଜରାଟ ସରକାରଙ୍କୁ ନୋଟିସ ଜାରି କରିଛନ୍ତି। ଏହାର ପରବର୍ତ୍ତି ଶୁଣାଣି ଅଗଷ୍ଟ ୪ରେ ହେବ।

ଶୁକ୍ରବାର ଅର୍ଥାତ୍‌ ଜୁଲାଇ ୨୦ରେ କୋର୍ଟରେ ଶୁଣାଣି ଆରମ୍ଭ ହେବା ପରେ ବେଞ୍ଚର ଚେୟାରମ୍ୟାନ ଜଷ୍ଟିସ ବିଆର ଗଭଇ ଏହି ମାମଲାରେ ନିଜର ବ୍ୟକ୍ତିଗତ ସମସ୍ୟା ଦର୍ଶାଇ ଶୁଣାଣି ପାଇଁ ଉଭୟ ପକ୍ଷଙ୍କଠାରୁ ପରାମର୍ଶ ଲୋଡିଥିଲେ। ଜଷ୍ଟିସ ଗଭଇ କହିଛନ୍ତି, ମୋ ବାପା କଂଗ୍ରେସର ନିକଟତର ଥିଲେ। ଭାଇ ଏବେ ବି କଂଗ୍ରେସ ସଦସ୍ୟ। ଏବେ ଆପରମାନେ ସ୍ଥିର କରନ୍ତୁ ଯେ ମୁଁ ଶୁଣାଣି କରିବି କି ନାହିଁ।
ଯେତେବେଳେ ଜଷ୍ଟିସ ଗଭଇ ଏପରି କହିଥିଲେ, ପୂର୍ଣ୍ଣେଶ ମୋଦିଙ୍କ ପାଇଁ ହାଜର ହୋଇଥିବା ଓକିଲ ମହେଶ ଜେଠମାଲାନି କହିଛନ୍ତି ଯେ ଆମର କୌଣସି ଆପତ୍ତି ନାହିଁ। ଏହା ପରେ ରାହୁଲ ଗାନ୍ଧୀଙ୍କ ଓକିଲ ଅଭିଷେକ ମନୁ ସିଂଭି ମଧ୍ୟ କହିଛନ୍ତି ଯେ ଆମେ ତାଙ୍କ ବିବୃତ୍ତିରେ ମଧ୍ୟ ସହମତ। ଉଭୟ ପକ୍ଷ ରାଜି ହେବା ପରେ ଜଷ୍ଟିସ ଗଭଇ ଶୁଣାଣି ଆରମ୍ଭ କରି କହିଛନ୍ତି ଯେ ଆମେ ଆବେଦନକାରୀ ପୂର୍ଣ୍ଣେଶ ମୋଦି ଏବଂ ଗୁଜରାଟ ସରକାରଙ୍କୁ ଆନୁଷ୍ଠାନିକ ନୋଟିସ ଜାରି କରୁଛୁ।
ଶୁଣାଣି ସମୟରେ ପୂର୍ଣ୍ଣେଶ ମୋଦିଙ୍କ ପରାମର୍ଶଦାତା ଏକ ଜବାବ ଦାଖଲ କରିବାକୁ ଅନୁମତି ମାଗିଥିଲେ, ଯାହା ବେଞ୍ଚ ଦ୍ୱାରା ଗ୍ରହଣ କରାଯାଇଥିଲା। ଜେଠମାଲାନି କୋର୍ଟଙ୍କୁ କହିଛନ୍ତି ଯେ ସେ ୧୦ଦିନ ମଧ୍ୟରେ ଉତ୍ତର ଦେବେ। ଜଷ୍ଟିସ ଗଭଇ ଆସନ୍ତା ଅଗଷ୍ଟ ୪ରେ ଶୁଣାଣି ପାଇଁ ସ୍ଥିର କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭରଣପୋଷଣ ଦୟା ନୁହେଁ, ସ୍ତ୍ରୀଙ୍କ ଅଧିକାର: ହାଇକୋର୍ଟଙ୍କ ଐତିହାସିକ ରାୟ

ନୂଆଦିଲ୍ଲୀ,୧୭।୨: ସ୍ତ୍ରୀଙ୍କୁ ଭରଣପୋଷଣ ଦେବା କୌଣସି ଦୟା କିମ୍ବା ଦାନ ନୁହେଁ, ବରଂ ଏହା ସେମାନଙ୍କର ଏକ ଆଇନଗତ ଅଧିକାର। ଏକ ଗୁରୁତ୍ୱପୂର୍ଣ୍ଣ ମାମଲାର ଶୁଣାଣି କରି…

ଡିଜିଟାଲ୍ ଯୁଗରେ ବି କ୍ୟାଶ୍‌ର କମାଲ୍: ବଜାରରେ ୪୦ ଲକ୍ଷ କୋଟି ଅତିକ୍ରମ କଲା ନଗଦ ଟଙ୍କା

ନୂଆଦିଲ୍ଲୀ,୧୭।୨: ଦେଶରେ ଡିଜିଟାଲ୍ ପେମେଣ୍ଟ ବା UPI କାରବାରରେ ବ୍ୟାପକ ବୃଦ୍ଧି ପାଇବାରେ ଲାଗିଛି। ଏହାରି ମଧ୍ୟରେ ଭାରତୀୟ ଅର୍ଥନୀତିରେ ନଗଦ ଟଙ୍କାର ପ୍ରଚଳନ ଏକ ନୂଆ…

ସମ୍ପର୍କୀୟଙ୍କ ସହ ଘରୁ ବାହାରିଥିଲେ, ଗଛରେ ପିଟି ହୋଇ ଚାଲିଗଲା ଯୁବକଙ୍କ ଜୀବନ; ଏଯାଏ ମିଳୁନି…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ଜାରିଙ୍ଗ ଛକ ନିକଟରେ ମଙ୍ଗଳବାର ରାତି ପାୟ ସାଢ଼େ ୮ ଟାରେ ଗଛରେ ପିଟି ହୋଇ ଜଣେ…

ଗ୍ୟାସ ସିଲିଣ୍ଡର ଖୋଲି ଘରେ ନିଆଁ ଲଗାଇଦେଲେ ସ୍ବାମୀ, ଥାନାରେ ପହଞ୍ଚିଲେ ସ୍ତ୍ରୀ; ଗିରଫ ପରେ ଜେଲ…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ୭ ନଂ ୱାର୍ଡ ବଜାର ସାହି ଗୁଣ୍ଡିଚା ଛକ ରେ ରହୁଥିବା ଏ.ରାଜୁଙ୍କୁ ମଙ୍ଗଳବାର ପୋଲିସ ଗିରଫ କରି…

ପାକିସ୍ତାନ ପାଇଁ BCCI ସହିବ କ୍ଷତି! ଭାରତରୁ ଛଡ଼ାଇ ନିଆଯାଇପାରେ ବଡ଼ ଟୁର୍ଣ୍ଣାମେଣ୍ଟ

ନୂଆଦିଲ୍ଲୀ,୧୭।୨: କ୍ରିକେଟ୍ ପ୍ରେମୀଙ୍କ ପାଇଁ ଏକ ଚିନ୍ତାଜନକ ଖବର। ଭାରତ ଓ ପାକିସ୍ତାନ ମଧ୍ୟରେ ଲାଗି ରହିଥିବା ସୀମା ବିବାଦର ପ୍ରଭାବ ଏବେ କ୍ରିକେଟ୍ ମୈଦାନ ଉପରେ…

ଦୁଇ ଦିନ ପରେ ଦେଇଥାନ୍ତେ ମାଟ୍ରିକ୍‌ ପରୀକ୍ଷା, ବାଇକ୍‌ ସହ ଦୁର୍ଘଟଣା ପରେ ଟ୍ରାକ୍ଟର ଚାପି ଦେବାରୁ ଚାଲିଗଲା ଛାତ୍ରଙ୍କ ଜୀବନ

ରାୟଗଡ଼ା,୧୭।୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହରରେ ଚିନ୍ତାଜନକ ହୋଇପଡ଼ିଛି ଟ୍ରାଫିକ ସମସ୍ୟା । ସହର ଦେଇ ଯାଇଥିବା ୩୨୬ନଂ ଜାତୀୟ ରାଜପଥ କଡ଼ରେ ବେଆଇନ ପାର୍କିଂ ଯୋଗୁ…

ବ୍ରହ୍ମପୁର-ରେଢ଼ାଖୋଲ ରେଳ ପ୍ରକଳ୍ପ: ୩୩୨ କିମି ହେବ ରେଳ ଲାଇନ୍‌, ଅର୍ଥ ଅନୁମୋଦନ କେବେ…?

ଭଞ୍ଜନଗର,୧୭।୨(ବାବୁଲା ପ୍ରଧାନ)- ସରକାର ପରେ ସରକାର ବଦଳୁଛି, କିନ୍ତୁ ବ୍ରହ୍ମପୁର ଭାୟା ଭଞ୍ଜନଗର, ଫୁଲବାଣୀ ରେଢ଼ାଖୋଲ ରେଳ ପ୍ରକଳ୍ପ ଅଗ୍ରଗତି ହୋଇପାରୁନାହିଁ। କନ୍ଧମାଳ ଜିଲାବାସୀଙ୍କ ପାଇଁ ରେଳ…

କଲେଜ ଯାଇଥିବା ବେଳେ ଛାତ୍ରୀଙ୍କୁ ଅପହରଣ କରି ୫ ଦିନ ଧରି ବଳାତ୍କାର, ଜେଲ ହାଜତକୁ ଗଲେ …

ଦିଗପହଣ୍ଡି,୧୭।୨(ଅଶେଷ  ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳର ଏକ କଲେଜରେ ଯୁକ୍ତ ୨ ଦିତୀୟ ବର୍ଷ କଳା ଶ୍ରେଣୀରେ ପଢୁଥିବା ୧୭ ବର୍ଷର ଛାତ୍ରୀଙ୍କୁ ଅପହରଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri