୨୫ ବର୍ଷ ପୂରଣ କଲା କାଜୋଲ-ସଲମାନଙ୍କ ଏହି ସୁପରହିଟ୍‌ ଫିଲ୍ମ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କାଜୋଲ ଏବଂ ସୁପରଷ୍ଟାର ସଲମାନ ଖାନଙ୍କ ଫିଲ୍ମ ‘ ପ୍ୟାର୍‌ କ୍ୟା ତୋ ଡର୍‌ନା କ୍ୟା’ କୁ ଏବେ ଯାଏ ମଧ୍ୟ ଦର୍ଶକ ଭୁଲିନାହାନ୍ତି। କାଜୋଲ ଏବଂ ସଲମାନଙ୍କ ଏହି ଫିଲ୍ମ ୧୯୯୮ ମାର୍ଚ୍ଚ ୨୭ରେ ମୁକ୍ତିଲାଭ କରିଥିଲା। ଯାହା ଆଜି ଅର୍ଥାତ୍‌ ମାର୍ଚ୍ଚ ୨୭ରେ ରିଲିଜ ହେବାର ୨୫ ବର୍ଷ ପୂରଣ କରିଛି। ଏହି ଅବସରରେ କାଜୋଲ ସୋସିଆଲ ମିଡିଆରେ ଏକ ସ୍ବତନ୍ତ୍ର ପୋଷ୍ଟ ଶେୟାର କରିଛନ୍ତି। ୨୫ ବର୍ଷ ପୂର୍ବେ ଏହି ଦିନ ବଲିଉଡର ପ୍ରସିଦ୍ଧ ନିର୍ଦ୍ଦେଶକ ସୋହେଲ ଖାନଙ୍କ ନିର୍ଦ୍ଦେଶନାରେ ଫିଲ୍ମ ‘ ପ୍ୟାର୍‌ କ୍ୟା ତୋ ଡର୍‌ନା କ୍ୟା’ ନିର୍ମିତ ହୋଇଥିଲା। ଦର୍ଶକ ଏହି ଫିଲ୍ମକୁ ବହୁତ ପସନ୍ଦ କରିଥିଲେ ଏବଂ ଆଜି ମଧ୍ୟ ଲୋକଙ୍କ ମଧ୍ୟରେ ଏହି ଫିଲ୍ମକୁ ନେଇ କ୍ରେଜ୍‌ ରହିଛି।

ସଲମାନ ଖାନ ଏବଂ କାଜୋଲଙ୍କ ଯୋଡି ଫିଲ୍ମରେ ସମସ୍ତଙ୍କ ହୃଦୟ ଜିତିଥିଲା। ଏହାପୂର୍ବରୁ ଏହି ଦୁଇ କଳାକାରଙ୍କୁ ଅନେକ ଚଳଚ୍ଚିତ୍ରରେ ଦେଖିବାକୁ ମିଳିଥିଲା। ସଲମାନ ଖାନ ଏବଂ କାଜୋଲଙ୍କ ବ୍ୟତୀତ ହିନ୍ଦୀ ସିନେମା ଅଭିନେତା ଧର୍ମେନ୍ଦ୍ର, ଅରବାଜ ଖାନ, ଅଞ୍ଜାଲା ଜାଭେରୀ, କିରଣ ଖେର ଏବଂ ଅଶୋକ ସରାଫ ମଧ୍ୟ ଏହି ସିନେମାରେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଥିଲେ।

Share