Posted inଖେଳ

ଚହଲ-ଧନଶ୍ରୀଙ୍କ ମଧ୍ୟରେ ଝଗଡା!

ଟିମ ଇଣ୍ଡିଆର ଲେଗ ସ୍ପିନର ୟୁଜବେନ୍ଦ୍ର ଚହଲ ଏବଂ ତାଙ୍କ ସ୍ତ୍ରୀ ଧନଶ୍ରୀ ବର୍ମା ସୋସିଆଲ ମିଡିଆରେ ବହୁତ ସକ୍ରିୟ ଅଛନ୍ତି। ଉଭୟ ନିଜ ଫଟୋ ଏବଂ ଭିଡିଓ ପ୍ରଶଂସକଙ୍କ ସହ ଶେୟାର କରନ୍ତି। ସେମାନଙ୍କର ପ୍ରତ୍ୟେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୁଏ। ଚହଲ ତାଙ୍କ ଇନଷ୍ଟାଗ୍ରାମରେ ଏକ ଭିଡିଓ ଶେୟାର କରିଛନ୍ତି। ଏହି ଭିଡିଓରେ, ତାଙ୍କ ଏବଂ ଧନଶ୍ରୀଙ୍କ ମଧ୍ୟରେ ଏକ ମଜାଳିଆ ଝଗଡା ଚାଲିଛି । ଭିଡିଓରେ ଦେଖିବାକୁ ମିଳୁଛି ଯେ, ଧନଶ୍ରୀ ୟୁଜବେନ୍ଦ୍ରଙ୍କୁ ଖାଦ୍ୟର ଏକ ଥାଳି ଧରି କହୁଛନ୍ତି, ଗରମ ଗରମ ଆଳୁ ପରଟା। ଏହାପରେ ୟୁଜି କହୁଛନ୍ତି, ଏଥିରେ ଆଳୁ କେଉଁଠାରେ ଦେଖାଯାଉଛି?’ ତା’ପରେ ଧନଶ୍ରୀ କହୁଛନ୍ତି, କଶ୍ମୀର ପୁଲାଓରେ କଶ୍ମୀର ତୋତେ କେଉଁଠାରେ ଦେଖାଯାଏ… ଏବଂ ପରେ ବନାରସୀ ଶାଢିରେ ବନାରସ କେଉଁଠାରେ ଦେଖାଯାଏ? ପ୍ରଶଂସକମାନେ ତାଙ୍କ ପୋଷ୍ଟକୁ ବହୁତ ପ୍ରଶଂସା କରୁଛନ୍ତି ଏବଂ ଭିଡିଓଟି ଭାଇରାଲ ହେବାରେ ଲାଗିଛି। ଶିଖର ଧାୱନ ମଧ୍ୟ ଏହି ଭିଡିଓ ଉପରେ କମେଣ୍ଟରେ ହସୁଥିବା ଇମୋଜି ଦେଇଥିଲେ।
ଡ୍‌ୟାନ୍ସ ମାଷ୍ଟର ଧନଶ୍ରୀଙ୍କ ଏକ ୟୁଟ୍ୟୁବ ଚ୍ୟାନେଲ ଅଛି। ଏହି ଚ୍ୟାନେଲର ୧୫ ଲକ୍ଷରୁ ଅଧିକ ସବସ୍ରାଇବର୍‌ ଅଛନ୍ତି। ବଲିଉଡ୍‌ ବ୍ୟତୀତ ସେ ହିପ-ହପରେ ମଧ୍ୟ ତାଲିମ ଦିଅନ୍ତି। ଏହି ୟୁଟ୍ୟୁବ ଚ୍ୟାନେଲରେ ସେ ତାଙ୍କ ଡ୍ୟାନ୍ସ ଏକାଡେମୀର ଭିଡିଓ ଅପଲୋଡ କରନ୍ତି। ଧନଶ୍ରୀ ୨୦୧୪ ମସିହାରେ ଡିଓ୍ବାଇପାଟିଲ ଡେଣ୍ଟାଲ କଲେଜ ନାଭି ମୁମ୍ବାଇରୁ ଅଧ୍ୟୟନ କରିଛନ୍ତି ୟୁଜଭେନ୍ଦ୍ର ଚହଲ ଏବଂ ଧନଶ୍ରୀ ଗତ ବର୍ଷ ଡିସେମ୍ବର ୨୦୨୦ରେ ବିବାହ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଇନଷ୍ଟାଗ୍ରାମରୁ ପ୍ରେମ ପରେ ଛୁଆ ଜନ୍ମ ଦେଲେ ୨୦ ବର୍ଷୀୟ ଯୁବତୀ; ଭୟରେ ବାଲଟିରେ ସିଲ୍ କରି ମନ୍ଦିରରେ ଛାଡିଦେଲେ, ତାପରେ…

ନୂଆଦିଲ୍ଲୀ,୨ା୪: ଇନଷ୍ଟାଗ୍ରାମରୁ ସାଙ୍ଗ ହେବା ପରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ପରେ ୨୦ ବର୍ଷୀୟ ଯୁବତୀ ଜଣକ ଏକ ଛୁଆକୁ ଜନ୍ମ ଦେଇଥିଲେ ।…

ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ, ଝିଅ ଜନ୍ମ ହେବାର ବର୍ଷକ ଭିତରେ ଟଙ୍କା ପଠାଇବେ ସରକାର

ଭୁବନେଶ୍ବର,୨ା୪: ଖୁଵ୍‌ ଶୀଘ୍ର ଆସିବ କନ୍ୟା ସୁମଙ୍ଗଳ ଯୋଜନାର ଏସ୍‌ଓପି । ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଝିଅ ଜନ୍ମ ହେବାର ବର୍ଷକ…

ସରିଲା ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ: ଅଧରପଣା ପାଇ ଫେରିଗଲେ ସର୍ବଦେବାଦେବୀ

ପୁରୁଷୋତ୍ତମପୁର,୨।୪ (ସବିତା ମିଶ୍ର): ଗଞ୍ଜାମ ଜିଲାର ଅଧିଷ୍ଟାତ୍ରୀ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପୀଠରେ ଦୀର୍ଘ ଏକମାସ ଧରି ମହାଆଡମ୍ବର ସହକାରେ ପାଳିତ ହେଉଥିବା ପ୍ରସିଦ୍ଧ ଚୈତ୍ରପର୍ବ ଗୁରୁବାର…

ବିଧାୟକ ଅଖିଳ ନାଏକଙ୍କ ଠାରୁ ଆରମ୍ଭ ହେଲା ସ୍ବ ଜନଗଣନା: ପାଟଣାବାସୀଙ୍କୁ କଲେ ଏହି ଅପିଲ

ପାଟଣା,୨।୪(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ପ୍ରଶାସନ ପକ୍ଷରୁ ଗୁରୁବାର ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକଙ୍କ ଠାରୁ ସ୍ବ ଜନଗଣନା ଶୁଭାରମ୍ଭ ହୋଇଛି। ପାଟଣା ତହସିଲ…

ଯୁଦ୍ଧ ମଧ୍ୟରେ ପାକିସ୍ତାନରେ ହାହାକାର, ଭାରତ ଶୁଣିଲେ ହୋଇଯିବ ଖୁସି

ନୂଆଦିଲ୍ଲୀ,୨।୪: ଭାରତ ଦ୍ୱାରା ସିନ୍ଧୁ ଜଳ ଚୁକ୍ତିନାମା ବାତିଲ କରିବା ଏବଂ ନଦୀ ଜଳରେ ପାକିସ୍ତାନର ଅଂଶକୁ ଅବରୋଧ କରିବା ନିଷ୍ପତ୍ତି ଦକ୍ଷିଣ ଏସିଆରେ ଜଳ ସୁରକ୍ଷା…

ଚତୁର୍ଥ ଥର ପାଇଁ ସମ୍ବଲପୁର କୋର୍ଟକୁ ବୋମା ଧମକ, ନେଦରଲାଣ୍ଡ ଓ ଜର୍ମାନୀରେ ଆଇପି ଆଡ୍ରେସ ଚିହ୍ନଟ

ସମ୍ବଲପୁର,୨।୪(ପ୍ରମୋଦ ବହିଦାର): ସମ୍ବଲପୁର ସହରର ଗୁରୁତ୍ୱପୂର୍ଣ୍ଣ କୋର୍ଟ ପରିସରକୁ ବୋମା ବିସ୍ଫୋରଣ ଉଡ଼ାଇବାର ଧମକପୂର୍ଣ୍ଣ ଇ-ମେଲ ଜିଲା ପୋଲିସ ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି। ଏହା…

ନିଆଁ ସହ ଖେଳୁଛି ଭାଜପା, ପରିଣାମ ଭୟଙ୍କର ହେବ: ନିଆଁବାଣ ହେଲେ ମମତା

କୋଲକାତା,୨।୪: ପଶ୍ଚିମବଙ୍ଗର ମୁର୍ଶିଦାବାଦରେ ଏକ ରାଲିରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସାମ୍ପ୍ରତିକ ମାଲଦା ଘଟଣା ଉପରେ କେନ୍ଦ୍ର ସରକାର ଏବଂ ଭାଜପାକୁ ଟାର୍ଗେଟ୍‌ କରିଛନ୍ତି। ରାଜ୍ୟର ପରିସ୍ଥିତି…

୧୬ ନଂ ଜାତୀୟ ରାଜପଥରେ ଜଳିଗଲା ହାଇୱା, ହୁତୁହୁତୁ….

ଭଦ୍ରକ,୨ା୪(ସନାତନ ରାଉତ): ୧୬ ନଂ ଜାତୀୟ ରାଜପଥର ଭଦ୍ରକ ନଳାଙ୍ଗ ନିକଟରେ ହୁତୁହୁତୁ ହୋଇ ଜଳିଲା ହାଇଓ୍ବା । ଏକ ହାଇୱା ଗୁରୁବାର ମଧ୍ୟାହ୍ନରେ ହୁତୁହୁତୁ ହୋଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri