Posted inଖେଳ

କ୍ୱାରାଣ୍ଟାଇନ୍‌ ଆରମ୍ଭ କଲେ ଆଇପିଏଲ୍‌ ଫ୍ରାଞ୍ଚାଇଜ୍‌

ନୂଆଦିଲ୍ଲୀ, ୭ା୮ : ଦୁବାଇରେ ହେବାକୁଥିବା ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌) ପାଇଁ ଫ୍ରାଞ୍ଚାଇଜ୍‌ଗୁଡ଼ିକ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି। ଟୁର୍ନାମେଣ୍ଟର ଗଭର୍ନିଂ କାଉନ୍‌ସିଲ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରସିଜିଓର୍ସ(ଏସ୍‌ଓପି) ଡ୍ରାଫ୍ଟ ପଠାଇବାପରେ କିଛି ଆଇପିଏଲ୍‌ ମାଲିକ ନିଜ ଭିତରେ ଆଲୋଚନା କରିଛନ୍ତି। ଏହା ବ୍ୟତୀତ ସେମାନେ ପ୍ରୋଟୋକଲ ଅନୁସାରେ କ୍ୱାରାଣ୍ଟାଇନ୍‌ ଆଦି ବିଭିନ୍ନ କାର୍ଯ୍ୟକଳାପ ଆରମ୍ଭ କରିଛନ୍ତି। ମୁମ୍ବାଇ ଇଣ୍ଡିଆନ୍ସ ଏକ ହୋଟେଲରେ ଏହାର ଭାରତୀୟ ଖେଳାଳିଙ୍କ କ୍ୱାରାଣ୍ଟାଇନ୍‌ ଆରମ୍ଭ କରିଛି। ନିୟମ ଅନୁସାରେ କୋଭିଡ୍‌-୧୯ଟେଷ୍ଟ ମଧ୍ୟ କରାଯିବା କାର୍ଯ୍ୟକ୍ରମ ରହିଛି। ଯେଉଁ ଖେଳାଳି କ୍ୱାରାଣ୍ଟାଇନ୍‌ ଅବଧି ପୂରଣ କରିବେ ସେମାନଙ୍କୁ ନଭି ମୁମ୍ବାଇଠାରେ ଅଭ୍ୟାସ ପାଇଁ ଅନୁମତି ମିଳିବ। ରାଜସ୍ଥାନ ରୟାଲ୍ସ ମଧ୍ୟ ଆଗାମୀ ୨ ସପ୍ତାହ ମଧ୍ୟରେ ଏହାର ଖେଳାଳି ଓ ସପୋର୍ଟ ଷ୍ଟାଫ୍‌ଙ୍କୁ କୋଭିଡ୍‌-୧୯ ଟେଷ୍ଟ ପାଇଁ ଯୋଜନା କରିଛି। ଦୁବାଇ ଯିବା ପୂର୍ବରୁ ଏହା ବାଧ୍ୟତା ମୂଳକ ହୋଇଥିବାରୁ ଫ୍ରାଞ୍ଚାଇଜ୍‌ ଗୁଡ଼ିକ ଏହାକୁ ଗୁରୁତ୍ୱର ସହ ନେଉଛନ୍ତି। ଅନ୍ୟ ଏକ ଫ୍ରାଞ୍ଚାଇଜ୍‌ ଏହାର ଭାରତୀୟ ଖେଳାଳିଙ୍କୁ ହୋମ୍‌ କ୍ୱାରାଣ୍ଟାଇନ୍‌ରେ ରହିବାକୁ ନିର୍ଦ୍ଦେଶ ଦେଇଛି। ଏହି ଫ୍ରାଞ୍ଚାଇଜ୍‌ ଏକ ସମୟରେ ସବୁ ଖେଳାଳିଙ୍କ କୋଭିଡ୍‌-୧୯ ଟେଷ୍ଟ କରିବାକୁ ନିଷ୍ପତ୍ତି ନେଇଛି।
”ବର୍ତ୍ତମାନ ପରିସ୍ଥିତିରେ ଆଉଟ୍‌ଡୋର ଟ୍ରେନିଂ ସମ୍ଭବ ନୁହେଁ। ଏସ୍‌ଓପି ଡ୍ରାଫ୍ଟ ଅନୁସାରେ ଏବେ ସବୁକିଛିକୁ ନେଇ ଅନିଶ୍ଚିତତା ଥିବାରୁ ଆମେ ସାବଧାନତା ଅବଲମ୍ବନ କରୁଛୁ। ଚୂଡ଼ାନ୍ତ ନିଷ୍ପତ୍ତିକୁ ଅପେକ୍ଷା କରିଛୁ। ଆମେ ଆମର ଉଦ୍‌ବେଗ ଆଇପିଏଲ ଗଭର୍ନିଂ କାଉନ୍‌ସିଲ୍‌କୁ ଜଣାଇ ଦେଇଛୁ। ଚଳିତ ସପ୍ତାହ ଶେଷସୁଦ୍ଧା ସବୁକିଛି ସ୍ପଷ୍ଟ ହୋଇଯିବାନେଇ ଆଶା ରହିଛି। ଯାହାଦ୍ୱାରା ଆମେ ଯୋଜନା ପ୍ରସ୍ତୁତ କରିପାରିବୁ“ ବୋଲି ଏକ ଫ୍ରାଞ୍ଚାଇଜ୍‌ ସୂତ୍ରରୁ ପ୍ରକାଶ କରାଯାଇଛି। ଆଇପିଏଲ ପାଇଁ ଖେଳାଳି ଓ ସପୋର୍ଟ ଷ୍ଟାଫ୍‌ମାନଙ୍କୁ ପ୍ରଥମେ କ୍ୱାରାଣ୍ଟାଇନ୍‌ରେ ରହିବାକୁ ପଡ଼ିବ। ଏହା ବ୍ୟତୀତ ସମସ୍ତଙ୍କର ୪ ଥର କୋଭିଡ-୧୯ ଟେଷ୍ଟ ହେବ। ତା’ ପରେ ଯାଇ ୟୁଏଇରେ ସେମାନେ ଟ୍ରେନିଂ ଆରମ୍ଭ କରିପାରିବେ। କେତେକ ଫ୍ରାଞ୍ଚାଇଜ୍‌ କ୍ୱାରାଣ୍ଟାଇନ୍‌ ଅବଧିକୁ କମାଇ ୟୁଏଇର ଜୈବ-ସୁରକ୍ଷିତ ପରିବେଶରେ ପ୍ରବେଶ ପାଇଁ ଅନୁମତି ଦେବାକୁ ଅନୁରୋଧ କରିଥିବା ଜଣାଯାଇଛି।
ସେପ୍ଟେମ୍ବର ୧୯ରୁ ନଭେମ୍ବର ୧୦ ମଧ୍ୟରେ ଆଇପିଏଲ ଆୟୋଜନ ପାଇଁ ନିଷ୍ପତ୍ତି ହୋଇଛି। ୭ ଦିନିଆ କ୍ୱାରାଣ୍ଟାଇନ୍‌ ବାଧ୍ୟତାମୂଳକ ହେଲେ ସନ୍‌ରାଇଜର୍ସ ହାଇଦ୍ରାବାଦ ଏହାର ପ୍ରଥମ ୨ଟି ମ୍ୟାଚ ପାଇଁ ଡେଭିଡ ଓ୍ବାର୍ନର ଓ ଜନି ବେୟାରଷ୍ଟୋଙ୍କ ସେବାରୁ ବଞ୍ଚତ୍ତ ହେବ। ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ମଧ୍ୟରେ ଟି୨୦ ସିରିଜ ସେପ୍ଟେମ୍ବର ୧୫ରେ ଶେଷ ହେବ। ଏହା ପରେ ଯାଇ ଏହି ଦୁଇ ଖେଳାଳି ୟୁଏଇ ଆସିପାରିବେ। ସେତବେଳକୁ ଆଇପିଏଲ ସିଜନ ଆରମ୍ଭ ହେବାକୁ ମାତ୍ର ୪ ଦିନ ସମୟ ଥିବ। ଏହା ବ୍ୟତୀତ ଖେଳାଳିଙ୍କୁ ନେଇ ବିଜ୍ଞାପନ ଶୁଟିଂ ଓ ପ୍ରମୋଶନାଲ କାର୍ଯ୍ୟକଳାପ ପାଇଁ ଅଭାବନୀୟ ପରିସ୍ଥିତି ସୃଷ୍ଟି ହେବା ସମ୍ଭାବନା ରହିଛି। କାରଣ ୟୁଏଇ ଗସ୍ତ ଏବଂ ବିଜ୍ଞାପନ ଶୁଟିଂ ମଧ୍ୟରେ ୧୦ ଦିନ ଅନ୍ତର ରହିବା ଆବଶ୍ୟକ। ଶୁଟିଂ କେବଳ ଏକ ଫାଇଭ୍‌ଷ୍ଟାର ହୋଟେଲର ବଲ୍‌ରୁମ୍‌ରେ ହୋଇପାରିବ। ସାମାଜିକ ଦୂରତ୍ୱ ନିୟମ ଅନୁସାରେ ସେହି ସ୍ଥାନକୁ ଏକ ସମୟରେ କେବଳ ୫ ସଦସ୍ୟ ଯାଇ ପାରିବେ ଏବଂ ଫିଜିକାଲ କଣ୍ଟାକ୍ଟରୁ ଦୂରେଇ ରହିବାକୁ ହେବ। ଏ ସମ୍ପର୍କରେ ଆଲୋଚନା ପାଇଁ ଫ୍ରାଞ୍ଚାଇଜ୍‌ମାନେ ଶୁକ୍ରବାର ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ଆଇପିଏଲ ଗଭର୍ନିଂ କାଉନ୍‌ସିଲ ସହିତ ଆଲୋଚନା କରିବା ସମ୍ଭାବନା ରହିଛି।
ଚେନ୍ନାଇ ସୁପରକିଙ୍ଗ୍ସ ଦଳ ଅଗଷ୍ଟ ଦ୍ୱିତୀୟ ସପ୍ତାହରେ ୟୁଏଇରେ ପହଞ୍ଚତ୍ବାକୁ ଯୋଜନା କରିଥିଲା। ମାତ୍ର ଆନୁଷ୍ଠାନିକଭାବେ ଏସ୍‌ଓପି ଆସି ନ ଥିବାରୁ ସେମାନେ ଏହାକୁ ବାତିଲ କରିଛନ୍ତି। ଆଇପିଏଲ ପକ୍ଷରୁ ଏସଓପି ଜାରି କରାଯିବା ପରେ ଯାଇ ଚେନ୍ନାଇରେ ପହଞ୍ଚତ୍ବାକୁ ଭାରତୀୟ ଖେଳାଳିମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। କୋଲକାତା ନାଇଟ ରାଇଡର୍ସ ଏହାର ବେସ୍‌ ଆବୁଧାବିରେ ଅଗଷ୍ଟ ୨୧ କିମ୍ବା ୨୨ରେ ପହଞ୍ଚତ୍ବାକୁ ଯୋଜନା କରିଛି। କାରିବିୟନ ପ୍ରିମିୟର ଲିଗ୍‌ ଖେଳିବା ପରେ ସେପ୍ଟେମ୍ବର ୧୦ ବେଳକୁ ଏହାର ବିଦେଶୀ ଖେଳାଳି ବ୍ରେଣ୍ଡନ ମ୍ୟାକକୁଲମ, ସୁନୀଲ ନାରିନ ଓ ଆନ୍ଦ୍ରେ ରସେଲ ଦଳସହ ଯୋଗଦେବେ। କିଙ୍ଗ୍ସ ଇଲେଭେନ ପଞ୍ଜାବ ସେହିପରି ୟୁଏଇ ଯିବା ପୂର୍ବରୁ ଭାରତୀୟ ଖେଳାଳିଙ୍କୁ ଏକତ୍ରିତ କରିବାକୁ ନିଷ୍ପତ୍ତି ନେଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟି-୨୦ ବିଶ୍ୱକପ ପାଇଁ ଚୟନ ହୋଇଥିବା ଭାରତୀୟ ଦଳ ଉପରେ ପ୍ରଶ୍ନ ଉଠାଇଲେ ୱାସିମ ଜାଫର, କହିଲେ ଇଶାନ-ୱାଶିଂଟନଙ୍କ ବଦଳରେ…

ନୂଆଦିଲ୍ଲୀ,୨୨।୧୨: ୨୦୨୬ ଟି୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ସୂର୍ଯ୍ୟକୁମାର ଯାଦବଙ୍କ ଅଧିନାୟକତ୍ୱରେ ଇଶାନ କିଷାନ ଦଳକୁ ଫେରିଛନ୍ତି। ଉପ-ଅଧିନାୟକ ଶୁବମନ ଗିଲ...

Asia Cup ବିଜୟୀ ଦଳକୁ ସ୍ୱତନ୍ତ୍ର ପୁରସ୍କାର ଘୋଷଣା କଲେ ଶାହବାଜ

କରାଚୀ,୨୨ା୧୨: ଦୁବାଇରେ ୧୯ବର୍ଷରୁ କମ୍‌ Asia Cup ବିଜୟୀ ପାକିସ୍ତାନ ଦଳର ସଦସ୍ୟମାନଙ୍କ ଲାଗି ଦେଶର ପ୍ରଧାନମନ୍ତ୍ରୀ ଶାହବାଜ ଶରିଫ ୧୦ ନିୟୁତ ପାକିସ୍ତାନୀ ଟଙ୍କା...

ଟି-୨୦ ବିଶ୍ୱକପ ପୂର୍ବରୁ ସନ୍ୟାସ ନେଇ ଚମକାଇଲେ ଏହି ଖେଳାଳି, ଟିମ ଇଣ୍ଡିଆକୁ ଲାଗିଲା ବଡ଼ ଝଟକା

ନୂଆଦିଲ୍ଲୀ,୨୨।୧୨: ୨୦୨୬ ଟି୨୦ ବିଶ୍ୱକପ ପାଇଁ ଟିମ ଇଣ୍ଡିଆର ଦଳ ଡିସେମ୍ବର ୨୦ ତାରିଖରେ ଘୋଷଣା କରାଯାଇଥିଲା। ୨୦୨୬ ଟି୨୦ ବିଶ୍ୱକପ ଭାରତ ଏବଂ ଶ୍ରୀଲଙ୍କା...

ଦିନିକିଆ ଅଧିନାୟକ ପଦରୁ ଗିଲ୍‌ ହେବେ ବିଦା! ତାଙ୍କ ସ୍ଥାନରେ ଏହି ଖେଳାଳିଙ୍କୁ ମିଳିବ ଅଧିନାୟକତ୍ୱ, ବଡ଼ ଖୁଲାସା

ନୂଆଦିଲ୍ଲୀ,୨୨।୧୨: କ୍ରିକେଟର ଶୁବମନ ଗିଲ୍‌ଙ୍କ ପାଇଁ ସମସ୍ୟା ବଢ଼ିବା ପରି ମନେ ହେଉଛି। ତାଙ୍କୁ ପ୍ରଥମେ ଟେଷ୍ଟ ଦଳର ଅଧିନାୟକ ଏବଂ ପରେ ଚଳିତ ବର୍ଷ...

ମୁଁ ସମ୍ପୂର୍ଣ୍ଣ ଭାଙ୍ଗିପଡ଼ିଥିଲି…ଅବସର କଥା କହି ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କଲେ ରୋହିତ ଶର୍ମା

ନୂଆଦିଲ୍ଲୀ,୨୨।୧୨: ଭାରତୀୟ କ୍ରିକେଟର ସବୁଠାରୁ ସଫଳ ଅଧିନାୟକଙ୍କ ମଧ୍ୟରୁ ଜଣେ ରୋହିତ ଶର୍ମା ତାଙ୍କ କ୍ୟାରିୟର ବିଷୟରେ ଏକ ଖୁଲାସା କରିଛନ୍ତି। ଏହା ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ...

୨ ଦଳ ମିଶି କଲେ ମାତ୍ର ୨୩ ରନ: ଅନ୍ତର୍ଜାତୀୟ ଟି-୨୦ରେ ସବୁଠୁ ଲଜ୍ଜାଜନକ ରେକର୍ଡ

ନୂଆଦିଲ୍ଲୀ,୨୨।୧୨: ଅନ୍ତର୍ଜାତୀୟ ଟି-୨୦ କ୍ରିକେଟ ସାଧାରଣତଃ ଦ୍ରୁତ ରନ, ବଡ଼ ଛକା ଏବଂ ବଡ଼ ସ୍କୋର ପାଇଁ ଜଣାଶୁଣା। ଏହି ଫର୍ମାଟ କେତେକ ସମୟରେ ବ୍ୟାଟସମ୍ୟାନଙ୍କ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଆଶେସ ଟାଇଟଲ ବଜାୟ ରଖିଲା ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୧ା୧୨: ସ୍ଥାନୀୟ ଆଡିଲେଡ୍‌ ଓଭାଲଠାରେ ଚାଲିଥିବା ତୃତୀୟ ଆଶେସ ଟେଷ୍ଟରେ ଇଂଲଣ୍ଡକୁ ୮୨ ରନରେ ହରାଇ ଦେଇଛି ଅଷ୍ଟ୍ରେଲିଆ। ଆଉ ଦୁଇଟି ମ୍ୟାଚ ଖେଳାଯିବାକୁ ବାକି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri