ଓଡ଼ିଶାରେ କାର୍ଯ୍ୟକାରୀ ହେବ ‘କ୍ୱାଡ୍‌ ସିଟି’ ଯୋଜନା

ଭୁବନେଶ୍ୱର,୨ା୯(ସୁନିତ୍‌ ମିଶ୍ର/ବନ୍ଦନା ସେଠୀ):ରାଜ୍ୟର ପ୍ରମୁଖ ସହରଗୁଡ଼ିକୁ ଅର୍ଥନୀତିକ ଅଭିବୃଦ୍ଧି ସହ ବିଶ୍ୱ ପ୍ରତିଯୋଗିତାର ଏକ ଶକ୍ତିଶାଳୀ ଇଞ୍ଜିନରେ ପରିଣତ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ‘କ୍ୱାଡ୍‌ ସିଟି’ ଯୋଜନା ଆରମ୍ଭ ହୋଇଛି। ଏହି ପଦକ୍ଷେପର ଏକ ଅଂଶ ଭାବରେ ରାଜ୍ୟର ଜିଡିପିରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖୁଥିବା ସହରଗୁଡ଼ିକୁ କ୍ଲଷ୍ଟର କରି ସମନ୍ବିତ ଅର୍ଥନୀତିକ କ୍ଷେତ୍ର ସୃଷ୍ଟି କରିବାକୁ ଯୋଜନା ରହିଛି। ପ୍ରଥମ ଅର୍ଥନୈତିକ କ୍ଷେତ୍ର ଭୁବନେଶ୍ୱର, ପୁରୀ, କଟକ ଏବଂ ପାରାଦୀପକୁ ସଂଯୋଗ କରିବ। ସେହିପରି ସୁନାବେଡା, କୋରାପୁଟ, ବରଗଡ଼ ଏବଂ ସମ୍ବଲପୁରକୁ ସଂଯୋଗ କରି ଆଉ ଏକ ଅର୍ଥନୈତିକ କ୍ଷେତ୍ର ବିକଶିତ କରାଯିବ। ଏହି ଦୃଷ୍ଟିକୋଣକୁ ପୂରଣ କରି ସମୃଦ୍ଧ ସହର ପ୍ରୟାସ ଆରମ୍ଭ କରାଯାଇଛି। ଏହା ଭୁବନେଶ୍ୱର-କଟକ-ପୁରୀ-ପାରାଦୀପ ଅର୍ଥନୈତିକ କ୍ଷେତ୍ର (ବିସିପିପିଇଆର୍‌)ର ଆର୍ଥିକ ଅଭିବୃଦ୍ଧିକୁ ତ୍ୱରାନ୍ବିତ କରିବା ପାଇଁ ଏକ ସକ୍ରିୟ ସହର-ଶିଳ୍ପ କରିଡର ଭାବରେ ପରିକଳ୍ପନା କରାଯାଇଛି। ଏହି ଯୋଜନାରେ ସମ୍ବଲପୁର-ଝାରସୁଗୁଡ଼ା-ବରଗଡ଼, କୋରାପୁଟ-ସୁନାବେଡ଼ା-ଜୟପୁର ଏବଂ କେନ୍ଦୁଝର-ଯୋଡ଼ା-ବଡବିଲ ଭଳି ଅନ୍ୟାନ୍ୟ ପ୍ରମୁଖ ହବ୍‌କୁ ବିସ୍ତାର କରିବା ପ୍ରସ୍ତାବ ଦିଆଯାଇଛି। ଏହାବ୍ୟତୀତ ଅନୁଗୋଳ, ବଲାଙ୍ଗୀର, ଭଦ୍ରକ, ବ୍ୟାସନଗର, କେନ୍ଦୁଝର, ବାରିପଦା, ରାୟଗଡ଼ା ଏବଂ ରାଉରକେଲା ସମେତ ଶିଳ୍ପ କ୍ଲଷ୍ଟର ଆଖପାଖରେ ଥିବା ୮ଟି ସହରକୁ ମଡେଲ ସହର ଭାବରେ ବିକଶିତ କରାଯିବ ବୋଲି ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଏନେଇ ବିଭାଗର ପ୍ରମୁଖ ସଚିବ ଉଷା ପାଢୀ କହିଛନ୍ତି, ଓଡ଼ିଶାର କ୍ୱାଡ୍‌ ସିଟି କାର୍ଯ୍ୟକ୍ରମ ସମୃଦ୍ଧ ସହର ଯୋଜନା ସହିତ ସହରାଞ୍ଚଳ ବିସ୍ତାର କରିବା ସହ ଆର୍ଥିକ କାରବାର, ଶିଳ୍ପ ସୁଯୋଗ ଏବଂ ଅନ୍ତର୍ଭୁକ୍ତିମୂଳକ ବିକାଶକୁ ସୁଦୃଢ଼ କରିବା ପାଇଁ ଡିଜାଇନ୍‌ କରାଯାଇଛି। ଏହି ଅଞ୍ଚଳଗୁଡ଼ିକ ଜାତୀୟ ଏବଂ ବିଶ୍ୱ ଅର୍ଥନୀତିରେ ଓଡ଼ିଶାର ଭୂମିକାକୁ ବୃଦ୍ଧି କରିବା ସହିତ ସନ୍ତୁଳିତ ଆଞ୍ଚଳିକ ଅଭିବୃଦ୍ଧି ପାଇଁ ଏକ ଢାଞ୍ଚା ପ୍ରଦାନ କରିବ। ପରସ୍ପର ସଂଯୁକ୍ତ ଅର୍ଥନୈତିକ କ୍ଷେତ୍ର ଏବଂ ସ୍ଥାୟୀ ସହରାଞ୍ଚଳ-ଶିଳ୍ପ କରିଡର ସୃଷ୍ଟି କରି ଓଡ଼ିଶା ଏହାର ସହରଗୁଡ଼ିକୁ ନବସୃଜନ, ବାଣିଜ୍ୟ ଏବଂ ସମୃଦ୍ଧିର ଭବିଷ୍ୟତ ପ୍ରସ୍ତୁତ କେନ୍ଦ୍ର ଭାବରେ କାର୍ଯ୍ୟ କରିବାକୁ ପ୍ରସ୍ତୁତ କରୁଥିବା ପାଢୀ ମତ ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତାରେ ଛିଡ଼ା ହୋଇଥିବା ବେଳେ ଯୁବକଙ୍କୁ ଧକ୍କା ଦେଲା ବସ୍‌, ଆଉ ତା’ପରେ…

କୁଚିଣ୍ଡା,୨୧।୯(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା କୁଚିଣ୍ଡା ଥାନା ଅଧୀନ ପତ୍ରାପାଲି ନିକଟରେ ଏକ ଘରୋଇ ବସ୍‌ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ କୁଚିଣ୍ଡା…

ବସ୍ତା ରେଳ ଷ୍ଟେଶନ୍‌ରେ ଅଘଟଣ; ୨ ମହିଳାଙ୍କୁ ଧକ୍କା ଦେଲା ଟ୍ରେନ, ତାପରେ…

ବାଲେଶ୍ୱର,୨୧।୯( ବାଞ୍ଛାନିଧି ଦେ): ଦକ୍ଷିଣପୂର୍ବ ରେଳପଥର ଖଡ଼ଗପୁର ଡିଭିଜନ ଅନ୍ତର୍ଗତ ବସ୍ତା ରେଳ ଷ୍ଟେଶନ ନିକଟରେ ବଡ଼ ଦୁର୍ଘଟଣା ଘଟିଯାଇଛି । ସୋମବାର ଟ୍ରେନ ଧକ୍କାରେ ଦୁଇ…

ସମଗ୍ର ପୃଥିବୀରେ କୋଣାର୍କ ସର୍ବାପେକ୍ଷା ଅଧିକ ଅଳଂକୃତ ମନ୍ଦିର

ଉପରେ ଯେଉଁ ଶୀର୍ଷକ ବ୍ୟବହାର କରିଛୁ, ତାହା ଫର୍ଗୁସନ୍‌ଙ୍କ ମତ। ସେ ମଧ୍ୟ ଶ୍ରୀପଦ୍ମକେଶର ମନ୍ଦିର ଶବ୍ଦ ବ୍ୟବହାର କରିନାହାନ୍ତି। ଜଣେ ଭାରତୀୟ ମନମୋହନ ଗାଙ୍ଗୁଲି ମଧ୍ୟ…

ନିଜ ନାଗରିକଙ୍କ ପାଇଁ ଆଡଭାଇଜରୀ ଜାରି କଲା ଆମେରିକା; ମଧ୍ୟ-ପୂର୍ବରେ ପରିସ୍ଥିତି ଜଟିଳ ହେବାର ଆଶଙ୍କା

ଓ୍ବାଶିଂଟନ,୨୧।୯: ଆମେରିକା ନିଜ ନାଗରିକମାନଙ୍କ ପାଇଁ ଏକ ନୂତନ ଆଡଭାଇଜରୀ ଜାରି କରି ଇରାନ ଗସ୍ତ ନ କରିବାକୁ ଅନୁରୋଧ କରିଛି। ଏଥିରେ ଆମେରିକୀୟ ନାଗରିକମାନଙ୍କୁ ଯେକୌଣସି…

ଗଞ୍ଜାମରେ ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା, ବାଦ୍ ପଡ଼ିଲା ୧.୮୮ ଲକ୍ଷ…

ଛତ୍ରପୁର,୨୧।୯(ଦିଲ୍ଲୀପ ସାମଲ/ଦ୍ଵାରକା ପଟ୍ଟନାୟକ) : ଗଞ୍ଜାମ ଜିଲାରେ ଦୀର୍ଘ ସାଢ଼େ ତିନି ମାସ ଧରି ଚାଲିଥିବା ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଶେଷ ହେବା…

ବଡ଼ ବିମାନ ଦୁର୍ଘଟଣା, ୨ ଭାରତୀୟ ଛାତ୍ରଙ୍କ ମୃତ୍ୟୁ

ନୂଆଦିଲ୍ଲୀ,୨୧।୯: କାନାଡାରେ ଫ୍ଲାଇଟ୍ ଟ୍ରେନିଂ ସମୟରେ ବିମାନ ଦୁର୍ଘଟଣା ହୋଇଛି । ଏଥିରେ ୨ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ତାମିଲନାଡୁର ମନୋଜ…

୭୮ ଘରୋଇ ହସ୍ପିଟାଲରୁ କଟିଯିବ ଆୟୁଷ୍ମାନ, ନାମ ଗୋପନ ରଖି କର୍ତ୍ତୃପକ୍ଷ କହିଲେ ସରକାର ଯେତେବେଳେ…

ଭୁବନେଶ୍ୱର,୨୧।୯(ରବିନାରାୟଣ ଜେନା): ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ ଓଡ଼ିଶା ଡେଭଲପ୍‌ମେଣ୍ଟ ଅଥରିଟି(ଓଡିଏ)ଆକ୍ଟକୁ ନେଇ ଜୋରଦାର ଖୋଳତାଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବିଏମ୍‌ସି ପକ୍ଷରୁ ୭,୩୦୦ ବେଆଇନ…

ପାଟଣା-ସାହାରପଡ଼ା ବ୍ଲକ ବିଜେଡିର ନୂଆ କର୍ମକର୍ତ୍ତା ନିଯୁକ୍ତ, ରଞ୍ଜନ-ମଧବାଙ୍କୁ ବଡ଼ ଦାୟିତ୍ବ ଦେଲା ବିଜେଡି

ପାଟଣା,୨୧ା୯(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନମଣ୍ଡଳୀ ଅଧୀନ ପାଟଣା ଓ ସାହାରପଡ଼ା ବ୍ଲକ ବିଜେଡିର କାର୍ଯ୍ୟକାରୀ କମିଟିକୁ ଗତ ଶନିବାର ଦଳର ବରିଷ୍ଠ ଉପସଭାପତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?