ଛପର ଫାଡ଼ିଦେଲେ ଭଗବାନ: ଦିନ ମଜୁରିଆରୁ କୋଟିପତି ହେଲେ ଓଡ଼ିଆ ଯୁବକ

କେନ୍ଦୁଝର,୨୮।୩: ସତରେ ଭଗବାନ ଯେତେବେଳେ ଦିଅନ୍ତି ଛପର ଫାଡ଼ି ଦିଅନ୍ତି। ରାତା ରାତି ବଦଳି ଯାଏ ଭାଗ୍ୟ। କେନ୍ଦୁଝର ଜିଲା ଚମ୍ପୁଆ ଥାନା ଅନ୍ତର୍ଗତ ରେଭେନସାପୁର ଗ୍ରାମର ଦିନ ମଜୁରିଆ ଭାବେ କାମ କରୁଥିବା ‘ଗୁରୁଚରଣ ଜାମୁଡା’ ନାମକ ଯୁବକଙ୍କ ଭାଗ୍ୟ ଏପରି ଚମକିଛି।

ଏକ ଥରକେ ସେ ୩ କୋଟି ଟଙ୍କା ଏବଂ ଏକ ମହିନ୍ଦ୍ରା ଥର ଗାଡ଼ି ଜିତିଛନ୍ତି। ଜଣେ ଦିନ ମଜୁରିଆଙ୍କ ଜୀବନରେ ଚମତ୍କାର ଭାବରେ ଏହି ପରିବର୍ତ୍ତନ ଆସିଛି। ଜ୍ୟାକପଟ୍ ବିଷୟରେ ସୂଚନା ପାଇବା ପରେ ତାଙ୍କ ଖୁସିର ସୀମା ସରହଦ ଛୁଇଁଛି।

ରିପୋର୍ଟ ଅନୁସାରେ, ଯୁବକ ଜଣକ ଅନଲାଇନ୍ ବେଟିଂ ଏବଂ ଜୁଆ ଆପ୍ ରେ ମାତ୍ର ୪୯ ଟଙ୍କା ନିବେଶ କରିଥିଲେ। ଏଥିରେ ସେ ଗୋଟିଏ ବର୍ଷରୁ ଅଧିକ ସମୟ ଧରି ଆପ୍ ରେ ଖେଳୁଥିଲେ। ତେବେ ମାର୍ଚ୍ଚ ୨୬ ରେ ମୁମ୍ବାଇ ସ୍ଥିତ ବେଟିଂ ଆପ୍ ରୁ ତାଙ୍କୁ ଏକ କଲ୍ ମିଳିଥିଲା। କିନ୍ତୁ, ସେ କଲ୍ ଉଠାଇ ନଥିଲେ ଏବଂ ପରଦିନ ତାଙ୍କୁ ପୁଣି ଏକ କଲ୍ ମିଳିଥିଲା। ମ୍ୟାନେଜର ତାଙ୍କୁ ଜଣାଇଲେ ଯେ ସେ ୩ କୋଟି ଟଙ୍କା ଏବଂ ଏକ ବିଳାସପୂର୍ଣ୍ଣ ଥାର ଗାଡ଼ି ଜିତିଛନ୍ତି।

ଏହି ଖବର ପାଇ ତାଙ୍କ ପରିବାର ସଦସ୍ୟମାନେ ଖୁସି ହୋଇଯାଇଥିଲେ। ତେବେ ଏହାଠାରୁ ଆହୁରି ବଡ କଥା ହେଉଛି ଯେ ସେମାନେ ଏହି ଟଙ୍କାରେ ସେମାନଙ୍କ ଗାଁର ସମସ୍ୟା ସମାଧାନ କରିବାକୁ ଚାହାଁନ୍ତି। ଏଥିସହିତ ଗୁରୁଚରଣ ତାଙ୍କ ଘର ଜମିରୁ ବିସ୍ଥାପିତ ହୋଇଥିବା ଲୋକଙ୍କ ମଧ୍ୟରୁ ଜଣେ। ତେଣୁ ସେ ଜିତିଥିବା ଟଙ୍କାରେ ନିଜର ଘର ତିଆରି କରିବେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅପମାନ: ମୋଦି-ମମତା ମୁହାଁମୁହିଁ, ଦୁର୍ଭାଗ୍ୟଜନକ କହି…

ନୂଆଦିଲ୍ଲୀ/କୋଲକାତା,୭।୩: ପଶ୍ଚିମବଙ୍ଗ ଗସ୍ତରେ ଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ନେଇ ଏବେ ରାଜନୀତି ସରଗରମ ହୋଇଛି। ସିଲିଗୁଡ଼ିରେ ଆୟୋଜିତ ଆନ୍ତର୍ଜାତୀୟ ସାନ୍ତାଳ ସମ୍ମିଳନୀ ପାଇଁ ଉପଯୁକ୍ତ ସ୍ଥାନ…

ଇରାନ ଉପରେ ଆଜି ହେବ ‘ଭୟଙ୍କର’ ଆକ୍ରମଣ: ଟ୍ରମ୍ପଙ୍କ ଘୋଷଣା ପରେ ସାରା ବିଶ୍ୱରେ ହଇଚଇ, ପଡ଼ୋଶୀ ଦେଶକୁ…

ୱାଶିଂଟନ/ତେହେରାନ,୭।୩: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ପ୍ରତିଦିନ ଭୟଙ୍କର ରୂପ ନେଉଛି। ମଧ୍ୟପ୍ରାଚ୍ୟର ଅନେକ ସହର ଏହି ସାମରିକ ସଂଘର୍ଷରେ ଛାରଖାର ହୋଇଯାଇଥିବା ବେଳେ,…

ଘରଭାଙ୍ଗି ଧାନ ଖାଇଲା ଦନ୍ତା

ନାକଟିଦେଉଳ, ୭ା୨(ବୈକୁଣ୍ଠନାଥ ସାହୁ): ସମ୍ବଲପୁର ଜିଲା ନାକଟିଦେଉଳ ବନାଞ୍ଚଳ ଅଧୀନ ଆଭ୍ୟନ୍ତରୀଣ ତଥା ପାହାଡ଼ ତଳି ଗ୍ରାମରେ ଗତ କିଛି ଦିନ ହେଲା ଦନ୍ତାହାତୀ ଉପଦ୍ରବ ଲାଗି…

ବୋହୂଙ୍କୁ ମାଡ଼ ମାରି ଲହୁଲୁହାଣ କଲେ ପୁଅ, ଥାନାରେ ପହଞ୍ଚି ଅଭିଯୋଗ କରିଦେଲେ ବାପା, ପୁରୁଷୋତ୍ତମଙ୍କୁ ବାନ୍ଧି…

ବୈଶିଙ୍ଗା,୭।୩(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ନଡପୁର ଗ୍ରାମରେ ଜନୈକା ବିବାହିତା ମହିଳାଙ୍କୁ ମାଡ଼ ମାରି ଗୁରୁତର କରିଥିବା ଅଭିଯୋଗରେ ପୋଲିସ ସ୍ବାମୀଙ୍କୁ ଗିରଫ…

ବସ୍‌କୁ ଧକ୍କା ଦେଇ ଚାଲିଗଲା ବାଇକ୍‌ ଆରୋହୀଙ୍କ ଜୀବନ

କୋକସରା,୭ା୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କୋକସରା ଥାନା ଲଡୁଗାଁ-ଚିକିଲି ରାସ୍ତାର ପେଟ୍ରୋଲ ପମ୍ପ ନିକଟରେ ଏକ ଦୁର୍ଘଟଣା ଘଟିଛି। ରାସ୍ତା କଡରେ ଛିଡା ହୋଇଥିବା ଏକ ବସ୍‌କୁ…

ପଞ୍ଚୁଦୋଳ ଯାତ୍ରା ପାଇଁ ଉଠୁଛି ପଡ଼ୁଛି ଗାଁ

ଗଞ୍ଜାମ,୭।୩(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମାହାଟ ପଡିଆଠାରେ ହେବାକୁ ଥିବା ପ୍ରସିଦ୍ଧ ପଞ୍ଚୁଦୋଳ ଯାତ୍ରାର ସାହି ଯାତ୍ରାକୁ ଶନିବାର ୧୨ ଦିନ। ଏ ନେଇ…

ସରିଲା ସିବିଏସି ପରୀକ୍ଷା: ପିଠିରେ ଲେଖି ଜଣାଇଲେ ବିଦାୟ ବାର୍ତ୍ତା

ପଟ୍ଟାଙ୍ଗି,୭।୩(ଶରତ କୁମାର ଧଳ): ରାଜ୍ୟରେ ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ଚାଲିଥିବା ଦଶମ ସିବିଏସି ପରୀକ୍ଷା ଶନିବାର ସରିଥିବା ବେଳେ ପରୀକ୍ଷା ସରିବା ପରେ ପରସ୍ପର ମଧ୍ୟରେ ଛାତ୍ରୀଛାତ୍ର…

ପରୀକ୍ଷା ସରିବା ପରେ ତିନି ସାଙ୍ଗ ଯାଇଥିଲେ ଜଳଭଣ୍ଡର, ଫେରିଲା…

କୋରାପୁଟ,୭।୩(ଅମିତାଭ ବେହେରା ): କୋଲାବ ଜଳଭଣ୍ଡରରେ ବୁଡ଼ି ୩ ଛାତ୍ରଙ୍କ ମୃତ୍ୟୁ। ପରୀକ୍ଷା ସରିବା ପରେ ୩ ସାଙ୍ଗ ଗାଧେଇବା ପାଇଁ ଜଳଭଣ୍ଡର ଯାଇଥିଲେ। ତିନି ଛାତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri