Posted inଜାତୀୟ

ୟୁପି ରାଜନୀତିଠାରୁ ଦୂରରେ ରାହୁଲ…

ନୂଆଦିଲ୍ଲୀ,୫।୧୨: କେନ୍ଦ୍ରୀୟ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀ ରବିବାର ଆମେଠି ଗସ୍ତରେ ଅଛନ୍ତି। ଅପରପକ୍ଷରେ କଂଗ୍ରେସ ପକ୍ଷରୁ ରାହୁଲ ଗାନ୍ଧୀ ମଧ୍ୟ ଉତ୍ତରପ୍ରଦେଶରେ ପହଞ୍ଚିଛନ୍ତି କିନ୍ତୁ ସେ ଆମେଠି ନୁହେଁ, ପ୍ରୟାଗରାଜରେ ରହିବେ। ରାହୁଲ ଗାନ୍ଧୀ ଉତ୍ତରପ୍ରଦେଶ (ୟୁପି) ଆସୁଛନ୍ତି କିନ୍ତୁ ଏହା ହେଉଛି ତାଙ୍କର ବ୍ୟକ୍ତିଗତ ଗସ୍ତ। ସେ ନେତାମାନଙ୍କୁ ସର୍ବସାଧାରଣରେ ଭେଟିବେ ନାହିଁ କିମ୍ବା ବୈଠକ କରିବେ ନାହିଁ ଅବା କୌଣସି ସାଂଗଠନିକସ୍ତରୀୟ ଆଲୋଚନା କରିବେ ନାହିଁ।

ୟୁପି ବିଧାନସଭା ନିର୍ବାଚନ ପୂର୍ବରୁ ମଧ୍ୟ ସେ ଦୂରତା ବଜାୟ ରଖିବେ। ଉତ୍ତରପ୍ରଦେଶରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ପ୍ରିୟଙ୍କା ଗାନ୍ଧୀ ଦାୟିତ୍ୱରେ ଅଛନ୍ତି। ରାହୁଲଙ୍କ ୟୁପି ଗସ୍ତ ନେଇ ଏକ ଆଲୋଚନା ହୋଇଥିଲା ଯେ ସେ ୟୁପି ବିଧାନସଭା ନିର୍ବାଚନ ସମୟରେ ରାଜ୍ୟ ଗସ୍ତ କରିପାରିବେ କିନ୍ତୁ ରାହୁଲ ଗାନ୍ଧୀ ଏହି ଯାତ୍ରା ସମୟରେ ରାଜନୈତିକ ଆଲୋଚନା କରିବେ ନାହିଁ ବୋଲି କଂଗ୍ରେସ ସ୍ପଷ୍ଟ କରିଛି। ୟୁପି ବିଧାନସଭା ନିର୍ବାଚନ ଠାରୁ ରାହୁଲଙ୍କ ଦୂରତା ସମ୍ପର୍କରେ ରାଜନୈତିକ ବିଶ୍ଳେଷକ ରାମେଶ୍ୱର ପାଣ୍ଡେ କହିଛନ୍ତି ଯେ କଂଗ୍ରେସ ସଂଗଠନ ପ୍ରିୟଙ୍କାଙ୍କୁ ଏକ ପ୍ରଇ ହ୍ୟାଣ୍ଡ୍‌ ଦେଇଛି।

ଏଥିରେ କେହି କୌଣସି ହସ୍ତକ୍ଷେପ କରିବେ ନାହିଁ। ରାହୁଲ ଗାନ୍ଧୀଙ୍କୁ ମଧ୍ୟ ସଂଗଠନ ଏହି ଅନୁମତି ଦେଇ ନାହିଁ। ଉଭୟ ରାହୁଲ ଏବଂ ପ୍ରିୟଙ୍କା ଦିଲ୍ଲୀରେ ପରାମର୍ଶ କରନ୍ତି। ଜାତୀୟ ରାଜନୀତିରେ ଉଭୟ ଆଲୋଚନା କରୁଥିବାବେଳେ ରାହୁଲ ଗାନ୍ଧୀ ୟୁପି ନିର୍ବାଚନ ଠାରୁ ଦୂରରେ ଅଛନ୍ତି। ପ୍ରକୃତ ପକ୍ଷେ ୟୁପିରେ ରାହୁଲ ଗାନ୍ଧୀ ଅନ୍ୟ ଏକ ଶକ୍ତି କେନ୍ଦ୍ର ହେବାକୁ ଚାହୁଁନାହାଁନ୍ତି।

ରମେଶ୍ୱର ପାଣ୍ଡେ କହିଛନ୍ତି ଯେ ପ୍ରିୟଙ୍କା ୟୁପିରେ କଂଗ୍ରେସକୁ ସୁଦୃଢ଼ କରିବାରେ ଲାଗିଛନ୍ତି। ସେ ହେଉଛନ୍ତି ଶକ୍ତି କେନ୍ଦ୍ର। ଯଦି ଏଠାରେ ରାହୁଲ ଗାନ୍ଧୀଙ୍କ ପ୍ରବେଶ ହୁଏ, ତେବେ ଅନ୍ୟ ଏକ ଦ୍ୱିତୀୟ ଶକ୍ତି କେନ୍ଦ୍ର ନିର୍ମାଣ ହେବ ଏବଂ ଏହା କେବଳ କଂଗ୍ରେସକୁ କ୍ଷତି ପହଞ୍ଚାଇବ। ସେଥିପାଇଁ ସଂଗଠନ ପ୍ରିୟଙ୍କାଙ୍କ ଉପରେ ସବୁକିଛି ଛାଡି ଦେଇଛି। ସେ ନିଜର ରଣନୀତି ପ୍ରସ୍ତୁତ କରୁଛନ୍ତି, ଦଳ ଗଠନ କରୁଛନ୍ତି ଏବଂ ୟୁପି ନିର୍ବାଚନରେ ସେ ହେଉଛନ୍ତି ଏକମାତ୍ର ଚେହେରା। କଂଗ୍ରେସ ଭୋଟରଙ୍କୁ ବିଭ୍ରାନ୍ତ କରିବାକୁ ଚାହୁଁନାହିଁ ବୋଲି ରାମେଶ୍ୱର ପାଣ୍ଡେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଭାଜପାରେ ଯୋଗଦେଲେ ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌

ନୂଆଦିଲ୍ଲୀ,୩୧ା୩: ଭାରତର ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌ ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗଦେଇଛନ୍ତି। ପଶ୍ଚିମବଙ୍ଗରେ ହେବାକୁଥିବା ବିଧାନସଭା ନିର୍ବାଚନ ପୂର୍ବରୁ ୫୧ ବର୍ଷୀୟ ପେସ୍‌…

LIVE ମ୍ୟାଚ୍‌ରେ ଭୋ ଭୋ ହୋଇ କାନ୍ଦି ପକାଇଲେ ଜାଡେଜା, CSK ଲୋଗୋକୁ କଲେ ଚୁମ୍ବନ; ପ୍ରଶଂସକଙ୍କୁ ଭାବବିହ୍ବଳ କରୁଛି VIDEO 

ଅହମ୍ମଦାବାଦ,୩୧।୩: ଚେନ୍ନାଇ ସୁପର କିଙ୍ଗସ (CSK)  ସହ ରବୀନ୍ଦ୍ର ଜାଡେଜା ଦୀର୍ଘ ବର୍ଷ ଧରି ଜଡ଼ିତ ହୋଇ ରହିଥିଲେ। କିନ୍ତୁ ଆଇପିଏଲ ୨୦୨୬ରେ ଏହି ସମୀକରଣ ବଦଳି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri