Categories: ବାଣିଜ୍ୟ

ଅମ୍ବାନୀ ପରିବାର ପାଳିଲେ ଭାବି ସାନବୋହୂ ରାଧିକାଙ୍କ ଜନ୍ମଦିନ: ଭିଡିଓ ଭାଇରାଲ

ଦେଶର ସବୁଠାରୁ ଧନୀ ବ୍ୟବସାୟୀ ତଥା ରିଲାଏନ୍ସ ଇଣ୍ଡଷ୍ଟ୍ରିର ଚେୟାମ୍ୟାନ୍‌ ମୁକେଶ ଅମ୍ବାନୀଙ୍କ ପରିବାରର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଅମ୍ବାନୀ ପରିବାର ପୁଅ ଅନନ୍ତ ଅମ୍ବାନୀଙ୍କ ଗର୍ଲଫ୍ରେଣ୍ଡ ରାଧିକା ମର୍ଚାଣ୍ଟଙ୍କ ଜନ୍ମଦିନ ପାଳନ କରୁଥିବାର ଦେଖିବାକୁ ମିଳୁଛି। ଭିଡିଓରେ ରାଧିକା କେକ୍‌ କାଟୁଥିବା ବେଳେ ମୁକେଶ, ନୀତା ଅମ୍ବାନୀ, ଅନନ୍ତ, ଆକାଶ ଏବଂ ଈଶା ଏବଂ ଜେଜେ ମା’ କୋକିଲାବେନଙ୍କ ସମେତ ଅନେକ ବ୍ୟକ୍ତି ଉପସ୍ଥିତ ଥିବା ଦେଖିବାକୁ ମିଳୁଛି। ରାଧିକା କେକ୍‌ କାଟି ସମସ୍ତଙ୍କୁ ଖୁଆଉଥିବାର ଦେଖିବାକୁ ମିଳୁଛି। ଏହି ଅବସରରେ ଅମ୍ବାନୀ ପରିବାର ବହୁତ ଖୁସି ଥିବା ଜଣାପଡୁଛନ୍ତି। ତେବେ ଲଣ୍ଡନରେ ରାଧିକାଙ୍କର ଜନ୍ମଦିନ ପାଳନ କରାଯାଇଛି।


କିଛି ଦିନ ହେବ ରାଧିକାଙ୍କ ବିଷୟରେ ଅନେକ ପ୍ରକାରର ଖବର ଶୁଣିବାକୁ ମିଳୁଛି। ଏହାକୁ ଜଦି ବିଶ୍ୱାସ କରାଯାଏ ତେବେ ରାଧିକା ଖୁବ୍‌ଶୀଘ୍ର ଅମ୍ବାନୀ ପରିବାରର ସାନ ବୋହୂ ହେବେ। ତେବେ ଅମ୍ବାନୀ ପରିବାର ପକ୍ଷରୁ ଏ ନେଇ କିଛି ସ୍ପଷ୍ଟ କରାଯାଇ ନାହିଁ। ମାତ୍ର ରାଧିକାଙ୍କୁ ଅମ୍ବାନୀ ପରିବାରର ସମସ୍ତ ସମାରୋହରେ ଦେଖିବାକୁ ମିଳିଥାଏ।
ରାଧିକା ହେଉଛନ୍ତି ପ୍ରସିଦ୍ଧ ବ୍ୟବସାୟୀ ଭିରେନ୍‌ ମର୍ଚାଣ୍ଟଙ୍କ ସାନ ଝିଅ। ଉଭୟ ପରିବାର ମଧ୍ୟ ଭଲ ସମ୍ପର୍କ ରହିଛି।

Share