ଅବ୍ୟବସ୍ଥା ଘେରରେ ପୁଇଁତୋଳା ଗ୍ରାମ, ଅସରାଏ ବର୍ଷାରେ ରାସ୍ତା ଜଳମଗ୍ନ

ଗଞ୍ଜାମ,୨୪।୬(ବିଦ୍ୟାଧର ସାହୁ ): ଗଞ୍ଜାମ ଏନଏସି ଅନ୍ତର୍ଗତ ୱାର୍ଡ ନଂ ୮ ପୁଇଁତୋଳା ଗ୍ରାମ ନାନା ସମସ୍ୟା ଦେଇ ଗତି କରୁଛି l ଶୁକ୍ରବାର ଅସରାଏ ବର୍ଷାରେ ବେହାଲ ପୁଇଁତୋଳା ଗ୍ରାମ l ବର୍ଷାଜଳ ନିଷ୍କାସିତ ହୋଇ ନ ପାରି ରାସ୍ତାରେ ଜମି ରହିଛି। ପୁଇଁତୋଳା ବାରିକି ସାହି ବଜାରକୁ ଯିବା ରାସ୍ତାରେ ପ୍ରାୟ ୨୦୦ମିଟର ପର୍ଯ୍ୟନ୍ତ ବର୍ଷାଜଳ ଲହଡି ମାରୁଥିବା ଦେଖିବାକୁ ମିଳିଛି l ଜମି ରହିଥିବା ବର୍ଷା ଜଳ ଶୁଖିବାକୁ କୌଣସି ବ୍ୟବସ୍ଥା କରାଯାଇ ନାହିଁ। ଓ୍ବାର୍ଡରେ କୌଣସି ଡ୍ରେନେଜ ବ୍ୟବସ୍ଥା ନାହିଁ l ତିନି ମୁହାଁ ଛକ ଠାରୁ ଜାତୀୟ ରାଜପଥ ପର୍ଯ୍ୟନ୍ତ ନୂଆ ଡ୍ରେନେଜ ନିର୍ମାଣ ହୋଇ ମଧ୍ୟ ପାଣି ନିଷ୍କାସନ ହୋଇ ପାରୁନି l ସେହିପରି ଦୀର୍ଘ ବର୍ଷ ହେବ ବଡ଼ସାହି ରାସ୍ତା ଏବଂ ବାରିକି ସାହିଠାରୁ ତ୍ରିବେଣୀ ମଠ ଛକ ପର୍ଯ୍ୟନ୍ତ ରାସ୍ତା ମରାମତି କରାଯାଇନାହିଁ l ଯାହା ଫଳରେ ଖାଲଢିପରେ ଗ୍ରାମର ଲୋକମାନେ ଯାତାୟାତ କରିବାକୁ ବାଧ୍ୟ ହେଉଛନ୍ତି l