୪୫୦୦ ଗଛ କଟାଗଲା, କିନ୍ତୁ ଚଉଡ଼ା ହେଲାନି ରାସ୍ତା ! ଭଦ୍ରକ-ଆରଡ଼ି ସଡ଼କ ସମ୍ପ୍ରସାରଣକୁ ନେଇ ଉଠିଲା ପ୍ରଶ୍ନ

ତିହିଡ଼ି,୯।୬( କାଳନ୍ଦୀ ବେହେରା): ଭଦ୍ରକ ଜିଲାର ଆରଡ଼ି ଛକରୁ ଆରଡ଼ି ପୀଠ ପର୍ଯ୍ୟନ୍ତ ପ୍ରାୟ ୩୬ କିଲୋମିଟର ଦୀର୍ଘ ରାସ୍ତା ଓଡ଼ିଶାର ଅନ୍ୟତମ ପ୍ରମୁଖ ଶୈବପୀଠ ବାବା ଆଖଣ୍ଡଳମଣିଙ୍କ ପୀଠକୁ ସଂଯୋଗ କରୁଥିବା ଏକ ଗୁରୁତ୍ୱପୂର୍ଣ୍ଣ ସଡ଼କ। ପ୍ରତିଦିନ ହଜାର ହଜାର ଶ୍ରଦ୍ଧାଳୁ, ପର୍ଯ୍ୟଟକ ଓ ସାଧାରଣ ଲୋକ ଏହି ରାସ୍ତା ଦେଇ ଯାତାୟାତ କରୁଛନ୍ତି। ପୂର୍ବ ସରକାର ସମୟରେ ଏହି ରାସ୍ତାର ସମ୍ପ୍ରସାରଣ ପାଇଁ ପ୍ରାୟ ୪୫୦୦ ଗଛ କଟାଯାଇଥିଲା। ସେତେବେଳେ ଲୋକଙ୍କୁ କୁହାଯାଇଥିଲା ଯେ ରାସ୍ତା ଚଉଡ଼ା ହେବ, ଯାତାୟାତ ସୁବିଧା ବଢ଼ିବ ଏବଂ ଆଖଣ୍ଡଳମଣି ପୀଠକୁ ଯିବା ରାସ୍ତାର ରୂପରେଖ ବଦଳିଯିବ। ମାତ୍ର ବର୍ଷ ବର୍ଷ ବିତିଯାଇଥିଲେ ମଧ୍ୟ ବାସ୍ତବ ଚିତ୍ର ସମ୍ପୂର୍ଣ୍ଣ ଭିନ୍ନ ଦେଖିବାକୁ ମିଳୁଛି।
ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ ଯେଉଁ ଉଦ୍ଦେଶ୍ୟରେ ହଜାର ହଜାର ଗଛ କଟାଗଲା, ସେହି ଅନୁଯାୟୀ ରାସ୍ତା ଆଜି ପର୍ଯ୍ୟନ୍ତ ଚଉଡ଼ା ହୋଇନାହିଁ । ଅନେକ ସ୍ଥାନରେ ପୂର୍ବରୁ ଯେତିକି ରାସ୍ତା ଥିଲା, ବର୍ତ୍ତମାନ ମଧ୍ୟ ପ୍ରାୟ ସେତିକି ରହିଛି । କେବଳ ରାସ୍ତାର ଦୁଇ ପାର୍ଶ୍ୱରେ ଅଳ୍ପ ପକା କାମ ଚାଲିଛି। ତାହା ପୁଣି ଅନେକ ସ୍ଥାନରେ ଅଧାପନ୍ତରିଆ ଅବସ୍ଥାରେ ପଡ଼ି ରହିଛି। କେଉଁଠି କାମ ସରିଛି ତ କେଉଁଠି ଆରମ୍ଭ ମଧ୍ୟ ହୋଇନାହିଁ।
ଏଭଳି ପରିସ୍ଥିତିରେ ସାଧାରଣ ଲୋକଙ୍କ ମନରେ ଏକ ବଡ଼ ପ୍ରଶ୍ନ ଉଠୁଛି— ଯଦି ରାସ୍ତା ଚଉଡ଼ା ହେଲାନାହିଁ, ତେବେ ୪୫୦୦ ଗଛ କାଟିବାର ଆବଶ୍ୟକତା କଣ ଥିଲା? ପରିବେଶର କ୍ଷତି ସହି ଲୋକେ ବିକାଶର ଆଶା ରଖିଥିଲେ, କିନ୍ତୁ ସେହି ବିକାଶ ଆଜି ପର୍ଯ୍ୟନ୍ତ ଦେଖିବାକୁ ମିଳୁନାହିଁ।
ଅନ୍ୟପଟେ ସଂକୀର୍ଣ୍ଣ ଓ ଭଙ୍ଗାରୁଜା ରାସ୍ତା ଯୋଗୁଁ ପ୍ରତିଦିନ ଯାତ୍ରୀମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବିଶେଷକରି ପର୍ବପର୍ବାଣୀ ଓ ସୋମବାର ଭଳି ଦିନରେ ବାବା ଆଖଣ୍ଡଳମଣିଙ୍କ ଦର୍ଶନ ପାଇଁ ଆସୁଥିବା ହଜାର ହଜାର ଶ୍ରଦ୍ଧାଳୁ ଯାତାୟାତ ସମସ୍ୟା ଭୋଗୁଛନ୍ତି।
ସ୍ଥାନୀୟ ବୁଦ୍ଧିଜୀବୀ, ସାମାଜିକ କର୍ମୀ ଓ ଜନସାଧାରଣ ରାଜ୍ୟ ସରକାର ଏବଂ ପ୍ରଶାସନଙ୍କୁ ତୁରନ୍ତ ଏହି ପ୍ରକଳ୍ପର ସମୀକ୍ଷା କରି ରାସ୍ତା ସମ୍ପ୍ରସାରଣ କାମ ସମ୍ପୂର୍ଣ୍ଣ କରିବା ସହ ଲୋକଙ୍କ ସନ୍ଦେହର ଉତ୍ତର ଦେବାକୁ ଦାବି କରିଛନ୍ତି।

ଏନେଇ ଭଦ୍ରକ ବନ ବିଭାଗ ଅଧିକାରୀ ,ଲେଞ୍ଜର, କାର୍ତ୍ତିକେଶ୍ୱର ଖଣ୍ଡାଇ କହିଛନ୍ତି, “ଯେଉଁ ସ୍ଥାନରେ ଗଛ କଟାଯାଇଛି ସେହି ସ୍ଥାନରେ ହିଁ ଗଛ ଲଗାଯିବ ବୋଲି କୌଣସି ନିୟମ ନାହିଁ। ଅନ୍ୟ ସ୍ଥାନରେ ବୃକ୍ଷରୋପଣ କରାଯାଇଛି। ରାସ୍ତା କାମ ସମ୍ପୂର୍ଣ୍ଣ ହେବା ପରେ ଆବଶ୍ୟକ ସ୍ଥାନରେ ଗଛ ଲଗାଯିବ।” ସେହିପରି ଆରଡି ବିଭାଗର ଯନ୍ତ୍ରୀ ନବଘନ ମାରାଣ୍ଡି କହିଛନ୍ତି, “ପୂର୍ବରୁ କଣ ହୋଇଥିଲା ସେ ସମ୍ପର୍କରେ ମୁଁ କିଛି ଜାଣିନାହିଁ। ତାହା ମୋ ସମୟର କଥା ନୁହେଁ। ବର୍ତ୍ତମାନ ଯେଉଁ କାମ ଚାଲିଛି ତାହା ଖୁବଶୀଘ୍ର ସମାପ୍ତ କରିବା ପାଇଁ ପ୍ରୟାସ ଚାଲିଛି।”

ଅସୁରାଳି ଜିଲା ପରିଷଦ ସଭ୍ୟ ଶାରଦା ପ୍ରସନ୍ନ ସାହୁ ଏହି ପ୍ରସଙ୍ଗରେ କହିଛନ୍ତି, “ଯେଉଁ ପରିମାଣରେ ଗଛ କଟାଗଲା ସେହି ପରିମାଣରେ ରାସ୍ତା ଚଉଡା କାମ ହୋଇନାହିଁ। ଏଥିପାଇଁ ଜିଲାପାଳ ଦାୟୀ ରହିବେ। ଆମେ ଜିଲା ପରିଷଦ ବୈଠକରେ ବହୁଥର ଏହି ପ୍ରସଙ୍ଗ ଉଠାଇଛୁ, କିନ୍ତୁ ଆଜି ପର୍ଯ୍ୟନ୍ତ କୌଣସି ସନ୍ତୋଷଜନକ ଫଳ ମିଳିନାହିଁ।

ଧୁଷୁରୀ ଜୋନ ଜିଲା ପରିଷଦ ସଭ୍ୟ ପ୍ରଦୀପ ମଲ୍ଲିକ କହିଛନ୍ତି, “ଧାମନଗର ଅଞ୍ଚଳରୁ ରାଜ୍ୟର ଜଣେ ମନ୍ତ୍ରୀ ରହିଛନ୍ତି। ସେ ଏହି ପ୍ରସଙ୍ଗ ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେବା ଆବଶ୍ୟକ। ଆଖଣ୍ଡଳମଣି ପୀଠକୁ ଯାଉଥିବା ଏହି ଗୁରୁତ୍ୱପୂର୍ଣ୍ଣ ରାସ୍ତାର କାମ ଶୀଘ୍ର ସରିବା ଦରକାର।” ଭଦ୍ରକ ଜିଲା ବିଜେପି ଉପସଭାପତି ଚତୁର୍ଭୁଜ ନାୟକ କହିଛନ୍ତି, “ପୂର୍ବ ସରକାର ସମୟରେ ରାସ୍ତା ସମ୍ପ୍ରସାରଣ ପାଇଁ ଯେଉଁ ଗଛ କଟାଯାଇଥିଲା, ସେହି ଗଛର କ୍ଷତିପୂରଣ ସ୍ୱରୂପ ପୁନର୍ବାର ବୃକ୍ଷରୋପଣ କରିବା ପାଇଁ ଆମେ ଜିଲ୍ଲାପାଳ ଓ ବନ ବିଭାଗ ଅଧିକାରୀଙ୍କୁ ଅବଗତ କରିଛୁ। ରାସ୍ତା କାମ ସମ୍ପୂର୍ଣ୍ଣ ହେବା ପରେ ବ୍ୟାପକ ବୃକ୍ଷରୋପଣ କରାଯିବ। ପରିବେଶର ସନ୍ତୁଳନ ରକ୍ଷା ସହ ରାସ୍ତାର ସୌନ୍ଦର୍ଯ୍ୟ ବୃଦ୍ଧି ଦିଗରେ ମଧ୍ୟ ଧ୍ୟାନ ଦିଆଯିବ।”

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଅଦେଖା ଚାପ

ଦିଲ୍ଲୀର ପୂର୍ବତନ ମୁଖ୍ୟ ଶାସନ ସଚିବ ରାକେଶ ମେହେଟ୍ଟାଙ୍କ ମୃତ୍ୟୁ ଅତ୍ୟନ୍ତ ଦୁଃଖଦାୟକ। କିନ୍ତୁ ଜଣେ ପ୍ରତିଷ୍ଠିତ ପୂର୍ବତନ ସରକାରୀ ଅଧିକାରୀ ଏଭଳି ଏକ ଚରମ ପଦକ୍ଷେପ…

ଆଜି ବ୍ରିକ୍ସ ସମ୍ମିଳନୀ: ଦିଲ୍ଲୀରେ ପହଞ୍ଚିଲେ ବିଶ୍ୱ ନେତା

ନୂଆଦିଲ୍ଲୀ,୧୨ା୯ (ପି.ଟି.):ନୂଆଦିଲ୍ଲୀର ପ୍ରଗତି ମଇଦାନସ୍ଥିତ ଭାରତ ମଣ୍ଡପମ୍‌ଠାରେ ଶନିବାରଠାରୁ ୨ ଦିନ ଧରି ୧୮ତମ ବ୍ରିକ୍ସ ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି। ଏଥିପାଇଁ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର…

BRICSରେ ସାମିଲ ହେବାକୁ ବାଡେଇଛାଟି ହେଉଛି ପାକିସ୍ତାନ: ବାଟ ଓଗାଳିଛି ଭାରତ!

ନୂଆଦିଲ୍ଲୀ,୧୨।୯: BRICSରେ ସାମିଲ ହେବା ପାଇଁ ଦୀର୍ଘଦିନ ଧରି ପାକିସ୍ତାନ ଉଦ୍ୟମ କରିଆସୁଛି। ୨୦୨୩ରେ ଇସଲାମାବାଦ ଏହି ଗୋଷ୍ଠୀର ସଦସ୍ୟତା ପାଇଁ ଔପଚାରିକ ଭାବେ ଆବେଦନ କରିଥିଲା।…

ରୋଗ ଯନ୍ତ୍ରଣାଠୁ ବଳିଯାଉଛି ଧାଡ଼ି ଯନ୍ତ୍ରଣା: ଡାକ୍ତରଖାନାରେ ବିକଳ ଚିତ୍ର

ପଦ୍ମପୁର,୧୨ା୯(ପ୍ରଦୀପ୍ତ ଦାଶ):କିଏ କାଖେଇ ଧରିଛି, କିଏ ଆଣ୍ଠେଇ ପଡ଼ିଛି, ଆଉ କିଏ ଯନ୍ତ୍ରଣାରେ ଭୂଇଁରେ ଲୋଟୁଛି। ବୃଦ୍ଧାବୃଦ୍ଧମାନେ ବାଡ଼ି ସାହାଯ୍ୟରେ ଘଣ୍ଟା ଘଣ୍ଟା ଧରି ଡାକ୍ତରଙ୍କୁ ଅପେକ୍ଷା…

ମହିଳାଙ୍କୁ ସ୍ବାବଲମ୍ବୀ ହେବାର ବାଟ ଦେଖାଇଛି ଖଲିଦନା: ଜଣେ ମହିଳା ମାସକୁ ରୋଜଗାର କରୁଛନ୍ତି…

ନୂଆପଡ଼ା,୧୨ା୯ (ମକାରୁ ବେମାଲ):ବହୁଳ ପ୍ଲାଷ୍ଟିକ ବ୍ୟବହାର ଯୋଗୁ ପରିବେଶ ପ୍ରଦୂଷଣ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ରୋକିବା ପାଇଁ ନୂଆପଡ଼ା ଜିଲା ପ୍ରଶାସନ ପକ୍ଷରୁ ଏକକ ବ୍ୟବହାର…

ସେପ୍ଟେମ୍ବର ୧୭ ପରେ ଏହି ୨ ରାଶିର ଭାଗ୍ୟ ଚମକାଇବେ ସୂର୍ଯ୍ୟ: ଚାକିରିରେ ପଦୋନ୍ନତି ସହ ହେବେ ମାଲାମାଲ

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ରରେ ସୂର୍ଯ୍ୟଙ୍କୁ ଆତ୍ମବିଶ୍ୱାସ, ନେତୃତ୍ୱ, ପଦ-ପ୍ରତିଷ୍ଠା ଓ କ୍ୟାରିୟରର ପ୍ରମୁଖ କାରକ ବୋଲି ମନେ କରାଯାଏ। ସୂର୍ଯ୍ୟଙ୍କ ରାଶି ପରିବର୍ତ୍ତନର ପ୍ରଭାବ ଅନେକ ରାଶିର…

୨ ଦିନ ହେଲାଣି ଘରୁ ବାହାରି ଯାଇ ଜଙ୍ଗଲରେ ରହୁଥିଲେ ପ୍ରେମୀଯୁଗଳ, ତା’ପରେ କଲେ ଏମିତି କାମ…

ନୂଆପଡ଼ା,୧୨/୯(ମକାରୁ ବେମାଲ):ନୂଆପଡ଼ା ଜିଲା ସିନାପାଲି ଥାନା ଅଞ୍ଚଳରେ କୌଣସି କାରଣରୁ ପ୍ରେମୀଯୁଗଳ ବିଷପାନ କରିବା ପରେ ନାବାଳିକା ପ୍ରେମିକା ଡୋଲେଶ୍ୱରୀ ସା (୧୭)ଙ୍କ ମୃତ୍ୟୁ ଘଟିଛି। ପ୍ରେମିକ…

ବୈଭବଙ୍କୁ ନେଇ ବଡ଼ ଭବିଷ୍ୟବାଣୀ କଲେ ଇଶାନ କିଶନ: କହିଲେ-ଆଗକୁ ସମ୍ଭାଳିବେ…ନିଆଁ ପରି ବ୍ୟାପିଗଲା ଏହି କଥା

ନୂଆଦିଲ୍ଲୀ,୧୨।୯: : ଖୁବ କମ୍‌ ବୟସରେ କ୍ରିକେଟ ଜଗତରେ ନିଜର ଅଲଗା ପରିଚୟ ସୃଷ୍ଟି କରିଥିବା ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଏବେ ତାଙ୍କ ବ୍ୟାଟିଂ ସହ କ୍ୟାପ୍ଟେନ୍ସି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?