କ୍ୱାଡ୍‌

ପୂର୍ବ ଲଦାଖଠାରେ ଭାରତ ଓ ଚାଇନା ଗତ ମେ’ରୁ ସାମ୍ନାସାମ୍ନି ହୋଇ ଚାଲିଛନ୍ତି। ଭାରତର ୨୦ ଯବାନଙ୍କ ପ୍ରାଣ ଯାଇଥିବା ବେଳେ ଚାଇନା ଅଦ୍ୟାବଧି ତା’ ସୈନ୍ୟଙ୍କ ମୃତ୍ୟୁ ସଂଖ୍ୟା ପ୍ରକାଶ କରିନାହିଁ। ଇତିମଧ୍ୟରେ ପିପୁଲ୍ସ ଲିବରେଶନ ଆର୍ମି (ପିଏଲ୍‌ଏ)ର ପ୍ରାୟ ୬୦,୦୦୦ ସୈନ୍ୟଙ୍କୁୁ ଚାଇନା ପ୍ରକୃତ ନିୟନ୍ତ୍ରଣ ରେଖା (ଏଲ୍‌ଏସି) ନିକଟରେ ମୁତୟନ କରି ଭାରତ ପାଇଁ ବିପଦ ସୃଷ୍ଟି କରିଛି। ସୀମାରେ କ୍ଷେପଣାସ୍ତ୍ର ପରୀକ୍ଷା କରିବା ସହ ରାସ୍ତା ନିର୍ମାଣ କରି ଚାଲିଛି। ବେଜିଂର ଏଭଳି କାର୍ଯ୍ୟକଳାପ ଦେଖି ଭାରତ ନିଜକୁ ସୁରକ୍ଷିତ ରଖିବା ପାଇଁ ଅନ୍ୟ ୩ ଦେଶ ସହିତ ମେଣ୍ଟ ବାନ୍ଧିବାକୁ ବାଧ୍ୟ ହେଉଛି। ଆମେରିକା, ଜାପାନ ଓ ଅଷ୍ଟ୍ରେଲିଆ ସହିତ ମିଶି ମାଲାବର ସମରାଭ୍ୟାସ କରିବାକୁ ଭାରତ ପଦକ୍ଷେପ ନେଇଛି। ସୂଚନାଯୋଗ୍ୟ ଯେ ଶେଷ ଥର ଲାଗି ଅଷ୍ଟ୍ରେଲିଆ ମାଲାବରଠାରେ ୨୦୦୭ରେ ସମରାଭ୍ୟାସ କରିଥିଲା।
ଚାଇନାର ବିସ୍ତାରବାଦୀ ପଦକ୍ଷେପକୁ ଏହି ଚାରି ଦେଶ ବା କ୍ୱାଡ୍‌ର ସମରାଭ୍ୟାସ ମେଳି ଏକ ଶକ୍ତିଶାଳୀ ବାର୍ତ୍ତା ଦେଇପାରେ ବୋଲି ଭାରତୀୟ ନେତୃତ୍ୱ ଅନୁମାନ କରୁଛି। କିନ୍ତୁ ଏକ ଉତ୍ପାଦକ ରାଷ୍ଟ୍ର ଭାବେ ଦୀର୍ଘବର୍ଷ ଧରି ପୃଥିବୀ ବଜାରକୁ ନିଜ ଦ୍ରବ୍ୟ ପଠାଇ ବେଜିଂ ଯେଭଳି ନିୟନ୍ତ୍ରଣ ରଖିପାରିଛି ଓ ଯୋଗାଣ ଶୃଙ୍ଖଳକୁ ବ୍ୟବସ୍ଥିତ କରିପାରିଛି, ସମ୍ଭବତଃ ଆମେରିକା ଭଳି ଶକ୍ତିଶାଳୀ ରାଷ୍ଟ୍ର ପକ୍ଷେ ସମ୍ଭବ ହୋଇପାରି ନାହିଁ। କେବଳ ସେତିକି ନୁହେଁ, ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି (ଆଇଏମ୍‌ଏଫ୍‌) ଅନୁମାନ କରିଛି ଯେ, ଚାଇନା ଅର୍ଥନୀତି ଏବେ ଆମେରିକା ଅର୍ଥନୀତିଠାରୁ ବୃହତ୍‌ ହୋଇଗଲାଣି। ଏଭଳି ପ୍ରଚ୍ଛଦପଟରେ ଭାରତ ପାଇଁ ବିପଦ ଅଧିକ ଘନୀଭୂତ ହୋଇଛି। ଆମର କୂଟନୈତିକ ଅପାରଗତା ଯୋଗୁ ପଡ଼ୋଶୀ ଦେଶ ଯଥା ନେପାଳ, ପାକିସ୍ତାନ ଏବଂ ଶ୍ରୀଲଙ୍କା ସମସ୍ତେ ଚାଇନା ଆଡ଼କୁ ଢଳିଗଲେଣି। ଏଭଳି ସ୍ଥିତିରେ ନୌସେନା ସମରାଭ୍ୟାସର ପ୍ରଭାବ ସ୍ଥଳସେନା ଯୁଦ୍ଧକୁ ବେଶି ପ୍ରଭାବିତ କରି ନ ପାରେ। ଏବର ଭାରତୀୟ ନେତୃବୃନ୍ଦ କହୁଛନ୍ତି ଯେ, ୧୯୬୨ ବେଳର ଯୁଦ୍ଧ ସାମଗ୍ରୀ ଓ ସେନା ବଳଠାରୁ ଆଜିର ଭାରତୀୟ ସେନା ଅଧିକ ପାରଙ୍ଗମ ଓ ସୁସଜ୍ଜିତ। ତେଣୁ ଚାଇନା ଆଉ ଡରାଇପାରିବ ନାହିଁ। ଏହା କହୁଥିବା ବ୍ୟକ୍ତିମାନେ ମନେରଖିବା ଦରକାର ଯେ, ଚାଇନା ମଧ୍ୟ ସେତେବେଳର ରଣକୌଶଳ ଓ ସେନା ଭିତରେ ସୀମିତ ରହିନାହିଁ। ଯାହାକୁ ଥରେ ହରେଇ ଦିଆଯାଇପାରି ନାହିଁ, ତା’ର ବଳକୁ କଳିବା କଷ୍ଟକର। ଆଜି ମଧ୍ୟ ଭାରତୀୟ ଯବାନମାନେ ଭିଡିଓ ଜରିଆରେ ସେମାନଙ୍କୁ କିଭଳି ନିମ୍ନମାନର ଖାଦ୍ୟ ଓ ପୋଷାକ ଦିଆଯାଉଛି ଦେଖାଉଛନ୍ତି। ଏଥିସହିତ ଗତ ଦଶନ୍ଧିରେ ଭାରତୀୟ ସ୍ଥଳ, ବାୟୁ ଓ ନୌସେନାରେ ନୂତନ ଅତ୍ୟାଧୁନିକ ଯୁଦ୍ଧ ସାମଗ୍ରୀ ସାମିଲ ହୋଇଥିବା ଖବର କାହା ପାଖରେ ନାହିଁ। ସେଥିପାଇଁ କେବଳ କଥାରେ କହିହେଉଛି ଯେ ୧୯୬୨ଠାରୁ ଆମେ ବହୁ ଆଗକୁ ଗଲୁଣି। କିନ୍ତୁ ବାସ୍ତବରେ ଯୁଦ୍ଧ ଲଢ଼ି ଚାଇନାର ପିଏଲ୍‌ଏକୁ ସାମ୍ନା କରିବାରେ ଅନେକ ତଫାତ୍‌ ରହିଛି। ଆଜି ଲଢ଼େଇ ହେଲେ, ବ୍ରହ୍ମୋସ୍‌ କ୍ଷେପଣାସ୍ତ୍ର କେତେ ଦୂର ସହାୟକ ହେବ ତାହା ମଧ୍ୟ ପରୀକ୍ଷା କରିବା ପାଇଁ ସମୟ ବାକି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ସୁନ୍ଦରବନର ହେନ୍ତାଳବନରେ ମହୁ ସଂଗ୍ରହ କରିବାକୁ ଯାଇ ଅନେକ ପୁରୁଷ ବାଘ ଆକ୍ରମଣ ଯୋଗୁ ମୃତ୍ୟୁମୁଖରେ ପଡ଼ନ୍ତି। ଏହିସବୁ ମୃତ ପୁରୁଷଙ୍କ ବିଧବା ସ୍ତ୍ରୀଙ୍କୁ କୁହାଯାଉଛି...

ଶିଷ୍ଟାଚାରର ଅଧଃପତନ

ର୍ଘବର୍ଷର ପରାଧୀନତା ଆମ ସମାଜ ତଥା ସାମାଜିକ ଆଚାର ବ୍ୟବହାର ଉପରେ ଏତେ ପ୍ରଭାବ ପକାଇଛି ଯେ, ତାହା ସ୍ୱାଧୀନତାର ଅର୍ଦ୍ଧଶତାବ୍ଦୀ ପରେ ମଧ୍ୟ ସୁଧୁରିବାର...

ନୂଆ ନଁାରେ ପୁରୁଣା କୋଠା

କଭବନ ସ୍ୱଚ୍ଛତା, ସୁଗମତା ଏବଂ ପ୍ରଶାସନ ଓ ଲୋକଙ୍କ ମଧ୍ୟରେ ଏକ ଗଭୀର ସମ୍ପର୍କର ପ୍ରତୀକ। ଏହି ପଦକ୍ଷେପ ନାଗରିକମାନଙ୍କୁ ସଶକ୍ତ, ଶାସନ ବ୍ୟବସ୍ଥାକୁ ସୁଦୃଢ଼...

କେବଳ ବାହାନା

ଡିସେମ୍ୱର ୧୭ରେ ୱାୟାନାଡ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ବିକଶିିତ ଭାରତ ଗ୍ୟାରେଣ୍ଟି ଫର୍‌ ରୋଜଗାର ଆଣ୍ଡ୍‌ ଆଜୀବିକା ମିଶନ ବିଲ୍‌, ୨୦୨୫ ଉପରେ ପରାମର୍ଶ...

କେଉଁ ଗଛ ଲଗାଇବା

ପରିବେଶ ଉପରେ ବୃକ୍ଷହାନିର ପ୍ରତିକୂଳ ପ୍ରଭାବକୁ ଦୂର କରିବା ପାଇଁ ଉଭୟ ସରକାରୀ ଓ ବେସରକାରୀ ସ୍ତରରେ ଉଦ୍ୟମ ଆରମ୍ଭ ହୋଇଛି। ମାତ୍ର କେଉଁ ସ୍ଥାନ...

ଆଶା ନିରାଶାର ଖେଳ

ଆଶା ଭବିଷ୍ୟତର ସୂଚକ। ଆଶାର ଅନାଗତ ସ୍ବରୂପ ମଣିଷର ପରିକଳ୍ପନା ମାତ୍ର। ସେହି ଆଶାର ସାମୟିକ ଝଲକ ତାକୁ ବର୍ତ୍ତମାନର କର୍ମ ସମ୍ପାଦନ ପାଇଁ ଉତ୍ସାହିତ...

ବାହ୍ୟ ସୁରକ୍ଷାର ପୁନର୍ବିଚାର

ରାହୁଲ ରାସଗୋତ୍ରାଙ୍କୁ ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନ୍‌ଏସ୍‌ଏ) ଭାବରେ ପୋର୍ଟ ଲୁଇସ୍‌ (ମରିସସ୍‌ ରାଜଧାନୀ)କୁ ପଠାଇବା ଏକ ନିୟମିତ ଘୋଷଣା ନ ଥିଲା, ବରଂ ଥିଲା...

ଯଥାର୍ଥ ଦାନ

ଅଭିରାମ ବାବୁ ଜଗନ୍ନାଥଙ୍କର ଜଣେ ପରମ ଭକ୍ତ। ସେଥିପାଇଁ ସେ ଜଗନ୍ନାଥ ସଂସ୍କୃତିକୁ ସମ୍ମାନ ଜଣାଇଥାନ୍ତି। ତାଙ୍କର ପୁଅ ଯୋଗେଶ ସ୍କୁଲ ଛାତ୍ର। ସେ ବାପାଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri