ଆଉନାହାନ୍ତି ବିଶିଷ୍ଟ ଭାସ୍କର୍ଯ୍ୟ ଶିଳ୍ପୀ ରଘୁନାଥ ମହାପାତ୍ର

ଭୁବନେଶ୍ୱର,୯।୫(ବ୍ୟୁରୋ): ମହାମାରୀ କରୋନା ଆଉ ଜଣେ ବିଶିଷ୍ଟ ବ୍ୟକ୍ତିଙ୍କ ଜୀବନ ନେଇଛି। ରବିବାର ରାଜ୍ୟ ସଭା ଏମ୍‌ପି ତଥା ବିଶିଷ୍ଟ ଭାସ୍କର୍ଯ୍ୟ ଶିଳ୍ପୀ ରଘୁନାଥ ମହାପାତ୍ରଙ୍କ ପରଲୋକ ହୋଇଛି। ସେ ଗତ କିଛିଦିନ ହେବ କରୋନାରେ ଆକ୍ରାନ୍ତ ହୋଇ ଏମ୍ସ ଭୁବନେଶ୍ୱରରେ ଚିକିତ୍ସିତ ହେଉଥିଲେ। ଆଜି ଅପରାହ୍ନ ୩ଟା ୪୯ରେ ୭୮ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଥିବା ଭୁବନେଶ୍ୱର ଏମ୍ସ ନିର୍ଦ୍ଦେଶିକା ବି. ଗୀତାଞ୍ଜଳି ସୂଚନା ଦେଇଛନ୍ତି। ସେ ଗତ ଏପ୍ରିଲ ୨୨ରେ କରୋନା ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ। ଜଣେ ଲବ୍ଧ ପ୍ରତିଷ୍ଠିତ ବିଶିଷ୍ଟ ଭାସ୍କର୍ଯ୍ୟ ଶିଳ୍ପୀ ଭାବେ ରଘୁନାଥ ମହାପାତ୍ର ଅନ୍ତର୍ଜାତୀୟ ସ୍ତରରେ ସୁନାମ ଅର୍ଜନ କରିଥିଲେ। ୧୯୪୩ ମସିହା ମାର୍ଚ୍ଚ ୨୪ରେ ଜନ୍ମ ଗ୍ରହଣ କରିଥିବା ରଘୁନାଥ ମହାପାତ୍ର ପ୍ରସ୍ତର କାରୁକାର୍ଯ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ୧୯୭୫ ମସିହାରେ ପଦ୍ମଶ୍ରୀ, ୨୦୦୧ ମସିହାରେ ପଦ୍ମ ଭୂଷଣ ଏବଂ ୨୦୧୩ରେ ପଦ୍ମ ବିଭୂଷଣ ସମ୍ମାନରେ ସମ୍ମାନୀତ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଘରକୁ ଫେରୁଥିଲେ ରାସ୍ତାରେ ଘଟିଲା ଭୟଙ୍କର ଦୁର୍ଘଟଣା: ଆଖିବୁଜିଦେଲେ ଯୁବ ବିଜେଡିର ସୁସଙ୍ଗଠକ, ୩ ଗୁରୁତର 

ଦିଗପହଣ୍ଡି,୨୭।୨(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ଦିଗପହଣ୍ଡି-ଘୋଡାହାଡ ଡ୍ୟାମ ରାସ୍ତାର ବିଦେଶୀ ମଦ ଦୋକାନ ନିକଟରେ ଶୁକ୍ରବାର ମଧ୍ୟାହ୍ନରେ ଏକ ଦୁର୍ଘଟଣା ଘଟିଛି। ବୁଲେଟ୍‌ ଓ ସ୍କୁଟି ମଧ୍ୟରେ…

The Kerala Story 2 Release: ଫିଲ୍ମ ଉପରେ ଥିବା ସ୍ଥଗିତାଦେଶ ଉଠାଇଲେ କେରଳ ହାଇକୋର୍ଟର ଡିଭିଜନ ବେଞ୍ଚ

ମୁମ୍ବାଇ,୨୭।୨: ଶୁକ୍ରବାର କେରଳ ହାଇକୋର୍ଟ ‘ଦି କେରଳ ଷ୍ଟୋରି 2’ ଚଳଚ୍ଚିତ୍ରର ନିର୍ମାତାଙ୍କୁ ଆଶ୍ୱସ୍ତି ପ୍ରଦାନ କରିଛନ୍ତି। କିଛି ଦିନ ପୂର୍ବରୁ କେରଳ ହାଇକୋର୍ଟର ଏକକ ବିଚାରପତି…

ଏହି ୩ ରାଶିଙ୍କ ପାଇଁ ମାର୍ଚ୍ଚ ମାସ ଅତ୍ୟନ୍ତ ଭାଗ୍ୟଶାଳୀ, ଖୋଲିଯବ ଉନ୍ନତିର ରାସ୍ତା

ବର୍ଷର ଦ୍ୱିତୀୟ ମାସ ଫେବୃଆରୀ ଶେଷ ହେବ। ବର୍ଷର ତୃତୀୟ ମାସ ଅର୍ଥାତ୍‌ ମାର୍ଚ୍ଚର ଆଗମନ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମାର୍ଚ୍ଚ ମାସ ବହୁତ ସ୍ବତନ୍ତ୍ର ହେବାକୁ…

ଭାଜପା ଇଚ୍ଛାଧାରୀ ନାଗ, ମୋଦିଙ୍କୁ ନେଇ କ’ଣ କହିଲେ ପବନ ଖେରା ଜାଣନ୍ତୁ

ନୂଆଦିଲ୍ଲୀ,୨୭।୨: ଶୁକ୍ରବାର (୨୭ ଫେବୃଆରୀ) ରାଉଜ ଆଭେନ୍ୟୁ କୋର୍ଟ ଦିଲ୍ଲୀ ଅବକାରୀ ନୀତି ସହିତ ଜଡିତ ଏକ CBI ମାମଲାରେ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ…

ଆକ୍ସନରେ ପ୍ରଶାସନ: ଇଟା ଭାଟିରେ ଚଢ଼ିଲା ବୁଲ୍‌ଡୋଜର

ଆସିକା,୨୭।୨: ଗଞ୍ଜାମ ଜିଲା ଋଷିପୁର ନିକଟରେ ଥିବା ବେଆଇନ ଇଟା ଭାଟିରେ ଶୁକ୍ରବାର ବୁଲ୍‌ଡୋଜର ଚଢିଛି। ତହସିଲଦାରଙ୍କ ସହ ସ୍ଥାନୀୟ ପୋଲିସ ଉପସ୍ଥିତରେ କଟାଯାଇଥିବା ହଜାର ହଜାର…

ଜିମ୍ବାଓ୍ବେ ବିପକ୍ଷର ବିଜୟ ପଡିଲା ଫିକା? ଟିମ ଇଣ୍ଡିଆର ଏହି ଖେଳାଳିଙ୍କୁ ମିଳିଲା ବଡ଼ ଚେତାବନୀ

ନୂଆଦିଲ୍ଲୀ,୨୭।୨: ICC T20 ବିଶ୍ୱକପ ୨୦୨୬ର ସୁପର ୮ ମ୍ୟାଚରେ ଭାରତ ଜିମ୍ବାୱେକୁ ୭୨ ରନରେ ପରାସ୍ତ କରି ସେମିଫାଇନାଲରେ ପହଞ୍ଚିବାର ଆଶାକୁ ପୁନର୍ଜୀବିତ କରିଛି। ଏହି…

କେନ୍ଦ୍ରୀୟ ବିଦ୍ୟାଳୟ ଅସ୍ଥାୟୀ କୋଠା ମରାମତିରେ ଖର୍ଚ୍ଚ ହେବ ୪୯ ଲକ୍ଷ ଟଙ୍କା, +୨ ଖୋଲିବା ପାଇଁ…

ଭଞ୍ଜନଗର,୨୭ା୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟର ଚଳିତ ବର୍ଷର ତୃତୀୟ ପରିଚାଳନା କମିଟି ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଭଞ୍ଜନଗର ଉପଜିଲାପାଳ ତଥା…

ନୀତିନ ନବୀନଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ସୋସିଆଲ ମିଡିଆରେ ପୋଷ୍ଟ କରି କହିଲେ ୪ଟି ଆସନରେ…

ନୂଆଦିଲ୍ଲୀ/ଭୁବନେଶ୍ୱର,୨୭ା୨: ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କୁ ଶୁକ୍ରବାର ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ନୂଆଦିଲ୍ଲୀ ଭାଜପା ମୁଖ୍ୟାଳୟରେ ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କୁ ଭେଟି ଓଡ଼ିଶାର ଦଳର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri