ପୁଟିନ୍‌ଙ୍କ ଭାରତ ଗସ୍ତ ଅନ୍ତରାଳେ

ଭାରତକୁ ଆମେରିକା ନାଲିଆଖି ଦେଖାଇ ଟାରିଫ ବୃଦ୍ଧି କରିଛି। ଏହାସହ ଭାରତ-ରଷିଆ ସମ୍ପର୍କକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଘୋର ଅସନ୍ତୁଷ୍ଟ। ଏଭଳି ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ରୁଷିଆର ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଭାରତ ଗସ୍ତ ଏବଂ ଭାରତ ପକ୍ଷରୁ ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦେବା ଭାରତ ପାଇଁ ଯେତିକି ଗୁରୁତ୍ୱପୂର୍ଣ୍ଣ ଆମେରିକା ପାଇଁ ସେତିକି ଆଲୋଡ଼ିତ ବୋଲି କୁହାଯାଇପାରେ। ଆହୁରି ମଧ୍ୟ ବିଶ୍ୱ ରାଜନୀତିରେ ଅସ୍ଥିରତା ହ୍ରାସ ପାଉ ନ ଥିବା ବେଳେ ୟୁକ୍ରେନ୍‌-ରୁଷିଆ ଆକ୍ରମଣ ଦୀର୍ଘ ସମୟଧରି ଗତି କରିବା ଆମେରିକା ପାଇଁ ମୁଣ୍ଡବ୍ୟଥାର କାରଣ। ଏଭଳି ସ୍ଥିତିରେ ପୁଟିନ୍‌ଙ୍କ ଭାରତ ଗସ୍ତ ଉପରେ ଆମେରିକା ଓ ୟୁରୋପୀୟ ରାଷ୍ଟ୍ରସବୁ ତୀକ୍ଷ୍ଣ ନଜର ରଖିଛନ୍ତି।
ବିଡ଼ମ୍ବନା ହେଉଛି, ରୁଷିଆ -ୟୁକ୍ରେନ୍‌ ଯୁଦ୍ଧ ପ୍ରଶମନରେ ଆମେରିକା ଭାରତକୁ ଦାୟୀ କରିବା, ଭାରତ ଜାତିସଂଘରେ ରୁଷିଆ ବିରୋଧରେ ପାଶ୍ଚାତ୍ୟ ରାଷ୍ଟ୍ରଙ୍କୁ ନିନ୍ଦା କରିବା, ପରବର୍ତ୍ତୀ ସମୟରେ ଭାରତ ଆମେରିକା ମଧ୍ୟରେ ଟାରିଫ୍‌ ହ୍ରାସ ନେଇ ଆଲୋଚନା କରିବା, ଆମେରିକାଠାରୁ ଅଧିକ ତୈଳ ଆମଦାନୀ କରିବା ନେଇ ଚୁକ୍ତି ଆଦି ପ୍ରସଙ୍ଗ ଭାରତର ବିରୋଧୀ ମନୋଭାବକୁ ସ୍ପଷ୍ଟ କରିସାରିଛି। ପାଶ୍ଚାତ୍ୟ ରାଷ୍ଟ୍ରଙ୍କ କଟକଣା ଯୋଗୁ ଭାରତ ଶସ୍ତାରେ ରୁଷିଆଠାରୁ ଅଶୋଧିତ ତୈଳ କିଣିବାକୁ ବାଧ୍ୟ ହୋଇଛି। କିନ୍ତୁ ଆମେରିକା ଭାରତକୁ ଅପବାଦ ଦେଇ ରୁଷର ଯୁଦ୍ଧକୁ ଭାରତ ଆର୍ଥିକ ପ୍ରୋତ୍ସାହନ ଯୋଗାଉଛି ବୋଲି କହିଛି। ସେଥିପାଇଁ ଭାରତୀୟ ସାମଗ୍ରୀ ଉପରେ ଶୁଳ୍କ ବୃଦ୍ଧି କିରିଛି। ଭାରତ ଏହିଭଳି ଏକ ଦ୍ୱନ୍ଦ୍ୱାତ୍ମକ ପରିସ୍ଥିତିରେ ପଡିଛି। ରୁଷିଆ ସହିତ ସମ୍ପର୍କ ଭାଙ୍ଗିଲେ ଦେଶର ସୁରକ୍ଷା କ୍ଷତିଗ୍ରସ୍ତ ହେବ ଏଣେ ଆମେରିକା ସହ ସମ୍ପର୍କ ନ ରହିଲେ ପ୍ରଯୁକ୍ତି ଏବଂ ବଜାର ବିଗିଡିଯିବାର ଆଶଙ୍କା ରହିଛି। ତେବେ ପୁଟିନ୍‌ଙ୍କ ଗସ୍ତ ଭାରତ ପାଇଁ ଅଡୁଆ ସୃଷ୍ଟି କରିବ ନା ଆଶଙ୍କା ବଦଳରେ ଆଶା ସୃଷ୍ଟି କରିବ ତାହା ପାଶ୍ଚାତ୍ୟ ରାଷ୍ଟ୍ରପାଇଁ ଉଦ୍ଦୀପନା ସୃଷ୍ଟି କରିଛି। ଭାରତର ସ୍ଥିତିକୁ ଅବଲୋକନ କଲେ ଜଣାଯାଏ, ଚାଇନା ସବୁବେଳେ ନିଜର ଆଧିପତ୍ୟ ବଜାୟ ରଖି ଭାରତକୁ ତା’ର ଗୋଡ଼ାଣିଆ କରିବାକୁ ଚାହେଁ। ଆମେରିକା ମଧ୍ୟ ଭାରତକୁ ତା’ର ଛତ୍ରଛାୟା ତଳେ ରଖିବାକୁ ଚାହେଁ। ମିତ୍ରତା କେବଳ ଛଳନା। ଭାରତ ସମଗ୍ର ବିଶ୍ୱରେ ଏକ ସହନଶୀଳ ରାଷ୍ଟ୍ର ଭାବେ ଖ୍ୟାତି ଅର୍ଜନ କରିଛି। ବଜାର ଦୃଷ୍ଟିରୁ ବେଶ୍‌ ଆକର୍ଷଣୀୟ। ଭାରତର ବୈଦେଶିକ ନୀତି ମଧ୍ୟ ସବୁ ରାଷ୍ଟ୍ରଙ୍କ ପାଇଁ ବନ୍ଦନୀୟ। ଏଭଳି ଏକ ରାଷ୍ଟ୍ରକୁ ନିଜ କରାୟତ୍ତରେ ରଖିବା ପାଇଁ ଆମେରିକା, ରୁଷିଆ, ଚାଇନା ସବୁଦେଶ ଚାହାନ୍ତି। ବେପାର ବଣିଜର ଊର୍ଦ୍ଧ୍ୱକୁ ଉଠି ଭାରତ ସହ ଗଭୀର ବନ୍ଧୁତ୍ୱ କେହି ଚାହାନ୍ତି ନାହିଁ। ରୁଷିଆ ଯଦିଓ ଭାରତର ପୁରୁଣା ବନ୍ଧୁ ରାଷ୍ଟ୍ର, ତେବେ ବାଣିଜ୍ୟର ଲୋଲୁପ ଦୃଷ୍ଟି ପରିହାର କରି ପାରି ନାହିଁ। କିନ୍ତୁ ପୁରୁଣା ସମ୍ପର୍କ, ନୂତନ ଯୋଡି ଏହା ହିଁ ରୁଷିଆର ଭାରତ ପ୍ରତି ଏସୀୟ ଆଭିମୁଖ୍ୟ। ତେବେ ସମ୍ପର୍କକୁ ବାରମ୍ବାର ମଜଭୁତ କରିବା ପାଇଁ ଚେଷ୍ଟା କରା ନ ଗଲେ ତାହା ପୁରୁଣା ହୋଇଯାଏ। ସେଥିପାଇଁ ଭାରତ ଗସ୍ତ କାଳରେ ପୁଟିନ୍‌ କେତେକ ନୂତନ ବୁଝାମଣା କରିବା ଦ୍ୱାରା ବନ୍ଧୁ ରାଷ୍ଟ୍ର ଭାବେ ନିଜକୁ ପ୍ରତିପାଦିତ କରିଛନ୍ତି। ପୁଟିନ୍‌ଙ୍କ ଗସ୍ତ ଭାରତ ପାଇଁ ଏକ ବଡ଼ ସୁଯୋଗ ବୋଲି ଅସ୍ବୀକାର କରି ହେବ ନାହିଁ। ବହୁତ ଦ୍ୱିପାକ୍ଷିକ ଚୁକ୍ତି ପରେ ଦୁଇ ନେତାଙ୍କ ମିଳିତ ବିବୃତି ପ୍ରଣୀଧାନ ଯୋଗ୍ୟ। ଭାରତ ରୁଷିଆ ବନ୍ଧୁତ୍ୱକୁ ଧ୍ରୁବତାରା ସହିତ ତୁଳନା କରିଥିବା ବେଳେ ରୁଷିଆ ରାଷ୍ଟ୍ରପତି ପୁଟିନ୍‌ ତାଙ୍କ ବିବୃତିରେ କହିଛନ୍ତି ଯେ, ରୁଷିଆ ଏବଂ ଭାରତ ମଧ୍ୟରେ ଥିବା ସମ୍ପର୍କ ଅତ୍ୟନ୍ତ ମଜଭୁତ। ଆର୍ଥିକ କ୍ଷେତ୍ରଠାରୁ ଆରମ୍ଭ କରି ସମସ୍ତ କ୍ଷେତ୍ରରେ ଆମ ସମ୍ପର୍କ ଅଧିକ ଦୃଢ଼ ହେଉଛି। ଆମେ ଟ୍ରେନ୍‌, ନିବେଶ ଏବଂ ବୈଷୟିକ କ୍ଷେତ୍ରକୁ ନେଇ ଆଲୋଚନା କରିଛୁ। ରୁଷିଆ ଏବଂ ଭାରତୀୟ ଅର୍ଥନୈତିକ ସହଯୋଗ ସଂଗଠନ ମିଳିତ ଭାବେ କାମ କରୁଛନ୍ତି। ଭାରତର ବିକାଶ ପାଇଁ ଜରୁରୀ ଥିବା ତୈଳ ଗ୍ୟାସ୍‌ ଭଳି ସମସ୍ତ ସାମଗ୍ରୀ ଦେବାକୁ ପ୍ରସ୍ତୁତ। ଶକ୍ତି କ୍ଷେତ୍ରପାଇଁ ରୁଷିଆ ଭାରତକୁ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେବାକୁ ପ୍ରତିଶ୍ରୁତିବଦ୍ଧ । ବାସ୍ତବରେ ପ୍ରତିରକ୍ଷା, ପ୍ରଯୁକ୍ତି ଆଣବିକ ଶକ୍ତି ଓ ଊର୍ଜା ଯୋଗାଣ ଭଳି କ୍ଷେତ୍ରରେ ଦ୍ୱିପାକ୍ଷିକ ରାଜିନାମା ଉଲ୍ଲେଖନୀୟ। ପୁଟିନ୍‌ ମଧ୍ୟ ସ୍ବୀକାର କରିଛନ୍ତି ଯେ ରୁଷିଆରେ ଭାରତୀୟ ସିନେମାର ବହୁ ଚାହିଦା ରହିଛି। ଭାରତୀୟ ମୁଦ୍ରାର ବ୍ୟବହାର ପରିସର ବୃଦ୍ଧି ପାଇଛି। ବ୍ରିକ୍ସ ପାଇଁ ଭାରତର ଅବଦାନ ସମ୍ପର୍କରେ ସେ ତାଙ୍କ ଭାଷଣରେ କହିଛନ୍ତି। ରୁଷିଆ ଭାରତର ନାଗରିକଙ୍କ ପାଇଁ ପାରସ୍ପରିକ ସମ୍ପର୍କକୁ ମଜଭୁତ କରିବାର ପ୍ରୟାସ ଜାରି ରଖିଛି ବୋଲି କହିଛନ୍ତି। ପୁଟିନ୍‌ କହିଛନ୍ତି, ଏବେ ଉଭୟ ଭାରତ ଏବଂ ରୁଷିଆ ସବୁଠୁ ବଡ଼ ଆଣବିକ ପ୍ଲାଣ୍ଟ ପ୍ରକଳ୍ପ ଉପରେ କାମ କରୁଛନ୍ତି। ୬ଟି ରିଆକ୍ଟର ମଧ୍ୟରୁ ୩ଟି ପୂର୍ବରୁ ଏନର୍ଜି ନେଟ୍‌ଓ୍ବର୍କ ସହିତ ଯୋଡି ହୋଇସାରିଛି। ଆଉ ୩ଟି ରିଆକ୍ଟର ନିର୍ମାଣାଧୀନ ଥିବା ସେ ସୂଚନା ଦେଇଥିଲେ। ଏ ସବୁ ଦୃଷ୍ଟିକୋଣରୁ ଦେଖିବାକୁ ଗଲେ ଆମ ଦେଶର ସାର୍ବଭୌମତ୍ୱ ରକ୍ଷା ଦିଗରେ ରୁଷିଆର ଅବଦାନ ରହିଛି।
କୂଟନୈତିକ ଦୃଷ୍ଟିକୋଣରୁ ଦେଖିବାକୁ ଗଲେ ପୁଟିନ୍‌ଙ୍କ ଭାରତ ଗସ୍ତ ଅନ୍ତରାଳେ ରହିଛି ରୁଷିଆର ରାଜନୈତିକ ଓ ଅର୍ଥନୈତିକ ଭବିଷ୍ୟତ। ସମ୍ପ୍ରତି ଆମେରିକା ସହିତ ଭାରତର ବ୍ୟବସାୟିକ ତିକ୍ତତା ଆହୁରି ମଧ୍ୟ ଟ୍ରମ୍ପଙ୍କ ବିଶ୍ୱ ଏକାଧିପତ୍ୟତା କ୍ଷେତ୍ରରେ ଭାରତ ରୁଷିଆର ସମାନ ଚିନ୍ତାଧାରା ରହିଛି। ରୁଷିଆ ଓ ଭାରତର ଯାବତୀୟ ଚୁକ୍ତି ଆମେରିକା ଓ ଚାଇନା ପାଇଁ ଏକ ଆହ୍ବାନ ସୃଷ୍ଟି କରିଛି। ଭାରତ ଓ ରୁଷିଆ ଯଦି ଏକତ୍ରିତ ହୋଇ ଏସୀୟ ରାଷ୍ଟ୍ରଗୁଡିକର ନେତୃତ୍ୱ ନେବେ ତେବେ ଚାଇନା ପ୍ରତିବନ୍ଧକ ସାଜିପାରିବ ନାହିଁ। ଅନ୍ୟ ଦୃଷ୍ଟିକୋଣରୁ ଏମାନେ ଏକାଠି ହୋଇ ବୈଶ୍ୱିକ ଚ୍ୟାଲେଞ୍ଜକୁ ସାମ୍ନା କଲେ ବିଶ୍ୱ ଆଧିପତ୍ୟତା କ୍ଷେତ୍ରରେ ଆମେରିକା ଦୁର୍ବଳ ହୋଇପଡିବ। ଏଥିପାଇଁ ରୁଷିଆ, ଚାଇନା, ଭାରତ ମିଶି ଯେଉଁ ସଂଗଠନ କରିଥିଲେ ତାହା ଏବେ ଶିଥିଳ ହୋଇପଡିଥିବାରୁ ରୁଷିଆ ଚାହୁଁଛି ଭାରତକୁ ନେଇ ଅଭିଯାନ ଆରମ୍ଭ କରିବାକୁ। ଅନ୍ୟପକ୍ଷରେ ରୁଷିଆ ୟୁକ୍ରେନ୍‌ ଯୁଦ୍ଧରେ ପଛାଇ ଯିବାକୁ ଚାହୁଁ ନାହିଁ। ୟୁକ୍ରେନ୍‌ ପଛରେ ଆମେରିକା, ନାଟୋ ରହିଥିବାରୁ ରୁଷିଆ ଆମେରିକାର ହସ୍ତକ୍ଷେପକୁ ବରଦାସ୍ତ କରିପାରୁ ନାହିଁ। ଭାରତ ମଧ୍ୟ ଭିତରେ ଚାହୁଁଛି ଆମେରିକାର ଆଧିପତ୍ୟ ହ୍ରାସ ପାଉ। ଅପରପକ୍ଷରେ ଚାଇନା ଏଥିପାଇଁ ନୀରବ ରହୁଛି। ଯାହାଫଳରେ ୟୁକ୍ରେନ୍‌ରେ ଶାନ୍ତି ପ୍ରତିଷ୍ଠା ପାଇଁ ଭାରତର ଆହ୍ବନକୁ ରୁଷିଆ ଏକପ୍ରକାର ସମର୍ଥନ କରୁଥିଲେ ହେଁ ଆମେରିକାର ବାରମ୍ବାର ହସ୍ତକ୍ଷେପ ଯୋଗୁ ତାହା ସମ୍ଭବ ହୋଇ ପାରୁନାହିଁ। ଭାରତ ଆମେରିକା ଦ୍ୱିପାକ୍ଷିକ ସମ୍ପର୍କ ରହିଥିବା ବେଳେ ତାହା ସମ୍ପୂର୍ଣ୍ଣ ବ୍ୟବସାୟିକ ଲାଭ କ୍ଷତି ଉପରେ ନିର୍ଭରଶୀଳ। ତେବେ ଆମେରିକା ଭାରତ ଉପରେ ଶୁଳ୍କ ବୃଦ୍ଧି ଘଟାଇଲା ପରେ ଭାରତ ପକ୍ଷରୁ ଆଲୋଚନା କରଯାଇ ଆମେରିକାଠାରୁ ସାମରିକ ଅସ୍ତ୍ରଶସ୍ତ୍ର କିଣିବାକୁ ଚୁକ୍ତି କରିଛି। ଏ କଥା ରୁଷିଆ ଭଲଭାବେ ଜାଣେ। ତଥାପି ଭାରତକୁ ରୁଷିଆ କେବେ ଛାଡି ପାରିବ ନାହିଁ। ଭାରତ ମାଧ୍ୟମରେ ସେ ଏସୀୟ ମହାଦେଶରେ ବାଣିଜ୍ୟ କାରବାରର ଅତୀତରେ ସୁଯୋଗ ଲାଭ କରିଛି। ଭାରତର ବୈଦେଶିକ ନୀତିକୁ ରୁଷିଆ କେବେ ହେଲେ ଅବମାନନା କରିନାହିଁ। କିନ୍ତୁ ଟ୍ରମ୍ପ ଭାରତର ବୈଦେଶିକ ନୀତିକୁ ଏଯାବତ ବୁଝି ପାରିନାହାନ୍ତି। ଯାହାଫଳରେ ବାଣିଜ୍ୟକୁ ନେଇ ଆମେରିକା ସବୁବେଳେ ଭାରତ ପ୍ରତି ଆକ୍ରୋଶ ପ୍ରକାଶ କରୁଛି। ଚାଇନାର ସାମ୍ରାଜ୍ୟବାଦ ନୀତି, ପାକିସ୍ତାନର ପରମାଣୁ ଧମକ ଅବ୍ୟାହତ ରହିଥିବା ବେଳେ ରୁଷିଆ ଏକ୍ଷେତ୍ରରେ ସେମାନଙ୍କୁ ବିରୋଧ କରୁ ନ ଥିବା ଆମେରିକା ପକ୍ଷରୁ କୁହାଯାଇଥାଏ। ତେବେ ଆମେରିକା ଭାରତ ପାଇଁ ସେତେ ବିଶ୍ୱାସ ସୃଷ୍ଟି କରିପାରି ନ ଥିବା ବେଳେ ରୁଷିଆ ଭାରତ ପାଇଁ ବହୁ କ୍ଷେତ୍ରରେ ବିଶ୍ୱାସ ଦେଇଛି। ଆମେରିକା ସହିତ ତିକ୍ତତା ଥିବା ବେଳେ ଅପରେଶନ ସିନ୍ଦୂର ପରେ ପାକିସ୍ତାନ ଓ ତୁର୍କୀ ସହିତ ସାମରିକ ବିବାଦ ଲାଗି ରହିଛି। ଏହାସହ ରୁଷିଆର ରାଷ୍ଟ୍ରପତି ଭାରତ ଆଗମନ ଭାରତ ପାଇଁ କୂଟନୈତିକ ଦିଗରେ ସ୍ଥିରତା ଆଣିଥିବା କୁହାଯାଇପାରେ।

ହରେକୃଷ୍ଣ ପଣ୍ଡା
ସୟେଦପୁର, ମୋ:୯୪୩୭୩୧୫୬୨୩

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଭାରତ ପାଇଁ ‘ହୋର୍ମୁଜ ଦ୍ୱାର’ ଖୋଲିଲା ଇରାନ, ନିଭାଇଲା ବନ୍ଧୁତା, LPG ସଙ୍କଟରୁ ମିଳିବ ମୁକ୍ତି !

ନୂଆଦିଲ୍ଲୀ,୧୩।୩: ଦେଶରେ ରନ୍ଧନ ଗ୍ୟାସର ଅଭାବକୁ ନେଇ ଚିନ୍ତା ବଢୁଥିବା ବେଳେ ଇରାନ ଭାରତକୁ ବନ୍ଧୁତାର ହାତ ବଢ଼ାଇଛି। ହୋର୍ମୁଜ ଷ୍ଟ୍ରେଟ୍‌ରେ ଫସି ରହିଥିବା ଭାରତର ଦୁଇଟି…

ଯାତ୍ରୀଙ୍କୁ ‘ଇଣ୍ଡିଗୋ’ର ଝଟ୍‌କା: ବିମାନ ଟିକେଟ ଉପରେ ଲାଗିଲା ‘ଫ୍ୟୁଏଲ ସରଚାର୍ଜ’, ମାର୍ଚ୍ଚ ୧୪ରୁ…

ନୂଆଦିଲ୍ଲୀ,୧୩।୩: ବିଶ୍ୱ ବଜାରରେ ବିମାନ ଇନ୍ଧନ (ATF) ଦର ଅହେତୁକ ଭାବେ ବୃଦ୍ଧି ପାଇବା ପରେ ଇଣ୍ଡିଗୋ ନିଜର ଭଡ଼ା ବୃଦ୍ଧି କରିବା ନିଷ୍ପତ୍ତି ନେଇଛି। ପଶ୍ଚିମ…

ପେଟାପାଙ୍ଗା ଗ୍ରାମ ପାହାଡ଼ର ଗୁମିକିଆ ଜଙ୍ଗଲରେ ହାତୀ ଆକ୍ରମଣ: ୨ ମୃତ

ରାଇକିଆ/ଜି.ଉଦୟଗିରି,୧୩/୦୩(ପ୍ରଦୀପ ବେହେରା/ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲା ରାଇକିଆ ବ୍ଲକ ଅନ୍ତର୍ଗତ ପେଟାପାଙ୍ଗା ଗ୍ରାମ ଡ. ପାହାଡ଼ର ଗୁମିକିଆ ଜଙ୍ଗଲରେ ହାତୀ ଆକ୍ରମଣରେ ଦୁଇ ଜଣ ଗ୍ରାମବାସୀ…

IPL ୨୦୨୬ରୁ ବାଦ୍‌ ପଡ଼ିଲେ ହର୍ଷିତ ରାଣା, ତଥାପି ମିଳିବ ୪ କୋଟି; କାରଣ ଜାଣିଲେ… 

ନୂଆଦିଲ୍ଲୀ,୧୩।୩: ଆଇପିଏଲ୍‌ ୨୦୨୬ ଆରମ୍ଭ ହେବା ପୂର୍ବରୁ କୋଲକାତା ନାଇଟ୍‌ ରାଇଡର୍ସ (KKR)କୁ ଶକ୍ତ ଧକ୍କା ଲାଗିଛି। ଦଳର ତାରକା ଦ୍ରୁତ ବୋଲର ହର୍ଷିତ ରାଣା ଆହତ…

ଚାଷୀଙ୍କ ପାଇଁ ବଡ଼ ଖୁସିଖବର, ପିଏମ୍‌ କିଷାନର ୨୨ତମ କିସ୍ତି ଜାରି, ଆପଣଙ୍କ ଆକାଉଣ୍ଟକୁ ଆସି ନ ଥିଲେ…

ନୂଆଦିଲ୍ଲୀ,୧୩।୩:  କେନ୍ଦ୍ର ସରକାରଙ୍କ ମହତ୍ତ୍ୱାକାଂକ୍ଷୀ ‘ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି’ (PM-KISAN) ଯୋଜନା ଅଧୀନରେ ଦେଶର କୋଟି କୋଟି ଚାଷୀଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

‘ହୋର୍ମୁଜ ଷ୍ଟ୍ରେଟ୍‌’ରେ ଭାରତର ଦବଦବା! ଇରାନ ରାଷ୍ଟ୍ରଦୂତ ଦେଲେ ବଡ଼ ସଂକେତ, କିଛି ସମୟରେ ବଡ଼ ଘୋଷଣା…  

ନୂଆଦିଲ୍ଲୀ,୧୩।୩: ଇରାନ, ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ବଢୁଥିବା ଯୁଦ୍ଧ ପରିସ୍ଥିତି ମଧ୍ୟରେ ଭାରତ ପାଇଁ ଏକ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି। ପାରସ୍ୟ ଉପସାଗରରେ ଜାରି…

ଆରଆଇଙ୍କୁ ମାଡ ଘଟଣାରେ: ଜଣେ ଗିରଫ

ନନ୍ଦପୁର,୧୩।୨(ତୁଷାର କାନ୍ତ ମହାନ୍ତି): ଜାତିଗତ ପ୍ରମାଣପତ୍ର ପାଇଁ ନନ୍ଦପୁର ତହସିଲରେ କାର୍ଯ୍ୟରତ ରାଜସ୍ବ ନିରୀକ୍ଷକ ମଧୁସୁଦନ ଖେମୁଣ୍ଡୁଙ୍କୁ ଅଶାଳୀନ ବ୍ୟବହାର ଓ ମାଡ ମାରିବା ଘଟଣାରେ ଜଣେ…

ଲାଞ୍ଚନେଇ ବନ୍ଧାହେଲେ ବଡ଼ଗାଁ ଥାନା ଏଏସ୍‌ଆଇ

ସୁନ୍ଦରଗଡ,୧୩।୩(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ ଜିଲା ବଡ଼ଗାଁ ଥାନା ପୋଲିସ, ଏଏସ୍‌ଆଇ ଅରୂପା ନନ୍ଦ ଦାସ ଗୁରୁବାର ସନ୍ଧ୍ୟାରେ ଜଣେ ଢାବା ମାଲିକଙ୍କଠାରୁ ୨୫,୦୦୦ଟଙ୍କା ଲାଞ୍ଚ ନେବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri