କ୍ୱାଡ୍‌

ପୂର୍ବ ଲଦାଖଠାରେ ଭାରତ ଓ ଚାଇନା ଗତ ମେ’ରୁ ସାମ୍ନାସାମ୍ନି ହୋଇ ଚାଲିଛନ୍ତି। ଭାରତର ୨୦ ଯବାନଙ୍କ ପ୍ରାଣ ଯାଇଥିବା ବେଳେ ଚାଇନା ଅଦ୍ୟାବଧି ତା’ ସୈନ୍ୟଙ୍କ ମୃତ୍ୟୁ ସଂଖ୍ୟା ପ୍ରକାଶ କରିନାହିଁ। ଇତିମଧ୍ୟରେ ପିପୁଲ୍ସ ଲିବରେଶନ ଆର୍ମି (ପିଏଲ୍‌ଏ)ର ପ୍ରାୟ ୬୦,୦୦୦ ସୈନ୍ୟଙ୍କୁୁ ଚାଇନା ପ୍ରକୃତ ନିୟନ୍ତ୍ରଣ ରେଖା (ଏଲ୍‌ଏସି) ନିକଟରେ ମୁତୟନ କରି ଭାରତ ପାଇଁ ବିପଦ ସୃଷ୍ଟି କରିଛି। ସୀମାରେ କ୍ଷେପଣାସ୍ତ୍ର ପରୀକ୍ଷା କରିବା ସହ ରାସ୍ତା ନିର୍ମାଣ କରି ଚାଲିଛି। ବେଜିଂର ଏଭଳି କାର୍ଯ୍ୟକଳାପ ଦେଖି ଭାରତ ନିଜକୁ ସୁରକ୍ଷିତ ରଖିବା ପାଇଁ ଅନ୍ୟ ୩ ଦେଶ ସହିତ ମେଣ୍ଟ ବାନ୍ଧିବାକୁ ବାଧ୍ୟ ହେଉଛି। ଆମେରିକା, ଜାପାନ ଓ ଅଷ୍ଟ୍ରେଲିଆ ସହିତ ମିଶି ମାଲାବର ସମରାଭ୍ୟାସ କରିବାକୁ ଭାରତ ପଦକ୍ଷେପ ନେଇଛି। ସୂଚନାଯୋଗ୍ୟ ଯେ ଶେଷ ଥର ଲାଗି ଅଷ୍ଟ୍ରେଲିଆ ମାଲାବରଠାରେ ୨୦୦୭ରେ ସମରାଭ୍ୟାସ କରିଥିଲା।
ଚାଇନାର ବିସ୍ତାରବାଦୀ ପଦକ୍ଷେପକୁ ଏହି ଚାରି ଦେଶ ବା କ୍ୱାଡ୍‌ର ସମରାଭ୍ୟାସ ମେଳି ଏକ ଶକ୍ତିଶାଳୀ ବାର୍ତ୍ତା ଦେଇପାରେ ବୋଲି ଭାରତୀୟ ନେତୃତ୍ୱ ଅନୁମାନ କରୁଛି। କିନ୍ତୁ ଏକ ଉତ୍ପାଦକ ରାଷ୍ଟ୍ର ଭାବେ ଦୀର୍ଘବର୍ଷ ଧରି ପୃଥିବୀ ବଜାରକୁ ନିଜ ଦ୍ରବ୍ୟ ପଠାଇ ବେଜିଂ ଯେଭଳି ନିୟନ୍ତ୍ରଣ ରଖିପାରିଛି ଓ ଯୋଗାଣ ଶୃଙ୍ଖଳକୁ ବ୍ୟବସ୍ଥିତ କରିପାରିଛି, ସମ୍ଭବତଃ ଆମେରିକା ଭଳି ଶକ୍ତିଶାଳୀ ରାଷ୍ଟ୍ର ପକ୍ଷେ ସମ୍ଭବ ହୋଇପାରି ନାହିଁ। କେବଳ ସେତିକି ନୁହେଁ, ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି (ଆଇଏମ୍‌ଏଫ୍‌) ଅନୁମାନ କରିଛି ଯେ, ଚାଇନା ଅର୍ଥନୀତି ଏବେ ଆମେରିକା ଅର୍ଥନୀତିଠାରୁ ବୃହତ୍‌ ହୋଇଗଲାଣି। ଏଭଳି ପ୍ରଚ୍ଛଦପଟରେ ଭାରତ ପାଇଁ ବିପଦ ଅଧିକ ଘନୀଭୂତ ହୋଇଛି। ଆମର କୂଟନୈତିକ ଅପାରଗତା ଯୋଗୁ ପଡ଼ୋଶୀ ଦେଶ ଯଥା ନେପାଳ, ପାକିସ୍ତାନ ଏବଂ ଶ୍ରୀଲଙ୍କା ସମସ୍ତେ ଚାଇନା ଆଡ଼କୁ ଢଳିଗଲେଣି। ଏଭଳି ସ୍ଥିତିରେ ନୌସେନା ସମରାଭ୍ୟାସର ପ୍ରଭାବ ସ୍ଥଳସେନା ଯୁଦ୍ଧକୁ ବେଶି ପ୍ରଭାବିତ କରି ନ ପାରେ। ଏବର ଭାରତୀୟ ନେତୃବୃନ୍ଦ କହୁଛନ୍ତି ଯେ, ୧୯୬୨ ବେଳର ଯୁଦ୍ଧ ସାମଗ୍ରୀ ଓ ସେନା ବଳଠାରୁ ଆଜିର ଭାରତୀୟ ସେନା ଅଧିକ ପାରଙ୍ଗମ ଓ ସୁସଜ୍ଜିତ। ତେଣୁ ଚାଇନା ଆଉ ଡରାଇପାରିବ ନାହିଁ। ଏହା କହୁଥିବା ବ୍ୟକ୍ତିମାନେ ମନେରଖିବା ଦରକାର ଯେ, ଚାଇନା ମଧ୍ୟ ସେତେବେଳର ରଣକୌଶଳ ଓ ସେନା ଭିତରେ ସୀମିତ ରହିନାହିଁ। ଯାହାକୁ ଥରେ ହରେଇ ଦିଆଯାଇପାରି ନାହିଁ, ତା’ର ବଳକୁ କଳିବା କଷ୍ଟକର। ଆଜି ମଧ୍ୟ ଭାରତୀୟ ଯବାନମାନେ ଭିଡିଓ ଜରିଆରେ ସେମାନଙ୍କୁ କିଭଳି ନିମ୍ନମାନର ଖାଦ୍ୟ ଓ ପୋଷାକ ଦିଆଯାଉଛି ଦେଖାଉଛନ୍ତି। ଏଥିସହିତ ଗତ ଦଶନ୍ଧିରେ ଭାରତୀୟ ସ୍ଥଳ, ବାୟୁ ଓ ନୌସେନାରେ ନୂତନ ଅତ୍ୟାଧୁନିକ ଯୁଦ୍ଧ ସାମଗ୍ରୀ ସାମିଲ ହୋଇଥିବା ଖବର କାହା ପାଖରେ ନାହିଁ। ସେଥିପାଇଁ କେବଳ କଥାରେ କହିହେଉଛି ଯେ ୧୯୬୨ଠାରୁ ଆମେ ବହୁ ଆଗକୁ ଗଲୁଣି। କିନ୍ତୁ ବାସ୍ତବରେ ଯୁଦ୍ଧ ଲଢ଼ି ଚାଇନାର ପିଏଲ୍‌ଏକୁ ସାମ୍ନା କରିବାରେ ଅନେକ ତଫାତ୍‌ ରହିଛି। ଆଜି ଲଢ଼େଇ ହେଲେ, ବ୍ରହ୍ମୋସ୍‌ କ୍ଷେପଣାସ୍ତ୍ର କେତେ ଦୂର ସହାୟକ ହେବ ତାହା ମଧ୍ୟ ପରୀକ୍ଷା କରିବା ପାଇଁ ସମୟ ବାକି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତର ସାମ୍ପ୍ରତିକ ଅର୍ଥନୀତି ଓ ସାର୍ୱଭୌମତ୍ୱ

ବର୍ତ୍ତମାନ ବିଶ୍ୱରେ ଯେଉଁ ବାଣିଜି୍ୟକ ଯୁଦ୍ଧ ଦେଖାଦେଇଛି ତାହା ବିଭିନ୍ନ ଦେଶରେ ରାଜନୈତିକ ଘନଘଟା ସୃଷ୍ଟିକରିଛି। ବିଶ୍ୱ ରାଜନୀତି ଓ ଅର୍ଥନୀତିରେ ନାହିଁ ନ ଥିବା ଅସ୍ଥିରତା…

ଧର୍ମାନ୍ତରୀକରଣ ଓ ଲଭ୍ ଜିହାଦ

ଆକାର ପଟେଲ ଆମ ଗଣମାଧ୍ଯମ ଏବଂ ହ୍ଵାଟ୍ସଆପ୍ ଗ୍ରୁପଗୁଡ଼ିକରେ ଆମେ ଯେଉଁ ସବୁ ବିଷୟରେ ଆଲୋଚନା ବା ପ୍ରଚାର କରୁଛୁ, ତାହା ମଧ୍ୟରୁ ଗୋଟିଏ। ହେଉ ହେଉଛି…

ଜିଇବା ପାଇଁ ପିଇବା

ର୍ବତ ଏବଂ ଲସିର ଦେଶ ରୂପେ ଭାରତ ପ୍ରସିଦ୍ଧ। କିନ୍ତୁ ଅଧିକାଂଶ ଭାରତୀୟ ଆଜି ପାଶ୍ଚାତ୍ୟ ପେୟ ଦ୍ୱାରା ପ୍ରଭାବିତ। ନିଜକୁ ‘ଆଧୁନିକ’ ପ୍ରମାଣିତ ପାଇଁ ଭାରତୀୟମାନେ…

ସୁସ୍ଥ ଓଡ଼ିଶା ଲକ୍ଷ୍ୟ ପୂରଣ ହେବ ତ

ଡ଼ିଶାର ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କର ଲଗାତର ତୃତୀୟ ବଜେଟ ଉପସ୍ଥାପନ କରି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପାଇଁ ୨୦୨୬-୨୭…

ଅମଲାତାନ୍ତ୍ରିକ ବିବାଦ

ନିକଟରେ କର୍ନାଟକ ହାଇକୋର୍ଟ ଆଇପିଏସ୍‌ ଅଧିକାରୀ ଡି. ରୂପା ମୁଦଗିଲ୍‌ଙ୍କ ଦ୍ୱାରା ଆଇଏଏସ୍‌ ଅଧିକାରୀ ରୋହିଣୀ ସିନ୍ଧୁରୀଙ୍କ ବିରୋଧରେ ଦାୟର ମାନହାନି ମାମଲାକୁ ରଦ୍ଦ କରିବାକୁ ମନା…

ଏଇ ଭାରତରେ

ସହରୀକରଣରେ ବ୍ୟାପକ ଭାବେ ପୁରୁଣା ଆମ୍ବଗଛ କାଟି ଦିଆଯାଉଥତ୍ବାରୁ ବହୁ କିସମର ଦେଶୀ ଓ ସ୍ବାଦିଷ୍ଟ ଆମ୍ବ ସମୟକ୍ରମେ ଲୋପ ପାଇବାରେ ଲାଗିଛି। ଜଳବାୟୁ ପରିବର୍ତ୍ତନ ଯୋଗୁ…

ସମର୍ପିତ ସଙ୍ଗଠନ

ଭାରତରେ, ଏନ୍‍ଜିଓ କହିଲେ ବିଭିନ୍ନ ପ୍ରକାରର ବେସରକାରୀ ସଙ୍ଗଠନକୁ ବୁଝାଏ, ଯାହା ଅଣ-ସରକାରୀ, ସ୍ବେଚ୍ଛାସେବୀ କିମ୍ବା ଅଣ-ସ୍ବେଚ୍ଛାସେବୀ ଇତ୍ୟାଦି ହୋଇପାରେ। ଏହି ସଙ୍ଗଠନଗୁଡ଼ିକ ସରକାରୀ ନୁହେଁ ସତ…

କହିଦେଉଥାଏ ପରକୁ

ମୀରା ବେଉରା ଥରେ ଏକ ବିଦ୍ୟାଳୟରେ ସ୍ବଚ୍ଛତା ସମ୍ପର୍କରେ ଗୋଟିଏ ଆଲୋଚନାଚକ୍ରରେ ଅତିଥି ଭାବରେ ଯୋଗଦେବାକୁ ମୁଁ ନିମନ୍ତ୍ରିତ ହୋଇଥିଲି । ଛାତ୍ରୀଛାତ୍ର କିଭଳି ବାହ୍ୟ ପରିଷ୍କାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri