କାର୍‌କୁ ଷ୍ଟାର୍ଟରେ ରଖି ବିଚ୍‌ ରାସ୍ତାରେ ନିଘୋଡ଼ ନିଦରେ ଶୋଇପଡ଼ିଲେ କନଷ୍ଟେବଳ, ଭିଡିଓ ଦେଖିଲେ…

ଦାରିଙ୍ଗବାଡ଼ି,୩୦ା୧(ଅରୁଣ ସାହୁ): ଜନସାଧାରଣଙ୍କୁ ସାମାଜିକ ସୁରକ୍ଷା ଯୋଗାଇବା ଓ ଅଞ୍ଚଳରେ ଆଇନଶୃଙ୍ଖଳା ପରିସ୍ଥିତି ସୁଧାରିବାକୁ ପୋଲିସ ସର୍ବଦା ଯତ୍ନବାନ ହେବା ଜରୁରୀ। କିନ୍ତୁ ଏମିତି କିଛି ପୋଲିସ ଅଛନ୍ତି ସେମାନେ ନିୟମ ଉଲଘଂନ କରି ଲୋକହସା ହୁଅନ୍ତି। ଲୋକଙ୍କୁ ସୁରକ୍ଷା ଦେବା ବଦଳରେ ବିପଦରେ ପକାଇଦିଅନ୍ତି। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନାରେ କାର୍ଯ୍ୟରତ ଜଣେ କନଷ୍ଟେବଳଙ୍କ କ୍ଷେତ୍ରରେ। ସେ ନିଜ କାରରେ ଦାରିଙ୍ଗବାଡ଼ିର ଜନଗହଳିପୂର୍ଣ୍ଣ ୪ ଛକ ଉପରେ ନିଜ କାରକୁ ନ ଷ୍ଟାର୍ଟ ଅବସ୍ଥାରେ ରଖି ଡ୍ରାଇଭର ସିଟରେ ନିଘୋଡ଼ ନିଦରେ ଶୋଇପଡିଛନ୍ତି। ଫଳରେ ସେହି ରାସ୍ତାରେ ଦୀର୍ଘ ସମୟ ଧରି ଗାଡ଼ିମୋଟର ଯାତାୟାତରେ ବାଧା ସୃଷ୍ଟି ହୋଇଥିଲା। ଇଏ ଥରକର ଘଟଣା ନୁହଁ, ଏଭଳି କନଷ୍ଟେବଳ ଜଣଙ୍କ ଉକ୍ତ ବଜାର ଦେଇ ଯାଇଥିବା ରାଜପଥ ଉପରେ ନିଶାସକ୍ତ ଅବସ୍ଥାରେ କାର ରଖି ଶୋଇପଡ଼ନ୍ତି। ଫଳରେ ଲୋକମାନେ ହଇରାଣ ଭୋଗନ୍ତି ଆଉ ପୋଲିସ ବାବୁଙ୍କ ଭୟରେ କିଏ ମୁହଁ ଖୋଲନ୍ତି ନାହିଁ। କନଷ୍ଟେବଳ ମନୋରଞ୍ଜନ ସାବତଙ୍କୁ ପଚାରିବାରୁ ସେ ମୋ’ ଭିଡିଓ ଫଟୋ କାହିଁକି ଉଠାଉଛନ୍ତି ବୋଲି ପଚାରିବା ସହ ସେ ଜଣଙ୍କୁ କିଛି ଜିନିଷ ଆଣିବାକୁ ପଠାଇଛି ସେହି ଭିତରେ ତାଙ୍କୁ ନିଦ ହୋଇଗଲା ବୋଲି କହିବା ସହ ନିଜ କାର୍‌କୁ ରାଜପଥରୁ ହଟାଇ ରାସ୍ତା କଡ଼ରେ ପୁଣି ଶୋଇପଡ଼ିଥିଲେ।

ପ୍ରକାଶ ଯେ, ଦାରିଙ୍ଗବାଡ଼ି ଚାରିଛକରେ ସର୍ବାଧିକ ଭିଡ଼ ସହ ଟ୍ରାଫିକ ସମସ୍ୟା ଲାଗିରହୁଛି ଜଣେ ପୋଲିସ କର୍ମଚାରୀ ଭାବେ ଏହାର ସମାଧାନ କରି ଲୋକଙ୍କୁ ଟ୍ରାଫିକ ନିୟନ୍ତ୍ରଣ କରି ଯାତାୟାତରେ ସୁବିଧା କରିବା ବଦଳରେ ନିଜେ କାରକୁ ଜାତୀୟ ରାଜପଥ ମଝିରେ ରଖି ବେପରୁଆ ଶୋଇପଡିବା ଘଟଣାକୁ ଅଞ୍ଚଳବାସୀ ନିନ୍ଦା କରିଛନ୍ତି। ଜିଲା ପୋଲିସ ପ୍ରଶାସନ ଏହାର ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କଲେ ଅଞ୍ଚଳବାସୀ ପୋଲିସ ପ୍ରତି ରହିଥିବା ସମ୍ମାନ ଓ ଭୟ ଦୂର ହୋଇଯିବ ବୋଲି ବୁଦ୍ଧିଜୀବୀ ମହଲରେ କୁହାଯାଇଛି। ଏନେଇ ଆଇଆଇସି କନକ କୁମାର ମାଝୀ ଘଟଣା ସମ୍ପର୍କରେ ଶୁଣିବା ପରେ ଘଟଣାସ୍ଥଳକୁ ଅନ୍ୟ କର୍ମଚାରୀଙ୍କୁ ପଠାଇ କନଷ୍ଟେବଳଙ୍କୁ ଥାନାକୁ ନେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri