ଜୀବନସାଥୀ ହେଲେ ରାଧିକା, ଅନନ୍ତ

ମୁମ୍ବାଇ,୧୩ା୭: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଅଧ୍ୟକ୍ଷ ମୁକେଶ ଅମ୍ବାନୀଙ୍କ ସାନପୁଅ ଅନନ୍ତ ଅମ୍ବାନୀ ଶୁକ୍ରବାର ବିଶିଷ୍ଟ ବ୍ୟବସାୟୀ ବୀରେନ୍‌ ମର୍ଚ୍ଚାଣ୍ଟଙ୍କ ଝିଅ ରାଧିକାଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ମୁମ୍ବାଇର ଜିଓ ଓ୍ବାଲର୍‌ଡ କନ୍‌ଭେନ୍‌ସନ ସେଣ୍ଟରରେ ଆୟୋଜିତ ଏହି ହାଇପ୍ରୋଫାଇଲ୍‌ ବିବାହ ଉତ୍ସବରେ ଦେଶବିଦେଶର ବହୁ ସେଲିବ୍ରିଟି, ରାଜନେତାଙ୍କ ସହ କର୍ପୋରେଟ ଜଗତର ବହୁ ବିଶିଷ୍ଟ ବ୍ୟକ୍ତି ସାମିଲ ହୋଇଥିଲେ। ଶୁକ୍ରବାର ଅପରାହ୍ନରେ ଅନନ୍ତଙ୍କ ବରଯାତ୍ରୀ ଏଣ୍ଟିଲିଆ (ମୁକେଶ ଅମ୍ବାନୀଙ୍କ ବାସଭବନ)ରୁ ବାହାରି ମୁମ୍ବାଇର ଜିଓ ଓ୍ବାଲର୍‌ଡ କନ୍‌ଭେନ୍‌ସନ ସେଣ୍ଟରରେ ପହଞ୍ଚିଥିଲା। ବରଯାତ୍ରୀରେ ଅମ୍ବାନୀ ପରିବାର ସମେତ ବଲିଉଡ୍‌ର ବହୁ ତାରକା ଯୋଗଦେଇ ବିଭିନ୍ନ ପାରମ୍ପରିକ ବାଦ୍ୟଯନ୍ତ୍ର ଓ ବଲିଉଡ୍‌ ସଙ୍ଗୀତର ତାଳେ ତାଳେ ନାଚିଥିଲେ। ବିବାହ ସ୍ଥଳରେ ଲୋକ ଗାୟକ ମାମେ ଖାନ୍‌ଙ୍କ ଗୀତରେ ଉପସ୍ଥିତ ଅତିଥି ମନ୍ତ୍ରମୁଗ୍ଧ ହୋଇଛନ୍ତି। ଏହି ବିବାହ ସମାରୋହରେ ବ୍ରିଟେନର ପୂର୍ବତନ ପ୍ରଧାନମନ୍ତ୍ରୀ ବୋରିସ ଜନ୍‌ସନ ଓ ଟୋନି ବ୍ଲେୟାର, କାନାଡାର ପୂର୍ବତନ ପ୍ରଧାନମନ୍ତ୍ରୀ ଷ୍ଟିଫେନ୍‌ ହାର୍ପର, ଆମେରିକାର ପୂର୍ବତନ ପରରାଷ୍ଟ୍ର ସଚିବ ଜନ୍‌ କେରି, ଆମେରିକୀୟ ଅଭିନେତା ଜେଫ୍‌ କୁନ୍ସ, ଜନ ସେନା, ଅଭିନେତ୍ରୀ କିମ୍‌ କାର୍ଦାଶିଆନ, ମଡେଲ ଖ୍ଲୋଇ କାର୍ଦାଶିଆନ, ବକ୍ସର ମାଇକ୍‌ ଟାଇସନ ପ୍ରମୁଖ ସାମିଲ ହୋଇ ଉଭୟ ଅନନ୍ତ ଓ ରାଧିକାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେହିପରି ବଲିଉଡ୍‌ ତାରକା ପ୍ରିୟଙ୍କା ଚୋପ୍ରା, ରଣବୀର ସିଂ, ଜ୍ୟାକି ଶ୍ରଫ୍‌ , ଆମିର ଖାନ୍‌, ସଲ୍‌ମାନ ଖାନ୍‌, ଶାହରୁଖ ଖାନ୍‌, ଦୀପିକା ପାଦୁକୋନ୍‌, ଜାହ୍ନବୀ କପୁର, ଆଲିଆ ଭଟ୍ଟ, ସାରା ଅଲି ଖାନ୍‌ ମଧ୍ୟ ଏହି ଗ୍ରାଣ୍ଡ ଓ୍ବେଡିଂରେ ସାମିଲ ହୋଇଛନ୍ତି। ଆସନ୍ତା ରବିବାର ଅନନ୍ତ ଓ ରାଧିକାଙ୍କର ମଙ୍ଗଳ ଉତ୍ସବ(ରିସିପ୍‌ଶନ) ଆୟୋଜିତ ହେବ। ଗତ ବର୍ଷ ଜାନୁୟାରୀରେ ଅନନ୍ତ ଓ ରାଧିକାଙ୍କ ନିର୍ବନ୍ଧ ହୋଇଥିଲା। ମାର୍ଚ୍ଚରେ ଏହି ଯୋଡ଼ିଙ୍କ ପ୍ରି ଓ୍ବେଡିଂ ଜାମନଗରରେ ବହୁ ଆଡ଼ମ୍ବର ସହ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଖେଳାଳିଙ୍କ ଗସ୍ତ ଉପରେ କଟକଣା ଲଗାଇଲା ଇରାନ

ତେହେରାନ,୨୭ା୩: ଇରାନ ଶତ୍ରୁରାଷ୍ଟ୍ର ଭାବେ ବିବେଚନା ଦେଶଗୁଡ଼ିକୁ ଖେଳାଳିଙ୍କ ଗସ୍ତ ଉପରେ କଟକଣା ଜାରି କରିଛି। ସାଉଦି ଆରବରେ ଟ୍ରାକ୍ଟର ଏଫ୍‌ସି ବିପକ୍ଷ ଗେମ୍‌ ପୂର୍ବରୁ ଇରାନ…

ଓଡିଶାର ଶ୍ରେଷ୍ଠ ପୋଲିସ ଥାନା ଘୋଷଣା: ବାଜିମାରିଲା ଏହି ଥାନା

ଛତ୍ରପୁର, ୨୭/୩ (ଦିଲ୍ଲୀପ ସାମଲ): ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ଦ୍ୱାରା ଗଞ୍ଜାମ ପୋଲିସ ଜିଲାର ବଡ଼ଗଡ଼ ପୋଲିସ ଥାନା ୨୦୨୫ ବର୍ଷ ପାଇଁ ଓଡ଼ିଶାର ଶ୍ରେଷ୍ଠ…

ବୁଢ଼ୀ ଠାକୁରାଣୀ ଯାତ୍ରା ପାଇଁ ପାଟପୁର ଗାଁ ଉତ୍ସବମୁଖର: ଅସ୍ଥାୟୀ ପୀଠରେ ପୂଜା ପାଇଲେ ଦେବୀ

ଦିଗପହଣ୍ଡି,୨୭୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ପାଟପୁର ଗାଁର ଗ୍ରାମ ଦେବତୀ ମା’ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ଦୁଇବର୍ଷ ବ୍ୟବଧାନରେ ଚୈତ୍ର ଶୁକ୍ଳ ନବମୀ ତିଥି…

ଯୁଦ୍ଧ ଭିତରେ ମିସାଇଲ କିଣିଲା ଭାରତ, ଥରିଲା ପାକିସ୍ତାନ!

ନୂଆଦିଲ୍ଲୀ,୨୭।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଭାରତ ରୁଷିଆଠାରୁ ‘ଟୁଙ୍ଗୁସ୍କା’ ଆଣ୍ଟି-ଏୟାରକ୍ରାଫ୍ଟ ଏବଂ ମିସାଇଲ ସିଷ୍ଟମ ହାସଲ କରିବାକୁ ଯୋଜନା କରିଛି। ଏଥିପାଇଁ, ଭାରତ ରୁଷିଆର ରୋସୋବୋରୋନେକ୍ସପୋର୍ଟ…

ନୂଆ ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଲେ ମୋଦି, କହିଲେ ଗୁରୁତ୍ୱପୂର୍ଣ୍ଣ କଥା

ନୂଆଦିଲ୍ଲୀ/କାଠମାଣ୍ଡୁ,୨୭।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ନେପାଳର ନୂଆ ପ୍ରଧାନମନ୍ତ୍ରୀ ବଲେନ୍ଦ୍ର ‘ବାଲେନ’ ଶାହଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି ଯେ ଉଭୟ ଦେଶର ପାରସ୍ପରିକ ଲାଭକୁ…

ଯୁଦ୍ଧ ମଧ୍ୟରେ ଏମିତି ପଦକ୍ଷେପ ନେବାକୁ ଯାଉଛି ଭାରତ: ଚାହଁ ରହିଯିବେ ଚାଇନା-ପାକିସ୍ତାନ

ନୂଆଦିଲ୍ଲୀ,୨୭।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ଏବଂ ହର୍ମୁଜ ଷ୍ଟ୍ରେଟ୍‌ ବନ୍ଦ ହେବା ବିଶ୍ୱ ଶକ୍ତି ବଜାରରେ ଅସ୍ଥିରତା ସୃଷ୍ଟି କରିଛି। ବିଶ୍ୱର ପ୍ରାୟ ୨୦% ତୈଳ ଏହି…

ଜଣେ ବିବାହିତ ପୁରୁଷ ଲିଭ-ଇନରେ ରହିପାରିବେ କି? ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ

ଆଲ୍ଲାହାବାଦ,୨୭।୩: ଜଣେ ବିବାହିତ ପୁରୁଷ ଲିଭ-ଇନ ସମ୍ପର୍କରେ ରହିପାରିବେ କି ନାହିଁ ଏହାକୁ ନେଇ ଆଲ୍ଲାହାବାଦ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ଶୁକ୍ରବାର କୋର୍ଟ ଏକ…

ରାମ ନବମୀରେ ପ୍ରଶଂସକଙ୍କୁ ଚମତ୍କାର ଉପହାର ଦେଲେ ରାମ ଚରଣ

ସୁପରଷ୍ଟାର ରାମ ଚରଣ ପ୍ରଶଂସକଙ୍କୁ ଏକ ଚମତ୍କାର ଉପହାର ଦେଇଛନ୍ତି। ରାମ ନବମୀରେ ଫିଲ୍ମ ‘ପେଡ୍ଡି ପେହେଲୱାନ’ର ପ୍ରଥମ ଝଲକ ରିଲିଜ ହୋଇଛି। ଏହା ସୋସିଆଲ ମିଡିଆରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri