କ୍ୱାଣ୍ଟମ୍‌ ଟନେଲିଂ

ଅଣୁ ପରମାଣୁ ଭଳି କ୍ଷୁଦ୍ର ବସ୍ତୁଗୁଡ଼ିକର ଆଚରଣ ଆମେ ଦୈନନ୍ଦିନ ଜୀବନରେ ଦେଖୁଥିବା ପଦାର୍ଥଗୁଡ଼ିକର ଆଚରଣ ଠାରୁ ଅନେକ ପୃଥକ। ପୁନଶ୍ଚ ପାରମ୍ପରିକ ପଦାର୍ଥ ବିଜ୍ଞାନର ନିୟମ ସେଗୁଡ଼ିକ ଆଚରଣକୁ ବୁଝାଇବାରେ ଅସମର୍ଥ। ଗତ ଶତାବ୍ଦୀର ଆରମ୍ଭରେ ବିକଶିତ ହୋଇଥିବା କ୍ୱାଣ୍ଟମ୍‌ ପଦାର୍ଥ ବିଜ୍ଞାନର ଏ ସବୁର ଆଚରଣକୁ ବୁଝାଇଥାଏ। କ୍ୱାଣ୍ଟମ୍‌ ତତ୍ତ୍ୱର ଅନେକ ନିଷ୍କର୍ଷ ମଧ୍ୟରୁ ଗୋଟିଏ ହେଉଛି କ୍ୱାଣ୍ଟମ୍‌ ଟନେଲିଂ। ଅଣୁ, ପରମାଣୁଗୁଡ଼ିକର ଗତିପଥରେ ପ୍ରାଚୀର ସଦୃଶ କୌଣସି ପ୍ରତିବନ୍ଧକ ଆସିଲେ ସେମାନେ ସେଥିରେ ସୁଡ଼ଙ୍ଗ କରି ଆଗକୁ ଯାଇପାରନ୍ତି। ଏହାକୁ କ୍ୱାଣ୍ଟମ୍‌ ଟନେଲିଂ କୁହାଯାଏ।
ଇଂଲଣ୍ଡର ଜନ୍‌ କ୍ଲାର୍କ, ଫ୍ରାନ୍ସର ମାଇକେଲ ଡେଭୋରେଟ ଏବଂ ଯୁକ୍ତରାଷ୍ଟ୍ର ଆମେରିକାର ଜନ୍‌ ମାର୍ଟିନିସ୍‌ ୧୯୮୪ ଓ ୧୯୮୫ ମସିହାରେ ଆମେରିକାର ବେର୍କେଲସ୍ଥିତ କାଲିଫର୍ନିଆ ବିଶ୍ୱବିଦ୍ୟାଳୟରେ ଗବେଷଣା ଓ ପରୀକ୍ଷା କରି ଦର୍ଶାଇଥିଲେ ଯେ, କୋଟିକୋଟି କ୍ଷୁଦ୍ର କଣିକାକୁ ନେଇ ଗଠିତ ଗୋଟିଏ ବଡ଼ ସିଷ୍ଟମ ମଧ୍ୟ ନିୟନ୍ତ୍ରିତ ଅବସ୍ଥାରେ କ୍ୱାଣ୍ଟମ୍‌ ଟନେଲିଂ ଆଚରଣ ଦେଖାଇଥାଏ। ଏହି ତିନିଜଣ ବୈଜ୍ଞାନିକଙ୍କୁ ଚଳିତ ବର୍ଷ ନିମିତ୍ତ ‘ବୈଦ୍ୟୁତିକ ପରିପଥରେ ମାକ୍ରୋସ୍କୋପିକ୍‌ କ୍ୱାଣ୍ଟମ୍‌ ଯାନ୍ତ୍ରିକ ଟନେଲିଂ ଏବଂ ଶକ୍ତି କ୍ୱାଣ୍ଟାକରଣ ଆବିଷ୍କାର’ ପାଇଁ ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର ପ୍ରଦାନ କରାଯିବା ପାଇଁ ରୟାଲ ସୁଇଡେନ ବିଜ୍ଞାନ ଏକାଡେମୀ ଘୋଷଣା କରିଛି। ଆବିଷ୍କାର ସମୟରେ ମାର୍ଟିନିସ୍‌ ପିଏଚ୍‌ଡି ଛାତ୍ର, ଡେଭୋରେଟ୍‌ ପୋଷ୍ଟ ଡକ୍ଟରାଲ ଛାତ୍ର ଏବଂ କ୍ଲାର୍କ ସେମାନଙ୍କର ପ୍ରଫେସର ତଥା ମାର୍ଗଦର୍ଶକ (ଗାଇଡ୍‌) ଥିଲେ।
କ୍ୱାଣ୍ଟମ୍‌ ଟନେଲିଂର ଇତିହାସ ହେଉଛି ଆହୁରି ପୁରୁଣା। ଇଂଲଣ୍ଡର ପଦାର୍ଥ ବିଜ୍ଞାନୀ ବ୍ରିଆନ୍‌ ଯୋସେଫସନ୍‌ ଦୁଇଟି ସୁପର କଣ୍ଟକ୍ଟର ମଝିରେ ଗୋଟିଏ ପତଳା ଇନ୍‌ସୁଲେଟର ରଖି ଗୋଟିଏ ବିଦ୍ୟୁତ୍‌ ପରିପଥ ନିର୍ମାଣ କରି ପରୀକ୍ଷା କରିଥିଲେ। ସୁପରକଣ୍ଡକ୍ଟରର କୌଣସି ବିଦ୍ୟୁତ୍‌ ପ୍ରତିରୋଧ ନ ଥାଏ। ସାଧାରଣ ପରିସ୍ଥିତିରେ ଯୋସେଫସନ୍‌ଙ୍କ ପରିପଥରେ ଇନ୍‌ସୁଲେଟର ଥିବାରୁ ବିଦ୍ୟୁତ୍‌ କରେଣ୍ଟ ପ୍ରବାହିତ ହେବ ନାହିଁ। ମାତ୍ର ଏଠାରେ କରେଣ୍ଟ ପ୍ରବାହିତ ହେଲା। ଏଠାରେ ଇନ୍‌ସୁଲେଟର ଭଳି ପ୍ରତିବନ୍ଧକ ଥିବା ସତ୍ତ୍ୱେ ସେଥିରେ ସୁଡ଼ଙ୍ଗ କରି ପରିପଥରେ ଇଲେକଟ୍ରନ୍‌ ପ୍ରବାହିତ ହେଲା। ଏହା ଥିଲା ଟନେଲିଂ ପ୍ରଭାବର ଆବିଷ୍କାର। ଏଣୁ କ୍ୱାଣ୍ଟମ୍‌ ଟନେଲିଂ ହେଉଛି ଏପରି ଏକ ଘଟଣା ଯେଉଁଥିରେ ଗୋଟିଏ ଶକ୍ତି ପ୍ରତିବନ୍ଧକକୁ ଅତିକ୍ରମ କରିବା ପାଇଁ କଣିକାର ଯଥେଷ୍ଟ ଶକ୍ତି ନ ଥିଲେ ସୁଦ୍ଧା ଏହା ପ୍ରତିବନ୍ଧକ ମଧ୍ୟ ଦେଇ ଯାଇପାରେ। ପାରମ୍ପରିକ ପଦାର୍ଥ ବିଜ୍ଞାନ ଅନୁସାରେ ଏହାକୁ ବୁଝିହୁଏ ନାହିଁ।
ଯୋସେଫସନ୍‌ ପ୍ରସ୍ତୁତ କରିଥିବା ପରିପଥ ସେଟ୍‌-ଅପ୍‌କୁ ‘ଯୋସେଫସନ ଜଙ୍କସନ୍‌’ କୁହାଯାଏ। ଏହାକୁ ବ୍ୟବହାର କରି ମୌଳିକ ଭୌତିକ ଧ୍ରୁବାଙ୍କ ଏବଂ ଚୁମ୍ବକୀୟ କ୍ଷେତ୍ରକୁ ସଠିକ୍‌ ଭାବେ ମାପ କରିହେଲା। ସେ ଏହାକୁ ୧୯୬୨ ମସିହାରେ ଆବିଷ୍କାର କରିଥିଲେ। ସେ ସେତେବେଳକୁ କେମ୍ବ୍ରିଜ ବିଶ୍ୱବିଦ୍ୟାଳୟରେ ପିଏଚଡି ଛାତ୍ର ଥିଲେ ଓ ତାଙ୍କୁ ୨୨ ବର୍ଷ ହୋଇଥିଲା। ଏହି ଆବିଷ୍କାର ପାଇଁ ତାଙ୍କୁ ୧୯୭୩ରେ ପଦାର୍ଥ ବିଜ୍ଞାନ ପାଇଁ ନୋବେଲ ପୁରସ୍କାର ପ୍ରଦାନ କରାଯାଇଥିଲା।
୨୦୦୩ ମସିହାରେ ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର ପାଇଥିବା ବ୍ରିଟିଶ ଜନ୍ମିତ ଆମେରିକୀୟ ବୈଜ୍ଞାନିକ ଆଣ୍ଟୋନି ଲେଗେଟ୍‌ ପୂର୍ବାନୁମାନ କରିଥିଲେ ଯେ ଯୋସେଫସନ୍‌ ଜଙ୍କସନ୍‌ ପ୍ରକାରର ସେଟ୍‌-ଅପ୍‌ରେ ମାକ୍ରୋସ୍କୋପିକ୍‌ (ଅଣୁ, ପରମାଣୁ ଠାରୁ ବହୁତ ବଡ଼) ସ୍ତରରେ କ୍ୱାଣ୍ଟମ୍‌ ଆଚରଣକୁ ଦେଖିହେବ। ଏହି ପୂର୍ବାନୁମାନକୁ ପରୀକ୍ଷା ଦ୍ୱାରା ଦର୍ଶାଇବା ପାଇଁ ଚଳିତ ବର୍ଷର ତିନି ନୋବେଲ ବିଜ୍ଞାନୀ କାର୍ଯ୍ୟ କଲେ। ସେମାନେ ସେଣ୍ଟିମିଟର ଆକାରର ଗୋଟିଏ ଚିପ୍‌ରେ ଯୋସେଫସନ୍‌ ଜଙ୍କସନ୍‌ ଭଳି ଗୋଟିଏ ସେଟ୍‌-ଅପ୍‌ ବକ୍ସ ପ୍ରସ୍ତୁତ କଲେ, ମାତ୍ର କୌଣସି ପ୍ରକାର ବ୍ୟତିକରଣକୁ ଏଡାଇବା ପାଇଁ ସେମାନେ ଏହାକୁ ପରିବେଶଠାରୁ ଅଲଗା କରି ରଖିଲେ। ସେମାନେ ଦେଖିପାରିଲେ ଯେ, କେବଳ ପ୍ରବାହିତ ଇଲେକ୍‌ଟ୍ରନ୍‌ ନୁହେଁ, ବରଂ ସମଗ୍ର ପରିପଥ କ୍ୱାଣ୍ଟମ୍‌ ଆଚରଣ ପ୍ରଦର୍ଶନ କରୁଛି। ଏଠାରେ ସୁପରକଣ୍ଡକ୍ଟରର ସମସ୍ତ ଚାର୍ଜ କଣିକା ଗୋଟିଏ କଣିକା ଭଳି ଆଚରଣ ଦେଖାଇଲା।
ସେମାନେ ପୁନର୍ବାର ଦର୍ଶାଇଲେ ଯେ ପରିପଥରେ କରେଣ୍ଟ ଅବିରତ ପ୍ରବାହିତ ନ ହୋଇ ନିର୍ଦ୍ଦିଷ୍ଟ ବିବିକ୍ତ ଶକ୍ତିି ଅବସ୍ଥାରେ ଗତି କରୁଛି ଏବଂ ପ୍ରତ୍ୟେକ ଅବସ୍ଥାରେ କରେଣ୍ଟର ଏକ ନିର୍ଦ୍ଦିଷ୍ଟ ମୂଲ୍ୟ ଅଛି। ଅର୍ଥାତ୍‌ ଏଥିରେ କରେଣ୍ଟ ପ୍ୟାକେଟ୍‌ ବା କ୍ୱାଣ୍ଟା ଭାବରେ ଗତି କରୁଛି। ଏହା ମଧ୍ୟ ହେଉଛି ଗୋଟିଏ କ୍ୱାଣ୍ଟମ୍‌ ଆଚରଣ। ଇନସୁଲେଟର ପ୍ରତିବନ୍ଧକ ଦେଇ ଏହି ବିବିକ୍ତ ଶକ୍ତି ଅବସ୍ଥା ମଧ୍ୟରେ କରେଣ୍ଟ ଲମ୍ଫ ପ୍ରଦାନ କରିପାରେ।
ନୋବେଲ ବିଜ୍ଞାନୀମାନଙ୍କର ଏହି ଆବିଷ୍କାର କ୍ୱାଣ୍ଟମ୍‌ ବିଜ୍ଞାନକୁ ବୁଝିବା ପାଇଁ ସାହାଯ୍ୟ କଲା। ଏଥିରୁ କ୍ୱାଣ୍ଟମ୍‌ ବିଟ୍‌ ବା କ୍ୟୁବିଟ୍‌ ନିର୍ମାଣ ହେଲା ଯାହା ହେଉଛି କ୍ୱାଣ୍ଟମ୍‌ କମ୍ପ୍ୟୁଟରର ସୂଚନା ଏକକ। କ୍ୱାଣ୍ଟମ୍‌ କମ୍ପ୍ୟୁଟର ବର୍ତ୍ତମାନ ନିର୍ମାଣାଧୀନ ଅବସ୍ଥାରେ ଅଛି ଏବଂ ଏହାର ଗଣନ କ୍ଷମତା ଗୋଟିଏ ସୁପର କମ୍ପ୍ୟୁଟରର ଗଣନ କ୍ଷମତାର ଅନେକ ଗୁଣ ହେବ।
ଜନ୍‌ କ୍ଲାର୍କ ଇଂଲଣ୍ଡର କେମ୍ବ୍ରିଜ ଠାରେ ୧୯୪୨ ମସିହାରେ ଜନ୍ମଗ୍ରହଣ କରିଛନ୍ତି ଏବଂ କେମ୍ବ୍ରିଜ ବିଶ୍ୱବିଦ୍ୟାଳୟରୁ ପଦାର୍ଥ ବିଜ୍ଞାନରେ ସ୍ନାତକ, ସ୍ନାତକତ୍ତୋର ଏବଂ ପିଏଚଡି ଡିଗ୍ରୀ ଲାଭ କରିଛନ୍ତି। ସେ ବର୍ତ୍ତମାନ କାଲିଫର୍ନିଆ ବିଶ୍ୱବିଦ୍ୟାଳୟରେ ପଦାର୍ଥ ବିଜ୍ଞାନ ପ୍ରଫେସର ଅଛନ୍ତି।
ମାଇକେଲ ଡେଭୋରେଟ୍‌ ୧୯୫୩ ମସିହାରେ ଫ୍ରାନ୍ସର ପ୍ୟାରିସରେ ଜନ୍ମଗ୍ରହଣ କରିଛନ୍ତି। ସେ ପ୍ୟାରିସର ଇକୋଲେ ନ୍ୟାଶନାଲ ସୁପରିୟରରୁ ସ୍ନାତକ ଡିଗ୍ରୀ ଏବଂ ପ୍ୟାରିସ ବିଶ୍ୱବିଦ୍ୟାଳୟରୁ ପିଏଚଡି ଡିଗ୍ରୀ ଲାଭ କରିଛନ୍ତି। ସେ ବର୍ତ୍ତମାନ ଯୁକ୍ତରାଷ୍ଟ୍ର ଆମେରିକାର ୟାଲେ ବିଶ୍ୱବିଦ୍ୟାଳୟରେ ପଦାର୍ଥ ବିଜ୍ଞାନରେ ପ୍ରଫେସର ଏଲିଗେଟସ୍‌ ଅଛନ୍ତି।
ଜନ୍‌ ମାର୍ଟିନିସ୍‌ ଯୁକ୍ତରାଷ୍ଟ୍ର ଆମେରିକାରେ୧୯୫୮ ମସିହାରେ ଜନ୍ମଗ୍ରହଣ କରିଛନ୍ତି। ସେ ବେର୍କେଲେସ୍ଥିତ କାଲିଫର୍ନିଆ ବିଶ୍ୱବିଦ୍ୟାଳୟରୁ ସ୍ନାତକ ଓ ପିଏଚଡି ଡିଗ୍ରୀ ଲାଭ କରିଛନ୍ତି। ସେ ବର୍ତ୍ତମାନ ଆମେରିକାର ସାନ୍ତା ବାର୍ବରାସ୍ଥିତ କାଲିଫର୍ନିଆ ବିଶ୍ୱବିଦ୍ୟାଳୟରେ ପଦାର୍ଥ ବିଜ୍ଞାନ ପ୍ରଫେସର ଅଛନ୍ତି।
ତିନି ନୋବେଲ ବିଜ୍ଞାନୀ ମୋଟ ପୁରସ୍କାର ରାଶି ୧୧ ମିଲିୟନ ସୁଇଡେନ୍‌ କ୍ରୋନର (ପ୍ରାୟ ୧୦.୪ କୋଟି ଟଙ୍କା)କୁ ସମାନ ଭାବରେ ବାଣ୍ଟି ନେବେ। ସେମାନଙ୍କୁ ଚଳିତ ବର୍ଷର ଡିସେମ୍ବର ୧୦ ତାରିଖରେ ନୋବେଲ ପୁରସ୍କାରss ପ୍ରତିଷ୍ଠାତା ଆଲଫ୍ରେଡ ନୋବେଲଙ୍କ ମୃତ୍ୟୁବାର୍ଷିକୀରେ ସ୍ବିଡେନ୍‌ର ଷ୍ଟକହୋମ୍‌ଠାରେ ପ୍ରଦାନ କରାଯିବ।

ଇଂ.ମାୟାଧର ସ୍ବାଇଁ
-୭୦, ଲକ୍ଷ୍ମୀବିହାର,
ଫେଜ୍‌-୧, ଭୁବନେଶ୍ୱର
ମୋ : ୯୪୩୮୬୯୩୭୨୪

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ପୋଖରୀରେ ବୁଡ଼ି ଚାଲିଗଲା ୨ ନାବାଳିକାଙ୍କ ଜୀବନ

ଉଦଳା,୭।୩: ମୟୂରଭଞ୍ଜ ଜିଲା କପ୍ତିପଦା ଥାନା ନଥିପୁର ଗାଁରେ ଶନିବାର ଏକ ଅଘଟଣ ଘଟିଛି। ପୋଖରୀରେ ବୁଡ଼ି ୨ ନାବାଳିକାଙ୍କ ମୃତ୍ୟୁ ଘଟିଛି। ଦୁଇ ନାବାଳିକାଙ୍କୁ ହରାଇ…

ପଟ୍ଟାଙ୍ଗିରେ ପହଞ୍ଚିଲା ଲୋକ ଅଧିକାର ଯାତ୍ରା : ବଞ୍ଚିବା ପାଇଁ ଲଢେଇ କର

ପଟ୍ଟାଙ୍ଗି,୭।୩(ଶରତ କୁମାର ଧଳ): ରାଜ୍ୟରେ ଭରି ରହିଥିବା ବକ୍ସାଇଟ ଖଣି, ପାହାଡ଼ ତଥା ପ୍ରାକୃତିକ ସମ୍ପଦର ସୁରକ୍ଷା ପାଇଁ ବାହାରିଥିବା ଲୋକ ଅଧିକାର ଯାତ୍ରା ଶନିବାର କୋରାପୁଟ…

‘ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ଉଜ୍ବଳ ହେଲେ ପୃଥିବୀ ଉଜ୍ଜ୍ୱଳ ହେବ’

ପୁରୁଷୋତ୍ତମପୁର,୭।୩(ସବିିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ତାରାତାରିଣୀ କଲେଜର ବାର୍ଷିକ ଉତ୍ସବ ଅଧ୍ୟକ୍ଷ ଡ. ପ୍ରଦୀପ କୁମାର ସାହୁଙ୍କ ପୌରୋହିତ୍ୟରେ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ…

ଖେମୁଣ୍ଡି ଓକିଲ ସଂଘର ନିର୍ବାଚନ ପାଇଁ ପ୍ରାର୍ଥତ୍ପତ୍ର ଦାଖଲ

ଦିଗପହଣ୍ଡି,୭ା୩(ଅଶେଷ ନାଥ ମିଶ୍ର): ରାଜ୍ୟ ବାର୍‌ କାଉନସିଲ ପକ୍ଷରୁ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି ଓକିଲ ସଂଘର କାର୍ଯ୍ୟକର୍ତ୍ତା ନିର୍ବାଚନ ନିମନ୍ତେ ଶନିବାରଠାରୁ…

‘ଆମେ ଯାହା କରିଛୁ ଠିକ୍‌ କରିଛୁ’, କାହିଁକି ଏମିତି କହିଲେ ଜୟଶଙ୍କର? ଜାଣନ୍ତୁ ଇରାନ ଯୁଦ୍ଧ ସହ କ’ଣ ରହିଛି ସମ୍ପର୍କ

ନୂଆଦିଲ୍ଲୀ,୭।୩: ରାଇସିନା ଡାଏଲଗ ୨୦୨୬ରେ ମଧ୍ୟପ୍ରାଚ୍ୟ ଉତ୍ତେଜନା ମଧ୍ୟରେ ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର କୋଚିରେ ଏକ ଇରାନୀ ନୌସେନା ଜାହାଜକୁ ଡକିଂ କରିବାକୁ ଅନୁମତି…

ଜିଲା ଉନ୍ନୟନ ସମନ୍ବୟ ଓ ନିରୀକ୍ଷଣ କମିଟି ବୈଠକ: ସମୀକ୍ଷା କଲେ ଆସିକା ଏମ୍‌ପି

ଛତ୍ରପୁର,୭ା୩(ଦିଲ୍ଲୀପ ସାମଲ): ସ୍ଥାନୀୟ ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ଜିଲା ଉନ୍ନୟନ ସମନ୍ବୟ ଓ ନିରୀକ୍ଷଣ କମିଟି ବୈଠକ(ଦିଶା) ଅନୁଷ୍ଠିତ ହୋଇଥିଲା। ବୈଠକରେ କମିଟିର ଅଧ୍ୟକ୍ଷା ତଥା ଆସିକା…

ଯୁଦ୍ଧ ଭିତରେ ପାକିସ୍ତାନକୁ ଶକ୍ତ ଝଟ୍‌କା, ବରବାଦ୍‌ ହୋଇଯିବ ପାକ୍‌

ଇସଲାମବାଦ,୭।୩: ପାକିସ୍ତାନ ଏବେ ମଧ୍ୟପ୍ରାଚ୍ୟରେ ଯୁଦ୍ଧର ପରିଣାମ ମଧ୍ୟ ଭୋଗୁଛି। କାତାର ପାକିସ୍ତାନକୁ ଏକ ଫୋର୍ସ ମ୍ୟାଜିଅର ନୋଟିସ ଜାରି କରିଛି। ଏହାର ଅର୍ଥ ହେଉଛି ଯେ…

ପଡ଼ୋଶୀ ଦେଶକୁ କ୍ଷମା ମାଗିବା ସହ ଧମକ ଦେଲେ ଇରାନ ରାଷ୍ଟ୍ରପତି! କହିଲେ, ‘ ଆମେ ସେ ପର୍ଯ୍ୟନ୍ତ ଆକ୍ରମଣ କରିବୁ ନାହିଁ ଯେପର୍ଯ୍ୟନ୍ତ…’

ତେହରାନ,୭।୩: ଇରାନ ରାଷ୍ଟ୍ରପତି ମାସୁଦ ପେଜେସ୍କିଆନ ପଡ଼ୋଶୀ ଦେଶ ଉପରେ ଆକ୍ରମଣ କରିବାକୁ ନେଇ କ୍ଷମା ପ୍ରାର୍ଥନା କରିଛନ୍ତି। ରାଷ୍ଟ୍ରପତି ସରକାରୀ ଟେଲିଭିଜନରେ ପୂର୍ବରୁ ରେକର୍ଡ ହୋଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri