ଭୋଜି ଖାଇବାକୁ ଯାଇ ନିଖୋଜ ହୋଇଯାଇଥିଲେ ରଘୁନାଥ: ଆଜି ସକାଳୁ…

ଦିଗପହଣ୍ଡି,୨୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଚୁଡ଼ଙ୍ଗପୁର ଗ୍ରାମର ସିଏଚ. ରଘୁନାଥ ପାତ୍ର(୬୫) ନାମକ ଜଣେ ବୃଦ୍ଧଙ୍କ ମୃତଦେହକୁ ସାହସପୁର ହାଟପଦା ନିକଟ ଏକ ଜମିରେ ଥିବା ଗାଡ଼ିଆରୁ ଗୁରୁବାର ସକାଳେ ଉଦ୍ଧାର କରାଯାଇଛି। ରଘୁନାଥ ସାହସପୁର ଗ୍ରାମର ଜଣେ ସମ୍ପର୍କୀୟଙ୍କ ଘରକୁ ବୁଧବାର ଭୋଜି ଖାଇବାକୁ ଯାଇଥିଲେ। ସେସେଠାରୁ ଆକସ୍ମିକ ନିଖୋଜ ହୋଇଯାଇଥିଲେ। ସନ୍ଧ୍ୟା ସୁଦ୍ଧା ସେ ଘରକୁ ନ ଫେରିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କ ସନ୍ଧାନ ମିଳି ନ ଥିଲା।
ଗୁରୁବାର ଭୋରରେ କିଛି ବ୍ୟକ୍ତି ଚାଷଜମିକୁ ଯାଉଥିବା ବେଳେ ଗାଡ଼ିଆ ହିଡ଼ରେ ଚପଲ, ଶର୍ଟ ଓ ଧୋତି ପଡ଼ିଥିବା ଦେଖିଥିଲେ। ଖବରପାଇ ପରିବାର ଲୋକେ ସେଠାରେ ପହଞ୍ଚି ଦିଗପହଣ୍ଡି ଅଗ୍ନିଶମବାହିନୀକୁ ଜଣାଇଥିଲେ। ଅଗ୍ନିଶମ କର୍ମଚାରୀ ବୃନ୍ଦ ଘଟଣାସ୍ଥଳରେ ପହଞ୍ଚି ଗାଡ଼ିଆରୁ ମୃତଦେହ ଉଦ୍ଧାର କରିବା ସହ ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରସ୍‌ରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ରଘୁନାଥଙ୍କ ପୁଅ ଅର୍ଜୁନ ପାଟପୁର ଥାନାରେ ଏତଲା ଦେବାପରେ ପୋଲିସ ଟିମ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ଅପମୃତ୍ୟୁ ମାମଲା ନଂ.୪/୨୬ ଅନୁଯାୟୀ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ପଠାଇଥିଲେ। ବ୍ୟବଚ୍ଛେଦ ପରେ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା।ଶୋକାକୁଳ ପରିବେଶ ମଧ୍ୟରେ ଗାଁ ଶ୍ମଶାନରେ ତାଙ୍କ ଶେଷକୃତ୍ୟ କରାଯାଇଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ନିଜ ମାଆଙ୍କୁ ‘I LOVE U’ ଲେଖି କାହିଁକି ଜୀବନ ହାରିଲେ ୟୁଟ୍ୟୁବର? ଜାଣନ୍ତୁ ଏହା ପଛର କାରଣ

ହାଇଦ୍ରାବାଦ,୨୬।୨: ସୋମବାର (୨୩ ଫେବୃଆରୀ) ତେଲଙ୍ଗାନାର ରାଜଧାନୀ ହାଇଦ୍ରାବାଦରେ ଥିବା ଏକ ଭଡା ଘରେ (ଆପାର୍ଟମେଣ୍ଟ)ରେ ୨୧ ବର୍ଷୀୟା ୟୁଟ୍ୟୁବର ବୋନୁ କୋମାଲିଙ୍କ ମୃତଦେହ ମିଳିଥିଲା। ମୃତ୍ୟୁର…

ସୁନାରୂପା ଦରକୁ ନେଇ ଚାଇନାରୁ ଆସିଲା ବଡ଼ ଅପଡେଟ୍‌, ସୁନା କିଣୁଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍‌ଲୀ,୨୬।୨: ସୁନା ଏବଂ ରୂପା ବଜାରରେ ନିବେଶକଙ୍କ ପାଇଁ ଚାଇନାରୁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ଆସିଛି। ବିଶ୍ୱର ସର୍ୱବୃହତ ବୁଲାନ ବାଣିଜ୍ୟ ପ୍ଲାଟଫର୍ମ ମଧ୍ୟରୁ ଗୋଟିଏ, ସାଂଘାଇ…

ଆଜି ରଶ୍ମିକା-ବିଜୟଙ୍କ ପଡିବ ହାତଗଣ୍ଠି: ଏହି ଖାସ୍‌ ‘ଥିମ୍‌’ ସହିତ କରିବେ ବିବାହ

ମୁମ୍ବାଇ: ଅଭିନେତା ବିଜୟ ଦେବରକୋଣ୍ଡା ଏବଂ ରଶ୍ମିକା ମନ୍ଦାନା ଆଜି ଉଦୟପୁରରେ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି। ଏହି କପଲ ସେମାନଙ୍କର ତେଲୁଗୁ ଏବଂ କୋଡାଭା…

କୋରାପୁଟ ପୋଲିସକୁ ବଡ଼ ସଫଳତା: ୨୦୦ କୋଟିର ହାଶିଶ ତେଲ ଜବତ

କୋରାପୁଟ/ନନ୍ଦପୁର/ପାଡୁଆ,୨୬।୨(ଅମିତାଭ ବେହେରା/ତୁଷାର କାନ୍ତ ମହାନ୍ତି/ଶଙ୍କର ପୂଜାରୀ): କୋରାପୁଟ ପୋଲିସ ଜିଲାରେ ଚାଲୁଥିବା ଏକ ଆନ୍ତରାଜ୍ୟ ହାଶିଶ ତେଲ ତିଆରି କାରଖାନାକୁ ଧ୍ୱଂସ କରି ଐତିହାସିକ ସଫଳତା ହାସଲ…

ଶାହିନ ଆଫ୍ରିଦିଙ୍କୁ ନେଇ ଶ୍ୱଶୁର ଶାହିଦ ଆଫ୍ରିଦି କ’ଣ କହିଲେ? ଏବେ ହେଉଛି ଖୁବ ଚର୍ଚ୍ଚା

ନୂଆଦିଲ୍ଲୀ,୨୬।୨: ପାକିସ୍ତାନର ଦ୍ରୁତ ବୋଲର ଶାହିନ ଆଫ୍ରିଦି ICC T20 ବିଶ୍ୱକପ ୨୦୨୬ ସମୟରେ ଖରାପ ଫର୍ମ ଦେଇ ଗତି କରୁଥିଲେ। ତାଙ୍କୁ ଟିମ ଇଣ୍ଡିଆ ବିପକ୍ଷରେ…

ଏହି ଯୋଜନାରେ ପ୍ରତି ମାସରେ ମହିଳାଙ୍କୁ ମିଳିବ ୧୫୦୦ ଟଙ୍କା , ଜାଣନ୍ତୁ କେଉଁମାନେ ପାଇବେ …

ନୂଆଦିଲ୍ଲୀ,୨୬।୨: କେନ୍ଦ୍ର ସରକାର ଦେଶର ବିଭିନ୍ନ ବର୍ଗ ପାଇଁ ଅନେକ ଯୋଜନା ଚଳାନ୍ତି, ଯାହାର ଲକ୍ଷ୍ୟ ଅର୍ଥନୈତିକ ସୁରକ୍ଷା ଏବଂ ସାମାଜିକ ସଶକ୍ତିକରଣ। ଏହି ଯୋଜନାଗୁଡ଼ିକ ଚାଷୀ,…

ରାଜ୍ୟ ସଭା ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି: ଏହି ଦିନ ହେବ…

ଭୁବନେଶ୍ୱର,୨୬।୨: ରାଜ୍ୟ ସଭା ନିର୍ବାଚନ ପାଇଁ ଗୁରୁବାର ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜ୍ଞପ୍ତି ଅନୁଯାୟୀ, ମାର୍ଚ୍ଚ ୫ ଯାଏ ନାମାଙ୍କନ ଦାଖଲ ପ୍ରକ୍ରିୟା ହେବ। ୬ରେ ଯାଞ୍ଚ…

ମୋଦିଙ୍କୁ ଇସ୍ରାଏଲ ସଂସଦର ସର୍ବୋଚ୍ଚ ସମ୍ମାନ: ସତ୍ୟ, ବାସ୍ତବତାକୁ ଆପଣାଇଛି ଭାରତ

ଜେରୁଜେଲମ୍‌,୨୬ା୨:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଶତ ପ୍ରଶଂସାରେ ପୋତି ପକାଇଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁ। ମୋଦି କେବଳ ଉତ୍ତମ ବନ୍ଧୁ ନୁହନ୍ତି, ଭାଇଠାରୁ ବି ଅଧିକ। ଭାରତ-ଇସ୍ରାଏଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri