ବିଧାନସଭାରେ ପ୍ରଶ୍ନ, ଚାନ୍ଦବାଲିରେ ପ୍ରତିକ୍ରିୟା

ଚାନ୍ଦବାଲି,୨।୯(କିଷାନ ପାତ୍ର): ଜିଲା ଧର୍ମଶାଳାର ପୂର୍ବତନ ରାଜନେତା ସ୍ବର୍ଗତ କଳ୍ପତରୁ ଦାସଙ୍କ ପ୍ରତିମୂର୍ତ୍ତି ପ୍ରସଙ୍ଗରେ ବିଧାନସଭାରେ ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟଙ୍କ ପ୍ରଶ୍ନକୁ ନେଇ ଭାଜପା ଯୁବମୋର୍ଚ୍ଚା ପକ୍ଷରୁ ପ୍ରତିକ୍ରିୟା ପ୍ରକାଶ ପାଇଛି। ରବିବାର ଚାନ୍ଦବାଲି ଭାଜପା କାର୍ଯ୍ୟାଳୟରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଯୁବମୋର୍ଚ୍ଚା ସମାଲୋଚନା କରିଥିବା ବେଳେ ସଦସ୍ୟ ତଥା ୭ନଂ. ୱାର୍ଡର କାଉନସିଲର ଚନ୍ଦନ ରାଉତ କହିଛନ୍ତି, ଚାନ୍ଦବାଲି ବିଧାୟକ ଦୀର୍ଘ ୧୦ବର୍ଷ ଭିତରେ ବ୍ଲକର ପାଙ୍ଗୁଡ଼ା ଗ୍ରାମରେ ଥିବା ଜିଲାର ଏକମାତ୍ର କାର୍ଗିଲ ଶହୀଦ ନିରଞ୍ଜନ ବେହେରାଙ୍କ ପ୍ରତିମୂର୍ତ୍ତି ତିଆରି କରିପାରି ନାହାନ୍ତି। ବିଧାୟକ ଚାନ୍ଦବାଲିରେ ଥିବା ମହାପୁରୁଷମାନଙ୍କ ପ୍ରତିମୂର୍ତ୍ତିକୁ କେବେ ଦେଖିବାକୁ ଯାଇନାହାନ୍ତି। ବିଧାନସଭା ଗୃହରେ ଚାନ୍ଦବାଲିର ବିକାଶ ପ୍ରସଙ୍ଗକୁ ପଛରେ ପକାଇ ଧର୍ମଶାଳା ବ୍ଲକ୍‌ ପାଇଁ ଏତେ ଉଦାର କାହିଁକି ଦେଖାଉଛନ୍ତି। ଚାନ୍ଦବାଲି ପ୍ରସଙ୍ଗକୁ ଛାଡ଼ି ଧର୍ମଶାଳାର ଜଣେ ରାଜନେତାଙ୍କ ପ୍ରତିମୂତ୍ତିର୍ର୍ ଲାଗି ଗୃହରେ ମତ ଉପସ୍ଥାପନ କରିବା ଚାନ୍ଦବାଲି ପାଇଁ ଏକ ଲଜ୍ଜାଜନକ କଥା ବୋଲି ଯୁବମୋର୍ଚ୍ଚା ପକ୍ଷରୁ କୁହାଯାଇଛି। ଅଭିଯୋଗ ସମ୍ପର୍କରେ ବିଧାୟକ ରାୟ କହିଛନ୍ତି, ଜଣେ ବିଧାୟକ ହିସାବରେ ସେ ତାଙ୍କର କର୍ତ୍ତବ୍ୟ କରିଛନ୍ତି। ଦଳର ପୂର୍ବତନ ବରିଷ୍ଠ ନେତାଙ୍କ ପ୍ରତିମୂର୍ତ୍ତିକୁ ଅସମ୍ମାନ କରିବା ସମ୍ବନ୍ଧରେ ବିଧାନସଭାରେ ପ୍ରଶ୍ନ ଉଠାଇବା ତାଙ୍କର ଦାୟିତ୍ୱ ଓ କର୍ତ୍ତବ୍ୟ। ସ୍ବର୍ଗତ ଦାସ ପୂର୍ବତନ ମନ୍ତ୍ରୀ ଓ ରାଜ୍ୟ ସଭା ସଦସ୍ୟ ରହିଥିବା ସମୟରେ ଚାନ୍ଦବାଲି ପ୍ରତି ତାଙ୍କର ବହୁତ ଅବଦାନ ଥିଲା।
ଗତ ୩୦ ତାରିଖରେ ଚାନ୍ଦବାଲି ଦିଗଛିଆ ଛକ ନିକଟରେ ସ୍କୁଲ ଭ୍ୟାନ୍‌ ଓଲଟି ପଡ଼ିବା ପ୍ରସଙ୍ଗରେ ବିଦ୍ୟାଳୟର ସମ୍ପାଦକଙ୍କୁ ଦାୟୀ କରିଛି ଭାଜପା। ଯୁବନେତା ରମାକାନ୍ତ ଭୋଳଙ୍କ ଅଭିଯୋଗ ଅନୁଯାୟୀ, ସମ୍ପାଦକ ଆବାସ ଯୋଜନାରେ ଉକ୍ତ ବିଦ୍ୟାଳୟ ନିର୍ମାଣ କରାଇଥିବା ବେଳେ ସମ୍ପୂର୍ଣ୍ଣ ଜଳ ଜମିରେ ହୋଇଛି। ଜଳ ଜମିରେ ସ୍କୁଲ ଗୃହ ନିର୍ମାଣ ପାଇଁ ଅନୁମତି କିଏ ଦେଲେ ବୋଲି ସେ ପ୍ରଶ୍ନ କରିବା ସହ ଉକ୍ତ ବିଦ୍ୟାଳୟକୁ ଏନ୍‌ଓସି ମିଳିଛି କି ନାହିଁ ସେନେଇ ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି। ସମିତିସଭ୍ୟ ଅଭୟ ଭୋଳ, ରମାକାନ୍ତ ଭୋଳ, ବିଜୟ ପାଢ଼ୀ, ଏନ୍‌ଏସି ଯୁବ ସଭାପତି ସୁଶାନ୍ତ ମହାନ୍ତି, ସାର୍ଥକ ନାୟକ, ମଳୟ ନାୟକ, ଗଣେଶ ଦାସ, କମଳା ସୂତାରଙ୍କ ସହ ଭାଜପା ଯୁବନେତା ଖବରଦାତା ସମ୍ମିଳନୀରେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୋଖରୀରେ ବୁଡ଼ି ଚାଲିଗଲା ୨ ନାବାଳିକାଙ୍କ ଜୀବନ

ଉଦଳା,୭।୩: ମୟୂରଭଞ୍ଜ ଜିଲା କପ୍ତିପଦା ଥାନା ନଥିପୁର ଗାଁରେ ଶନିବାର ଏକ ଅଘଟଣ ଘଟିଛି। ପୋଖରୀରେ ବୁଡ଼ି ୨ ନାବାଳିକାଙ୍କ ମୃତ୍ୟୁ ଘଟିଛି। ଦୁଇ ନାବାଳିକାଙ୍କୁ ହରାଇ…

ପଟ୍ଟାଙ୍ଗିରେ ପହଞ୍ଚିଲା ଲୋକ ଅଧିକାର ଯାତ୍ରା : ବଞ୍ଚିବା ପାଇଁ ଲଢେଇ କର

ପଟ୍ଟାଙ୍ଗି,୭।୩(ଶରତ କୁମାର ଧଳ): ରାଜ୍ୟରେ ଭରି ରହିଥିବା ବକ୍ସାଇଟ ଖଣି, ପାହାଡ଼ ତଥା ପ୍ରାକୃତିକ ସମ୍ପଦର ସୁରକ୍ଷା ପାଇଁ ବାହାରିଥିବା ଲୋକ ଅଧିକାର ଯାତ୍ରା ଶନିବାର କୋରାପୁଟ…

ବିପଦକୁ ଡାକୁଛି ମୁକୁଳା ଟ୍ରାନ୍ସଫର୍ମର: ବାଡ଼ବନ୍ଦୀ କରିବାକୁ ଦାବି

ବୁଗୁଡ଼ା,୭ା୩ (କାଳିଚରଣ ଦାଶ): ଖୋଲାମେଲାରେ ରହିଛି ବିଦ୍ୟୁତ୍‌ ଟ୍ରାନ୍ସଫର୍ମର, ଯାହ ବିପଦକୁ ହାତ ଠାରି ଡାକୁଛି । ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି ବୁଗୁଡ଼ା ବ୍ଲକ…

ଶ୍ରୀରାମକୃଷ୍ଣ ବିଦ୍ୟାମନ୍ଦିରରେ +୨ ଖୋଲିବାକୁ CBSEର ଅନୁମତି

କୋରାପୁଟ,୭ା୩(ଅମିତାଭ ବେହେରା): କୋରାପୁଟସ୍ଥିତ ଶ୍ରୀରାମକୃଷ୍ଣ ବିଦ୍ୟାମନ୍ଦିରରେ ଯୁକ୍ତ୨ ଶ୍ରେଣୀ ଖୋଲିବା ପାଇଁ CBSE ପକ୍ଷରୁ ଅନୁମତି ମିଳିଛି। ସିବିଏସ୍‌ଇ ବୋର୍ଡର ନିୟମାନୁଯାୟୀ ଏହି ବିଦ୍ୟାଳୟ ସମସ୍ତ ଆବଶ୍ୟକ…

‘ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ଉଜ୍ବଳ ହେଲେ ପୃଥିବୀ ଉଜ୍ଜ୍ୱଳ ହେବ’

ପୁରୁଷୋତ୍ତମପୁର,୭।୩(ସବିିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ତାରାତାରିଣୀ କଲେଜର ବାର୍ଷିକ ଉତ୍ସବ ଅଧ୍ୟକ୍ଷ ଡ. ପ୍ରଦୀପ କୁମାର ସାହୁଙ୍କ ପୌରୋହିତ୍ୟରେ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ…

ଖେମୁଣ୍ଡି ଓକିଲ ସଂଘର ନିର୍ବାଚନ ପାଇଁ ପ୍ରାର୍ଥତ୍ପତ୍ର ଦାଖଲ

ଦିଗପହଣ୍ଡି,୭ା୩(ଅଶେଷ ନାଥ ମିଶ୍ର): ରାଜ୍ୟ ବାର୍‌ କାଉନସିଲ ପକ୍ଷରୁ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି ଓକିଲ ସଂଘର କାର୍ଯ୍ୟକର୍ତ୍ତା ନିର୍ବାଚନ ନିମନ୍ତେ ଶନିବାରଠାରୁ…

‘ଆମେ ଯାହା କରିଛୁ ଠିକ୍‌ କରିଛୁ’, କାହିଁକି ଏମିତି କହିଲେ ଜୟଶଙ୍କର? ଜାଣନ୍ତୁ ଇରାନ ଯୁଦ୍ଧ ସହ କ’ଣ ରହିଛି ସମ୍ପର୍କ

ନୂଆଦିଲ୍ଲୀ,୭।୩: ରାଇସିନା ଡାଏଲଗ ୨୦୨୬ରେ ମଧ୍ୟପ୍ରାଚ୍ୟ ଉତ୍ତେଜନା ମଧ୍ୟରେ ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର କୋଚିରେ ଏକ ଇରାନୀ ନୌସେନା ଜାହାଜକୁ ଡକିଂ କରିବାକୁ ଅନୁମତି…

ଜିଲା ଉନ୍ନୟନ ସମନ୍ବୟ ଓ ନିରୀକ୍ଷଣ କମିଟି ବୈଠକ: ସମୀକ୍ଷା କଲେ ଆସିକା ଏମ୍‌ପି

ଛତ୍ରପୁର,୭ା୩(ଦିଲ୍ଲୀପ ସାମଲ): ସ୍ଥାନୀୟ ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ଜିଲା ଉନ୍ନୟନ ସମନ୍ବୟ ଓ ନିରୀକ୍ଷଣ କମିଟି ବୈଠକ(ଦିଶା) ଅନୁଷ୍ଠିତ ହୋଇଥିଲା। ବୈଠକରେ କମିଟିର ଅଧ୍ୟକ୍ଷା ତଥା ଆସିକା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri