୨୦ରୁ ରବି ଧାନ ପାଇଁ ଖୋଲିବ ମଣ୍ଡି

ଭବାନୀପାଟଣା,୧୫ା୫(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ଆସନ୍ତା ୨୦ ତାରିଖରୁ ରବି (ଡାଳୁଅ) ଧାନ ପାଇଁ ମଣ୍ଡି ଖୋଲିବ। ଏହା ପୂର୍ବରୁ ଗୁରୁବାର ସାରେ ଜିଲାପାଳ ପାୱାର ସଚିନ ପ୍ରକାଶ ଭବାନୀପାଟଣାସ୍ଥିତ ଟାଉନ ହଲଠାରେ ଏକ ଜରୁରୀ ବୈଠକ କରିଛନ୍ତି। ଏଥିରେ ଜିଲାର ସମସ୍ତ ତହସିଲଦାର, ବିଡ଼ିଓ, ଆର୍‌ଏମ୍‌ସି କର୍ମଚାରୀ, ପାକ୍ସ କର୍ମଚାରୀ ଓ ଯୋଗାଣ ବିଭାଗ କର୍ମଚାରୀ ସାମିଲ ହୋଇଥିଲେ। ବିଗତ ଦିନରେ ଧାନ କ୍ରୟରେ ଉପୁଜିଥିବା ସମସ୍ୟାର ଯେପରି ପୁନରାବୃତ୍ତି ନ ହେବ ଓ ପଡ଼ୋଶୀ ଛତିଶଗଡ଼ ରାଜ୍ୟର ଧାନ ଜିଲାରେ ଯେମିତି ବିକ୍ରି ନ ହେବ ସେଥିପ୍ରତି ସଜାଗ ରହିବାକୁ ସମସ୍ତ କର୍ମଚାରୀ ଓ ଅଧିକାରୀଙ୍କୁ ଜିଲାପାଳ କହିଥିଲେ। ଏହାସହ ବାହାର ରାଜ୍ୟରୁ ଧାନ ଆସିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଥିଲେ।

ମେ ୨୦ରୁ ଜିଲାର ୧୪୫ ଧାନ ମଣ୍ଡିରେ ରବିଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ କରାଯିବ। ମଣ୍ଡିରେ ଧାନ ବିକ୍ରୟ କରିବା ପାଇଁ ୪୮,୮୧୮ ଜଣ ଚାଷୀ ଅନ୍‌ଲାଇନ ମାଧ୍ୟମରେ ନାମ ପଞ୍ଜୀକରଣ କରିଛନ୍ତି। ୬୪ ପାକ୍ସ ଓ ୨୫ ସ୍ବୟଂ ସହାୟକ ଗୋଷ୍ଠୀର ମିଳିତ ସହଯୋଗରେ ଏହି ଧାନ ସଂଗ୍ରହ ପ୍ରକ୍ରିୟାକୁ ସୂଚାରୁ ରୂପେ ସମ୍ପାଦନ କରିବା ପାଇଁ ବ୍ୟବସ୍ଥା କରାଯାଇଛି।

ଜିଲାର ୮୮ ମିଲର୍ସ ରବିଧାନ ସଂଗ୍ରହ ପ୍ରକ୍ରିୟାରେ ଅଂଶଗ୍ରହଣ କରି ସମ୍ପୃକ୍ତ ମଣ୍ଡିରୁ ଚାଷୀଙ୍କ ଧାନ ଠିକ ସମୟରେ ଉଠାଣ ପାଇଁ ନିର୍ଦ୍ଧାରିତ କରାଯାଇଛି। ମିଲର୍ସ ଚାଷୀଙ୍କୁ ଆବଶ୍ୟକ ବ୍ୟାଗ ଯୋଗାଇଦେବା ପାଇଁ ବୈଠକରେ ସ୍ଥିର କରାଯାଇଥିଲା। ସାଧାରଣ ଏଫ୍‌ଏକ୍ୟୁ ଧାନ କୁଇଣ୍ଟାଲ ପିଛା ୨,୩୦୦ ଏବଂ ଗ୍ରେଡ ଏ’ ଏଫ୍‌ଏକ୍ୟୁ ଧାନ କୁଇଣ୍ଟାଲ ପିଛା ୨,୩୨୦ ସହିତ ଏମ୍‌ଏସ୍‌ପି ୮୦୦ ଟଙ୍କା ସର୍ବମୋଟ କୁଇଣ୍ଟାଲ ପିଛା ଚାଷୀ ୩,୧୦୦, ୩,୧୨୦ ଟଙ୍କା ପାଇବେ। ୮୮ ମିଲର୍ସଙ୍କ ମଧ୍ୟରୁ ଉଷୁନା ଚାଉଳ ପାଇଁ ୭୦ ଥିବାବେଳେ ଅରୁଆ ଚାଉଳ ପାଇଁ ୧୮ ଅଛନ୍ତି।

ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଲାଗିରହିଥିବାରୁ ଚାଷୀଙ୍କ ସୁରକ୍ଷା ଦୃଷ୍ଟିରୁ ସମସ୍ତ ମଣ୍ଡିରେ ଆବଶ୍ୟକ ପାନୀୟ ଜଳ, ଓଆର୍‌ଏସ୍‌ ପ୍ୟାକେଟ, ଜରୁରିକାଳୀନ ସେବା ଆବଶ୍ୟକ ସ୍ଥଳେ କୁଲର ବ୍ୟବସ୍ଥା କରିବା ପାଇଁ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ଜିଲାପାଳ ନିର୍ଦ୍ଦେଶ ଦେଇଥିଲେ। ବିଗତ ଦିନର ଛତିଶଗଡ ରାଜ୍ୟରୁ ବେଆଇନ ଭାବରେ ଧାନ ଆଣି ଏଠାରେ କିଛି ପାକ୍ସ ଓ ବଜାର କମିଟି କର୍ମଚାରୀ ମିଶି ତାହାକୁ ବିକ୍ରି କରିଥିବା ଅଭିଯୋଗ ଆସିବା ପରେ ଚଳିତବର୍ଷ କଳାହାଣ୍ଡି ଓ ଛତିଶଗଡ ସୀମାରେ ସିସିଟିଭି କ୍ୟାମେରା ବ୍ୟବସ୍ଥା କରାଯାଇଛି। ଏହା ପରେ ମଧ୍ୟ କୌଣସି କର୍ମଚାରୀ ଏଥିରେ ସମ୍ପୃକ୍ତ ରହିଲେ ତାଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଉପସ୍ଥିତ ସମସ୍ତ କର୍ମଚାରୀଙ୍କୁ ଜିଲାପାଳ ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଙ୍ଗନୱାଡ଼ି ସୁପରଭାଇଜରଙ୍କ ବଦଳି ଦାବିରେ ଧାରଣା: ପ୍ରଶାସନର ଏଭଳି ପ୍ରତିଶ୍ରୁତି ପରେ ହଟିଲା…

ଦେବଗଡ଼, ୩୦।୩ (ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ରିଆମାଳ ବ୍ଲକ ଅଙ୍ଗନୱାଡ଼ି ସୁପରଭାଇଜରଙ୍କ ବଦଳି ଦାବିରେ ଅଙ୍ଗନୱାଡି କର୍ମୀ ବ୍ଲକ ସମ୍ମୁଖରେ ଦେଉଥିବା ଧାରଣାସ୍ଥଳରେ ସୋମବାର…

୧୫ କିଲୋ ଗଞ୍ଜେଇ ସହ ଯୁବକଙ୍କୁ ବାନ୍ଧିଲା ପୋଲିସ

ନନ୍ଦପୁର,୩୦।୩( ତୁଷାର କାନ୍ତ ମହାନ୍ତି): ନନ୍ଦପୁର ଅବକାରୀ ଦଳ ସୋମବାର ଜଣେ ଯୁବକଙ୍କୁ ୧୫ କିଲୋ ୨୦୦ ଗ୍ରାମ ଗଞ୍ଜେଇ ସହ ଗିରଫ କରିଛି। ନନ୍ଦପୁର ଅଞ୍ଚଳରୁ…

ହଠାତ୍‌ ଭାରସାମ୍ୟ ହରାଇ ଷ୍ଟ୍ରିଟଲାଇଟ ଖୁଣ୍ଟକୁ ଧକ୍କା ଦେଲା କାର୍‌: ଘଟଣାସ୍ଥଳରେ…

ଦେବଗଡ,୩୦ା୩(ଶଶାଙ୍କ ଶେଖର ଝାଙ୍କର): ସୋମବାର ଅପରାହ୍ନରେ ଦେବଗଡ ପୌରାଞ୍ଚଳ ମୋହିନୀପୁର ଛକ ନିକଟସ୍ଥ ୫୩ ନମ୍ବର ଜାତୀୟ ରାଜପଥରେ ଏକ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି ।…

ଅପସାରିତ ପୌରାଧ୍ୟକ୍ଷାଙ୍କୁ ପୁନଃ ଅବସ୍ଥାପିତ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ, ତୁରନ୍ତ…

ଦେବଗଡ,୩୦ା୩(ଶଶାଙ୍କ ଶେଖର ଝାଙ୍କର): ୨୦୨୫ ଜାନୁଆରୀ ୨୮ ତାରିଖରେ ରାଜ୍ୟ ସରକାରଙ୍କ ଦ୍ୱାରା ଗାଦିଚ୍ୟୁତ ହୋଇଥିବା ଦେବଗଡ ପୌର ପରିଷଦ ଅଧ୍ୟକ୍ଷା ଶାନ୍ତି ମଞ୍ଜରୀ ଦେଈଙ୍କୁ ଏହି…

ବିଜୁ ପଟ୍ଟନାୟକଙ୍କ ଉପରେ ଅସମ୍ମାନଜନକ ମନ୍ତବ୍ୟକୁ ନେଇ ମୁହଁ ଖୋଲିଲେ ବୈଜୟନ୍ତ ପଣ୍ଡା: କହୁ କହୁ କହିଦେଲେ…

ଭୁବନେଶ୍ୱର,୩୦।୩: ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କୁ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ରାଜନୀତି ଜୋର ଧରିଛି। ବିଜୁ ବାବୁଙ୍କ ପ୍ରତି ମନ୍ତବ୍ୟ ନେଇ…

ଅନ୍ତର୍ଜାତୀୟ ବଡ଼ି ଲିଫ୍ଟ ପ୍ରତିଯୋଗିତାରେ ଦିଗପହଣ୍ଡିର ଶଙ୍କର ପୁରସ୍କୃତ, ଚାରିଆଡୁ ଛୁଟୁଛି ଶୁଭେଚ୍ଛା

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୩ ନଂ ୱାର୍ଡ ନୂଆସାହିରେ ରହୁଥିବା ନନ୍ଦୁ ଓରଫ ଶଙ୍କର ବେହେରା ଅନ୍ତର୍ଜାତୀୟ ବଡି ଲିଫ୍ଟ ପ୍ରତିଯୋଗିତାରେ…

ନାବାଳିକାଙ୍କୁ ଅପହରଣ କରିନେଇଥିଲେ ଶୁଭମ, ବଳାତ୍କାର ପରେ…

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ପାଟପୁର ପୋଲିସ…

କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: ଚାଷୀ ଶୁଣିଲେ ହୋଇଯିବେ ଖୁସି

ନୂଆଦିଲ୍ଲୀ,୩୦।୩: ଦେଶରେ ଆଗାମୀ ଖରିଫ ଋତୁକୁ ନେଇ ଚାଷୀମାନେ କିଛି ଆଶ୍ୱସ୍ତି ପାଇଛନ୍ତି। କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି ଯେ ଦେଶରେ ପ୍ରଚୁର ପରିମାଣରେ ସାର ଗଚ୍ଛିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri