ନର୍ଡ ଷ୍ଟ୍ରିମ-୨ ପ୍ରକଳ୍ପ ଉପରେ ପ୍ରଶ୍ନଚିହ୍ନ…

ଓ୍ବାଶିଂଟନ/ମସ୍କୋ, ୧୫।୨ : ଯଦି ରୁଷିଆ ୟୁକ୍ରେନ ଉପରେ ଆକ୍ରମଣ କରେ ତେବେ ନର୍ଡ ଷ୍ଟ୍ରିମ-୨ ନିର୍ମାଣ କ୍ଷେତ୍ରରେ ସଙ୍କଟ ଉପୁଜିବାର ଆଶଙ୍କା ରହିଛି। ଏହାକୁ କରିବାକୁ ଅନୁମତି ଦିଆଯିବ ନାହିଁ ବୋଲି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ପୂର୍ବରୁ କହି ସାରିଛନ୍ତି। ଯୁଦ୍ଧ ହେଲେ ରୁଷିଆର ଉଚ୍ଚାଭିଳାଷୀ ଗ୍ୟାସ ପାଇପଲାଇନ ପ୍ରକଳ୍ପ ନର୍ଡ ଷ୍ଟ୍ରିମ-୨ ନିର୍ମାଣରେ ବାଧା ସୃଷ୍ଟି ହେବା ଉପରେ ପ୍ରଶ୍ନ ଚିହ୍ନ ଲାଗିବ।

ବାଇଡେନ୍‌ ଗ୍ୟାସ ପାଇପଲାଇନ ପ୍ରକଳ୍ପ ନର୍ଡ ଷ୍ଟ୍ରିମ-୨ କୁ କିପରି ବନ୍ଦ କରାଯିବ ସେ ସେ ସ୍ପଷ୍ଟ କରି ନ ଥିଲେ ମଧ୍ୟ ଏନେଇ ଅନ୍ତର୍ଜାତୀୟସ୍ତରରେ ଚର୍ଚ୍ଚା ଜାରି ରହିଛି। ୟୁକ୍ରେନ ସୀମା ନିକଟରେ ରୁଷୀୟ ସୈନ୍ୟମାନଙ୍କର ଏକତ୍ର ହେବା ପରଠାରୁ, ଆମେରିକା ସତର୍କ ହେବା ସହିତ ଏବଂ ରୁଷିଆର ପ୍ରତ୍ୟେକ ଗତିବିଧି ଉପରେ ନଜର ରଖୁଛି। ଏଭଳି କହି ବାଇଡେନ୍‌ ୟୁକ୍ରେନ ପ୍ରସଙ୍ଗରେ ରୁଷିଆକୁ ନୂଆ ଚେତାବନୀ ଦେଇ ସାରିଛନ୍ତି।

ଜର୍ମାନ ଚାନ୍ସଲର ଓଲାଫ ସ୍କୋଲଜଙ୍କ ସହ ମିଳିତ ଗଣମାଧ୍ୟମ ସମ୍ମିଳନୀରେ ବାଇଡେନ୍‌ ଏହା କହଥିଲେ। ଯେତେବେଳେ ବାଇଡେନଙ୍କୁ ପଚରାଗଲା ଯେ ସେ ନର୍ଡ ଷ୍ଟ୍ରିମ-୨ ନିର୍ମାଣକୁ କିପରି ବନ୍ଦ କରିବେ, ସେ କେବଳ ଉତ୍ତର ଦେଇଥିଲେ ଯେ ମୁଁ ଆପଣଙ୍କୁ ପ୍ରତିଶ୍ରୁତି ଦେଉଛି ଯେ ଆମେ ଏହା କରିପାରିବୁ। ୟୁକ୍ରେନରେ ରୁଷିଆର ସମ୍ଭାବ୍ୟ ସାମରିକ ଆକ୍ରମଣ ବିରୋଧରେ ଆମେରିକା ଏବଂ ଜର୍ମାନୀ ଏକ ମିଳିତ ସାମ୍ମୁଖ୍ୟ ଗଠନ କରିବାକୁ ଯୋଜନା କରିଛନ୍ତି।

ନର୍ଡ ଷ୍ଟ୍ରିମ-୨ ରୁଷିଆର ଏକ ଉଚ୍ଚାଭିଳାଷୀ ଅଣ୍ଡର ୱାଟର ଗ୍ୟାସ ପାଇପଲାଇନ ପ୍ରକଳ୍ପ। ଏହା ପଶ୍ଚିମ ରୁଷିଆ ଦେଇ ଉତ୍ତର-ପୂର୍ବ ଜର୍ମାନୀ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବ। ଏହି ଗ୍ୟାସ ପାଇପଲାଇନର ଲମ୍ବ ପ୍ରାୟ ୧,୨୭୫ କିଲୋମିଟର। ଏହି ପ୍ରକଳ୍ପଟି ରୁଷିଆର ଏକ ରାଷ୍ଟ୍ରାୟତ୍ତ କମ୍ପାନୀ ଗଜପ୍ରୋମର ମାଲିକାନାରେ ରହିଛି। ପ୍ରକଳ୍ପଟି ପ୍ରାୟ ସମ୍ପୂର୍ଣ୍ଣ ହୋଇଥିବାବେଳେ ଏପର୍ଯ୍ୟନ୍ତ ଏହା ୟୁରୋପୀୟ ଏଜେନ୍ସି ଦ୍ୱାରା ଅନୁମୋଦନ ହୋଇନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

LIVE ମ୍ୟାଚ୍‌ରେ ଭୋ ଭୋ ହୋଇ କାନ୍ଦି ପକାଇଲେ ଜାଡେଜା, CSK ଲୋଗୋକୁ କଲେ ଚୁମ୍ବନ; ପ୍ରଶଂସକଙ୍କୁ ଭାବବିହ୍ବଳ କରୁଛି VIDEO 

ଅହମ୍ମଦାବାଦ,୩୧।୩: ଚେନ୍ନାଇ ସୁପର କିଙ୍ଗସ (CSK)  ସହ ରବୀନ୍ଦ୍ର ଜାଡେଜା ଦୀର୍ଘ ବର୍ଷ ଧରି ଜଡ଼ିତ ହୋଇ ରହିଥିଲେ। କିନ୍ତୁ ଆଇପିଏଲ ୨୦୨୬ରେ ଏହି ସମୀକରଣ ବଦଳି…

ବୈଭବ ସୂର୍ଯ୍ୟବଂଶୀ କାହିଁକି ତାଙ୍କ ଜନ୍ମଦିନର କେକ କାଟିଲେ ନାହିଁ? CSK ହାରିବା ପରେ କହିଲେ ପ୍ରକୃତ କାରଣ

ନୂଆଦିଲ୍ଲୀ,୩୧।୩: ୨୦୨୬ ଆଇପିଏଲ ସିଜିନରେ, ରାଜସ୍ଥାନ ରୟାଲ୍ସ CSK ବିପକ୍ଷରେ ସେମାନଙ୍କର ପ୍ରଥମ ମ୍ୟାଚ ୮ ୱିକେଟରେ ଜିତିଥିଲା। ଏହି ଖେଳରେ, RR ର ଯୁବ ସେନସେସନ,…

ବାଇକରେ ଘରକୁ ଫେରିବା ବେଳେ ଧକ୍କା ଦେଲା ପଥର ବୋଝେଇ ଟ୍ରାକ୍ଟର, ଅକାଳରେ ୨ଯୁବକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ଘୋଡ଼ାହାଡ଼ ଡ଼୍ୟାମ ମୁଖ୍ୟରାସ୍ତାର ଭୁଶୁଣ୍ଡା ଗ୍ରାମ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ମଙ୍ଗଳବାର ମଧ୍ୟାହ୍ନ ପ୍ରାୟ…

ଭାଜପାରେ ଯୋଗଦେଲେ ଲିଆଣ୍ଡର ପେସ: ଟିଏମସିକୁ ବଡ଼ ଝଟ୍‌କା

କୋଲକାତା,୩୧।୩:ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନକୁ ନେଇ ରାଜନୀତି ସରଗରମ ରହିଛି। ଏହି ସମୟରେ ଟିଏମସିକୁ ଏକ ଝଟ୍‌କା ଲାଗିଛି। ପୂର୍ବତନ ଟେନିସ ତାରକା ତଥା ଟିଏମ୍‌ସି ନେତା ଲିଆଣ୍ଡର…

ପାଇଖାନା ସେଣ୍ଟ୍ରିଂ ଖୋଲିବା ହେଲା କାଳ, ଶ୍ୱାସରୁଦ୍ଧ ହୋଇ ଚାଲିଗଲା ୨ ଜୀବନ

କୁଚିଣ୍ଡା,୩୧।୩(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା ବାମରା ଵ୍ଲକ ମହୁଲପାଲି ଥାନା ଅନ୍ତର୍ଗତ କେଶାଇବାହାଲରେ ଅଭାବନୀୟ ଘଟଣା । ପାଇଖାନା ଟାଙ୍କି ସେଣ୍ଟ୍ରିଙ୍ଗ ଖୋଲିବା ସମୟରେ ଶ୍ୱାସରୁଦ୍ଧ ହୋଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri