Posted inଜାତୀୟ

ୟେଲୋବୁକ୍ ପ୍ରୋଟକଲ ଭାଙ୍ଗିଲେ ରାହୁଲ ଗାନ୍ଧୀ, କଣ ଏହା ବିରୋଧରେ ମାମଲା ରୁଜୁ କରିବ CRPF ?

ନୂଆଦିଲ୍ଲୀ,୧୨।୯: କଂଗ୍ରେସ ଏମପି ତଥା ବିପକ୍ଷ ନେତା ରାହୁଲ ଗାନ୍ଧୀଙ୍କ ବିରୋଧରେ ସୁରକ୍ଷା ନିୟମ ଉଲ୍ଲଂଘନ ଅଭିଯୋଗ ଉଠିଛି। କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସ (ସିଆରପିଏଫ) କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେଙ୍କୁ ଚିଠି ଲେଖି ରାହୁଲଙ୍କ ଦ୍ୱାରା ୟେଲୋବୁକ୍ ପ୍ରୋଟୋକଲ ଉଲ୍ଲଂଘନ ସମ୍ପର୍କରେ ଜଣାଇଛି। ମଲେସିଆ ଗସ୍ତ ସମୟରେ ରାହୁଲ ଏହି ନିୟମ ଭାଙ୍ଗିଥିବା ଅଭିଯୋଗ ହୋଇଛି, ଯାହା ତାଙ୍କର ଭିଭିଆଇପି ସୁରକ୍ଷାକୁ ବିପଦରେ ପକାଇଛି।

ୟେଲୋବୁକ୍ ପ୍ରୋଟୋକଲ ଗୃହ ମନ୍ତ୍ରଣାଳୟ ଦ୍ୱାରା ଜାରି ହୋଇଥାଏ, ଯେଉଁଥିରେ ଭିଭିଆଇପିଙ୍କ ସୁରକ୍ଷା ପାଇଁ ବିଭିନ୍ନ ସ୍ତରର ନିୟମାବଳୀ ରହିଥାଏ। ଏହା ଅନୁଯାୟୀ, ଜଣେ ଭିଭିଆଇପି ଯେକୌଣସି ଯାତ୍ରା କରୁଥିଲେ ସୁରକ୍ଷା ଏଜେନ୍ସିକୁ ପୂର୍ବରୁ ସୂଚନା ଦେବା ବାଧ୍ୟତାମୂଳକ। ରାହୁଲ ଗାନ୍ଧୀଙ୍କୁ ସିଆରପିଏଫ ଜେଡ୍ ପ୍ଲସ (ଏଏସଏଲ) ସଶସ୍ତ୍ର ସୁରକ୍ଷା ପ୍ରଦାନ କରୁଛି, ଯେଉଁଥିରେ ୧୦-୧୨ ଜଣ କମାଣ୍ଡୋ ନିକଟବର୍ତ୍ତୀ ସୁରକ୍ଷା ଦିଅନ୍ତି। ବିଦେଶ ଗସ୍ତ ପାଇଁ ୧୫ ଦିନ ପୂର୍ବରୁ ସୂଚନା ଦେବା ଆବଶ୍ୟକ, କିନ୍ତୁ ରାହୁଲ ଏହି ନିୟମର ବାରମ୍ବାର ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଛି।

ସିଆରପିଏଫ ମାମଲା ରୁଜୁ କରିପାରେ କି?

ୟେଲୋବୁକ୍ ପ୍ରୋଟୋକଲ ଉଲ୍ଲଂଘନ କେବଳ ଅନୁଶାସନ ଭଙ୍ଗ ନୁହେଁ, ବରଂ ସୁରକ୍ଷା ଆଇନ ଅନ୍ତର୍ଗତ ଅପରାଧ ବିବେଚନା ହୋଇପାରେ। ଏହା ଭାରତୀୟ ନାଗରିକ ସଂହିତା (ବିଏନଏସ) ଧାରା ୨୨୩ ଓ ୧୩୨ ଅନୁଯାୟୀ ଲୋକସେବକଙ୍କ କାର୍ଯ୍ୟରେ ବାଧା ସୃଷ୍ଟି କରିବା ଏବଂ ସରକାରୀ ନିର୍ଦ୍ଦେଶ ଅବମାନନା ଭଳି ଅପରାଧ ଅନ୍ତର୍ଗତ ଆସିପାରେ। ସିଆରପିଏଫକୁ ସିଧାସଳଖ ଏଫଆଇଆର ରୁଜୁ କରିବାର ଅଧିକାର ନାହିଁ, କିନ୍ତୁ ସେମାନେ ସ୍ଥାନୀୟ ପୋଲିସ ବା ସମ୍ପୃକ୍ତ ଏଜେନ୍ସିକୁ ଲିଖିତ ଅଭିଯୋଗ ପଠାଇପାରନ୍ତି। ଏହାପରେ ପୋଲିସ ଏଫଆଇଆର ରୁଜୁ କରି ତଦନ୍ତ ଆରମ୍ଭ କରିଥାଏ। ଯଦି ଉଲ୍ଲଂଘନ ସିଆରପିଏଫ କର୍ମୀଙ୍କ ଦ୍ୱାରା ହୋଇଥାଏ, ତେବେ ବଳ ନିଜ ସ୍ତରରେ ଅନୁଶାସନାତ୍ମକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

କର୍ମୀଙ୍କ ବିଶ୍ୱାସରେ ବିଷ ଦେଲେ ବିଧାୟକ, କ୍ରସ ଭୋଟିଂକୁ ନିନ୍ଦା, ରମେଶଙ୍କ ସହ ୩ଜଣଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି

ଭଞ୍ଜନଗର,୧୭।୩ (ବାବୁଲା ପ୍ରଧାନ): ରାଜ୍ୟ ସଭା ନିର୍ବାଚନରେ କ୍ରସ ଭୋଟିଂକୁ ନେଇ ଓଡ଼ିଶା ରାଜନୀତିରେ ବଡ଼ ଧରଣର ଚର୍ଚ୍ଚା ଲାଗି ରହିଛି। କଂଗ୍ରେସ ଓ ବିଜେଡିର ୧୧…

‘ମୋର ବିଜୟ କି ଲାଭ ଯଦି ଲଦାଖ ହାରିଯାଏ?’ ଜେଲରୁ ମୁକୁଳିବା ପରେ ମୁହଁ ଖୋଲିଲେ ସୋନମ ୱାଙ୍ଗଚୁକ

ୱାଶିଂଟନ,୧୭।୩: ପ୍ରାୟ ୧୭୦ ଦିନ କାରାଗାରରେ ବିତାଇବା ପରେ ଶନିବାର ଜେଲରୁ ମୁକୁଳିଛନ୍ତି ଲଦାଖର ବିଶିଷ୍ଟ ଶିକ୍ଷାବିତ୍ ତଥା ପରିବେଶ କର୍ମୀ ସୋନମ ୱାଙ୍ଗଚୁକ। କେନ୍ଦ୍ର ସରକାର…

କେରଳରେ ଦୁଇ ଦାଦନ ଶ୍ରମିକଙ୍କ ମୃତ୍ୟୁ, ଛେଳିକୁ ବଞ୍ଚେଇବାକୁ ଯାଇ…

ପାତ୍ରପୁର, ୧୭।୦୩(ଉମା ଚରଣ ନେପାକ): ଜରଡା ଥାନା ଖାରିଆଗୁଡା ଫାଣ୍ଡି ଅନ୍ତର୍ଗତ ଖାରିଆଗୁଡା ଗ୍ରାମର ଦୁଇ ଜଣ ଦାଦନ ଶ୍ରମିକଙ୍କ କେରଳରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି…

ୱାରେଣ୍ଟିଙ୍କୁ ଗିରଫ ପରେ କୋର୍ଟ ଚାଲାଣ

ଦିଗପହଣ୍ଡି,୧୭।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ମଙ୍ଗଳବାର ଦିଗପହଣ୍ଡି ବ୍ଲକ କୈଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡ଼ି ଗ୍ରାମର ଟୁନା ମହାନ୍ତିଙ୍କୁ ୱାରେଣ୍ଟ ବଳରେ ଗିରଫ କରି…

ଦିଗପହଣ୍ଡିରେ ସାମାଜିକ ସମୀକ୍ଷା ଜନ ଶୁଣାଣି; କାମ ନ କରି ୪୯ ହଜାର ଟଙ୍କା ଉଠାଣ

ଦିଗପହଣ୍ଡି,୧୭।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପ୍ରଶାସନ ପକ୍ଷରୁ ମଙ୍ଗଳବାର ବ୍ଳକସ୍ତରୀୟ ସାମାଜିକ ସମୀକ୍ଷା ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ବ୍ରହ୍ମପୁର ସହକାରୀ ଉପ…

ଜିଓ କମ୍ପାନୀର ମରଣଯନ୍ତା: ଜଙ୍ଘ ହାଡ଼ ଭାଙ୍ଗି ଯୁବକ ଶଯ୍ୟାଶାୟୀ, ୪ ଗୋରୁ ମୃତ

ଥୁଆମୂଳ ରାମପୁର ୧୭।୦୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା କର୍ଲାପାଟ ଥାନା ଅନ୍ତର୍ଗତ ରଣପୁର ଗ୍ରାମରେ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଜିଓ କମ୍ପାନୀ ପକ୍ଷରୁ…

ଗାଈକୁ ମାରି ଖାଇଲା କିଏ, ବନ୍ୟ ଜନ୍ତୁ ନା ବାଘ

ମୋହନା,୧୭।୩( ମନ୍ମଥ ମିଶ୍ର )ଗଞ୍ଜାମ,ଗଜପତି ଜିଲା ସୀମାନ୍ତ ଅଞ୍ଚଳରେ ଥିବା ଢେପାଗୁଡା ପଞ୍ଚାୟତର କାଇଟିମା ଓ ବାରିଆଦରା ଗାଁରେ ବାଘ ଆତଙ୍କ ଅଭିଯୋଗ କରିଛନ୍ତି ଗ୍ରାମବାସୀ। ୪…

PSL 2026: ହାଇଦ୍ରାବାଦ ଅଧିନାୟକ ହେଲେ ମାର୍ନସ ଲାବୁସେନ, ଚମକାଇଲା ନିଷ୍ପତ୍ତି

କରାଚୀ,୧୭।୩: ଅଷ୍ଟ୍ରେଲିଆର ଷ୍ଟାର୍‌ ବ୍ୟାଟର ମାର୍ନସ ଲାବୁସେନ ପ୍ରଥମ ଥର ପାଇଁ ପାକିସ୍ତାନ ସୁପର ଲିଗ (PSL) ଖେଳିବାକୁ ଯାଉଛନ୍ତି। ତେବେ ଆଶ୍ଚର୍ଯ୍ୟର କଥା ହେଉଛି, ପଦାର୍ପଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri