ରୋଗ ବାଣ୍ଟୁଛି ‘ରଗଡ଼ି’

ଭୁବନ, ୨୩।୧୧ (ବିପିନ ବିହାରୀ ସେଠୀ) : ଭୁବନ ଅଞ୍ଚଳବାସୀଙ୍କ ଭାବାବେଗ ସହିତ ଜଡ଼ିତ ରଗଡ଼ିନାଳ ଏବେ ପରିତ୍ୟକ୍ତ। ଭୁଶୁଡ଼ି ପଡ଼ିଥିବା ଡ୍ରେନେଜ୍‌ ବ୍ୟବସ୍ଥା ପାଇଁ ନାଳରେ ସିଧାସଳଖ ମିଶୁଛି ସାରା ସହରର ଦୂଷିତ ଆବର୍ଜନା ଜଳ। ଫଳରେ ଏକଦା ଅଞ୍ଚଳର ହଜାର ହଜାର ଲୋକଙ୍କ ଶୋଷ ମେଣ୍ଟାଉଥିବା ସହର ଉପକଣ୍ଠର ଏହି ଜଳଉତ୍ସ ଏବେ ମଶା, ଡାଆଁଶଙ୍କ ଘର ପାଲଟି ରୋଗ ବାଣ୍ଟୁଛି।
ବ୍ରାହ୍ମଣୀ ନଦୀର ଶାଖା ରଗଡ଼ି ନାଳ ଏକଦା ସାଜିଥିଲା ଭୁବନ ଏନ୍‌ଏସିବାସୀଙ୍କ ଜୀବନରେଖା। ସମସ୍ତ ୧୫ ଓ୍ବାର୍ଡର ଲୋକ ପ୍ରତ୍ୟେକ୍ଷ ଏବଂ ପରୋକ୍ଷ ଭାବରେ ଏହା ଉପରେ ନିର୍ଭର କରୁଥିଲେ। ବିଭିନ୍ନ ମେଳା ମହୋତ୍ସବ, ଜାନିଯାତ୍ରାରେ ଏଠାରୁ ପାଣି ଅଣାଯାଇ ପୂଜାର୍ଚ୍ଚନା କରାଯାଉଥିଲା। ତେବେ ବିପର୍ଯ୍ୟସ୍ତ ହୋଇପଡ଼ିଥିବା ଡ୍ରେନେଜ୍‌ ବ୍ୟବସ୍ଥା, ଏନ୍‌ଏସି କର୍ତ୍ତୃପକ୍ଷଙ୍କ ଅବହେଳା ଏବଂ ଦାୟିତ୍ୱହୀନତାରୁ ରଗଡ଼ି ନାଳ ଆବର୍ଜନାକୁଣ୍ଡରେ ପରିଣତ ହୋଇଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି।
ହସ୍ତଗତ ହୋଇଥିବା ତଥ୍ୟ ଅନୁଯାୟୀ, ଏନ୍‌ଏସିର ୧୫ ଓ୍ବାର୍ଡରେ ମୋଟ ୧୫ କିମି ଦୀର୍ଘ ଡ୍ରେନ୍‌ ନିର୍ମାଣ କରାଯାଇଛି। ନର୍ଦ୍ଦମା ସଫେଇ, ଆବର୍ଜନା ପରିଚାଳନା ଏବଂ ଆନୁଷଙ୍ଗିକ ଭିତ୍ତିଭୂମି ବ୍ୟବସ୍ଥା ତଦାରଖ କରିବା ଲାଗି ଘରୋଇ ଠିକାସଂସ୍ଥାକୁ ଦାୟିତ୍ୱ ଦିଆଯାଇଛି। ଏଥିଲାଗି ବାର୍ଷିକ ୭୦ ଲକ୍ଷ ଟଙ୍କା ସରକାରୀ ତହବିଲରୁ ଯାଉଛି। ଠିକାସଂସ୍ଥା ସୁପରଭାଇଜରଙ୍କ ଜରିଆରେ ତଦାରଖ କରୁଥିଲେ ମଧ୍ୟ ସବୁ କାମଚଳାରେ ଚାଲିଛି। ନିୟମିତ ମଶାତେଲ ସିଞ୍ଚନ ହେଉନି କି ବ୍ଳିଚିଂ ମୁଠାଏ ପଡୁନି। ଏନ୍‌ଏସି ଅନ୍ତର୍ଗତ ୨ ଏବଂ ୩ନଂ. ଓ୍ବାର୍ଡରେ ଥିବା ଡ୍ରେନ୍‌ ସମ୍ପୂର୍ଣ୍ଣ ପୋତି ହୋଇଯାଇଛି। ନର୍ଦ୍ଦମା ଜଳ ସିଧାସଳଖ ରଗଡ଼ି ନାଳରେ ମିଶୁଛି। ଏହି କାରଣରୁ ଦୀର୍ଘ ୧୦ ବର୍ଷ ହେଲା ୧, ୫, ୬, ୭, ୮, ୧୪ ଏବଂ ୧୫ନଂ. ଓ୍ବାର୍ଡର ଲୋକେ ଗାଧୁଆ ପାଧୁଆରେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଅଞ୍ଚଳର ଭୂତଳ ଜଳସ୍ତର କମିଯାଉଥିବାରୁ ଖରାଦିନେ ଜଳସଙ୍କଟ ଉତ୍କଟ ହେଉଛି। କୂଅ, ପୋଖରୀ ପାଣି ରସାତଳକୁ ଚାଲିଯାଉଛି। ଏବେ ନିତ୍ୟ ବ୍ୟବହାରରେ ଆସୁଥିବା ରଗଡ଼ି ନାଳ ପାଣି ଅତିମାତ୍ରାରେ ପ୍ରଦୂଷିତ ହୋଇଯାଇଥିବାରୁ ସମସ୍ୟା ଆହୁରି ବଢ଼ିଛି। ଦୂଷିତ ଜଳ ମଶାବଂଶ ବଢ଼ିବାରେ ସହାୟକ ହେଉଥିବାବେଳେ ସଂକ୍ରାମକ ରୋଗ ବ୍ୟାପୁଛି। ନାଳକୁ ପୁନରୁଦ୍ଧାର କରିବା, ଡ୍ରେନେଜ୍‌ ମରାମତି ସହ ଉନ୍ନତମାନର ଭୂତଳ ସ୍ବେରେଜ ବ୍ୟବସ୍ଥା କରିବାକୁ ଦୀର୍ଘଦିନରୁ ଦାବି ହେଉଥିଲେ ମଧ୍ୟ ଏନ୍‌ଏସି କର୍ତ୍ତୃପକ୍ଷ ଏହାକୁ ଅଣଦେଖା କରି ଚାଲିଛନ୍ତି। ଜିଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଲେ ସମସ୍ୟା ସମାଧାନ ହୋଇପାରନ୍ତା ବୋଲି ବୁଦ୍ଧିଜୀବୀମାନେ ମତ ଦେଇଛନ୍ତି।
ସମସ୍ୟା ସମ୍ପର୍କରେ କନିଷ୍ଠଯନ୍ତ୍ରୀ ସୁରେନ୍ଦ୍ର ନାଥ ସାହୁ କୁହନ୍ତି, ଠିକା ସଂସ୍ଥା ଠିକ୍‌ ଭାବେ ଦାୟିତ୍ୱ ତୁଲାଉଛି। ଅଭିଯୋଗ ଆସିଲେ ତାହାର ତୁରନ୍ତ ସମାଧାନ କରାଯାଉଛି। ଏନ୍‌ଏସିରେ ଦୀର୍ଘସ୍ଥାୟୀ ସ୍ବେରେଜ୍‌ ସହ ଓ୍ବାଟର ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ କରିବାକୁ ଯୋଜନା ଅଛି। ଏହା କାର୍ଯ୍ୟକ୍ଷମ ହେଲେ ରଗଡ଼ି ନାଳରେ ଦୂଷିତ ପାଣି ମିଶିବ ନାହିଁ ବୋଲି ସେ କହିଛନ୍ତି।

ଓ୍ବାଟର ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ କରାଯାଉ
ଭୁବନକୁ ଏନ୍‌ଏସି ମାନ୍ୟତା ମିଳିବାର ୪୮ବର୍ଷ ପରେ ବି ସରକାରୀ ଯୋଜନା ଲୋକଙ୍କ କାମରେ ଆସୁନାହିଁ। ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଡ୍ରେନ୍‌ ପାଣି ରଗଡ଼ି ନାଳରେ ମିଶୁଛି। ଏହାକୁ ବ୍ୟବହାର କରୁଥିବା ଲୋକେ ବେମାରରେ ପଡୁଛନ୍ତି। ସ୍ବେରେଜ ବ୍ୟବସ୍ଥା ଏବଂ ଓ୍ବାଟର ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ କରାଗଲେ ସମସ୍ୟାର ସମାଧାନ ହୋଇପାରନ୍ତା।
-ବାସୁଦେବ ବେହେରା, ସହର ସଙ୍ଗଠନ ସଭାପତି

ଅଣନିଃଶ୍ୱାସୀ କରୁଛି ମଶା ଉପଦ୍ରବ
ଭୁବନ ଏନ୍‌ଏସିର ୨ ଏବଂ ୩ ନଂ. ଓ୍ବାର୍ଡର ସମସ୍ତ ଡ୍ରେନ୍‌ ପୋତି ହୋଇଯାଇଛି। ସପ୍ତାହକୁ ଲୋକଦେଖାଣିଆ ଭାବେ ସଫେଇ କରାଯାଉଛି। ନର୍ଦ୍ଦମା ଜଳ ଯୋଗୁ ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି ହେଉଛି। ମଶା ଉପଦ୍ରବ ଅଣନିଃଶ୍ୱାସୀ କରୁଛି। ମଶାତେଲ ଠିକ୍‌ ଭାବେ ସିଞ୍ଚନ କରାଯାଉ ନାହିଁ। ବିଭାଗୀୟ ଅଧିକାରୀ ଗୁରୁତ୍ୱ ଦେଲେ ସମସ୍ୟା ସୁଧାର ହେବ।
-ନରେନ୍ଦ୍ର କୁମାର ସାହୁ, ସାମାଜିକ କର୍ମୀ

ସମସ୍ୟା ସୀମା ଟପିଲାଣି
ସହରାଞ୍ଚଳରେ ଉନ୍ନୟନମୂଳକ କାର୍ଯ୍ୟ ଲାଗି ସରକାର ଲକ୍ଷାଧିକ ଟଙ୍କା ଅନୁଦାନ ଦେଉଛନ୍ତି। ଏନ୍‌ଏସି କର୍ତ୍ତୃପକ୍ଷ ମଧ୍ୟ ଟିକସ ଆଦାୟ କରୁଛନ୍ତି। ବିଭାଗୀୟ ଅଧିକାରୀ ଏବଂ ପରିମଳ ଦାୟିତ୍ୱରେ ଥିବା ଠିକାସଂସ୍ଥାର ମନମୁଖି କାର୍ଯ୍ୟ ଯୋଗୁ ସବୁକାମ ନିମ୍ନମାନର ହେଉଛି। ସମସ୍ୟା ସୀମା ଟପିଲାଣି। ଆଗାମୀ ଦିନରେ ଆନ୍ଦୋଳନ ତୀବ୍ର ହେବ।
-ବିନୋଦ କୁମାର ମହାରଣା, ସାମାଜିକ କର୍ମୀ

ମନମୁଖି କାର୍ଯ୍ୟ କରୁଛି ଠିକାସଂସ୍ଥା
ସହରର ପରିମଳ ବ୍ୟବସ୍ଥା ସଜାଡ଼ିବାକୁ ଠିକାସଂସ୍ଥାକୁ ଦାୟିତ୍ୱ ଦିଆଯାଇଛି। ଏଥିରେ ବାର୍ଷିକ ୭୦ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ ହେଉଛି। ଠିକାସଂସ୍ଥା ମନଇଚ୍ଛା କାର୍ଯ୍ୟ କରୁଛି। ମଶାତେଲ, ବ୍ଳିଚିଂ ସିଞ୍ଚନ ସ୍ବପ୍ନ ପାଲଟିଛି। ମଶାବଂଶ ବୃଦ୍ଧି ଯୋଗୁ ସଂକ୍ରାମକ ରୋଗ ବଢ଼ିବାରେ ଲାଗିଛି। ରଗଡ଼ି ନାଳ ପରିତ୍ୟକ୍ତ ହେବା ପଛରେ ଏନ୍‌ଏସି କର୍ତ୍ତୃପକ୍ଷଙ୍କ ଦାୟିତ୍ୱହୀନତା ଦାୟୀ।
-ଭବାନୀଶଙ୍କର ବେହେରା, ସାମାଜିକ କର୍ମୀ


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନ ଉପରେ ସର୍ଜିକାଲ ଷ୍ଟ୍ରାଇକ୍‌ କଲା ଆଫଗାନିସ୍ତାନ: ସୈନ୍ୟ ଆଡ୍ଡା ଧ୍ୱଂସ

କାବୁଲ,୩।୪: ଆଫଗାନ ସେନା ପାକିସ୍ତାନ-ଆଫଗାନିସ୍ତାନ ସୀମାରେ ଡୁରାଣ୍ଡ ରେଖା ପାର କରି ଖୋଷ୍ଟ-ଖୁରମ ସୀମା ନିକଟରେ ପାକିସ୍ତାନୀ ସାମରିକ ସ୍ଥାନ ଉପରେ ଏକ ବଡ଼ ଆକ୍ରମଣ କରିଛି।…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ହର୍ମୁଜ୍ ପ୍ରଣାଳୀ ନେଇ ଇରାନର ବଡ଼ ଘୋଷଣା, ଆମର ଭାରତୀୟ ବନ୍ଧୁମାନେ ସୁରକ୍ଷିତ…..

ନୂଆଦିଲ୍ଲୀ,୨ା୪: ପଶ୍ଚିମ ଏସିଆରେ ଚାଲିଥିବା ବିବାଦ ମଧ୍ୟରେ, ଇରାନ ଭାରତ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛି। ଇରାନ କହିଛି ଯେ ଏହାର ଭାରତୀୟ ବନ୍ଧୁମାନଙ୍କୁ…

SIR ଡ୍ୟୁଟିରେ ଥିବା ବିଚାରପତିଙ୍କୁ ସୁରକ୍ଷା ଦେବା ପାଇଁ ସୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ

ନୂଆଦିଲ୍ଲୀ/କୋଲକାତା,୨ା୪: ପଶ୍ଚିମବଙ୍ଗରେ ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (SIR) ପାଇଁ ନିଯୁକ୍ତ ନ୍ୟାୟିକ ବିଚାରପତିମାନଙ୍କ ପ୍ରତି ସୃଷ୍ଟି ହୋଇଥିବା ବିପଦକୁ ସୁପ୍ରିମକୋର୍ଟ ଗୁରୁବାର ଗମ୍ଭୀର ଭାବରେ…

SIR ଅଧିକାରୀଙ୍କୁ ବନ୍ଧକ ରଖିବା ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ କଠୋର ଆଭିମୁଖ୍ୟ: ମମତା ବାନାର୍ଜୀ ସରକାରଙ୍କୁ କାରଣ ଦର୍ଶାଅ ନୋଟିସ

ନୂଆଦିଲ୍ଲୀ,୨।୪: ପଶ୍ଚିମବଙ୍ଗରେ ଏକ ସ୍ବତନ୍ତ୍ର ସଘନ ସମୀକ୍ଷା (SIR) କରିବାକୁ ଯାଇଥିବା ଅଧିକାରୀମାନଙ୍କୁ ବନ୍ଧକ ରଖିବା ମାମଲାରେ ସୁପ୍ରିମକୋର୍ଟ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଏହି ମାମଲାରେ…

ଫିଲ୍ମ ଷ୍ଟାଇଲ୍‌ରେ ଗୋରୁ ଗାଡ଼ିକୁ ୧୨ କିଲୋମିଟର ଗୋଡ଼ାଇ ଗୋଡ଼ାଇ ଶେଷରେ ପୋଲିସ…

ପରଜଙ୍ଗ,୨ା୪(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ସାଆନ୍ଦା ଫାଣ୍ଡି ପୋଲିସ ଫିଲ୍ମ ଷ୍ଟାଇଲରେ ପ୍ରାୟ ୧୨ କିଲୋମିଟର ରାସ୍ତା ଗୋଡ଼ାଇ ଗୋଡ଼ାଇ ଗୋରୁ ଗାଡ଼ି ଧରିବାରେ…

ବୋର୍ଡ ସଭାପତିଙ୍କ ବଡ଼ ଘୋଷଣା; ଆଜି ସରିବ ମାଟ୍ରିକ ପରୀକ୍ଷା ଖାତା ଦେଖା, କେବେ ରେଜଲ୍ଚ ବାହାରିବ ଜାଣନ୍ତୁ

ଭୁବନେଶ୍ବର,୨।୪: ମେ’ ପ୍ରଥମ କିମ୍ବା ଦ୍ବିତୀୟ ସପ୍ତାହରେ ବାହାରିବ ମାଟ୍ରିକ ରେଜଲ୍ଟ । ଏନେଇ ସୂଚନା ଦେଲେ ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ ।  ଆଜି ମାଟ୍ରିକ…

ଗ୍ୟାସ, ତେଲ ପରେ କଣ୍ଡୋମ ଅଭାବ: ୫୦% ପର୍ଯ୍ୟନ୍ତ ଦର ବୃଦ୍ଧି ସମ୍ଭାବନା, ଜାଣନ୍ତୁ କାହିଁକି

ଓ୍ବାଶିଂଟନ,୨।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ସଂଘର୍ଷ ଯୋଗୁ ଯୋଗାଣ ବାଧାପ୍ରାପ୍ତ ହୋଇଥିବାରୁ ଦେଶରେ କଣ୍ଡୋମ ମୂଲ୍ୟ ୫୦% ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ। ତେଲ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri