Posted inଜାତୀୟ

୪୩,୪୦୯ ଜାଲ୍‌ ଡିଗ୍ରୀ

ଜୟପୁର,୧୩ା୭: ରାଜସ୍ଥାନର ଏକ ଘରୋଇ ବିଶ୍ୱବିଦ୍ୟାଳୟ ୨୦୧୩ରୁ ଅଦ୍ୟାବଧି ୪୩,୪୦୯ ପିଲାଙ୍କୁ ଜାଲ୍‌ ଡିଗ୍ରୀ ପ୍ରମାଣପତ୍ର ଜାରି କରିଛି। ଉକ୍ତ ୟୁନିଭର୍ସିଟି ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ସ୍ବୀକୃତି ପାଇ ନ ଥିବାବେଳେ ଏତେ ପ୍ରମାଣପତ୍ର କିପରି ଜାରି କଲା ସେନେଇ ରାଜସ୍ଥାନ ପୋଲିସର ସ୍ପେଶାଲ ଅପରେଶନ୍‌ ଗ୍ରୁପ୍‌ (ଏସ୍‌ଓଜି) ତନାଘନା ଆରମ୍ଭ କରିଛି।
୨୦୧୩ରେ ରାଜସ୍ଥାନର ଚୁରୁରେ ଓମ୍‌ ପ୍ରକାଶ ଯୋଗେନ୍ଦର ସିଂ (ଓପିଜେଏସ୍‌) ୟୁନିଭର୍ସିଟି ପ୍ରତିଷ୍ଠା କରାଯାଇଥିଲା। ସେବେଠୁ ଏହି ୟୁନିଭର୍ସିଟି ପକ୍ଷରୁ ଛାତ୍ରୀଛାତ୍ରଙ୍କୁ ଡିଗ୍ରୀ ସାର୍ଟିଫିକେଟ୍‌ ପ୍ରଦାନ କରାଯାଇଆସୁଛି। ଗତ ଏପ୍ରିଲ ୮ରେ ୧,୩୦୦ ଆବେଦନକାରୀ ୨୦୨୨ ବର୍ଷ ପାଇଁ ଫିଜିକାଲ ଟ୍ରେନିଂ ଇନ୍‌ଷ୍ଟ୍ରକ୍ଟର (ପିଟିଆଇ) ପରୀକ୍ଷା ବେଳେ ଉକ୍ତ ୟୁନିଭର୍ସିଟିରୁ ଜାରି ଡିଗ୍ରୀ ପ୍ରମାଣପତ୍ର ଦାଖଲକରିବା ସମୟରେ ଏହି ଜାଲିଆତି ସାମ୍ନାକୁ ଆସିଥିଲା। ବିଶ୍ୱବିଦ୍ୟାଳୟରେ ୨୦୧୬ରେ ପିଟିଆଇ ପାଠ୍ୟକ୍ରମର ୧୦୦ ସିଟ୍‌ ପାଇଁ ଆକ୍ରେଡିଶନ୍‌ ମିଳିଥିଲା। ୨୦୨୦ ପୂର୍ବରୁ ନାମ ଲେଖାଇଥିବା ପିଲା ପିଟିଆଇ ୨୦୨୨ ପରୀକ୍ଷା ଦେବାକୁ ଯୋଗ୍ୟ ବୋଲି ନିୟମ ରହିଥିବାବେଳେ ବିଶ୍ୱବିଦ୍ୟାଳୟ ମନଇଚ୍ଛା ଡିଗ୍ରୀ ବାଣ୍ଟି ଚାଲିଥିଲା। ଏଥିପାଇଁ ୟୁନିଭର୍ସିଟି କ୍ଷମତାପ୍ରପ୍ତ ନୁହେଁ ବୋଲି ପୋଲିସ ତଦନ୍ତରୁ ଜାଣିବାକୁ ପାଇଛି। ୟୁନିଭର୍ସିଟି ପ୍ରତିଷ୍ଠାତା ତଥା ମାଲିକ ଯୋଗିନ୍ଦର ସିଂ ଦଲାଲ ଡିଗ୍ରୀ ଦୁର୍ନୀତିରେ ଗିରଫ ହେବାର କିଛିଦିନ ପରେ ଏହି ବିଷୟ ସାମ୍ନାକୁ ଆସିଛି।
ସର୍ବଭାରତୀୟ ପ୍ରବେଶିକା ଏବଂ କଲେଜରେ ନାମଲେଖା ପାଇଁ ଉଦ୍ଦିଷ୍ଟ ପରୀକ୍ଷାଗୁଡ଼ିକରେ ପ୍ରଶ୍ନପତ୍ର ପ୍ରଘଟ ଓ ଦୁର୍ନୀତି ମାମଲାକୁ ନେଇ ଝଡ଼ ସୃଷ୍ଟି ହୋଇଥିତ୍ବା ତଦନ୍ତ ବେଳେ ଯୋଗିନ୍ଦର ଧରାପଡ଼ିଛନ୍ତି। ଭିଜା ଆପ୍ଲିକେଶନ୍‌ ପାଇଁ ସ୍ନାତକ ପ୍ରମାଣପତ୍ର ଆବଶ୍ୟକ କରୁଥିବା ଛାତ୍ରୀଛାତ୍ରଙ୍କୁ ସେ ବ୍ୟାକ୍‌ଡେଟ୍‌ରେ ଏସବୁ ସାର୍ଟିଫିକେଟ୍‌ ଦେଉଥିଲେ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଏସ୍‌ଓଜି ଡିଆଇଜି ପାରିସ୍‌ ଦେଶମୁଖ କହିଛନ୍ତି, ଏହି ୟୁନିଭର୍ସିଟି ୨୦୧୩ରୁ ଅଦ୍ୟାବଧି ୭୦୮ ପି.ଏଚ୍‌ଡି, ୮,୮୬୧ ଇଞ୍ଜିନିୟରିଂ ଏବଂ ୧,୬୪୦ ଫିଜିକାଲ ଏଜୁକେଶନ୍‌ ଡିଗ୍ରୀ ବାଣ୍ଟିସାରିଲାଣି। ୪,୫୦୦ ଖାଲି ପିଟିଆଇ ପଦବୀ ପୂରଣ ପାଇଁ ହୋଇଥିବା ପରୀକ୍ଷା ବେଳେ ପିଲାମାନେ ଏହି ଜାଲ୍‌ ପ୍ରମାଣପତ୍ର ଦେଇଥିବା ପୋଲିସ ସନ୍ଦେହ କରୁଛି। ଉକ୍ତ ବିଶ୍ୱବିଦ୍ୟାଳୟରେ ୩୦ରୁ କମ୍‌ କର୍ମଚାରୀ ରହିଛନ୍ତି। ଏଭଳି ସୀମିତ ସଂଖ୍ୟକ କର୍ମଚାରୀଙ୍କୁ ନେଇ ବିଶ୍ୱବିଦ୍ୟାଳୟ ଚଳାଇବା ଅସମ୍ଭବ ବୋଲି ଦେଶମୁଖ କହିଛନ୍ତି।
୨୪ରେ ରାଜସ୍ଥାନ ଉଚ୍ଚଶିକ୍ଷା ବିଭାଗ ଉକ୍ତ ୟୁନିଭର୍ସିଟିର ସମସ୍ତ ପାଠ୍ୟକ୍ରମରେ ନାମଲେଖା ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲା। ଏହା ପୂର୍ବରୁ ଗତ ଡିସେମ୍ବରରେ ୟୁଜିସି ମଧ୍ୟ ଏହି ବିଶ୍ୱବିଦ୍ୟାଳୟର ସମସ୍ତ ପି.ଏଚ୍‌.ଡି. ପାଠ୍ୟକ୍ରମରେ ନାମଲେଖା ଉପରେ ନିଷେଧାଦେଶ ଜାରି କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Gen Zଙ୍କୁ ବଡ଼ ଉପହାର ଦେଲେ ବିଜୟ, କଲେ ବଡ଼ ଘୋଷଣା: ମିଳିବ…

ଚେନ୍ନାଇ,୬।୮: ତାମିଲନାଡୁରେ ଟିଭିକେ ସରକାର ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ପ୍ରଥମ ବଜେଟ ବିଧାନସଭାରେ ଉପସ୍ଥାପନ କରିଛି। ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟଙ୍କ ନେତୃତ୍ୱାଧୀନ ଏହି ନୂଆ…

କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି, ଆହୁରି ୧୮ଟଙ୍କା ବଢିଯିବ LPG ସିଲିଣ୍ଡର! ଜାରି ହେଲା ନୂଆ ଦର…

ନୂଆଦିଲ୍ଲୀ,୬।୮: ଭାରତରେ ଆଗାମୀ ଦିନରେ ଘରୋଇ ଏଲପିଜି (LPG) ସିଲିଣ୍ଡର ପିଛା ଦାମ୍ ପ୍ରାୟ ୧୮ ଟଙ୍କା ବୃଦ୍ଧି ହୋଇପାରେ। ଏହାସହିତ ପେଟ୍ରୋଲ-ଡିଜେଲ ଏବଂ ସିଏନ୍‌ଜି (CNG)ର…

ପୁଣି ହଜାର ହଜାର ଟଙ୍କା ବଢିଲା ସୁନା ଦର: ରୁପା ମୂଲ୍ୟରେ ମଧ୍ୟ…

ନୂଆଦିଲ୍ଲୀ,୬।୮: ପୁଣି ବଢିଲା ସୁନା ଦର। ଗତକାଲି ତୁଳନାରେ ୨୪ କ୍ୟାରେଟ ସୁନା ୧୦ ଗ୍ରାମ ପ୍ରତି ୨,୮୯୦ ବୃଦ୍ଧି ପାଇଛି। ରୁପା ମୂଲ୍ୟରେ ମଧ୍ୟ ଏକ…

Gen-Zଙ୍କ ପାଇଁ RSS ନେଲା ବଡ଼ ପଦକ୍ଷେପ: ଆଗକୁ…

ନୂଆଦିଲ୍ଲୀ,୫।୮: ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (RSS)ର ମୁଖ୍ୟ ମୋହନ ଭାଗବତ ସଂଗଠନର ଶତବାର୍ଷିକୀ ବର୍ଷ ପାଳନ ପାଇଁ ଆମେରିକା ଏବଂ କାନାଡା ଗସ୍ତ କରିବେ। ଅଗଷ୍ଟ ୨୯ରେ…

ଆନ୍ଦୋଳନ ପରେ ନୂଆ ରଣନୀତି, ଅଭିଜିତ ଦୀପକେଙ୍କ ଘରେ CJPର ମାରାଥନ ବୈଠକ: ହେବ ବଡ଼ ଘୋଷଣା

ନୂଆଦିଲ୍ଲୀ, ୬।୮: ଦେଶବ୍ୟାପୀ କଥିତ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌କୁ ବିରୋଧ କରି ଦିଲ୍ଲୀର ଜନ୍ତର-ମନ୍ତରରେ ହୋଇଥିବା ଆନ୍ଦୋଳନ ସମୟରେ ପ୍ରମୁଖ ସ୍ବର ଭାବେ ଉଭା ହୋଇଥିବା କକରୋଚ…

୧୧୦୫ ଦିନ ପରେ ପାକିସ୍ତାନର ବଡ଼ ବିଜୟ: ଶେଷରେ…

ନୂଆଦିଲ୍ଲୀ,୫।୮: ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ରେ ପାକିସ୍ତାନ ୱେଷ୍ଟଇଣ୍ଡିଜକୁ ୮ ଉଇକେଟ୍‌ରେ ପରାସ୍ତ କରିଛି। ଚତୁର୍ଥ ଇନିଂସ୍‌ରେ ମାତ୍ର ୭୪ ରନ୍‌ରେ ଲକ୍ଷ୍ୟ ପିଛା କରି ପାକିସ୍ତାନ ସହଜରେ…

ମଝି ଆକାଶରେ ଟ୍ରମ୍ପଙ୍କ ହେଲିକପ୍ଟର ନିକଟକୁ ହଠାତ୍‌ ଚାଲିଆସିଲା ଯାତ୍ରୀବାହୀ ବିମାନ, ଆଉ ତା’ପରେ…

ୱାଶିଂଟନ, ୬।୮: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଙ୍ଗଳବାର ସେତେବେଳେ ଆଶ୍ଚର୍ଯ୍ୟଚକିତ ହୋଇଯାଇଥିଲେ, ଯେତେବେଳେ ତାଙ୍କୁ ନେଇଯାଉଥିବା ସାମରିକ ହେଲିକପ୍ଟର ‘ମେରିନ ୱାନ’ କଥିତ ଭାବେ ୱାଶିଂଟନ…

ମହାକାଶରେ ହୋଇପାରେ ଜୋରଦାର ବିସ୍ଫୋରଣ! ଭାରତର ୨୦ରୁ ୨୨ ସାଟେଲାଇଟ୍‌ ଉପରେ…

ନୂଆଦିଲ୍ଲୀ,୬।୮: ଲୋକ ସଭାରେ ସରକାର ଜଣାଇଛନ୍ତି ଯେ ଭାରତର ଲୋ ଅର୍ଥ ଅରବିଟ୍ (LEO)ରେ କାର୍ଯ୍ୟରତ ୨୨ଟି ସକ୍ରିୟ ସାଟେଲାଇଟ୍ (ଉପଗ୍ରହ) ମଧ୍ୟରୁ ୨୦ଟି ଉପରେ ଧକ୍କା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri