ର଼୍ୟାଗିଂ: ୩ୟ ସ୍ଥାନରେ ଓଡ଼ିଶା

ଭୁବନେଶ୍ୱର,୪ା୭(ବ୍ୟୁରୋ): ଓଡ଼ିଶାର ଶିକ୍ଷାନୁଷ୍ଠାନଗୁଡ଼ିକ ର଼୍ୟାଗିଂ ମୁକ୍ତ ହୋଇପାରୁନାହିଁ। ସିନିୟରଙ୍କ ନିର୍ଯାତନାରେ ବହୁ ଛାତ୍ରୀଛାତ୍ରଙ୍କ କେବଳ ଭବିଷ୍ୟତ ନଷ୍ଟ ହେଉନି, ବରଂ ଅକାଳରେ ଜୀବନ ମଧ୍ୟ ଯାଉଛି। ର଼୍ୟାଗିଂ ରୋକିବା ନିମନ୍ତେ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ରେଗୁଲେଶନ ଏବଂ ସରକାରୀ ନିର୍ଦ୍ଦେଶନାମା ପାଳନ ପାଇଁ ଶିକ୍ଷାନୁଷ୍ଠାନଗୁଡ଼ିକରେ ଆନ୍ତରିକତା ନ ଥିବାରୁ ଜୁନିୟରଙ୍କ ପ୍ରତି ସିନିୟରଙ୍କ ନିର୍ଯାତନା ସୀମା ଟପୁଛି। ତେଣୁ ଗତ ୨ ବର୍ଷ ମଧ୍ୟରେ ଶିକ୍ଷାନୁଷ୍ଠାନ ର଼୍ୟାଗିଂ କ୍ଷେତ୍ରରେ ଓଡ଼ିଶା ଦେଶରେ ତୃତୀୟ ସ୍ଥାନରେ ରହିଛି। ୟୁଜିସିର ଆଣ୍ଟି-ର଼୍ୟାଗିଂ ହେଲ୍‌ପଲାଇନ ସୂତ୍ରରୁ ଏହା ଜଣାପଡ଼ିଛି।

ଦେଶରେ ଉଚ୍ଚ ଶିକ୍ଷାନୁଷ୍ଠାନ ବିଶେଷକରି ମେଡିକାଲ ଏବଂ ଇଞ୍ଜିନିୟରିଂ କଲେଜଗୁଡ଼ିକରେ ର଼୍ୟାଗିଂ ଘଟଣା ଅଧିକ। ୟୁଜିସି ଆଣ୍ଟି-ର଼୍ୟାଗିଂ ହେଲ୍‌ପଲାଇନ ଅନୁଯାୟୀ ଗତ ଦୁଇ ଶିକ୍ଷାବର୍ଷ ଅର୍ଥାତ୍‌ ୨୦୨୦-୨୧ ଏବଂ ୨୦୨୧-୨୨ରେ ଓଡ଼ିଶାର ଶିକ୍ଷାନୁଷ୍ଠାନଗୁଡ଼ିକରେ ମୋଟ ୬୦ଟି ର଼୍ୟାଗିଂ ଅଭିଯୋଗ ହୋଇଛି। ସେଥିମଧ୍ୟରୁ ୨୦୨୧-୨୨ରେ ୨୧ଟି ଘଟଣା ରହିଛି। ଏହି ଦୁଇ ବର୍ଷର ର଼୍ୟାଗିଂକୁ ନେଇ ଓଡ଼ିଶା ସାରା ଦେଶରେ ୩ୟ ସ୍ଥାନରେ ରହିଛି। ଏ କ୍ଷେତ୍ରରେ ଉତ୍ତରପ୍ରଦେଶ ଏବଂ ବିହାର ଯଥାକ୍ରମେ ପ୍ରଥମ ଓ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ଉତ୍ତରପ୍ରଦେଶରେ ସର୍ବାଧିକ ୧୪୧ ଏବଂ ବିହାରରେ ୬୮ ର଼୍ୟାଗିଂ ଅଭିଯୋଗ ହୋଇଛି। ଓଡ଼ିଶା ପଛକୁ ୪ର୍ଥ ସ୍ଥାନରେ ମଧ୍ୟପ୍ରଦେଶ ଥିବାବେଳେ ସେଠାରେ ୫୦ ଘଟଣା ଘଟିଛି।
ଓଡ଼ିଶାର ର଼୍ୟାଗିଂ କଥା ଦେଖିଲେ, ଭୁବନେଶ୍ୱର ବିଜେବି ସ୍ବୟଂଶାସିତ ମହାବିଦ୍ୟାଳୟର କାରୁବାକୀ ଛାତ୍ରୀନିବାସ ଅନ୍ତେବାସୀ ରୁଚିକା ମହାନ୍ତି ୩ ସିନିୟର ଛାତ୍ରୀଙ୍କ ନିର୍ଯାତନାରେ ଅତିଷ୍ଠ ହୋଇ ଶନିବାର ଆତ୍ମହତ୍ୟା କରିଛନ୍ତି। ଏହାକୁ ନେଇ ରାଜ୍ୟର ବିଭିନ୍ନ ମହଲରେ କ୍ଷୋଭ ପ୍ରକାଶ ପାଇଛି। ନିକଟରେ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜର ଛାତ୍ର ନିଶାନ୍ତ କୁମାରଙ୍କ ମୃତ୍ୟୁ ର଼୍ୟାଗିଂ ଯୋଗୁ ଘଟିଥିବା ଅଭିଯୋଗ ହୋଇଥିଲା। ଏହାକୁ ନେଇ ଦେଶରେ ଚହଳ ସୃଷ୍ଟି ହେବା ସହ ଜାତୀୟ ମାନବାଧିକାର କମିଶନ ପକ୍ଷରୁ ତଦନ୍ତ କରାଯାଉଛି। ଏହି ଘଟଣା ସମସ୍ତଙ୍କ ମନରେ ସତେଜ ଥିବାବେଳେ ଶନିବାର ଆଉ ଏକ ର଼୍ୟାଗିଂଜନିତ ମୃତ୍ୟୁ ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଛି। ୨୦୨୧-୨୨ରେ ୧୬ଜଣ ଛାତ୍ର ଏବଂ ୫ଜଣ ଛାତ୍ରୀଙ୍କ ଅଭିଯୋଗ ଆଧାରରେ ମୋଟ ୨୧ ମାମଲା ପଞ୍ଜୀକୃତ ହୋଇଥିବା ଜଣାପଡ଼ିଛି। ସେଥିମଧ୍ୟରେ ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ କଲେଜରେ ସର୍ବାଧିକ ୯ ର଼୍ୟାଗିଂ ଘଟଣା ଘଟିଥିବାବେଳେ ଢେଙ୍କାନାଳ ସରାଙ୍ଗସ୍ଥିତ ଇନ୍ଦିରା ଗାନ୍ଧୀ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜିରେ ୮ ଏବଂ ବୁର୍ଲା ବୀର ସୁରେନ୍ଦ୍ର ସାଏ ଇନ୍‌ଷ୍ଟିୁଚ୍ୟୁଟ୍‌ ଅଫ୍‌ ମେଡିକାଲ ସାଇନ୍ସ ଆଣ୍ଡ ରିସର୍ଚ୍ଚରେ ୫ଟି ଘଟଣା ଘଟିଛି।
ର଼୍ୟାଗିଂ ନିୟନ୍ତ୍ରଣ ପାଇଁ ୨୦୦୯ରୁ ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକରେ ୟୁଜିସି ରେଗୁଲେଶନ କାର୍ଯ୍ୟକାରୀ ହୋଇଛି। ଏହା ସତ୍ତ୍ୱେ ରାଜ୍ୟରେ ର଼୍ୟାଗିଂ ଭୟ ହଟିପାରିନାହିଁ। ଫଳରେ ଓଡ଼ିଶା ଦେଶର ଟପ୍‌-୫ ରାଜ୍ୟ ମଧ୍ୟରେ ରହିଛି, ଯେଉଁଠି ଗତ ୧୩ ବର୍ଷ (୨୦୦୯ରୁ ୨୦୨୨)ରେ ୬୦୨ଟି ର଼୍ୟାଗିଂ ଘଟଣା ପଞ୍ଜୀକୃତ ହୋଇଛି। ଅଭିଯୋଗ ଅନୁଯାୟୀ ଆହୁରି ଅନେକ କ୍ୟାମ୍ପସ୍‌ ନିର୍ଯାତନା ଯେପରି କି ସେକ୍ସୁଆଲ ହାରାସମେଣ୍ଟ ଘଟଣା ଚାପି ହୋଇ ରହିଯାଉଛି। ଏପରି କି ବହୁ ଘଟଣାକୁ ପ୍ରଭାବଶାଳୀ ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ ଚାପି ଦେବାରେ ସଫଳ ହେଉଛନ୍ତି।
ରାଜ୍ୟର ପ୍ରତ୍ୟେକ ଉଚ୍ଚ ଶିକ୍ଷାନୁଷ୍ଠାନରେ ୪/୫ ସଦସ୍ୟ ବିଶିଷ୍ଟ ଆଣ୍ଟି-ର଼୍ୟାଗିଂ ସେଲ୍‌ ରହିଛି। କେତେକ ଶିକ୍ଷାନୁଷ୍ଠାନରେ ଶିକ୍ଷକ ଏବଂ କର୍ମଚାରୀଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ଆଣ୍ଟି-ର଼୍ୟାଗିଂ ସେଲ୍‌ରେ ଅଧିକ ସଦସ୍ୟ ରହୁଛନ୍ତି। ସେମାନଙ୍କ କାର୍ଯ୍ୟ ହେଉଛି କ୍ୟାମ୍ପସରେ ୟୁଜିସି ରେଗୁଲେଶନ କାର୍ଯ୍ୟକାରୀ କରି ର଼୍ୟାଗିଂକୁ ରୋକିବା। ଶିକ୍ଷାନୁଷ୍ଠାନଗୁଡ଼ିକ ସିସିଟିଭି କ୍ୟାମେରା ଲଗାଇ ଛାତ୍ରୀଛାତ୍ରଙ୍କ ଉପରେ ନଜର ରଖିବେ ଏବଂ କ୍ୟାମ୍ପସର ପ୍ରମୁଖ ସ୍ଥାନଗୁଡ଼ିକରେ ଆଲାର୍ମ ବେଲ୍‌ ଲଗାଇବାକୁ ନିର୍ଦ୍ଦେଶ ରହିଛି। ସେହିପରି ନାମଲେଖାବେଳେ ଛାତ୍ରୀଛାତ୍ରଙ୍କଠାରୁ ର଼୍ୟାଗିଂରେ ସମ୍ପୃକ୍ତି ନ ହେବା ପାଇଁ ଅଣ୍ଡରଟେକିଂ ଲେଟର ଲୋଡ଼ାଯାଉଛି। କିନ୍ତୁ ଆଣ୍ଟି-ର଼୍ୟାଗିଂ ସେଲ୍‌ର ନିଷ୍କ୍ରିୟତା ଏବଂ କଲେଜ କର୍ତ୍ତୃପକ୍ଷଙ୍କ ଦାୟିତ୍ୱହୀନତାରୁ ସବୁ ବ୍ୟବସ୍ଥା ଫସର ଫାଟିଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଛାତିଥରା କାହାଣୀ, ପ୍ରେମିକ ସହ ମିଶି ଶାଶୁଙ୍କୁ ହତ୍ୟା କଲେ ୪୪ ବର୍ଷୀୟ ବୋହୂ

ଲକ୍ଷ୍ନୌ,୨୨।୩: ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ, ଜଣେ ୬୫ବର୍ଷୀୟା ମହିଳାଙ୍କୁ ତାଙ୍କ ନିଜ ଘର ଭିତରେ ଗଳାକାଟି ହତ୍ୟା କରାଯାଇଥିବା ନେଇ ଅଭିଯୋଗ ହୋଇଛି । ଲକ୍ଷ୍ନୌ…

ଯାତ୍ରୀବହୀ ବସ୍‌ ଦୁର୍ଘଟଣାଗ୍ରସ୍ତ: ୪ ଆହତ

ବାଲେଶ୍ୱର୨୨।୩(ବାଞ୍ଛାନିଧି ଦେ): ବାଲେଶ୍ୱର ୧୬ ନଂ ଜାତୀୟ ରାଜପଥର ବସ୍ତା ଥାନା ଭେଲୋରା ଛକ ନିକଟରେ ରବିବାର ଏକ ଯାତ୍ରୀବାହି ବସ ଦୁର୍ଘଟଣାଗ୍ରସ୍ତ ହୋଇଛି l ଫଳରେ…

Israel US Iran War: କାତାରରେ କ୍ରାଶ ହେଲା ହେଲିକପ୍ଟର, ୬ ମୃତ

ନୂଆଦିଲ୍ଲୀ,୨୨।୩: ଇସ୍ରାଏଲ, ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ବିବାଦ ମଧ୍ୟରେ ଏକ କାତାରର ମିଲିଟ୍ରି ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ରବିବାର ଦିନ କାତାର ସରକାର ନିଶ୍ଚିତ…

ଚମଡା ଡିଲ ବେଳେ ମାଡ଼ିବସିଲା ବନବିଭାଗ: ୨ ଅଟକ …

ବାରିପଦା, ୨୨।୩(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାରିପଦା ବନଖଣ୍ଡ ଅଞ୍ଚଳରେ କଳାବାଘ (ମିଲେନିଷ୍ଟିକ) ଛାଲ ଡିଲ ବେଳେ ବନବଭାଗ ଚଢାଉ କରିଛି । ଘଟଣାରେ ୨…

ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ଆକ୍ସନରେ ମୋଦି!

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ବିଶ୍ୱବ୍ୟାପୀ ଚିନ୍ତାକୁ ବୃଦ୍ଧି କରିଛି। ଗତ ୨୩ ଦିନ ଧରି ଇରାନ, ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ଶତ୍ରୁତା ଲାଗି ରହିଛି।…

ଇଣ୍ଡୋ-ପ୍ରଶାନ୍ତ ମହାସାଗରରେ ଧମକ ଦେଲା ଭାରତ, ଦମ୍‌ ଦେଖାଇଲା INS ନୀଳଗିରି

ନୂଆଦିଲ୍ଲୀ,୨୨।୩: ଭାରତ-ପ୍ରଶାନ୍ତ (ଇଣ୍ଡୋ-ପ୍ୟାସିଫିକ)ମହାସାଗରୀୟ କ୍ଷେତ୍ରରେ ଭାରତର ବଢୁଥିବା ଶକ୍ତି ଏବେ ସ୍ପଷ୍ଟ ଭାବରେ ଦେଖା ଗଲାଣି। ଭାରତୀୟ ନୌସେନାର ଉଚ୍ଚ-ପ୍ରଯୁକ୍ତି ଯୁଦ୍ଧଜାହାଜ, INS ନୀଳଗିରି, ଅଷ୍ଟ୍ରେଲିଆରେ ଚାଲିଥିବା…

Modi Govt Plan-B ଆକ୍ଟିଭ! ଇନ୍ଧନ ଯୋଗାଣ, ଜାହାଜ ପରିବହନ ସୁରକ୍ଷା ଉପରେ ଦୃଢ ମନୋଭାବ ପୋଷଣ କଲା ଭାରତ, ହର୍ମୁଜ ଷ୍ଟ୍ରେଟରେ କଡ଼ା ନଜର

ନୂଆଦିଲ୍ଲୀ,୨୨।୩: ଆମେରିକା, ଇସ୍ରାଏଲ ଏବଂ ଇରାନ ସହିତ ଚାଲିଥିବା ବିବାଦ ମଧ୍ୟରେ, ଶକ୍ତି ପ୍ରତିଷ୍ଠାନ ଉପରେ ଆକ୍ରମଣ ବିଶ୍ୱ ଉତ୍ତେଜନାକୁ ଏକ ଗୁରୁତର ସ୍ତରକୁ ବୃଦ୍ଧି କରିଛି।…

ଖୁସି ଖବର: ଭାରତ ପହଞ୍ଚିଲା ଆମେରିକାର LPG ଜାହାଜ, ପ୍ରଥମେ ରୁଷିଆ ତେଲ ଟ୍ୟାଙ୍କର ଆଉ ଏବେ…

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ପରେ, ବିଶ୍ୱ ତୈଳ ସଙ୍କଟ ଆହୁରି ଘନିଷ୍ଠ ହୋଇଛି। ଇରାନର ହର୍ମୁଜ ପ୍ରଣାଳୀ ଉପରେ ପହରାଦେବା ଜାହାଜଗୁଡ଼ିକୁ ସମୁଦ୍ରରେ ରହିବାକୁ ବାଧ୍ୟ କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri