କ୍ୱାଲିଟି ଦିଏ ଗ୍ରାହକ ସନ୍ତୁଷ୍ଟି

ନିରବଚ୍ଛିନ୍ନ ୨୧ ବର୍ଷ ଧରି ସ୍ବଚ୍ଛତା, ଶୁଦ୍ଧତା ଓ ଗୁଣବତ୍ତା ବଜାୟ ରଖିଥିବା
‘ଭାରତ ମସଲା’ ଓଡ଼ିଶାର ଅଧିକାଂଶ ରୋଷେଇ ଘରେ ଉପସ୍ଥିତି ଜାହିର କରିସାରିଛି। ଲୋକଙ୍କ ସ୍ବାଦର ରୁଚିକୁ ଚିହ୍ନି ପାରିଥିବାରୁ ଦେଶ ବିଦେଶରେ ବି ଏହାର ଚାହିଦା କାହିଁରେ କ’ଣ। ବିଶ୍ୱସ୍ତରୀୟ ଖାଦ୍ୟ ଉପତ୍ାଦ ପ୍ରସ୍ତୁତିକୁ ଗୁରୁତ୍ୱ ଦେଉଥିବା ଜୟ ଭାରତ ସ୍ପାଇସେସ୍‌ ପ୍ରାଇଭେଟ୍‌ ଲିଃ ଦେଶରେ ଏକ ମଜଭୁତ ବ୍ରାଣ୍ଡ୍‌ ରେପୁଟେଶନ ତିଆରି କରିଛି। କଠିନ ଅଧ୍ୟବସାୟ ଓ ଗ୍ରାହକଙ୍କ ସହ ଭାବଗତ ସମ୍ପର୍କ ଯୋଗୁ ଏହା ସମ୍ଭବ ହୋଇଛି ବୋଲି କୁହନ୍ତି ‘ଭାରତ ମସଲା’ ପରିଚାଳନା ନିର୍ଦ୍ଦେଶକ ସୁଶାନ୍ତ କୁମାର ପଣ୍ଡା।

 

ଭାରତ ମସଲାର ସେବା ଯୋଗାଣ କେତେ ବର୍ଷରେ ପହଞ୍ଚିଛି?
୧୯୯୯ ମସିହାରେ ଭାରତ ମସଲାର ଜନ୍ମ। ସେବେଠାରୁ ଜାରି ରହିଥିବା ସେବାର ଧାରାକୁ ଆଗାମୀ ଦିନରେ ଆହୁରି ସୁଦୃଢ଼ କରିବା ଦିଗରେ ଲକ୍ଷ୍ୟ ରଖିଛୁ। ଏଥିଲାଗି ବିଭିନ୍ନ ଯୋଜନା ହାତକୁ ନିଆଯାଉଛି।
ଆପଣଙ୍କ କମ୍ପାନୀ ଗ୍ରାହକଙ୍କ ମଧ୍ୟରେ କିପରି ଆଦୃତ ହେଲା?
ମସଲା ଜଗତର ବଡ଼ ବଡ଼ ହସ୍ତୀ ଓଡ଼ିଶାରେ ପ୍ରାଧାନ୍ୟ ବିସ୍ତାର କରିଥିବା ସମୟରେ ଆମେ ସ୍ବଳ୍ପ ମୂଲ୍ୟରେ ଉନ୍ନତ ମାନର ଉପତ୍ାଦ ଗ୍ରାହକଙ୍କ ନିକଟରେ ପହଞ୍ଚାଇଥିଲୁ। ଧୀରେ ଧୀରେ ଭାରତ ମସଲାର ଉପତ୍ାଦ ଗ୍ରାହକଙ୍କ ପାଖରେ ଆଦୃତ ହେବା ସହ ଓଡ଼ିଶାର ଘରେ ଘରେ ବ୍ୟବହୃତ ହେଲା। ଉତ୍ତମ ଗୁଣବତ୍ତାର ଉପତ୍ାଦ ଓ ଗ୍ରାହକ ସନ୍ତୁଷ୍ଟି ହିଁ ଭାରତ ମସଲାକୁ ରାଜ୍ୟ ତଥା ରାଜ୍ୟ ବାହାରେ ଲୋକପ୍ରିୟ କରାଇଛି।
ରାମଦାସପୁରଠାରେ ପ୍ରତିଷ୍ଠିତ କମ୍ପାନୀର କ୍ରୟୋଜେନିକ୍‌ ସ୍ପାଇସ୍‌ ପ୍ଲାଣ୍ଟ ଏବେ ଅତି ଉନ୍ନତ ମାନର ମସଲା ପ୍ରସ୍ତୁତ କରିବାରେ ସକ୍ଷମ ହୋଇଛି। ପୂର୍ବ ଭାରତରେ ପ୍ରଥମ କରି ଆମେ ଏହି ବିଶ୍ୱସ୍ତରୀୟ ପ୍ଲାଣ୍ଟ କଟକରେ ସ୍ଥାପନ କରିଛୁ।
କମ୍ପାନୀର ଆଗାମୀ ଯୋଜନା କ’ଣ ରହିଛି?
ଆମର ଆଗାମୀ ଯୋଜନା ମଧ୍ୟରେ ନୂତନ ରେଡି-ଟୁ-ଇଟ୍‌ ସ୍ନାକ୍‌ ଫୁଡ୍‌ ପ୍ଲାଣ୍ଟ ଓ ଶୀତଳଭଣ୍ଡାର ପ୍ରକଳ୍ପ ସାମିଲ ରହିଛି। ଏଥିପାଇଁ ରାଜ୍ୟ ସରକାର ଆମକୁ ୪.୨୦ ଏକର ଜମି ମଞ୍ଜୁର କରିଛନ୍ତି।
ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଏହି ପ୍ଲାଣ୍ଟ ପ୍ରଥମ ଥର ପାଇଁ ଓଡ଼ିଶାରେ ସ୍ଥାପନ ହେବ I
ଆପଣଙ୍କ ବ୍ୟବସାୟ ଉପରେ କରୋନାର ପ୍ରଭାବ?
କରୋନା ମହାମାରୀ ସାରା ବିଶ୍ୱକୁ ପ୍ରଭାବିତ କରିଛି। ରାଜ୍ୟର ଏମ୍‌ଏସ୍‌ଏମ୍‌ଇଗୁଡିକୁ ମଧ୍ୟ ଏହା କବଳିତ କରିଛି I ଆମ କମ୍ପାନୀର କଞ୍ଚାମାଲ ଆମଦାନୀ, ଉପତ୍ାଦନ, ବିକ୍ରି, କର୍ମଚାରୀଙ୍କ ଉପସ୍ଥିତି ବିଶେଷ ଭାବେ ପ୍ରଭାବିତ ହୋଇଛି। ଏଭଳି ସ୍ଥିତିରେ ବି ଗ୍ରାହକମାନଙ୍କ ନିକଟରେ ଆମେ ନିଜ ଉପତ୍ାଦ ପହଞ୍ଚାଇପାରିଛୁ।
ମସଲା ଉଦ୍ୟୋଗ ପାଇଁ ଚ୍ୟାଲେଞ୍ଜ କ’ଣ? ଏହାକୁ ସାମ୍ନା କରିବା ଲାଗି କମ୍ପାନୀ କେତେ ପ୍ରସ୍ତୁତ?
ମସଲା ଜଗତରେ ଆମ ପାଇଁ ସବୁଠୁ ବଡ଼ ଆହ୍ବାନ ହେଲା ମହାରଥୀମାନଙ୍କ ସହ ପ୍ରତିଯୋଗିତା। ପ୍ରତ୍ୟେକ ଦିନ ନୂଆ ନୂଆ କମ୍ପାନୀ ମାକେର୍ଟରେ ପ୍ରବେଶ କରୁଛନ୍ତି। ତେଣୁ ଆମେ ଆମ ବିତରକ ଓ ମାର୍କେଟିଂ ନେଟ୍‌ଓ୍ବର୍କ ଓଡ଼ିଶା ତଥା ବାହାର ରାଜ୍ୟଗୁଡ଼ିକରେ ବିସ୍ତାର କରିଛୁ। ବର୍ତ୍ତମାନ ଆମ ପାଖରେ ୨୦୦୦ରୁ ଊର୍ଦ୍ଧ୍ୱ ବିତରକ ରହିଛନ୍ତି। ଆମେ ମଧ୍ୟପ୍ରାଚ୍ୟ, ନେପାଳ ଓ ମାଲେସିଆ ଭଳି ଦେଶକୁ ରପ୍ତାନି କରୁଛୁ। ଚତୁର୍ଥ ଥର ପାଇଁ ଆମ କମ୍ପାନୀକୁ ରାଜ୍ୟ ସରକାର ‘ରାଜ୍ୟ ରପ୍ତାନି ପୁରସ୍କାର’ ପ୍ରଦାନ କରିଛନ୍ତି।
ବ୍ୟବସାୟ ଜଗତରେ ପାଦ ଥାପିବାଠାରୁ ବର୍ତ୍ତମାନ ଯାଏ ଯାତ୍ରାକୁ କିଭଳି ଦେଖନ୍ତି?
କମ୍ପାନୀର ୨୧ ବର୍ଷର ଯାତ୍ରା ଅତି ସଂଘର୍ଷମୟ ରହିଛି। ଏହି ଅଭିଜ୍ଞତା ଆମ ପାଇଁ ଶିକ୍ଷଣୀୟ ଓ ପଥ ପ୍ରଦର୍ଶକ ହୋଇଛି।
ଭାରତ ମସଲା କେମିତି ଆରମ୍ଭ ହୋଇଥିଲା? କେତେଜଣ ଲୋକ କମ୍ପାନୀରେ ନିଯୁକ୍ତି ପାଇଛନ୍ତି?
କମ୍ପାନୀର ଅଧ୍ୟକ୍ଷ ସୁରେନ୍ଦ୍ରନାଥ ପଣ୍ଡାଙ୍କ ଦ୍ୱାରା ସ୍ଥାପିତ ଏହି ଉଦ୍ୟୋଗ ୪୦୦ଟଙ୍କା ନିବେଶରେ ଆରମ୍ଭ ହୋଇଥିଲା। ଏକଦା ୨ ଜଣ କର୍ମଚାରୀଙ୍କୁ ନେଇ ଆରମ୍ଭ ହୋଇଥିବା କମ୍ପାନୀର ବିଭିନ୍ନ ୟୁନିଟରେ ବର୍ତ୍ତମାନ ୭୦୦ରୁ ଊର୍ଦ୍ଧ୍ୱ କର୍ମଚାରୀ କାର୍ଯ୍ୟରତ। କମ୍ପାନୀ ଏବେ ୧୦,୦୦୦ ଲୋକଙ୍କୁ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ରୋଜଗାର ଦେଇଛି।
ସରକାରୀ ପ୍ରୋତ୍ସାହନ ମିଳୁଛି କି? କିଛି ସହାୟତା ଆଶା ରହିଛି?
ରାଜ୍ୟ ସରକାରଙ୍କ ଉଦାର ଶିଳ୍ପନୀତି ଓ ପ୍ରୋତ୍ସାହନ ଯୋଗୁ ହିଁ ଏହି ଉଦ୍ୟୋଗ ବିଶ୍ୱସ୍ତରୀୟ ମାନକୁ ଛୁଇଁପାରିଛି। ଆମେ ରାଜ୍ୟ ସରକାର ତଥା ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଚିର ଋଣୀ ଓ କୃତଜ୍ଞ।
ଉଦ୍ୟୋଗ ବିକାଶ ଓ ନିଯୁକ୍ତି ସୃଷ୍ଟି ନେଇ ଯୁବପିଢ଼ିିଙ୍କୁ କ’ଣ କହିବେ?
ବର୍ତ୍ତମାନ ସରକାରୀ ଓ ବେସରକାରୀ ସ୍ତରରେ ଚାକିରି ଆଶା ସଙ୍କୁଚିତ ହେବାରେ ଲାଗିଛି। ଏଭଳି ସ୍ଥିତିରେ ଆମେ ଯୁବପିଢ଼ିଙ୍କୁ ଉଦ୍ୟୋଗ ଜଗତରେ ପାଦଦେବାକୁ ଉତ୍ସାହିତ କରୁଛୁ। ଏଥିପାଇଁ ଅନୁକୂଳ ପରିବେଶ ସୃଷ୍ଟି କରିବା ନିମନ୍ତେ ରାଜ୍ୟ ସରକାରଙ୍କ ପାଖରେ ଆଗ୍ରହ ରଖିଛୁ। ଷ୍ଟାର୍ଟଅପ୍‌ କ୍ଷେତ୍ରରେ ରାଜ୍ୟ ସରକାରଙ୍କର ଉଦ୍ୟମ ଅତ୍ୟନ୍ତ ପ୍ରଶଂସନୀୟ।
ମହାମାରୀ ଶିଳ୍ପଜଗତକୁ କ’ଣ ଶିକ୍ଷା ଦେଲା?
କୋଭିଡ୍‌ ମହାମାରୀ ଡିଜିଟାଇଜେଶନ, ଭର୍ଚୁଆଲ କନ୍‌ଫରେନ୍ସିଂ, ଓ୍ବାର୍କ ଫ୍ରମ୍‌ ହୋମ୍‌, ଅନ୍‌ଲାଇନ ମାର୍କେଟିଂ, ଅନ୍‌ଲାଇନ କମ୍ୟୁନିକେଶନକୁ ଏକ ଭିନ୍ନ ସ୍ତରକୁ ପହଞ୍ଚାଇଲା। ଏହା ବେରୋଜଗାର ଏବଂ ଅସହାୟ ବ୍ୟକ୍ତିବିଶେଷଙ୍କ ଲାଗି ବିକଳ୍ପ କର୍ମସଂସ୍ଥାନର ମାର୍ଗ ପ୍ରଦର୍ଶନ କରିଛି। କରୋନା କାଳରେ ଜୀବନ ଜୀବିକା ସଙ୍କଟର ମୁକାବିଲା କରିବାକୁ ଅନେକ କ୍ଷୁଦ୍ର ଶିଳ୍ପୋଦ୍ୟୋଗୀ ସାନିଟାଇଜର, ମାସ୍କ, ପିପିଇ ଏବଂ ହ୍ୟାଣ୍ଡଓ୍ବାଶ୍‌ ପ୍ରସ୍ତୁତ କରି ବିକ୍ରି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

ପୂର୍ବତନ ବିଧାୟକ, ପୂର୍ବତନ ଏମ୍‌ପିଙ୍କୁ ବିଜେଡିରୁ କରାଗଲା ନିଲମ୍ବନ , ଜାଣନ୍ତୁ କାହିଁକି ଏମିତି କାର୍ଯ୍ୟାନୁଷ୍ଠାନ ନେଲେ ନବୀନ

ବାସୁଦେବପୁର,୬।୪(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁରର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକର ପୂର୍ବତନ ଏମ୍‌ପି ମଞ୍ଜୁଲତା ମଣ୍ଡଳଙ୍କୁ ଦଳ…

ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟରେ ନୂତନ ସ୍ଥାୟୀ କୁଳପତି ନିଯୁକ୍ତ: ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟର ନୂତନ ସ୍ଥାୟୀ କୁଳପତି ଭାବେ ଡ଼.ପବନ କୁମାର ଅଗ୍ରୱାଲ ସୋମବାର ନିଯୁକ୍ତ ହୋଇଛନ୍ତି। ଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri