ପରିଣୀତିଙ୍କ ହାତ ଧରିବେ ରାଘବ

ମୁମ୍ବାଇ: ଆସନ୍ତା ୨୪ ତାରିଖରେ ବଲିଉଡ୍‌ ଅଭିନେତ୍ରୀ ପରିଣୀତି ଚୋପ୍ରା ଓ ଆପ୍‌ର ଲିଡର ରାଘବ ଚଢ଼ାଙ୍କ ବିବାହ ଉତ୍ସବ ରାଜସ୍ଥାନର ଉଦୟପୁରଠାରେ ହେବ। ଏଥିପାଇଁ ଗତ ୧୭ ତାରିଖରୁ ବିବାହ ମହୋତ୍ସବ ଆରମ୍ଭ ହୋଇଯାଇଛି। ଉଦୟପୁରର ପିଛୋଲା ହ୍ରଦ ପାଖରେ ନିର୍ମିତ ହୋଟେଲ ଦି ଲୀଲା ପ୍ୟାଲେସ୍‌ରେ ପଞ୍ଜାବୀ ରୀତିନୀତି ଅନୁସାରେ ଦୁହିଁଙ୍କ ହାତଗଣ୍ଠି ପଡ଼ିବ। ହୋଟେଲ ତାଜ୍‌ ଲେକ୍‌ ପ୍ୟାଲେସ୍‌ରୁ ରାଘବଙ୍କ ବରଯାତ୍ରୀଗଣ ଡଙ୍ଗା ଯୋଗେ ଲୀଲା ପ୍ୟାଲେସ୍‌ରେ ପହଞ୍ଚିବେ। ଅପରାହ୍ନ ୩ଟା ସମୟରେ ବରକନ୍ୟା ବାହାବେଦି ପ୍ରଦକ୍ଷିଣ କରିବେ। ଏହି ଅବସରରେ ପରିଣୀତି ଡିଜାଇନର ମନିଶ ମଲହୋତ୍ରାଙ୍କ ପ୍ରସ୍ତୁତ ଲେହେଙ୍ଗା ଏବଂ ରାଘବ ଡିଜାଇନର ପାୱନ ସଚଦେବାଙ୍କ ପ୍ରସ୍ତୁତ ସେରୱାନି ପିନ୍ଧିବେ। ଶୁକ୍ରବାର ମେହେନ୍ଦି ସେଲିବ୍ରେସନ ହେବ। ଏନେଇ ବର ଓ କନ୍ୟା ସେମାନଙ୍କ ପରିବାର ଦିଲ୍ଲୀରୁ ବିମାନ ଯୋଗେ ଉଦୟପୁରରେ ପହଞ୍ଚିଛନ୍ତି। ଶନିବାର ସଙ୍ଗୀତ କାର୍ଯ୍ୟକ୍ରମ ଥିବାବେଳେ ସେଥିରେ ଯୋଗଦେବାକୁ ପରିଣୀତିଙ୍କ ଭଉଣୀ ପ୍ରିୟଙ୍କା ଚୋପ୍ରା ତାଙ୍କ ଝିଅ ମାଲ୍‌ତୀ ମାରିଙ୍କ ସହ ଆମେରିକାରୁ ଶୁକ୍ରବାର ସାରେ ବାହାରି ସାରିଛନ୍ତି। ସଙ୍ଗୀତ ପାଇଁ ପ୍ରାୟ ୨୦୦ ଅତିଥିଙ୍କ ପାଇଁ ହୋଟେଲ ଲୀଲା ପ୍ୟାଲେସରେ ରହଣିର ବ୍ୟବସ୍ଥା କରାଯାଇଛି। ବରଯାତ୍ରୀଙ୍କୁ ରାଜସ୍ଥାନୀ ସଂସ୍କୃତି ଓ ପରମ୍ପରାରେ ସ୍ବାଗତ କରାଯିବ। ବିବାହ ମଣ୍ଡପକୁ ସଜାଇବା ଲାଗି କଲିକତା ଓ ଦିଲ୍ଲୀରୁ ସ୍ବତନ୍ତ୍ର ଧରଣର ଧଳା ରଙ୍ଗର ଫୁଲ ମଗାଯାଇଛି। ପ୍ରୀତି ଭୋଜନରେ ବିଭିନ୍ନ ପ୍ରକାରର ପଞ୍ଜାବୀ ଓ ରାଜସ୍ଥାନୀ ବ୍ୟଞ୍ଜନ ପରଷାଯିବ। ବିବାହରେ କଡ଼ା ସୁରକ୍ଷା ପାଇଁ ୧୦୦ ପ୍ରାଇଭେଟ୍‌ ସିକ୍ୟୁରିଟି ଗାର୍ଡଙ୍କୁ ନିୟୋଜିତ କରାଯାଇଛି। ଏଥିସହ ପିଛୋଲା ହ୍ରଦରେ ୪/୫ଟି ବୋଟ୍‌ରେ ସିକ୍ୟୁରିଟିର ବ୍ୟବସ୍ଥା ମଧ୍ୟ କରାଯାଇଛି। ବିବାହରେ ପରିବାର ସଦସ୍ୟଙ୍କ ବ୍ୟତୀତ ଅନେକ ସାଙ୍ଗସାଥୀ ସେଲିବ୍ରିଟି ସାମିଲ ହେବେ। ସେଲିବ୍ରିଟିଙ୍କ ମଧ୍ୟରେ କିଆରା ଆଡଭାନୀ, କରୀନା କପୁର, ଅର୍ଜୁନ କପୁର, ଆୟୁଷମାନ ଖୁରାନା, ଅକ୍ଷୟ କୁମାରଙ୍କ ସମେତ ଅନେକ ବିବାହରେ ସାମିଲ ହେବେ। ଏଥିସହ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ୍‌ ମୁଖ୍ୟ ଅରବିନ୍ଦ କେଜ୍‌ରିୱାଲ, ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବତ ମାନ୍‌, ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ ଏବଂ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ ମଧ୍ୟ ସାମିଲ ହେବେ।


Enter your email to get our daily news in your inbox.

All Right Reserved By Dharitri.Com

ହୋଲି ପାଇଁ ଗଡ଼ିବ ୬୨ ସ୍ବତନ୍ତ୍ର ଟ୍ରେନ୍‌

ଭୁବନେଶ୍ୱର, ୬ା୨(ଅନୁରାଧା ମହାରଣା)- ହୋଲି ଉତ୍ସବ ସମୟରେ ଯାତ୍ରୀମାନଙ୍କ ପାଇଁ ସୁଗମ, ନିରାପଦ ଏବଂ ଆରାମଦାୟକ ଯାତ୍ରା ସୁନିଶ୍ଚିତ କରିବାକୁ ପୂର୍ବତଟ ରେଳପଥ ଏହାର ପରିସୀମା ମଧ୍ୟରେ…

U19 World Cup: ବିଶ୍ୱ ଚାମ୍ପିୟନ ହେଲା ଭାରତ, ତଥାପି ICCରୁ ପୁରସ୍କାରରେ ମିଳିବ ନାହିଁ ଗୋଟିଏ ଟଙ୍କା 

ହରାରେ,୬।୨: ଭାରତ ପୁଣି ଥରେ ୧୯ ବର୍ଷରୁ କମ୍‌ ବିଶ୍ୱକପରେ ଇତିହାସ ରଚିଲା। ଟିମ ଇଣ୍ଡିଆ ହରାରେ ସ୍ପୋଟର୍‌ସ କ୍ଲବ୍‌ରେ ଇଂଲଣ୍ଡ ବିପକ୍ଷରେ ଖେଳାଯାଇଥିବା ଫାଇନାଲରେ ବିଜୟୀ…

Under 19 World Cup 2026: ଷଷ୍ଠ ଥର ପାଇଁ ଭାରତ ଚାମ୍ପିୟନ, ୧୭୫ ରନ୍‌ର ଇନିଂସ ଖେଳି ଇଂଲଣ୍ଡର ଆଶାକୁ ଧୂଳିସାତ କଲେ…

ହରାରେ, ୬।୨: ବୈଭବ ସୂର୍ଯ୍ୟବଂଶୀଙ୍କ ରେକର୍ଡ ବ୍ରେକିଂ ଇନିଂସ ସହାୟତାରେ ଭାରତ ୬ଷ୍ଠ ଥର ପାଇଁ ୧୯ ବର୍ଷରୁ କମ୍‌ ଦିନିକିଆ କ୍ରିକେଟ ବିଶ୍ୱକପ ଚାମ୍ପିୟନ ହୋଇଛି।…

ହାତ ଯୋଡ଼ି ପ୍ରାର୍ଥନା କଲେ, ପରେ ୧୭ ମହଲାରୁ ଡେଇଁ ପଡ଼ିଲେ; ଚମକାଉଛି ବେକରୀ ମାଲିକଙ୍କ ମୃତ୍ୟୁ ପୂର୍ବର ଭିଡିଓ… 

ମୁମ୍ବାଇ,୬।୨: ମହାରାଷ୍ଟ୍ରର ସୋଲାପୁରରୁ ଏକ ଅତ୍ୟନ୍ତ ଦୁଃଖଦ ଖବର ସାମ୍ନାକୁ ଆସିଛି। ଏଠାର ପ୍ରସିଦ୍ଧ ମୁଲତାନି ବେକେରୀର ୬୦ ବର୍ଷୀୟ ମାଲିକ ସୁନୀଲ ସଦରଙ୍ଗାନୀ ବିଜୟପୁର ରୋଡରେ…

ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ପୁନଃ ଲାଗୁ ଦାବି କରି କଂଗ୍ରେସ…

ଭଞ୍ଜନଗର,୬ା୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା କଂଗ୍ରେସ (ପଶ୍ଚିମ) ସଂଗଠନ ପକ୍ଷରୁ ଦେଶରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ପୁନଃ ଲାଗୁ ଦାବି କରି ଶୁକ୍ରବାର ଭଞ୍ଜନଗର ଉପଜିଲାପାଳ ଉମାଶଙ୍କର ବେହେରାଙ୍କୁ ଏକ…

ଶ୍ରଦ୍ଧା, ଅଶ୍ରୁ ଆଉ ସ୍ମୃତି: ଫଲଗୁ ନଦୀରେ ଅଜିତ ପାଓ୍ବାରଙ୍କୁ ଅନ୍ତିମ ବିଦାୟ

ମୁମ୍ବାଇ,୬।୨: ଗୟାର ପବିତ୍ର ଭୂମିରେ ଶୁକ୍ରବାର ମହାରାଷ୍ଟ୍ରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସ୍ବର୍ଗତ ଅଜିତ ପାୱାରଙ୍କ ସ୍ମୃତିରେ ଏକ ଗମ୍ଭୀର ଶୋକ ସଭା ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମର…

Valentine’s Week: ଗୋଲାପରୁ କାହିଁକି ଆରମ୍ଭ ହୁଏ ପ୍ରେମ, ଜାଣନ୍ତୁ…

ଫେବୃଆରୀ ୭ରୁ ୧୪ ପର୍ଯ୍ୟନ୍ତ ଯୁବବର୍ଗ ପାଳନ କରିବେ ଭାଲେଣ୍ଟାଇନ୍ସ ଉଇକ୍‌ ବା ପ୍ରେମ ସପ୍ତାହ। ଏହି ସପ୍ତାହର ପ୍ରଥମ ଦିନ ରୋଜ୍‌ ଡେ’ ବା ଗୋଲାପ…

ଟାଇଟଲ୍‌ ଲକ୍ଷ୍ୟରେ ଭାରତ: ଇଂଲଣ୍ଡ ଆଗରେ ୪୧୨ ରନ୍‌ର ବିଶାଳ ଟାର୍ଗେଟ୍‌

ହରାରେ,୬।୨: ହରାରେ ସ୍ପୋଟର୍‌ସ କ୍ଲବଠାରେ ଶୁକ୍ରବାର ୧୯ ବର୍ଷରୁ କମ୍‌ ପୁରୁଷ ବିଶ୍ବକପ୍‌ ଫାଇନାଲ ମ୍ୟାଚ୍‌ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଉଛି। ଫାଇନାଲ ମ୍ୟାଚ୍‌ରେ ଭାରତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri