Posted inଜାତୀୟ

ନିର୍ବାଚନ କମିଶନର ନିରପେକ୍ଷତା ଉପରେ ଉଠିଲା ପ୍ରଶ୍ନ

ନୂଆଦିଲ୍ଲୀ,୧୮।୧୨: ଯଦି ନିର୍ବାଚନ କମିଶନ(ଇସି) ଭଳି ଏକ ନିରପେକ୍ଷ ତଥା ସ୍ବତନ୍ତ୍ର ସାମ୍ବିଧାନିକ ସଂସ୍ଥା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମ୍‌ଓ)ରେ ବୈଠକ କରେ, ତେବେ ନିର୍ବାଚନ କିପରି ନିରପେକ୍ଷ ହୋଇପାରିବ? ରାଜ୍ୟ ସଭାରେ ଏଭଳି ପ୍ରଶ୍ନ ଉଠାଇଛନ୍ତି ବିରୋଧୀ ନେତା ମଲ୍ଲିକାର୍ଜୁନ ଖାର୍ଗେ।

ମୁଖ୍ୟ ନିର୍ବାଚନ କମିଶନର(ସିଇସି) ସୁଶୀଲ ଚନ୍ଦ୍ରା ଏବଂ ଦୁଇ ନିର୍ବାଚନ କମିଶନର ରାଜୀବ କୁମାର ଏବଂ ଅନୁପ ଚନ୍ଦ୍ର ପାଣ୍ଡେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମ୍‌ଓ)ରେ ବୈଠକ କରିଥିଲେ। ପିଏମ୍‌ଓର ଡାକରା ପାଇ ନିର୍ବାଚନ କମିଶନ(ଇସି) ଗତ ନଭେମ୍ବର ୧୬ରେ ଅନୌପଚାରିକ ଭାବେ ଭର୍ଚୁଆଲ ବାର୍ତ୍ତାଳାପ କରିଥିବା ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇବା ପରେ ଏହାକୁ ନେଇ ବିବାଦ ସୃଷ୍ଟି ହୋଇଛି। ପୂର୍ବତନ ମୁଖ୍ୟ ନିର୍ବାଚନ କମିଶନରମାନେ ଏହାକୁ ଅସାମ୍ବିଧାନିକ ବୋଲି କହିଛନ୍ତି। ବିରୋଧୀ କଂଗ୍ରେସ ଏ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛି।

ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁଯାୟୀ, ନଭେମ୍ବର ୧୬ରେ ଅନୁଷ୍ଠିତ ଏହି ବୈଠକ ପୂର୍ବରୁ ନିର୍ବାଚନ କମିଶନକୁ ଆଇନ ମନ୍ତ୍ରଣାଳୟ ପକ୍ଷରୁ ଏକ ଚିଠି ଯାଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରମୁଖ ସଚିବ ପି. କେ. ମିଶ୍ର ‘ସାଧାରଣ ଭୋଟର ତାଲିକା’ ସହିତ ନିର୍ବାଚନୀ ସଂସ୍କାର ଉପରେ ଏକ ବୈଠକ କରିବେ ଏବଂ ଏଥିରେ ମୁଖ୍ୟ ନିର୍ବାଚନ କମିଶନର ଓ ଦୁଇ ନିର୍ବାଚନ କମିଶନର ଉପସ୍ଥିତ ରହିବାକୁ ଉକ୍ତ ଚିଠିରେ ଲେଖାଥିଲା। ପିଏମ୍‌ଓ ପକ୍ଷରୁ ଏପରି ଚିଠି ଇସିକୁ ସମନ କରାଯାଇଥିବା ଢଙ୍ଗରେ ଲେଖାଯାଇଥିବା ଏବଂ ଏହା ଦ୍ୱାରା ସମ୍ବିଧାନର ମାନଦଣ୍ଡ ଉଲ୍ଲଂଘନ ହୋଇଥିବା ଅଭିଯୋଗ ଆସିଛି। ମୁଖ୍ୟ ନିର୍ବାଚନ କମିଶନର ପ୍ରଥମେ ଏହି ବୈଠକରେ ଯୋଗଦେବେ ନାହିଁ ବୋଲି କହିଥିଲେ ମଧ୍ୟ ପରେ ଅନୌପଚାରିକ ଭାବେ ସିଇସିଙ୍କ ସମେତ ଅନ୍ୟ ଦୁଇ ଜଣ ଇସି ସଚିବ ମିଶ୍ରଙ୍କ ସହ ବାର୍ତ୍ତାଳାପ କରିଥିଲେ।

ସହ ମୁଖ୍ୟ ନିର୍ବାଚନ କମିଶନରଙ୍କ ଏଭଳି ବୈଠକକୁ ୩ ଜଣ ପୂର୍ବତନ ସିଇସି ସମାଲୋଚନା କରିଛନ୍ତି। ପୂର୍ବତନ ସିଇସି ଏସ୍‌. ଓ୍ବାଇ କ୍ୟୁରେଶୀ କହିଛନ୍ତି, ଏହା ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ। ପିଏମ୍‌ଓ ଏପରି ବୈଠକ କରି ନିର୍ବାଚନ କମିଶନରଙ୍କୁ ଡାକି ପାରିବେ ନାହିଁ। ନ୍ୟାୟିକ ବ୍ୟବସ୍ଥାରେ ସଂସ୍କାର ପାଇଁ କ’ଣ ସରକାର ପ୍ରଧାନ ବିଚାରପତି ଏବଂ ସୁପ୍ରିମକୋର୍ଟର ଅନ୍ୟ ବିଚାରପତିଙ୍କୁ ଡାକି ଆଲୋଚନା କରିପାରିବେ ବୋଲି ସେ ପ୍ରଶ୍ନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟରେ ବଢୁଛି ତାପମାତ୍ରା: ଆସନ୍ତା ୨ଦିନ ପର୍ଯ୍ୟନ୍ତ…

ଭୁବନେଶ୍ୱର,୧୬ା୨(ବନ୍ଦନା ସେଠୀ):ରାଜ୍ୟରେ ତାପମାତ୍ରା କ୍ରମଶଃ ବୃଦ୍ଧି ପାଉଛି। ରାତିରେ ଶୀତ, ଭୋର୍‌ ସମୟରେ କୁହୁଡି ଓ ଦିନରେ ଖରାତାତି ଅନୁଭୂତ ହେଉଛି। ଉତ୍ତର ଉପକୂଳ ଓଡ଼ିଶାର କିଛି…

ପାକିସ୍ତାନର ଗର୍ବ ଭାଙ୍ଗିଲେ ଏହି ୫ ଖେଳାଳି: ସାଜିଲେ ବିଜୟର ହିରୋ

କଲମ୍ବୋ,୧୬।୨: ୨୦୨୬ ଟି-୨୦ ବିଶ୍ୱକପରେ ପାକିସ୍ତାନ ବିପକ୍ଷରେ ଆଉ ଏକ ସ୍ମରଣୀୟ ବିଜୟ ସହିତ ଭାରତ ସୁପର ୮ରେ ପ୍ରାୟ ନିଜର ସ୍ଥାନ ସୁରକ୍ଷିତ କରିଛି। ଏହି…

ତରଳୁଛି ହିମବାହ, ବିଶ୍ୱକୁ ବିପଦ

ଲଣ୍ଡନ୍‌/ ନୂଆଦିଲ୍ଲୀ,୧୬ା୨(ଏଜେନ୍ସି): ସାରା ବିଶ୍ୱରେ ପ୍ରାୟ ୩,୧୦୦ ହିମବାହ ଦ୍ରୁତଗତିରେ ତରଳୁଛି, ଯାହାକି ଅତ୍ୟନ୍ତ ବିରଳ ଘଟଣା। ବିଶ୍ୱରେ ଥିବା ମୋଟ ହିମବାହର ଏହା ମାତ୍ର ୧%…

‘ଭାରତ ରୁଷରୁ ତେଲ କିଣିବ ନାହିଁ’, ଆମେରିକା ଦାବିର କଡ଼ା ଜବାବ ଦେଲେ ଏସ ଜୟଶଙ୍କର

କଲମ୍ବୋ,୧୫।୨: ରୁଷିଆରୁ ତେଲ ଆମଦାନୀକୁ ନେଇ ଆମେରିକା ଏବଂ ଭାରତ ମଧ୍ୟରେ ପୁଣି ଥରେ କୂଟନୈତିକ ବାକ୍‌ଯୁଦ୍ଧ ଦେଖିବାକୁ ମିଳିଛି। ଜର୍ମାନୀରେ ଅନୁଷ୍ଠିତ ମ୍ୟୁନିକ୍ ସୁରକ୍ଷା ସମ୍ମିଳନୀରେ…

ଟି-୨୦ ବିଶ୍ୱକପ୍: କଲମ୍ବୋରେ ପାକିସ୍ତାନକୁ ଧ୍ୱଂସ କରିଦେଲା ସୂର୍ଯ୍ୟକୁମାରଙ୍କ ସେନା, ଗର୍ଜିଲେ ଇଶାନ କିଷାନ

କଲମ୍ବୋ,୧୫।୨: ଶ୍ରୀଲଙ୍କାର ଆର୍. ପ୍ରେମଦାସା ଷ୍ଟାଡିୟମରେ ଅନୁଷ୍ଠିତ ହାଇଭୋଲ୍ଟେଜ୍ ଟି-୨୦ ବିଶ୍ୱକପ୍ ମୁକାବିଲାରେ ଭାରତୀୟ ଦଳ ପାକିସ୍ତାନକୁ ୬୧ ରନ୍‌ରେ ପରାସ୍ତ କରିଛି। ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ…

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଧୋନିଙ୍କ ପାଇଁ ପାକିସ୍ତାନ ଦଳରେ ସୁଯୋଗ ପାଇଛନ୍ତି ଉସମାନ ତାରିକ! ହୋଇଗଲା ଖୁଲାସା

କଲମ୍ବୋ,୧୫।୨: ଚଳିତ ଟି-୨୦ ବିଶ୍ୱକପ୍‌ରେ ପାକିସ୍ତାନର ରହସ୍ୟମୟ ସ୍ପିନର ଉସ୍ମାନ ତାରିକ୍ ନିଜର ଅଜବ ବୋଲିଂ ଆକ୍ସନ ପାଇଁ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଛନ୍ତି। ତେବେ ତାଙ୍କ କ୍ରିକେଟ୍…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri