କର୍ଲାମୁଣ୍ଡା,୧୦ା୭(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଗଜବାହାଲ ପଞ୍ଚାୟତ ଅବୁଜବାହାଲ ନିକଟରୁ ବନ ବିଭାଗ ଗୁରୁବାର ୮ଫୁଟ୍ ଲମ୍ବର ଏକ ଅଜଗର ଉଦ୍ଧାର କରିଛି। ସୂଚନା ମତେ ଅବୁଜବାହାଲ ଗ୍ରାମର ରଞ୍ଜନ ସାହୁ ତାଙ୍କ ଜମିକୁ ଯାଇଥିବା ବେଳେ ସାପଟିକୁ ଦେଖି ମଦନପୁର ବନ ବିଭାଗକୁ ସୂଚନା ଦେଇଥିଲେ।
ମଦନପୁର ବନପାଳ ସମ୍ପଦ କୁମାର, ମ. ରାମପୁର ବନାଞ୍ଚଳ ସହକାରୀ ବନ ସରକ୍ଷକ ଅସିତ କୁମାର ଦାସ, ମ. ରାମପୁର ବନପାଳ ଦୀପକ ସା, ମୋହନଗିରୀ ବନପାଳ ବିଶ୍ୱଜିତ ଠାକୁର, ବନରକ୍ଷୀ ସତ୍ୟ ଭାମା ନାଗ ପ୍ରମୁଖ ସାପଟିକୁ ଉଦ୍ଧାର କରିବା ସହ ଅଲାତରା ସୁନାମୁଖୀ ଜଙ୍ଗଲରେ ଛାଡିଥିବା ମଦନପୁର ବନପାଳ ସମ୍ପଦ କୁମାର ସୂଚନା ଦେଇଛନ୍ତି।


