ଅନିଶ୍ଚିତତାରେ ରବି ଧାନ ସଂଗ୍ରହ

ପଦ୍ମପୁର,୮।୫(ଡି.ଏନ.ଏ.): ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡରେ ରବିଧାନ ସଂଗ୍ରହ କେବେ ହେବ ସେ ନେଇ ପ୍ରଶାସନିକ ସ୍ତରରେ ଏପର୍ଯ୍ୟନ୍ତ କୌଣସି ନିର୍ଦ୍ଧିଷ୍ଟ ତାରିଖ ଘୋଷଣା ହୋଇନାହିଁ। ଫଳରେ ଚାଷୀମାନେ ଧାନ ଅମଳ କରି ମଣ୍ଡିକୁ ଅପେକ୍ଷା କରିରହିଛନ୍ତି। ପଦ୍ମପୁର, ପାଇକମାଳ, ବିଜେପୁର, ଗାଇସିଲେଟ ବ୍ଲକର ଅନେକ ଚାଷୀଙ୍କ ଧାନ ଅମଳ ହୋଇସାରିଥିବା ବେଳେ ପଦ୍ମପୁର-ବରଗଡ଼ ମୁଖ୍ୟ ରାସ୍ତା, କ୍ଷେତ, ଖଳାରେ ଗଦା ହୋଇଛି। ହଠାତ୍‌ କାଳବୈଖାଖୀ ଜନିତ ବର୍ଷା ମାଡିଆସୁଥିବାରୁ ଧାନ ନଷ୍ଟ ହେବା ଆଶଙ୍କା ରହିଛି। ସେହିପରି ଆଗକୁ ଲଘୁଚାପ ଓ ବାତ୍ୟା ଭୟ ମଧ୍ୟ ଚାଷୀଙ୍କୁ ଘାରିଛି। ଅନ୍ୟପକ୍ଷେ ହିରାକୁଦ କମାଣ୍ଡ୍‌ ଏରିଆ ଚାଷୀମାନଙ୍କଠାରୁ ଆସନ୍ତା ୧୦ତାରିଖରୁ ଧାନ ସଂଗ୍ରହ ହେବ ବୋଲି ପ୍ରଶାସନିକ ସ୍ତରରେ ନିଷ୍ପତ୍ତି ହୋଇଛି। ଧାନ ଅମଳ ସତ୍ତ୍ୱେ ବିକ୍ରି ହୋଇ ନ ପାରିବାରୁ ପଦ୍ମପୁର ଉପଖଣ୍ଡ ଚାଷୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ପଦ୍ମପୁର ଉପଖଣ୍ଡ ପାଇଁ ଶୀଘ୍ର ଧାନ ସଂଗ୍ରହ ତାରିଖ ଘୋଷଣା ସହ ଏକର ପ୍ରତି କେତେ ଧାନ ଚାଷୀ ବିକ୍ରି କରିବେ ତାହା ସ୍ପଷ୍ଟ କରିବା ପାଇଁ ଚାଷୀମାନେ ଦାବି କରିଛନ୍ତି। ଏଥର ପଦ୍ମପୁର ଉପଖଣ୍ଡର ୬ଟି ଯାକ ବ୍ଲକ ପଦ୍ମପୁର, ପାଇକମାଳ, ଝାରବନ୍ଧ, ଗାଇସିଲେଟ, ସୋହେଲା, ବିଜେପୁରରେ ସ୍ବୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ୧୬ଟି କେନ୍ଦ୍ର ଓ ପ୍ରାଥମିକ ସେବା ସମିତି ଦ୍ୱାରା ୩୧ଟି କେନ୍ଦ୍ରରେ ଧାନ ସଂଗ୍ରହ ହେବ ବୋଲି ସହକାରୀ ଯୋଗାଣ ଅଧିକାରୀ ସନ୍ତୋଷ କୁମାର ପଧାନ ସୂଚନା ଦେଇଛନ୍ତି। ତେବେ ମଣ୍ଡି ଖୋଲିବା ନେଇ କୌଣସି ତାରିଖ ସେ ସ୍ପଷ୍ଟ କରିନାହାନ୍ତି। ଏ ସମ୍ପର୍କରେ ଚାଷୀ ନେତା ରମେଶ ମହାପାତ୍ର କହିଛନ୍ତି, ସରକାରଙ୍କ ଧାନକିଣା ଏକ ଫାର୍ସରେ ପରିରତ ହୋଇଛି। ଏଯାଏ ପଦ୍ମପୁର ଉପଖଣ୍ଡରେ କେବେ ଧାନକିଣା ହେବ ଓ ଟୋକନ ଜେନେରେଟ ହେବ ସେ ନେଇ ସରକାର ସ୍ପଷ୍ଟ ନ କରିବା ଦୁର୍ଭାଗ୍ୟଜନକ ବୋଲି ମହାପାତ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ

ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri