Posted inଖେଳ

କ୍ୱାରାଣ୍ଟାଇନ୍‌ ଆରମ୍ଭ କଲେ ଆଇପିଏଲ୍‌ ଫ୍ରାଞ୍ଚାଇଜ୍‌

ନୂଆଦିଲ୍ଲୀ, ୭ା୮ : ଦୁବାଇରେ ହେବାକୁଥିବା ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌) ପାଇଁ ଫ୍ରାଞ୍ଚାଇଜ୍‌ଗୁଡ଼ିକ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି। ଟୁର୍ନାମେଣ୍ଟର ଗଭର୍ନିଂ କାଉନ୍‌ସିଲ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରସିଜିଓର୍ସ(ଏସ୍‌ଓପି) ଡ୍ରାଫ୍ଟ ପଠାଇବାପରେ କିଛି ଆଇପିଏଲ୍‌ ମାଲିକ ନିଜ ଭିତରେ ଆଲୋଚନା କରିଛନ୍ତି। ଏହା ବ୍ୟତୀତ ସେମାନେ ପ୍ରୋଟୋକଲ ଅନୁସାରେ କ୍ୱାରାଣ୍ଟାଇନ୍‌ ଆଦି ବିଭିନ୍ନ କାର୍ଯ୍ୟକଳାପ ଆରମ୍ଭ କରିଛନ୍ତି। ମୁମ୍ବାଇ ଇଣ୍ଡିଆନ୍ସ ଏକ ହୋଟେଲରେ ଏହାର ଭାରତୀୟ ଖେଳାଳିଙ୍କ କ୍ୱାରାଣ୍ଟାଇନ୍‌ ଆରମ୍ଭ କରିଛି। ନିୟମ ଅନୁସାରେ କୋଭିଡ୍‌-୧୯ଟେଷ୍ଟ ମଧ୍ୟ କରାଯିବା କାର୍ଯ୍ୟକ୍ରମ ରହିଛି। ଯେଉଁ ଖେଳାଳି କ୍ୱାରାଣ୍ଟାଇନ୍‌ ଅବଧି ପୂରଣ କରିବେ ସେମାନଙ୍କୁ ନଭି ମୁମ୍ବାଇଠାରେ ଅଭ୍ୟାସ ପାଇଁ ଅନୁମତି ମିଳିବ। ରାଜସ୍ଥାନ ରୟାଲ୍ସ ମଧ୍ୟ ଆଗାମୀ ୨ ସପ୍ତାହ ମଧ୍ୟରେ ଏହାର ଖେଳାଳି ଓ ସପୋର୍ଟ ଷ୍ଟାଫ୍‌ଙ୍କୁ କୋଭିଡ୍‌-୧୯ ଟେଷ୍ଟ ପାଇଁ ଯୋଜନା କରିଛି। ଦୁବାଇ ଯିବା ପୂର୍ବରୁ ଏହା ବାଧ୍ୟତା ମୂଳକ ହୋଇଥିବାରୁ ଫ୍ରାଞ୍ଚାଇଜ୍‌ ଗୁଡ଼ିକ ଏହାକୁ ଗୁରୁତ୍ୱର ସହ ନେଉଛନ୍ତି। ଅନ୍ୟ ଏକ ଫ୍ରାଞ୍ଚାଇଜ୍‌ ଏହାର ଭାରତୀୟ ଖେଳାଳିଙ୍କୁ ହୋମ୍‌ କ୍ୱାରାଣ୍ଟାଇନ୍‌ରେ ରହିବାକୁ ନିର୍ଦ୍ଦେଶ ଦେଇଛି। ଏହି ଫ୍ରାଞ୍ଚାଇଜ୍‌ ଏକ ସମୟରେ ସବୁ ଖେଳାଳିଙ୍କ କୋଭିଡ୍‌-୧୯ ଟେଷ୍ଟ କରିବାକୁ ନିଷ୍ପତ୍ତି ନେଇଛି।
”ବର୍ତ୍ତମାନ ପରିସ୍ଥିତିରେ ଆଉଟ୍‌ଡୋର ଟ୍ରେନିଂ ସମ୍ଭବ ନୁହେଁ। ଏସ୍‌ଓପି ଡ୍ରାଫ୍ଟ ଅନୁସାରେ ଏବେ ସବୁକିଛିକୁ ନେଇ ଅନିଶ୍ଚିତତା ଥିବାରୁ ଆମେ ସାବଧାନତା ଅବଲମ୍ବନ କରୁଛୁ। ଚୂଡ଼ାନ୍ତ ନିଷ୍ପତ୍ତିକୁ ଅପେକ୍ଷା କରିଛୁ। ଆମେ ଆମର ଉଦ୍‌ବେଗ ଆଇପିଏଲ ଗଭର୍ନିଂ କାଉନ୍‌ସିଲ୍‌କୁ ଜଣାଇ ଦେଇଛୁ। ଚଳିତ ସପ୍ତାହ ଶେଷସୁଦ୍ଧା ସବୁକିଛି ସ୍ପଷ୍ଟ ହୋଇଯିବାନେଇ ଆଶା ରହିଛି। ଯାହାଦ୍ୱାରା ଆମେ ଯୋଜନା ପ୍ରସ୍ତୁତ କରିପାରିବୁ“ ବୋଲି ଏକ ଫ୍ରାଞ୍ଚାଇଜ୍‌ ସୂତ୍ରରୁ ପ୍ରକାଶ କରାଯାଇଛି। ଆଇପିଏଲ ପାଇଁ ଖେଳାଳି ଓ ସପୋର୍ଟ ଷ୍ଟାଫ୍‌ମାନଙ୍କୁ ପ୍ରଥମେ କ୍ୱାରାଣ୍ଟାଇନ୍‌ରେ ରହିବାକୁ ପଡ଼ିବ। ଏହା ବ୍ୟତୀତ ସମସ୍ତଙ୍କର ୪ ଥର କୋଭିଡ-୧୯ ଟେଷ୍ଟ ହେବ। ତା’ ପରେ ଯାଇ ୟୁଏଇରେ ସେମାନେ ଟ୍ରେନିଂ ଆରମ୍ଭ କରିପାରିବେ। କେତେକ ଫ୍ରାଞ୍ଚାଇଜ୍‌ କ୍ୱାରାଣ୍ଟାଇନ୍‌ ଅବଧିକୁ କମାଇ ୟୁଏଇର ଜୈବ-ସୁରକ୍ଷିତ ପରିବେଶରେ ପ୍ରବେଶ ପାଇଁ ଅନୁମତି ଦେବାକୁ ଅନୁରୋଧ କରିଥିବା ଜଣାଯାଇଛି।
ସେପ୍ଟେମ୍ବର ୧୯ରୁ ନଭେମ୍ବର ୧୦ ମଧ୍ୟରେ ଆଇପିଏଲ ଆୟୋଜନ ପାଇଁ ନିଷ୍ପତ୍ତି ହୋଇଛି। ୭ ଦିନିଆ କ୍ୱାରାଣ୍ଟାଇନ୍‌ ବାଧ୍ୟତାମୂଳକ ହେଲେ ସନ୍‌ରାଇଜର୍ସ ହାଇଦ୍ରାବାଦ ଏହାର ପ୍ରଥମ ୨ଟି ମ୍ୟାଚ ପାଇଁ ଡେଭିଡ ଓ୍ବାର୍ନର ଓ ଜନି ବେୟାରଷ୍ଟୋଙ୍କ ସେବାରୁ ବଞ୍ଚତ୍ତ ହେବ। ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ମଧ୍ୟରେ ଟି୨୦ ସିରିଜ ସେପ୍ଟେମ୍ବର ୧୫ରେ ଶେଷ ହେବ। ଏହା ପରେ ଯାଇ ଏହି ଦୁଇ ଖେଳାଳି ୟୁଏଇ ଆସିପାରିବେ। ସେତବେଳକୁ ଆଇପିଏଲ ସିଜନ ଆରମ୍ଭ ହେବାକୁ ମାତ୍ର ୪ ଦିନ ସମୟ ଥିବ। ଏହା ବ୍ୟତୀତ ଖେଳାଳିଙ୍କୁ ନେଇ ବିଜ୍ଞାପନ ଶୁଟିଂ ଓ ପ୍ରମୋଶନାଲ କାର୍ଯ୍ୟକଳାପ ପାଇଁ ଅଭାବନୀୟ ପରିସ୍ଥିତି ସୃଷ୍ଟି ହେବା ସମ୍ଭାବନା ରହିଛି। କାରଣ ୟୁଏଇ ଗସ୍ତ ଏବଂ ବିଜ୍ଞାପନ ଶୁଟିଂ ମଧ୍ୟରେ ୧୦ ଦିନ ଅନ୍ତର ରହିବା ଆବଶ୍ୟକ। ଶୁଟିଂ କେବଳ ଏକ ଫାଇଭ୍‌ଷ୍ଟାର ହୋଟେଲର ବଲ୍‌ରୁମ୍‌ରେ ହୋଇପାରିବ। ସାମାଜିକ ଦୂରତ୍ୱ ନିୟମ ଅନୁସାରେ ସେହି ସ୍ଥାନକୁ ଏକ ସମୟରେ କେବଳ ୫ ସଦସ୍ୟ ଯାଇ ପାରିବେ ଏବଂ ଫିଜିକାଲ କଣ୍ଟାକ୍ଟରୁ ଦୂରେଇ ରହିବାକୁ ହେବ। ଏ ସମ୍ପର୍କରେ ଆଲୋଚନା ପାଇଁ ଫ୍ରାଞ୍ଚାଇଜ୍‌ମାନେ ଶୁକ୍ରବାର ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ଆଇପିଏଲ ଗଭର୍ନିଂ କାଉନ୍‌ସିଲ ସହିତ ଆଲୋଚନା କରିବା ସମ୍ଭାବନା ରହିଛି।
ଚେନ୍ନାଇ ସୁପରକିଙ୍ଗ୍ସ ଦଳ ଅଗଷ୍ଟ ଦ୍ୱିତୀୟ ସପ୍ତାହରେ ୟୁଏଇରେ ପହଞ୍ଚତ୍ବାକୁ ଯୋଜନା କରିଥିଲା। ମାତ୍ର ଆନୁଷ୍ଠାନିକଭାବେ ଏସ୍‌ଓପି ଆସି ନ ଥିବାରୁ ସେମାନେ ଏହାକୁ ବାତିଲ କରିଛନ୍ତି। ଆଇପିଏଲ ପକ୍ଷରୁ ଏସଓପି ଜାରି କରାଯିବା ପରେ ଯାଇ ଚେନ୍ନାଇରେ ପହଞ୍ଚତ୍ବାକୁ ଭାରତୀୟ ଖେଳାଳିମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। କୋଲକାତା ନାଇଟ ରାଇଡର୍ସ ଏହାର ବେସ୍‌ ଆବୁଧାବିରେ ଅଗଷ୍ଟ ୨୧ କିମ୍ବା ୨୨ରେ ପହଞ୍ଚତ୍ବାକୁ ଯୋଜନା କରିଛି। କାରିବିୟନ ପ୍ରିମିୟର ଲିଗ୍‌ ଖେଳିବା ପରେ ସେପ୍ଟେମ୍ବର ୧୦ ବେଳକୁ ଏହାର ବିଦେଶୀ ଖେଳାଳି ବ୍ରେଣ୍ଡନ ମ୍ୟାକକୁଲମ, ସୁନୀଲ ନାରିନ ଓ ଆନ୍ଦ୍ରେ ରସେଲ ଦଳସହ ଯୋଗଦେବେ। କିଙ୍ଗ୍ସ ଇଲେଭେନ ପଞ୍ଜାବ ସେହିପରି ୟୁଏଇ ଯିବା ପୂର୍ବରୁ ଭାରତୀୟ ଖେଳାଳିଙ୍କୁ ଏକତ୍ରିତ କରିବାକୁ ନିଷ୍ପତ୍ତି ନେଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଧୋନୀ, କପିଲଙ୍କୁ କ୍ଷମା ମାଗିଲେ ଯୁବରାଜ, କାହିଁକି ଜାଣନ୍ତୁ…

ନୂଆଦିଲ୍ଲୀ,୩ା୪: କିମ୍ୱଦନ୍ତୀ ଅଲରାଉଣ୍ଡର ଯୁବରାଜ ସିଂଙ୍କ ବାପା ଯୋଗରାଜ ସିଂ କିଛି ବର୍ଷ ତଳେ ଦେଶର ଦୁଇ ମହାନ୍‌ କ୍ରିକେଟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଓ…

ସଞ୍ଜୁ ସାମସନଙ୍କୁ ଭୁରି ଭୁରି ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦି, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୩।୪: ଟିମ ଇଣ୍ଡିଆ ନିକଟରେ ICC ଟି୨୦ ବିଶ୍ୱକପ ୨୦୨୬ ଜିତି ଇତିହାସ ରଚିଛି। ଷ୍ଟାର ଭାରତୀୟ ଉଇକେଟ୍‌କିପର-ବ୍ୟାଟ୍ସମ୍ୟାନ ସଞ୍ଜୁ ସାମସନ ଏହି ଟାଇଟଲ ବିଜୟର ହିରୋ…

IPL ନିଲାମରେ ମୁହଁମୋଡ଼ି ଦେଇଥିଲେ ସବୁ ଦଳ: ବଦଳ ଭାବେ ଆସି ଚମତ୍କାର କଲେ ଏହି କ୍ରିକେଟର୍‌

କୋଲକାତା,୩।୪: IPL 2026ର ଷଷ୍ଠ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ଇଡେନ ଗାର୍ଡେନରେ ଏକ ଧମାକାଦାର ବ୍ୟାଟିଂ ପ୍ରଦର୍ଶନ କରି ୨୦ ଓଭରରେ ୨୨୬ ରନର ବିଶାଳ ସ୍କୋର…

ଅଭିଷେକ ଶର୍ମାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଲା ବିସିସିଆଇ, ଜାଣନ୍ତୁ କାହିଁକି ମିଳିଲା ଦଣ୍ଡ

ନୂଆଦିଲ୍ଲୀ,୩।୪: କୋଲକାତା ନାଇଟ ରାଇଡର୍ସ ବିପକ୍ଷରେ ଅଭିଷେକ ଶର୍ମା ଗୁରୁବାର ୪୮ ରନର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ। ଏହି ଇନିଂସରେ ସେ ମାତ୍ର ୨୧ ବଲ…

LSG ମାଲିକ ସଞ୍ଜିବ ଗୋଏଙ୍କାଙ୍କ ଉପରେ ରାଗିଲେ ଲଳିତ ମୋଦି; ପନ୍ତଙ୍କୁ କଲେ ସମର୍ଥନ

ନୂଆଦିଲ୍ଲୀ,୩।୪: ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ପରାଜୟ ପରେ, ଲକ୍ଷ୍ନୌ ସୁପର ଜାଏଣ୍ଟସ ମାଲିକ ସଞ୍ଜିବ ଗୋଏଙ୍କା, ଅଧିନାୟକ ରିଷଭ ପନ୍ତ ଏବଂ ମୁଖ୍ୟ ପ୍ରଶିକ୍ଷକ ଜଷ୍ଟିନ ଲାଙ୍ଗରଙ୍କ…

୨୦୨୭ ରୁ ଆଇପିଏଲ ମ୍ୟାଚ ସଂଖ୍ୟା ବୃଦ୍ଧି ପାଇବ? ଅଧ୍ୟକ୍ଷଙ୍କ ଗୁରୁତ୍ୱପୂର୍ଣ୍ଣ ବୟାନ

ନୂଆଦିଲ୍ଲୀ,୩।୪: ଇଣ୍ଡିଆନ ପ୍ରିମିୟର ଲିଗର ୧୯ତମ ସଂସ୍କରଣ ବର୍ତ୍ତମାନ ଚାଲିଛି; ଛଅଟି ମ୍ୟାଚ ଖେଳାଯାଇସାରିଛି, ଏବଂ ଶୁକ୍ରବାର ଚେନ୍ନାଇ ସୁପର କିଙ୍ଗସ ଏବଂ ପଞ୍ଜାବ କିଙ୍ଗସ ମଧ୍ୟରେ…

IPLରେ ଅଭିଷେକଙ୍କ ବଡ଼ କାରନାମା: ୪ ଛକା ମାରି କଲେ ଅନନ୍ୟ ରେକର୍ଡ

କୋଲକାତା,୩।୪: ଇଡେନ ଗାର୍ଡେନ୍ସରେ କୋଲକାତା ନାଇଟ ରାଇଡର୍ସ ବିପକ୍ଷରେ ଅଭିଷେକ ଶର୍ମା ୪୮ ରନର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ। ୨୨୮.୫୭ ଷ୍ଟ୍ରାଇକ ରେଟରେ ଖେଳି ଅଭିଷେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri