ରୋଗ ବାଣ୍ଟୁଛି ‘ରଗଡ଼ି’

ଭୁବନ, ୨୩।୧୧ (ବିପିନ ବିହାରୀ ସେଠୀ) : ଭୁବନ ଅଞ୍ଚଳବାସୀଙ୍କ ଭାବାବେଗ ସହିତ ଜଡ଼ିତ ରଗଡ଼ିନାଳ ଏବେ ପରିତ୍ୟକ୍ତ। ଭୁଶୁଡ଼ି ପଡ଼ିଥିବା ଡ୍ରେନେଜ୍‌ ବ୍ୟବସ୍ଥା ପାଇଁ ନାଳରେ ସିଧାସଳଖ ମିଶୁଛି ସାରା ସହରର ଦୂଷିତ ଆବର୍ଜନା ଜଳ। ଫଳରେ ଏକଦା ଅଞ୍ଚଳର ହଜାର ହଜାର ଲୋକଙ୍କ ଶୋଷ ମେଣ୍ଟାଉଥିବା ସହର ଉପକଣ୍ଠର ଏହି ଜଳଉତ୍ସ ଏବେ ମଶା, ଡାଆଁଶଙ୍କ ଘର ପାଲଟି ରୋଗ ବାଣ୍ଟୁଛି।
ବ୍ରାହ୍ମଣୀ ନଦୀର ଶାଖା ରଗଡ଼ି ନାଳ ଏକଦା ସାଜିଥିଲା ଭୁବନ ଏନ୍‌ଏସିବାସୀଙ୍କ ଜୀବନରେଖା। ସମସ୍ତ ୧୫ ଓ୍ବାର୍ଡର ଲୋକ ପ୍ରତ୍ୟେକ୍ଷ ଏବଂ ପରୋକ୍ଷ ଭାବରେ ଏହା ଉପରେ ନିର୍ଭର କରୁଥିଲେ। ବିଭିନ୍ନ ମେଳା ମହୋତ୍ସବ, ଜାନିଯାତ୍ରାରେ ଏଠାରୁ ପାଣି ଅଣାଯାଇ ପୂଜାର୍ଚ୍ଚନା କରାଯାଉଥିଲା। ତେବେ ବିପର୍ଯ୍ୟସ୍ତ ହୋଇପଡ଼ିଥିବା ଡ୍ରେନେଜ୍‌ ବ୍ୟବସ୍ଥା, ଏନ୍‌ଏସି କର୍ତ୍ତୃପକ୍ଷଙ୍କ ଅବହେଳା ଏବଂ ଦାୟିତ୍ୱହୀନତାରୁ ରଗଡ଼ି ନାଳ ଆବର୍ଜନାକୁଣ୍ଡରେ ପରିଣତ ହୋଇଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି।
ହସ୍ତଗତ ହୋଇଥିବା ତଥ୍ୟ ଅନୁଯାୟୀ, ଏନ୍‌ଏସିର ୧୫ ଓ୍ବାର୍ଡରେ ମୋଟ ୧୫ କିମି ଦୀର୍ଘ ଡ୍ରେନ୍‌ ନିର୍ମାଣ କରାଯାଇଛି। ନର୍ଦ୍ଦମା ସଫେଇ, ଆବର୍ଜନା ପରିଚାଳନା ଏବଂ ଆନୁଷଙ୍ଗିକ ଭିତ୍ତିଭୂମି ବ୍ୟବସ୍ଥା ତଦାରଖ କରିବା ଲାଗି ଘରୋଇ ଠିକାସଂସ୍ଥାକୁ ଦାୟିତ୍ୱ ଦିଆଯାଇଛି। ଏଥିଲାଗି ବାର୍ଷିକ ୭୦ ଲକ୍ଷ ଟଙ୍କା ସରକାରୀ ତହବିଲରୁ ଯାଉଛି। ଠିକାସଂସ୍ଥା ସୁପରଭାଇଜରଙ୍କ ଜରିଆରେ ତଦାରଖ କରୁଥିଲେ ମଧ୍ୟ ସବୁ କାମଚଳାରେ ଚାଲିଛି। ନିୟମିତ ମଶାତେଲ ସିଞ୍ଚନ ହେଉନି କି ବ୍ଳିଚିଂ ମୁଠାଏ ପଡୁନି। ଏନ୍‌ଏସି ଅନ୍ତର୍ଗତ ୨ ଏବଂ ୩ନଂ. ଓ୍ବାର୍ଡରେ ଥିବା ଡ୍ରେନ୍‌ ସମ୍ପୂର୍ଣ୍ଣ ପୋତି ହୋଇଯାଇଛି। ନର୍ଦ୍ଦମା ଜଳ ସିଧାସଳଖ ରଗଡ଼ି ନାଳରେ ମିଶୁଛି। ଏହି କାରଣରୁ ଦୀର୍ଘ ୧୦ ବର୍ଷ ହେଲା ୧, ୫, ୬, ୭, ୮, ୧୪ ଏବଂ ୧୫ନଂ. ଓ୍ବାର୍ଡର ଲୋକେ ଗାଧୁଆ ପାଧୁଆରେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଅଞ୍ଚଳର ଭୂତଳ ଜଳସ୍ତର କମିଯାଉଥିବାରୁ ଖରାଦିନେ ଜଳସଙ୍କଟ ଉତ୍କଟ ହେଉଛି। କୂଅ, ପୋଖରୀ ପାଣି ରସାତଳକୁ ଚାଲିଯାଉଛି। ଏବେ ନିତ୍ୟ ବ୍ୟବହାରରେ ଆସୁଥିବା ରଗଡ଼ି ନାଳ ପାଣି ଅତିମାତ୍ରାରେ ପ୍ରଦୂଷିତ ହୋଇଯାଇଥିବାରୁ ସମସ୍ୟା ଆହୁରି ବଢ଼ିଛି। ଦୂଷିତ ଜଳ ମଶାବଂଶ ବଢ଼ିବାରେ ସହାୟକ ହେଉଥିବାବେଳେ ସଂକ୍ରାମକ ରୋଗ ବ୍ୟାପୁଛି। ନାଳକୁ ପୁନରୁଦ୍ଧାର କରିବା, ଡ୍ରେନେଜ୍‌ ମରାମତି ସହ ଉନ୍ନତମାନର ଭୂତଳ ସ୍ବେରେଜ ବ୍ୟବସ୍ଥା କରିବାକୁ ଦୀର୍ଘଦିନରୁ ଦାବି ହେଉଥିଲେ ମଧ୍ୟ ଏନ୍‌ଏସି କର୍ତ୍ତୃପକ୍ଷ ଏହାକୁ ଅଣଦେଖା କରି ଚାଲିଛନ୍ତି। ଜିଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଲେ ସମସ୍ୟା ସମାଧାନ ହୋଇପାରନ୍ତା ବୋଲି ବୁଦ୍ଧିଜୀବୀମାନେ ମତ ଦେଇଛନ୍ତି।
ସମସ୍ୟା ସମ୍ପର୍କରେ କନିଷ୍ଠଯନ୍ତ୍ରୀ ସୁରେନ୍ଦ୍ର ନାଥ ସାହୁ କୁହନ୍ତି, ଠିକା ସଂସ୍ଥା ଠିକ୍‌ ଭାବେ ଦାୟିତ୍ୱ ତୁଲାଉଛି। ଅଭିଯୋଗ ଆସିଲେ ତାହାର ତୁରନ୍ତ ସମାଧାନ କରାଯାଉଛି। ଏନ୍‌ଏସିରେ ଦୀର୍ଘସ୍ଥାୟୀ ସ୍ବେରେଜ୍‌ ସହ ଓ୍ବାଟର ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ କରିବାକୁ ଯୋଜନା ଅଛି। ଏହା କାର୍ଯ୍ୟକ୍ଷମ ହେଲେ ରଗଡ଼ି ନାଳରେ ଦୂଷିତ ପାଣି ମିଶିବ ନାହିଁ ବୋଲି ସେ କହିଛନ୍ତି।

ଓ୍ବାଟର ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ କରାଯାଉ
ଭୁବନକୁ ଏନ୍‌ଏସି ମାନ୍ୟତା ମିଳିବାର ୪୮ବର୍ଷ ପରେ ବି ସରକାରୀ ଯୋଜନା ଲୋକଙ୍କ କାମରେ ଆସୁନାହିଁ। ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଡ୍ରେନ୍‌ ପାଣି ରଗଡ଼ି ନାଳରେ ମିଶୁଛି। ଏହାକୁ ବ୍ୟବହାର କରୁଥିବା ଲୋକେ ବେମାରରେ ପଡୁଛନ୍ତି। ସ୍ବେରେଜ ବ୍ୟବସ୍ଥା ଏବଂ ଓ୍ବାଟର ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ କରାଗଲେ ସମସ୍ୟାର ସମାଧାନ ହୋଇପାରନ୍ତା।
-ବାସୁଦେବ ବେହେରା, ସହର ସଙ୍ଗଠନ ସଭାପତି

ଅଣନିଃଶ୍ୱାସୀ କରୁଛି ମଶା ଉପଦ୍ରବ
ଭୁବନ ଏନ୍‌ଏସିର ୨ ଏବଂ ୩ ନଂ. ଓ୍ବାର୍ଡର ସମସ୍ତ ଡ୍ରେନ୍‌ ପୋତି ହୋଇଯାଇଛି। ସପ୍ତାହକୁ ଲୋକଦେଖାଣିଆ ଭାବେ ସଫେଇ କରାଯାଉଛି। ନର୍ଦ୍ଦମା ଜଳ ଯୋଗୁ ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି ହେଉଛି। ମଶା ଉପଦ୍ରବ ଅଣନିଃଶ୍ୱାସୀ କରୁଛି। ମଶାତେଲ ଠିକ୍‌ ଭାବେ ସିଞ୍ଚନ କରାଯାଉ ନାହିଁ। ବିଭାଗୀୟ ଅଧିକାରୀ ଗୁରୁତ୍ୱ ଦେଲେ ସମସ୍ୟା ସୁଧାର ହେବ।
-ନରେନ୍ଦ୍ର କୁମାର ସାହୁ, ସାମାଜିକ କର୍ମୀ

ସମସ୍ୟା ସୀମା ଟପିଲାଣି
ସହରାଞ୍ଚଳରେ ଉନ୍ନୟନମୂଳକ କାର୍ଯ୍ୟ ଲାଗି ସରକାର ଲକ୍ଷାଧିକ ଟଙ୍କା ଅନୁଦାନ ଦେଉଛନ୍ତି। ଏନ୍‌ଏସି କର୍ତ୍ତୃପକ୍ଷ ମଧ୍ୟ ଟିକସ ଆଦାୟ କରୁଛନ୍ତି। ବିଭାଗୀୟ ଅଧିକାରୀ ଏବଂ ପରିମଳ ଦାୟିତ୍ୱରେ ଥିବା ଠିକାସଂସ୍ଥାର ମନମୁଖି କାର୍ଯ୍ୟ ଯୋଗୁ ସବୁକାମ ନିମ୍ନମାନର ହେଉଛି। ସମସ୍ୟା ସୀମା ଟପିଲାଣି। ଆଗାମୀ ଦିନରେ ଆନ୍ଦୋଳନ ତୀବ୍ର ହେବ।
-ବିନୋଦ କୁମାର ମହାରଣା, ସାମାଜିକ କର୍ମୀ

ମନମୁଖି କାର୍ଯ୍ୟ କରୁଛି ଠିକାସଂସ୍ଥା
ସହରର ପରିମଳ ବ୍ୟବସ୍ଥା ସଜାଡ଼ିବାକୁ ଠିକାସଂସ୍ଥାକୁ ଦାୟିତ୍ୱ ଦିଆଯାଇଛି। ଏଥିରେ ବାର୍ଷିକ ୭୦ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ ହେଉଛି। ଠିକାସଂସ୍ଥା ମନଇଚ୍ଛା କାର୍ଯ୍ୟ କରୁଛି। ମଶାତେଲ, ବ୍ଳିଚିଂ ସିଞ୍ଚନ ସ୍ବପ୍ନ ପାଲଟିଛି। ମଶାବଂଶ ବୃଦ୍ଧି ଯୋଗୁ ସଂକ୍ରାମକ ରୋଗ ବଢ଼ିବାରେ ଲାଗିଛି। ରଗଡ଼ି ନାଳ ପରିତ୍ୟକ୍ତ ହେବା ପଛରେ ଏନ୍‌ଏସି କର୍ତ୍ତୃପକ୍ଷଙ୍କ ଦାୟିତ୍ୱହୀନତା ଦାୟୀ।
-ଭବାନୀଶଙ୍କର ବେହେରା, ସାମାଜିକ କର୍ମୀ


Enter your email to get our daily news in your inbox.

All Right Reserved By Dharitri.Com

ଜାନୁଆରୀ ୧ ପାଇଁ ମଧ୍ୟରାତ୍ରରୁ ଶ୍ରୀମନ୍ଦିର ଖୋଲାକୁ ବିରୋଧ, ମହାପ୍ରଭୁଙ୍କ ରାତି ଅନିଦ୍ରା କରା ନଯାଉ ବୋଲି ଚିଠି

ପୁରୀ,୨୮ା୧୨: ପାଖେଇ ଆସୁଛି ନୂଆବର୍ଷ । ହାତରେ ମାତ୍ର ଆଉ ଅଳ୍ପଦିନ ରହିଥିବା ବେଳେ ଏନେଇ ସମସ୍ତେ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଯଦି ଦେଖିବା...

ପ୍ରଧାନମନ୍ତ୍ରୀଙ୍କ ‘ମନ୍‌ କି ବାତ୍‌’ରେ ପାର୍ବତୀ ଗିରିଙ୍କୁ ପ୍ରଶଂସା ସହ ବଖାଣିଲେ ୨୦୨୫ର ଏସବୁ ସଫଳତା

ନୂଆଦିଲ୍ଲୀ,୨୮ା୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୨୯ ତମ ‘ମନ କି ବାତ୍‌’ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି। ୨୦୨୫ର ଅନେକ ସଫଳତା ବିଷୟରେ କହିଛନ୍ତି ପ୍ରଧାନମନ୍ତ୍ରୀ।...

ପୁରୀ, ଭୁବନେଶ୍ୱରରେ ରେଳ ଚଳାଚଳ ଦୁଇଗୁଣା ବଢ଼ିବ

ଭୁବନେଶ୍ୱର,୨୮ା୧୨(ଅନୁରାଧା ମହାରଣା): ଆସନ୍ତା ୫ ବର୍ଷରେ ଅର୍ଥାତ୍‌ ୨୦୩୦ ସୁଦ୍ଧା ଭୁବନେଶ୍ୱର, ପୁରୀ ଏବଂ ବିଶାଖାପାଟଣାରେ ରେଳ ଚଳାଚଳ କ୍ଷମତା ଦ୍ୱିଗୁଣା କରାଯିବ। ଏଥିପାଇଁ ପ୍ରମୁଖ...

୧୦ମ ଶ୍ରେଣୀ ଇତିହାସ, ରାଜନୀତି ବିଜ୍ଞାନ ବହିରେ ଭୁଲ୍‌ ତଥ୍ୟ

ଭଦ୍ରକ,୨୮।୧୨(ସନାତନ ରାଉତ): ୨୦୧୩ ମସିହାରେ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ମୁଦ୍ରିତ ଓ ପ୍ରକାଶିତ ୧୦ମ ଶ୍ରେଣୀ ଇତିହାସ ଓ ରାଜନୀତି ବିଜ୍ଞାନ ବହିରେ...

ସରକାରଙ୍କ ବଡ଼ ଘୋଷଣା, ଅନ୍‌ଲାଇନରେ ହେବନି…

କଟକ,୨୮।୧୨(କାର୍ତ୍ତିକ ସାହୁ): ଏଣିକି ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆର୍‌ଟିଓ)ରେ ମୋଟରଯାନ ନିୟମ ଉଲ୍ଲଂଘନରେ ଜାରି ହୋଇଥିବା ଇ-ଚାଲାଣ ବାବଦରେ ନଗଦ ଅର୍ଥ ଅଫ୍‌ଲାଇନରେ ଗ୍ରହଣ କରାଯିବ।...

ନୂଆ ଇତିହାସ ରଚିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ୨୮ ଡିସେମ୍ବରରେ…

ନୂଆଦିଲ୍ଲୀ, ୨୭।୨୫: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୨୮ ଡିସେମ୍ବରରେ ଭାରତୀୟ ନୌସେନାର ଏକ ପନଡୁବ୍ବୀରେ ସମୁଦ୍ର ଯାତ୍ରା କରିବେ। ଏହି ଯାତ୍ରା କର୍ନାଟକର କାରବାର...

ଆନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗକୁ ଧରିଲା ବଲାଙ୍ଗୀର ପୋଲିସ: ଦେଶୀ ବନ୍ଧୁକ, ବାଇକ୍‌ ଜବତ

ବଲାଙ୍ଗୀର,୨୭।୧୨(ସୁନିଲ ମହାନ୍ତି): ବଲାଙ୍ଗୀର ଟାଉନ ଥାନା ପୋଲିସଏକ ସ୍ବତନ୍ତ୍ର ଟିମ୍‌ ଶନିବାର ଏକ ଆନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗକୁ ଧରିଛି l ଏ ନେଇ ବଲାଙ୍ଗୀର ଏସ୍‌ପି...

ଗୁଲୁଆ-ବର୍ଷା: ଶ୍ୱଶୁରଙ୍କୁ କାନ୍ଦି କାନ୍ଦି ନେହୁରା ହେଉଛନ୍ତି ବର୍ଷା, ଭାଇରାଲ ହେଉଛି ଅଡିଓ…

ଭୁବନେଶ୍ୱର,୨୭।୧୨:ସୋସିଆଲ ମିଡିଆର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ତଥା ୟୁଟ୍ୟୁବର ଆଶିଷ ଦାଶ ଓରଫ ଗୁଲୁଆ-ବର୍ଷାଙ୍କ ପାରିବାରିକ କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି। ଅଲଗା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri